ଅମାଲୁ
ଉଇକିପିଡ଼ିଆ ରୁ
ଅମାଲୁ |
|
| ଆରମ୍ଭ | |
|---|---|
| ଅଲଗା ନାଆଁ | ମାଲପୁଆ, ମାଲପା |
| ମୂଳ ଜାଗା | ଓଡ଼ିଶା |
| ଅଞ୍ଚଳ | ଓଡ଼ିଶା |
| ଖାଇବାର ସବିଶେଷ | |
| ମୂଳ ଉପାଦାନ | ଛେନା, ଚିନି, ମଇଦା |
ଅମାଲୁ ବା ମାଲପୁଆ ଛେନା, ଚିନି, ମଇଦାରୁ ତିଆରି ଏକ ମିଠାଜାତୀୟ ଖାଦ୍ୟ । ଏହା ଛେନା, ଚିନି, ମଇଦାକୁ ମିଶାଇ ତିଆରି କରାଯାଇଥାଏ । ଏହି ଦେଖିବାକୁ ଗୋଲ ଓ ମୋଟା ହୋଇଥାଏ ।
ଅମାଲୁ ଶ୍ରୀଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଏକ ଯାହା ସଞ୍ଜ ଧୂପରେ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ ।[୧]
ବିଷୟସୂଚୀ |
ପ୍ରକାର [ସମ୍ପାଦନା]
ମୂଳ ଲେଖା: ଜଗନ୍ନାଥଙ୍କ ଧୂପ
- ବଡ଼ ଅମାଲୁ: ସନ୍ଧ୍ୟା ଧୂପରେ (ଜୟ ମଙ୍ଗଳ ଆରତି ବା ସନ୍ଧ୍ୟା ଆରତି ପରେ) ଏହା ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ
- ଛୋଟ ଅମାଲୁ: ଏହା ମଧ୍ୟ ସନ୍ଧ୍ୟା ଧୂପରେ (ଜୟ ମଙ୍ଗଳ ଆରତି ବା ସନ୍ଧ୍ୟା ଆରତି ପରେ) ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଇଥାଏ
ଉପାଦାନ [ସମ୍ପାଦନା]
ଅମାଲୁ ପାଇଁ
ସିରା/ରାସେଣି ପାଇଁ
- ୨୦୦ ଗ୍ରାମ ଚିନି
- ୨୦୦ ଗ୍ରାମ ପାଣି
- ମିଠା କମଳା ଲେମ୍ବୁ କୋଷାଏ
ତିଆରି ପ୍ରଣାଳୀ [ସମ୍ପାଦନା]
ଦହି, ମଇଦା ଓ ପାନ ମହୁରିକୁ ଗୋଳାଇ ସେଥିରୁ ଏକ ନରମ ମିଶ୍ରଣ ତିଆରି କରାଯାଇଥାଏ । ଘିଅ/ତେଲ ଏକ ପାତ୍ରରେ ଗରମ କରାଯାଇ ଗୋଳାଯାଇଥିବା ମିଶ୍ରଣରୁ ଗୁଳା ମାନ ତିଆରି କରାଯାଇ ମଝି ମଝିଆ ଆଞ୍ଚରେ ଛଣାଯାଇଥାଏ । ଅମାଲୁ (ମାଲପୁଆ) ତିଆରି ହୋଇଗଲେ ତାହାକୁ ସିରାରେ ବୁଡ଼ାଇ କିଛି ସମୟ ରଖାଯାଇଥାଏ । ଘର ତିଆରି ମାଲପୁଆକୁ ସଜାଇବା ପାଇଁ ଏଥିରେ କମଳାଲେମ୍ବୁର ଖଣ୍ଡରେ ସଜାଯାଇଥାଏ ।[୨] [୩]
ଦ୍ରଷ୍ଟବ୍ୟ [ସମ୍ପାଦନା]
ବାହାର ଲିଙ୍କ [ସମ୍ପାଦନା]
|
||||||||||||||||||||||||||||||||