ଅଟକାଳି

ଉଇକିପିଡ଼ିଆ‌ରୁ
ଅଟାକାଳି
ଆରମ୍ଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନଚାଉଳ, ବିରିଚୂନା, କ୍ଷୀର, ଗୁଡ଼

ଅଟାକାଳି ଚାଉଳ ଓ ବିରିଚୂନା ମିଶ୍ରିତ ମିଠାଯୁକ୍ତ ଜାଉ । କ୍ଷୀର, ଗୁଡ଼ ବା ଚିନି ସହିତ ଗହମ ବା ଚାଉଳଚୂନା ମିଶାଇ ଏହାକୁ ତିଆରି କରାଯାଇଥାଏ । ଏହା ଶ୍ରୀଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଏକ ।[୧][୨]

ଉପାଦାନ[ସମ୍ପାଦନା]

ଅଟକାଳି ପାଇଁ

  • ୫୦୦ ଗ୍ରାମ ଅରୁଆ ଚାଉଳ
  • ୫୦୦ ମିଲି କ୍ଷୀର
  • ୨୦୦ ଗ୍ରାମ ଗୁଡ଼ ବା ଚିନି
  • ପାଣି
  • ୧ ଚାମଚ ଲୁଣ

ତିଆରି ପ୍ରଣାଳୀ[ସମ୍ପାଦନା]

ଅରୁଆ ଚାଉଳକୁ ଗୁଣ୍ଡ କରି ଚୂନା କାରାଯାଏ । ଗୋଟିଏ ପାତ୍ରରେ ଆବଶ୍ୟକ ପରିମାଣର ଲୁଣ ଦେଇ ପାଣିକୁ ଗରମ କରାଯାଏ ଓ ପାଣି ତାତିଗଲେ ସେଥିରେ ଦୁଇ କପ୍ ଚାଉଳ ଚୂନା ମିଶାଇ ଜନ୍ତାଯାଏ । ଜନ୍ତୁଣି ଥଣ୍ଡା ହୋଇ ଆସିଲେ ତାକୁ ଛୋଟ ଛୋଟ ଗୁଳା କରଯାଏ । ଅନ୍ୟ ଏକ ପାତ୍ରରେ ୧ ଲିଟର ପାଣିରେ ଆବଶ୍ୟକ ପରିମାଣର ଲୁଣ ଦେଇ ଫୁଟାଯାଏ, ପାଣି ଫୁଟି ଆସିଲେ ଅବଶିଷ୍ଟ ଚାଉଳ ଚୂନାକୁ ସେଥିରେ ପକାଯାଏ ଘଣ୍ଟାଯାଏ ଓ କିଛି ସମୟ ପରେ ଏହି ଛୋଟ ଗୁଳାକୁ ଫୁଟାଯାଏ । କିଛି ସମୟ ଫୁଟିଲା ପରେ ସେଥିରେ ଗୁଡ଼ ବା ଚିନି ସହିତ କ୍ଷୀର ମିଶାଇ ଆଉ କିଛି ସମୟ ଫୁଟାଯାଏ । ବହଳିଆ ହେଇଗଲେ, ଥଣ୍ଡା କରିବାକୁ ଛାଡ଼ି ଦିଆଯାଏ ।[୩]

ଆଧାର[ସମ୍ପାଦନା]

  1. ଶ୍ରୀମନ୍ଦିର ଶବ୍ଦକୋଷ. ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ. 2 June 2015. p. ୯.
  2. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
  3. ପ୍ରସନ୍ନ କୁମାରୀ ଦେବୀ (1997). ଓଡ଼ିଶୀ ରନ୍ଧନ କଳା (ଅଟ୍ଟକାଳି) (in ଓଡ଼ିଆ). ବାଙ୍କା ବଜାର, କଟକ: ଅଗ୍ରଦୂତ. p. ୮୩. ISBN 81-86354-43-3.{{cite book}}: CS1 maint: unrecognized language (link)

ବାହାର ଲିଙ୍କ[ସମ୍ପାଦନା]