ପୁରି

ଉଇକିପିଡ଼ିଆ‌ରୁ


ପୁରି
ଓଡ଼ିଶାର କଟକ ନଗରରେ ବାଲିଯାତ୍ରା, ୨୦୧୧ କଟକ ପ୍ରସିଦ୍ଧ ଠୁଙ୍କା ପୁରି
ଅନ୍ୟ ନାମବୁରି
ମୂଳ ସ୍ଥାନଭାରତ
ଅଞ୍ଚଳ ବା ରାଜ୍ୟଭାରତ
ପରଷିବା ଉତ୍ତାପଗରମ ଓ ଘର ତାପରେ
ମୁଖ୍ୟ ଉପାଦାନଅଟା
ପ୍ରକାର ଭେଦବଟୁରା, ଲୁଚି, ସେଓ ପୁରି

ପୁରି ଏକ ଭାରତୀୟ ଖାଦ୍ୟ । ଏହା ଭାରତ ସମେତ ନେପାଳ, ବଙ୍ଗଳାଦେଶ, ପାକିସ୍ଥାନଦକ୍ଷିଣ ଏସିଆର ଅନେକ ଦେଶରେ ମିଳିଥାଏ । ଏହାକୁ ସକାଳ ଜଳଖିଆ ବା ସଞ୍ଜ ଜଳଖିଆ ଭାବରେ ଖିଆଯାଇଥାଏ ।

ପ୍ରକାରଭେଦ[ସମ୍ପାଦନା]

ପୁରି ଭଳି ତିଆରି କରାଯାଇ ଗୁପଚୁପ ଆଳୁ ଚକଟା ଓ ଖଟାପାଣି ସହ ଖିଆଯାଇଥାଏ ।

ଓଡ଼ିଶାର କଟକରେ ବାଲିଯାତ୍ରା ସମୟରେ ଠୁଙ୍କାପୁରିଛେନା ତରକାରି ମିଳିଥାଏ ।[୧][୨][୩][୪][୫]

ଉପାଦାନ[ସମ୍ପାଦନା]

ପୁରି ଅଟା ବା ମଇଦାରୁ ତିଆରି ହୋଇଥାଏ । ଅଟା ବା ମଇଦାରେ ଅଳ୍ପ ଲୁଣ ମିଶାଇ, ପାଣି ମିଶାଇ ଚକଟିବା ପରେ ତାହାକୁ ଗୋଲଗୋଲ କରି ବେଲାଯାଇଥାଏ । ଏହି ବେଲାଯାଇଥିବା ଗୋଲାକାର ପୁରିକୁ ଘିଅ ବା ଗରମ ତେଲରେ ଛଣାଯାଇଥାଏ । ଏହା ଭିତରେ ଥିବା ଜଳ ବାଷ୍ପିକରଣ ହେବା ହେତୁ ଏଥିରୁ ଯେଉଁ ବାମ୍ଫ ବାହାରେ ତାହା ପୁରିକୁ ଫୁଲାଇବାରେ ସାହାଯ୍ୟ କରିଥାଏ । ଏହା ସୁନେଲି-ବାଦାମି ରଙ୍ଗ ଧାରଣ କଲେ ଏହାକୁ ତେଲରୁ ବାହାର କରାଯାଇ ଗରମ ବା ଘର ତାପମାତ୍ରାରେ ପରାସଯାଇଥାଏ । ଛୋଟ ଛୋଟ ପୁରି ତିଆରି କରାଯାଇ ତାହାକୁ ଗୁପଚୁପ ଭାବରେ ସାଇତି ରଖି ମଧ୍ୟ ଖିଆଯାଇଥାଏ ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]