ପୁରି
ଉଇକିପିଡ଼ିଆ ରୁ
ଏହି ଲେଖାଟି 'ପୁରି ଖାଦ୍ୟ' ବାବଦରେ । ବାକିସବୁ ପାଇଁ, ପୁରୀ (ବହୁବିକଳ୍ପ) ଦେଖନ୍ତୁ ।
| [[File: ଓଡ଼ିଶାର କଟକ ନଗରରେ ବାଲିଯାତ୍ରା, ୨୦୧୧ କଟକ ପ୍ରସିଦ୍ଧ ଠୁଙ୍କା ପୁରି |
|
| ଆରମ୍ଭ | |
|---|---|
| ବାକି ନାମ | ବୁରି |
| ମୂଳ ସ୍ଥାନ | ଭାରତ |
| ଅଞ୍ଚଳ ବା ରାଜ୍ୟ | ଭାରତ |
| ଖାଇବା ପ୍ରକାର | |
| ପରସିବା ଉତ୍ତାପ | ଗରମ ଓ ଘର ତାପରେ |
| ମୁଖ୍ୟ ଉପାଦାନ | ଅଟା |
| ପ୍ରକାର ଭେଦ | ବଟୁରା, ଲୁଚି, ସେଓ ପୁରି |
ପୁରି ଏକ ଭାରତୀୟ ଖାଦ୍ୟ । ଏହା ଭାରତ ସମେତ ନେପାଳ, ବଙ୍ଗଳାଦେଶ, ପାକିସ୍ଥାନ ଓ ଦକ୍ଷିଣ ଏସିଆର ଅନେକ ଦେଶରେ ମିଳିଥାଏ । ଏହାକୁ ସକାଳ ଜଳଖିଆ ବା ସଞ୍ଜ ଜଳଖିଆ ଭାବରେ ଖିଆଯାଇଥାଏ ।
ବିଷୟସୂଚୀ |
ପ୍ରକାରଭେଦ [ସମ୍ପାଦନା]
ପୁରି ଭଳି ତିଆରି କରାଯାଇ ଗୁପଚୁପ ଆଳୁ ଚକଟା ଓ ଖଟାପାଣି ସହ ଖିଆଯାଇଥାଏ ।
ଓଡ଼ିଶାର କଟକରେ ବାଲିଯାତ୍ରା ସମୟରେ ଠୁଙ୍କାପୁରି ମିଳିଥାଏ ଓ ଛେନା ତରକାରି ମିଳିଥାଏ ।[୧][୨][୩][୪][୫]
ଉପାଦାନ [ସମ୍ପାଦନା]
ପୁରି ଅଟା ବା ମଇଦାରୁ ତିଆରି ହୋଇଥାଏ । ଅଟା ବା ମଇଦାରେ ଅଳ୍ପ ଲୁଣ ମିଶାଇ, ପାଣି ମିଶାଇ ଚକଟିବା ପରେ ତାହାକୁ ଗୋଲଗୋଲ କରି ବେଲାଯାଇଥାଏ । ଏହି ବେଲାଯାଇଥିବା ଗୋଲାକାର ପୁରିକୁ ଘିଅ ବା ଗରମ ତେଲରେ ଛଣାଯାଇଥାଏ । ଏହା ଭିତରେ ଥିବା ଜଳ ବାଷ୍ପିକରଣ ହେବା ହେତୁ ଏଥିରୁ ଯେଉଁ ବାମ୍ଫ ବାହାରେ ତାହା ପୁରିକୁ ଫୁଲାଇବାରେ ସାହାଯ୍ୟ କରିଥାଏ । ଏହା ସୁନେଲି-ବାଦାମି ରଙ୍ଗ ଧାରଣ କଲେ ଏହାକୁ ତେଲରୁ ବାହାର କରାଯାଇ ଗରମ ବା ଘର ତାପମାତ୍ରାରେ ପରାସଯାଇଥାଏ । ଛୋଟ ଛୋଟ ପୁରି ତିଆରି କରାଯାଇ ତାହାକୁ ଗୁପଚୁପ ଭାବରେ ସାଇତି ରଖି ମଧ୍ୟ ଖିଆଯାଇଥାଏ ।
ଆଧାର [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ପୁରି ଉପରେ ମାଧ୍ୟମ ରହିଅଛି |
- ↑ Overview of Cuttack
- ↑ Fanfare & spectacle mark the opening of Bali Yatra, November 10, 2011
- ↑ Orissa CM Naveen Patnaik inaugurates historic Baliyatra festival in Cuttack, November 22, 2010
- ↑ Bali Yatra Fever grips Cuttack, 12 November 2011
- ↑ Binita Jaiswal, Fanfare & spectacle mark the opening of Bali Yatra, Nov 10, 2011