ରବି ଶଙ୍କର ପଟ୍ଟନାୟକ
Appearance
(Rabi Shankar Patnaikରୁ ଲେଉଟି ଆସିଛି)
ରବି ପଟ୍ଟନାୟକ | |
---|---|
ଜନ୍ମ | ଦତ୍ତପଡ଼ା, ପୁରୀ | ୨୬ ଡିସେମ୍ବର ୧୯୪୮
ମୃତ୍ୟୁ | ୨୨ ଅପ୍ରେଲ ୨୦୨୧ | (ବୟସ ୭୨)
ମୃତ୍ୟୁର କାରଣ | କରୋନା |
ଶିକ୍ଷାନୁଷ୍ଠାନ | ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ , ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥା |
ବୃତ୍ତି | ଚଳଚ୍ଚିତ୍ର ସମ୍ପାଦକ |
ବୈବାହିକ-ସାଥୀ | ନନ୍ଦିତା ପଟ୍ଟନାୟକ |
ସନ୍ତାନ | ଅଂଶୁମାନ ପଟ୍ଟନାୟକ |
ପୁରସ୍କାର | ଜୟଦେବ ପୁରସ୍କାର ୨୦୧୭ |
ରବି ଶଙ୍କର ପଟ୍ଟନାୟକ, ( ୨୬ ଡିସେମ୍ବର ୧୯୪୮ - ୨୨ ଅପ୍ରେଲ ୨୦୨୧ ) ଜଣେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ସମ୍ପାଦକ ଥିଲେ ।[୧] ସେ ୨୦୧୭ ବର୍ଷ ପାଇଁ ଓଡ଼ିଶାର ସର୍ବୋଚ୍ଚ ଚଳଚ୍ଚିତ୍ର ପୁରସ୍କାର ଜୟଦେବ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଥିଲେ ।[୨] ସେ ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ସମ୍ପାଦକ ।
ରବି ଶଙ୍କର ୧୯୪୮ ମସିହାରେ ପୁରୀ ଜିଲ୍ଲାର ଦତ୍ତପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ପୁରୀର ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସେ ଉଚ୍ଚଶିକ୍ଷା ସମାପ୍ତ କରିବା ପରେ, ପୁନେର ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରୁ ଚଳଚ୍ଚିତ୍ର ସମ୍ପାଦନା ବିଷୟରେ ଶିକ୍ଷା ଲାଭ କରିଥିଲେ । ୨୩ ବର୍ଷ ବୟସରେ ସେ ୨୭ ଡାଉନ୍ ଚଳଚ୍ଚିତ୍ରରେ ସମ୍ପାଦନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ ।[୩] ୧୯୭୭ ମସିହାର ଚଳଚ୍ଚିତ୍ର ଅଭିମାନ ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା ।
କଥାଚିତ୍ରରେ ସମ୍ପାଦନା
[ସମ୍ପାଦନା]ଓଡ଼ିଆ
[ସମ୍ପାଦନା]- ଆରତୀ
- ମହାସତୀ ସାବିତ୍ରୀ
- ଶଙ୍ଖା ସିନ୍ଦୂର
- ଦଣ୍ଡାବାଳୁଙ୍ଗା
- ବଧୂ ନିରୁପମା
- ସ୍କୁଲ ମାଷ୍ଟର
- କନ୍ୟାଦାନ
- ମଝି ପାହାଚ
- ଯାହାକୁ ରଖିବେ ଅନନ୍ତ
- ଟୋପାଏ ସିନ୍ଦୂର
- ଅନ୍ଧ ଦିଗନ୍ତ
- ଘର ମୋର ସ୍ୱର୍ଗ
- ହିସାବ କରିବ କାଳିଆ
- ସହର ଜଳୁଚି
- ପୁଅ ମୋର ଜଗତ ଜିତା
- ହେଲୋ ଆରସୀ
ହିନ୍ଦୀ
[ସମ୍ପାଦନା]- ଚଲ୍ତେ ଚଲ୍ତେ
- ସ୍ବୀକାର କିୟା ମୈନେ
- କିସ୍ମତ
- ସୁଚିତ୍ରା
- ଜିନା ଇସିକା ନାମ୍ ହୈ
- ଉଲ୍ଟା ସିଧା
- ଭୁଲା ନା ଦେନା
- ସାୟଦ
- ଦିଲ୍ସେ ମିଲେ ଦିଲ୍
- ଆପ୍ କି ଖାତିର୍
- ୨୭ ଡାଉନ୍
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ A. N. Tiwari; Baidyanath Misra (2000). Reference Orissa: an Indian state of eastern region. Enterprising Publishers.
- ↑ "Odisha Film Awards 2017: Ravi Shankar Patnaik Receives 'Jayadev Puraskar'". odishatv.in. Odisha TV. Retrieved 7 March 2019.[permanent dead link]
- ↑ "ଖ୍ୟାତନାମା ଫିଲ୍ମ ଏଡିଟର ରବିଶଙ୍କରଙ୍କ ପରଲୋକ". No. ସମ୍ବାଦ ୨୩/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. ଇଷ୍ଟର୍ଣ୍ଣ ମିଡ଼ିଆ. 23 April 2021. p. ୯. Archived from the original on 23 April 2021. Retrieved 23 April 2021.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "ରବି ପଟ୍ଟନାୟକଙ୍କୁ ଜୟଦେବ ପୁରସ୍କାର, ହେଲୋ ଆର୍ସି ଶ୍ରେଷ୍ଠ ଚଳଚ୍ଚିତ୍ର". sambad.in. ସମ୍ବାଦ. Retrieved 7 March 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରବି ଶଙ୍କର ପଟ୍ଟନାୟକ