ଭଞ୍ଜକିଶୋର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
(Bhanja Kishore Patnaikରୁ ଲେଉଟି ଆସିଛି)
ଭଞ୍ଜକିଶୋର ପଟ୍ଟନାୟକ
Born(1922-11-13)୧୩ ନଭେମ୍ବର ୧୯୨୨
ଛାଣିପୁର,ସାଲେପୁର,କଟକ
Died୨୭ ନଭେମ୍ବର ୧୯୯୯(1999-11-27) (ବୟସ ୭୭)
Nationalityଭାରତୀୟ
Educationସ୍ନାତକ ୧୯୫୬
Alma materଖ୍ରୀଷ୍ଟ ମହାବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ
Known forଓଡ଼ିଆ ନାଟ୍ୟକାର
Parent(s)ସାଧୁଚରଣ ପଟ୍ଟନାୟକ, ସତ୍ୟଭାମା
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଭଞ୍ଜ କିଶୋର ପଟ୍ଟନାୟକ(୧୩ ନଭେମ୍ବର ୧୯୨୨ - ୨୭ ନଭେମ୍ବର ୧୯୯୯)[୧] ଜଣେ ଓଡ଼ିଆ ନାଟ୍ୟକାର ଥିଲେ ।[୨] ସ୍ୱାଧୀନତା ପରବର୍ତ୍ତୀ ସମୟରେ ସେ ଓଡ଼ିଶାର ଜଣେ ଅଗ୍ରଣୀ ନାଟ୍ୟକାର ଥିଲେ ।[୩] ସେ ୩୫ଟି ନାଟକ, ୮ଟି ଏକାଙ୍କିକା, ୪ଟି କ୍ଷୁଦ୍ରଗଳ୍ପ ପୁସ୍ତକ, କବିତା ଓ "ମରୁପଥୀକ" ନାମରେ ଏକ ଉପନ୍ୟାସ ରଚନା କରିଥିଲେ । ତାଙ୍କର ୧୨ଟି ନାଟକ ବେତାର ଓ ଦୂରଦର୍ଶନରେ ମଧ୍ୟ ପ୍ରସାରିତ ହୋଇଛି । "ଅଗ୍ନି-ପରୀକ୍ଷା" ନାଟକ ପାଇଁ ସେ ୧୯୫୮ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । "ଜୀବନର ଜୟଯାତ୍ରା" ତାଙ୍କର ଆତ୍ମଜୀବନୀ ।

ଜୀବନୀ[ସମ୍ପାଦନା]

ଭଞ୍ଜ କିଶୋର କଟକ ଜିଲ୍ଲାର ସାଲେପୁର ବ୍ଲକ ଅନ୍ତର୍ଗତ ଛାଣିପୁରଗ୍ରାମରେ ୧୯୨୨ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମିତ ପିତାଙ୍କ ନାମ ଥିଲା ଦୁର୍ଗାଚରଣ ପଟ୍ଟନାୟକ ଓ ମାତାଙ୍କ ନାମ ଥିଲା ସତ୍ୟଭାମା । ତାଙ୍କ ଜନ୍ମନାମ ଥିଲା ମହେନ୍ଦ୍ର । ତାଙ୍କୁ ୯ମାସ ବୟସ ହୋଇଥିବାବେଳେ ହଇଜା ରୋଗରେ ପୀଡ଼ିତ ହୋଇ ତାଙ୍କ ମାତାଙ୍କର ନିଧନ ଘଟିଥିଲା । ଏହା ପରେ ଅପୁତ୍ରିକ ସେ ସାଧୁଚରଣ ପଟ୍ଟନାୟକଙ୍କଦ୍ୱାରା ପାଳିତ ହୋଇଥିବାରୁ, ସାଧୁଚରଣ ହିଁ ତାଙ୍କର ପିତାଭାବରେ ପରିଚିତ । ସାଧୁଚରଣ ତାଙ୍କ ନାମ ପରିବର୍ତ୍ତନ କରି ରଖିଥିଲେ ଭଞ୍ଜ କିଶୋର । ପିଲାଦିନ ତାଙ୍କର ବାରିପଦାରେ ବିତିଥିଲା ।[୪] ବାରିପଦାର ମହାରାଜା ହାଇସ୍କୁଲରୁ ସେ ମାଟ୍ରିକ ପାସ କରିଥିଲେ । ସେ ଥିଲେ ସ୍କୁଲ କ୍ରିକେଟ ଓ ଫୁଟବଲ ଦଳର ଅଧିନାୟକ । ଖ୍ରୀଷ୍ଟ ମହାବିଦ୍ୟାଳୟରୁ ସେ ସ୍ନାତକ ପାଠ ପଢ଼ିଥିଲେ ।[୫] ସେ ଓଡ଼ିଶା ସରକାରଙ୍କର ଶିକ୍ଷା ବିଭାଗରେ ଚାକିରି କରିଥିଲେ ।[୬]

୧୯୯୯ ନଭେମ୍ବର ୨୭ ତାରିଖରେ ତାଙ୍କର ପରଲୋକ ଘଟିଥିଲା ।

ନାଟ୍ୟକାର ଜୀବନ[ସମ୍ପାଦନା]

୧୯୩୯ ମସିହାରେ ଭଞ୍ଜ କିଶୋର ପଢୁଥିବା ମହାରାଜା ହାଇସ୍କୁଲରେ ତାଙ୍କ ପ୍ରଥମ ନାଟକ ଝଡ଼ରାତି ମଞ୍ଚସ୍ଥ ହୋଇଥିଲା । ୧୯୪୦ ମସିହାରେ ତାଙ୍କ ଗ୍ରାମ ଛାଣିପୁରର "ଭୀଷ୍ମ ରଙ୍ଗମଞ୍ଚ"ରେ ତାଙ୍କ ଦ୍ୱିତୀୟ ନାଟକ "ପ୍ରେମପୁଷ୍ପ" ମଞ୍ଚସ୍ଥ ହୋଇଥିଲା । ଏହି ନାଟକରେ ସେ ନାରୀ ଚରିତ୍ର "ପୁଷ୍ପ" ଭୂମିକାରେ ଅଭିନୟ କରିଥିଲେ । ସେହି ଭୀଷ୍ମ ରଙ୍ଗମଞ୍ଚରେ ତାଙ୍କର ଅନ୍ୟାନ୍ୟ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା । କଟକରେ ଚାକିରୀ କରିବା ସମୟରେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଏ ଓ ବି ତଥା "ଜନତା" ରଙ୍ଗମଞ୍ଚରେ ତାଙ୍କର ଅନେକ ନାଟକ ମଞ୍ଚସ୍ଥ ହୋଇଥିଲା ।

ରଚନାବଳୀ[ସମ୍ପାଦନା]

ନାଟକ[ସମ୍ପାଦନା]

  • ଅଗ୍ନି-ପରୀକ୍ଷା
  • ଅତିଥି - ୧୯୫୪(ଇଉନିଭରସିଟି ବୁକ୍ ଷ୍ଟୋର)
  • ଦିଗ ଦର୍ଶନ - ୧୯୯୧(ଫ୍ରେଣ୍ଡସ ପବ୍ଲିସରସ)
  • ବେନାମୀ
  • ଅଶୋକ ସ୍ତମ୍ଭ[୭]
  • ବୈରାଗୀର ସଂସାର[୮]
  • ମାଣିକଯୋଡ଼ି
  • ଜୟମାଲ୍ୟ
  • ତୋଫାନ
  • ଗରିବ
  • ଶିକାରୀ
  • ପ୍ରତାପରୁଦ୍ର
  • ରାଜନତିର୍କୀ
  • କାଶ୍ମୀର ବେଗମ୍
  • ଗୁଲ୍ନାୟକ

ଏକାଙ୍କିକା[ସମ୍ପାଦନା]

  • ବାଣହରଣ
  • ସଂସ୍କାର
  • ପ୍ରାୟଶ୍ଚିତ ଭେଟି
  • ଜନ୍ମାନ୍ତର
  • ବରକନ୍ୟା
  • ସାବିତ୍ରୀ
  • ଧରଣୀ
  • ସୁଲତାନ ରେଜିଆ[୯]

ଚଳଚ୍ଚିତ୍ର[ସମ୍ପାଦନା]

ଆତ୍ମଜୀବନୀ[ସମ୍ପାଦନା]

  • ଜୀବନର ଜୟଯାତ୍ରା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୫୮(ଅଗ୍ନି-ପରୀକ୍ଷା)[୧୧]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ସମ୍ମାନୀତ - ୧୯୭୭
  • କେନ୍ଦ୍ର ସାହିତ୍ୟ ଏକାଡେମୀଦ୍ୱାରା ସମ୍ମାନୀତ
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ବିଷୁବ ପୁରସ୍କାର
  • ଜାତୀୟ ପୁରସ୍କାର - ୧୯୮୪(କୋଣାର୍କ ନାଟକ ପାଇଁ)
  • କବିଚନ୍ଦ୍ର ସ୍ମୃତି ସମ୍ମାନ - ୧୯୮୨
  • ଓଡ଼ିଆ ନାଟକ ଶତବାର୍ଷିକୀ ସମ୍ମାନ - ୧୯୭୭
  • ଆଦି ନାଟ୍ୟକାର ସମ୍ମାନ - ୧୯୯୬
  • ରବୀନ୍ଦ୍ର କଳାକ୍ଷେତ୍ର ସମ୍ମାନ(ବାଙ୍ଗାଲୋର) - ୧୯୭୩
  • ରାଷ୍ଟ୍ରପତି ପୁରସ୍କାର (ଚଳଚ୍ଚିତ୍ର ନବଜନ୍ମ ପାଇଁ)
  • ନାଟ୍ୟରତ୍ନ ଉପାଧି
  • ନାଟ୍ୟ ଭାରତୀ ଉପାଧି

ଆଧାର[ସମ୍ପାଦନା]

  1. "ଯୋଗଜନ୍ମା ଭଞ୍ଜକିଶୋର". No. ନିତିଦିନ ୧୩/୧୧/୨୦୧୯ ପୃଷ୍ଠା ୮. ନିତିଦିନ. Archived from the original on 2020-11-27. Retrieved 13 November 2019.
  2. "Literature: Drama". www.odisha.gov.in. Govt of Odisha. Retrieved 24 October 2019.
  3. Orissa (India). Orissa District Gazetteers: Cuttack. Superintendent, Orissa Government Press.
  4. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  5. "ଆଜି ଜନ୍ମଦିନ". No. ସମ୍ବାଦ ୧୩/୧୧/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୩. ସମ୍ବାଦ. Retrieved 13 November 2019.
  6. Reference India. Tradesman & Men India. 1969.
  7. Indian Literature. Sahitya Akademi. 1963.
  8. Orissa Review. Home Department, Government of Orissa. 1987.
  9. "ନାଟ୍ୟକାର ସ୍ୱର୍ଗତ ଭଞ୍ଜକିଶୋରଙ୍କୁ ସଂସ୍କୃତି ବିଭାଗ ଭୁଲିଗଲାଣି". eodishasamachar.com/. eodishasamachar.com. Archived from the original on 24 October 2019. Retrieved 24 October 2019.{{cite web}}: CS1 maint: bot: original URL status unknown (link)
  10. Glimpses on Art and Literature, Orissa. Cuttack Students Store. 1976.
  11. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 October 2019.

ଅଧିକ ତଥ୍ୟ[ସମ୍ପାଦନା]