ସମରେନ୍ଦ୍ର କୁଣ୍ଡୁ

ଉଇକିପିଡ଼ିଆ‌ରୁ
ସମରେନ୍ଦ୍ର କୁଣ୍ଡୁ
ସାଂସଦ: ୪ର୍ଥ ଲୋକ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୦
ପୂର୍ବ ଅଧିକାରୀଗୋକୁଳାନନ୍ଦ ମହାନ୍ତି
ପର ଅଧିକାରୀଶ୍ୟାମସୁନ୍ଦର ମହାପାତ୍ର
ନିର୍ବାଚନ ମଣ୍ଡଳୀବାଲେଶ୍ୱର, ଓଡ଼ିଶା
ସାଂସଦ: ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୭ – ୧୯୭୯
ପୂର୍ବ ଅଧିକାରୀଶ୍ୟାମସୁନ୍ଦର ମହାପାତ୍ର
ପର ଅଧିକାରୀଚିନ୍ତାମଣି ଜେନା
ନିର୍ବାଚନ ମଣ୍ଡଳୀବାଲେଶ୍ୱର, ଓଡ଼ିଶା
ସାଂସଦ: ୯ମ ଲୋକ ସଭା
କାର୍ଯ୍ୟକାଳ
୧୯୮୯ – ୧୯୯୧
ପୂର୍ବ ଅଧିକାରୀଚିନ୍ତାମଣି ଜେନା
ପର ଅଧିକାରୀକାର୍ତ୍ତିକେଶ୍ୱର ପାତ୍ର
ନିର୍ବାଚନ ମଣ୍ଡଳୀବାଲେଶ୍ୱର, ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1930-10-05)୫ ଅକ୍ଟୋବର ୧୯୩୦
ରାଜନୀତିକ ଦଳଜନତା ଦଳ

ସମରେନ୍ଦ୍ର କୁଣ୍ଡୁ (୫ ଅକ୍ଟୋବର ୧୯୩୦ - ?), ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ୧୯୬୭ ଭାରତୀୟ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭା୪ର୍ଥ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୧୯୭୭ ଓ ୧୯୮୯ ମସିହାରେ ୬ଷ୍ଠ ଏବଂ ୯ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୫ ମସିହାରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀକାଳିନ ପରିସ୍ଥିତିରେ ସମରେନ୍ଦ୍ର ବନ୍ଦୀ ହୋଇଥିଲେ । ଏଥି ସହିତ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଜନ୍ମ[ସମ୍ପାଦନା]

ସମରେନ୍ଦ୍ର କୁଣ୍ଡୁ ୫ ଅକ୍ଟୋବର ୧୯୩୦ ମସିହା ଅକ୍ଟୋବର ମାସ ୫ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ସମରେନ୍ଦ୍ର ୧୯୬୭ ମସିହାରେ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ପ୍ରଜା ସୋସିଆଲିଷ୍ଟ ପାର୍ଟିର ଜଣେ ସଭ୍ୟ ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଲୋକ ସଭାକୁ ଯାଇଥିଲେ ଓ ସେଠାରେ ୧୯୬୭ରୁ ୧୯୭୦ ଯାଏଁ କାର୍ଯ୍ୟ କରିଥିଲେ ।[୧]


ଏହାପରେ ସେ ୧୯୭୫ ମସିହାରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀକାଳିନ ପରିସ୍ଥିତି ସମୟରେ କାରାବରଣ କରିଥିଲେ ଏବଂ ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ଜନତା ଦଳର ପ୍ରତିନିଧି ପୁଣିଥରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ଏବଂ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ଲୋକ ସଭା ମାତ୍ର ୨ ବର୍ଷରେ ୧୯୭୯ରେ ଭାଙ୍ଗିଯାଇଥିଲା ।

୧୯୮୪ ଭାରତୀୟ ସାଧାରଣ ନିର୍ବାଚନରେ ସମରେନ୍ଦ୍ର ଜନତା ଦଳର ପାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ, ମାତ୍ର ଏହି ଲୋକ ସଭାକୁ ଓଡ଼ିଶାର ୨୧ଟି ଆସନରୁ ୨୦ଟି କଂଗ୍ରେସ ଦଳର ସଭ୍ୟ ଯାଇଥିଲେ ଏବଂ ଜନତା ଦଳର ଏକମାତ୍ର ବିଜୟୀ ପ୍ରତିନିଧି ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ପରବର୍ତ୍ତୀ ସମୟରେ ସମରେନ୍ଦ୍ର ୧୯୮୯ ଭାରତୀୟ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ୯ମ ଲୋକ ସଭାକୁ ଯାଇଥିଲେ ।[୪] ଏହି ଲୋକ ସଭା ମଧ୍ୟ ମାତ୍ର ୨ ବର୍ଷ କାର୍ଯ୍ୟ କରିବା ପରେ ପତନ ହୋଇଥିଲା । ସମରେନ୍ଦ୍ର ଲୋକ ସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଆଧାର[ସମ୍ପାଦନା]

  1. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. p. 176. Retrieved 1 February 2019.
  2. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. p. 207. Retrieved 1 February 2019.
  3. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. p. 239. Retrieved 1 February 2019.
  4. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଭୁବନେଶ୍ୱର: ଆମ ଓଡ଼ିଶା. p. 250. Retrieved 1 February 2019.