ପ୍ରତାପ କେଶରୀ ଦେଓ
ଦେଖଣା
ପ୍ରତାପ କେଶରୀ ଦେଓ | |
---|---|
ସାଂସଦ: ୨ୟ, ୩ୟ, ୪ର୍ଥ, ୫ମ, ୬ଷ୍ଠ ଲୋକ ସଭା | |
କାର୍ଯ୍ୟକାଳ ୧୯୫୭-୧୯୮୦ | |
ପୂର୍ବ ଅଧିକାରୀ | ଗିରିଧାରୀ ଭୋଇ |
ପର ଅଧିକାରୀ | ରାସ ବିହାରୀ ବେହେରା |
ନିର୍ବାଚନ ମଣ୍ଡଳୀ | କଳାହାଣ୍ଡି |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଜନାର୍ଦନ ମାଝି, ଯୋଗେଶ ଚନ୍ଦ୍ର ସିଂହ ଦେଓ |
ପର ଅଧିକାରୀ | ଚନ୍ଦ୍ର ଶେଖର ପ୍ରଧାନ |
ନିର୍ବାଚନ ମଣ୍ଡଳୀ | ଭବାନୀପାଟଣା |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | ଜୁନାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୫ ଅକ୍ଟୋବର ୧୯୧୯ |
ମୃତ୍ୟୁ | ୮ ଅକ୍ଟୋବର ୨୦୦୧ | (ବୟସ ୮୨)
ସନ୍ତାନ | ଉଦିର ପ୍ରତାପ ଦେଓ |
ପ୍ରତାପ କେଶରୀ ଦେଓ ([pɾɔt̪apɔ kesɔri d̪eo] (listen);୫ ଅକ୍ଟୋବର ୧୯୧୯ - ୮ ଅକ୍ଟୋବର ୨୦୦୧) ଜଣେ ଭାରତୀୟ ରାଜନେତା ଥିଲେ । ସେ ଭାରତର ସଂସଦର ତଳ ସଦନ ଲୋକ ସଭାକୁ କଳାହାଣ୍ଡି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଗାତାର ୫ଥର ନିର୍ବାଚିତ ହୋଇଥିଲେ ।[୧][୨][୩] ସେ ଓଡ଼ିଶା ବିଧାନ ସଭାକୁ ଦୁଇଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।[୪]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପ୍ରତାପ କେଶରୀ ଦେଓ ୧୯୧୯ ମସିହାର ଅକ୍ଟୋବର ମାସ ୫ ତାରିଖରେ କଳାହାଣ୍ଡି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ କଳାହାଣ୍ଡି ରାଜ୍ୟର ଶେଷ ରାଜା ଥିଲେ ।
ରାଜନୈତିକ ଜୀବନ
[ସମ୍ପାଦନା]ପ୍ରତାପ କେଶରୀ ୧୯୫୨ ମସିହାରୁ ୧୯୫୬ ମସିହାଯାଏଁ ଓଡ଼ିଶା ବିଧାନ ସଭାରେ ବିରୋଧୀ ଦଳର ଉପନେତା ଭାବରେ କାର୍ଯ୍ୟ କରୁଥିଲେ ।[୫] ୧୯୫୭ ମସିହାରୁ ୧୯୮୦ ମସିହାଯାଏଁ ସେ ଲୋକ ସଭାକୁ ଲଗାତାର ୫ ଥର ନିର୍ବାଚିତ ହୋଇଥିଲେ ।[୪]
ମୃତ୍ୟୁ
[ସମ୍ପାଦନା]ପ୍ରତାପ କେଶରୀ ଦେଓ ୨୦୦୧ ମସିହାର ଅକ୍ଟୋବର ମାସ ୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୪] ମୃତ୍ୟୁବେଳକୁ ୮୨ ତାଙ୍କୁ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "Biographical Sketch Member of Parliament". Lok Sabha. Retrieved 20 October 2017.
- ↑ Prasanta Patnaik (1996). Lok Sabha Polls in Orissa, 1952-1991. Kalinga Communications (Publication Division). p. 183. Retrieved 20 October 2017.
- ↑ India. Parliament. Lok Sabha. Committee of Privileges (1967). Report. Lok Sabha Secretariat. p. 15. Retrieved 20 October 2017.
- ↑ ୪.୦ ୪.୧ ୪.୨ "Late Pratap Keshari Deo (Bhawanipatna)". odishaassembly.nic.in. Odisha Assembly. Retrieved 27 September 2020.
- ↑ "Members Bioprofile". loksabhaph.nic.in. Retrieved 2020-05-12.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ ପ୍ରତାପ କେଶରୀ ଦେଓ-ସମ୍ପର୍କିତ ମିଡ଼ିଆ