ବାଇଧର ବେହେରା
ବାଇଧର ବେହେରା | |
|---|---|
ବାଇଧର ବେହେରା | |
| ବିଧାୟକ: ୨ୟ, ୩ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୫ – ୧୯୬୭ | |
| ପୂର୍ବ ଅଧିକାରୀ | ପୂର୍ଣ୍ଣାନନ୍ଦ ସାମଲ |
| ପର ଅଧିକାରୀ | ସୁରେନ୍ଦ୍ର ନାଥ ପଟ୍ଟନାୟକ |
| ନିର୍ବାଚନ ମଣ୍ଡଳୀ | ସାଲେପୁର |
| ସାଂସଦ: ୪ର୍ଥ ଲୋକ ସଭା | |
| କାର୍ଯ୍ୟକାଳ ୧୯୬୭ – ୧୯୭୦ | |
| ପୂର୍ବ ଅଧିକାରୀ | ରାମଚନ୍ଦ୍ର ମଲ୍ଲିକ |
| ପର ଅଧିକାରୀ | ଅନାଦୀ ଚରଣ ଦାସ |
| ନିର୍ବାଚନ ମଣ୍ଡଳୀ | ଯାଜପୁର |
| ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୪ – ୧୯୭୭ | |
| ପୂର୍ବ ଅଧିକାରୀ | ବଟକୃଷ୍ଣ ଜେନା |
| ପର ଅଧିକାରୀ | କାଳନ୍ଦୀ ଚରଣ ବେହେରା |
| ନିର୍ବାଚନ ମଣ୍ଡଳୀ | ସାଲେପୁର |
| ବ୍ୟକ୍ତିଗତ ସବିଶେଷ | |
| ମୃତ୍ୟୁ | ମାର୍ଚ୍ଚ ୧୬, ୧୯୯୫ |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ପ୍ରଜା ସୋସିଆଲିଷ୍ଟ ପାର୍ଟି |
| ଜୀବନ ସାଥୀ | ଇଚ୍ଛାମୟୀ ବେହେରା |
| ବାପା/ବୋଉ | କ୍ଷେତ୍ରବାସୀ ବେହେରା (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ବାଇଧର ବେହେରା (ମୃତ୍ୟୁ: ୧୬ ମାର୍ଚ୍ଚ ୧୯୯୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ବାଇଧର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧ ଓ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସାଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ଯାଜପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବାଇଧର ବେହେରାଙ୍କ ବାପାଙ୍କ ନାମ କ୍ଷେତ୍ରବାସୀ ବେହେରା ଏବଂ ପତ୍ନୀଙ୍କ ନାମ ଇଚ୍ଛାମୟୀ ବେହେରା ।[୧] ବାଇଧରଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବାଇଧର ବେହେରା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବାଇଧର ବେହେରା ୧୯୯୫ ମସିହାର ମାର୍ଚ୍ଚ ମାସ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]