ପବିତ୍ର ମୋହନ ପ୍ରଧାନ
ପବିତ୍ର ମୋହନ ପ୍ରଧାନ | |
|---|---|
| ସାଂସଦ: ୬ଷ୍ଠ ଲୋକ ସଭା | |
| କାର୍ଯ୍ୟକାଳ ୧୯୭୭ – ୧୯୭୯ | |
| ନିର୍ବାଚନ ମଣ୍ଡଳୀ | ଦେବଗଡ଼ |
| ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୭ – ୧୯୭୧ | |
| ପୂର୍ବ ଅଧିକାରୀ | ମୃତ୍ୟୁଞ୍ଜୟ ପାଳ |
| ପର ଅଧିକାରୀ | ନାରାୟଣ ସାହୁ |
| ନିର୍ବାଚନ ମଣ୍ଡଳୀ | ପାଲଲହଡ଼ା |
| ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୬୭ | |
| ନିର୍ବାଚନ ମଣ୍ଡଳୀ | ତାଳଚେର |
| ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୬୭ | |
| ନିର୍ବାଚନ ମଣ୍ଡଳୀ | ପାଲଲହଡ଼ା |
| ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ) | |
| କାର୍ଯ୍ୟକାଳ ୧୯୪୬ – ୧୯୫୨ | |
| ନିର୍ବାଚନ ମଣ୍ଡଳୀ | ଆଠଗଡ଼ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୮ ଫେବୃଆରୀ ୧୯୦୮ |
| ମୃତ୍ୟୁ | ୨୮ ସେପ୍ଟେମ୍ବର ୧୯୮୮ (ବୟସ ୮୦) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନ କଂଗ୍ରେସ, ଭାରତୀୟ ଲୋକ ଦଳ |
| ବାପା/ବୋଉ | ଭରତ ପ୍ରଧାନ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ପବିତ୍ର ମୋହନ ପ୍ରଧାନ (୮ ଫେବୃଆରୀ ୧୯୦୮[୧] - ୨୮ ସେପ୍ଟେମ୍ବର ୧୯୮୮) ଓଡ଼ିଶାର ଜଣେ ପ୍ରଜାମଣ୍ଡଳ ଓ ଗଡ଼ଜାତ ଆନ୍ଦୋଳନର ନେତା ଏବଂ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ବହୁବାର ଓଡ଼ିଶା ବିଧାନ ସଭା ଓ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପବିତ୍ର ମୋହନ ପ୍ରଧାନ ୧୯୦୮ ମସିହାର ଫେବୃଆରୀ ମାସ ୮ ତାରିଖରେ ତାଳଚେର ଅନ୍ତର୍ଗତ ପୋଇପାଳଠାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ଭରତ ପ୍ରଧାନ । ଶୈଶବରୁ ହିଁ ସେ ବାପାଙ୍କୁ ହରେଇଥିଲେ । ପବିତ୍ରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୩]
ରାଜନୈତିକ ଜୀବନ
[ସମ୍ପାଦନା]ସ୍ୱାଧୀନତା ପୂର୍ବରୁ ପବିତ୍ର ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଏଥିପାଇଁ ତାଙ୍କୁ ରାଜଦ୍ରୋହ ଅଭିଯୋଗ ଓ କାରାବରଣ କରିବାକୁ ପଡିଥିଲା । ସ୍ୱାଧିନତା ପରେ ସେ ଗଡ଼ଜାତ ଆନ୍ଦୋଳନରେ ଯୋଗଦେଇଥିଲେ । ଗଡ଼ଜାତ ମିଶ୍ରଣ ପରେ ସେ ସକ୍ରିୟ ରାଜନୀତିରେ ଯୋଗଦେଇଥିଲେ । ୧୯୪୬ ମସିହାରେ ସେ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ଓ ୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ସ୍ୱାଧୀନତା ପରର ୧ମ, ୨ୟ, ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ସେ ବିଭିନ୍ନ ସମୟରେ ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ ଓ ଭାରତୀୟ ଲୋକ ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ ।[୩]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୧୯୪୬ | ୧୯୫୨ | ସଭ୍ୟ, ସ୍ୱାଧୀନତା ପୂର୍ବରୁ ୨ୟ ଓଡ଼ିଶା ବିଧାନ ସଭା | ଆଠଗଡ଼ | ନିର୍ଦ୍ଦଳୀୟ |
| ୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | ତାଳଚେର | ଭାରତୀୟ ଜାତୀୟ କଂଗ୍ରେସ |
| ୧୯୫୭ | ୧୯୬୧ | ସଭ୍ୟ, ୨ୟ ଓଡ଼ିଶା ବିଧାନ ସଭା | ତାଳଚେର | ଭାରତୀୟ ଜାତୀୟ କଂଗ୍ରେସ |
| ୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ପାଲଲହଡ଼ା | ଜନ କଂଗ୍ରେସ |
| ୧୯୬୧ | ୧୯୬୧ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା (ଇସ୍ତଫା) | ତାଳଚେର | ଭାରତୀୟ ଜାତୀୟ କଂଗ୍ରେସ |
| ୧୯୬୭ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା | ପାଲଲହଡ଼ା | ଜନ କଂଗ୍ରେସ |
| ୧୯୭୧ | ୧୯୭୧ | ସଭ୍ୟ, ୪ର୍ଥ ଓଡ଼ିଶା ବିଧାନ ସଭା (ଇସ୍ତଫା) | ଆଠଗଡ଼ | ଜନ କଂଗ୍ରେସ |
ମୃତ୍ୟୁ
[ସମ୍ପାଦନା]ପବିତ୍ର ୧୯୮୮ ମସିହାର ସେପ୍ଟେମ୍ବର ମାସ ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[୪] [୩] ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ "6th Lok Sabha Members Bioprofile". Retrieved 14 June 2020.
- ↑ D. P. Mishra (1998). People's Revolt in Orissa: A Study of Talcher. Atlantic Publishers & Dist. pp. 212–. ISBN 978-81-7156-739-3.
- ↑ ୩.୦ ୩.୧ ୩.୨ ୩.୩ "Shri Pabitra Mohan Pradhan". odishaassembly.nic.in. Odisha Assembly. Retrieved 21 February 2020.
- ↑ "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୧୩/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. p. ୨. Archived from the original on 13 June 2020. Retrieved 13 June 2020.
{{cite news}}:|archive-date=/|archive-url=timestamp mismatch; 14 ଜୁନ 2020 suggested (help)