ଚନ୍ଦ୍ର ଶେଖର ପ୍ରଧାନ

ଉଇକିପିଡ଼ିଆ‌ରୁ
ଚନ୍ଦ୍ର ଶେଖର ପ୍ରଧାନ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ପୂର୍ବ ଅଧିକାରୀଅଞ୍ଚଳ ମାଝି
ପର ଅଧିକାରୀପ୍ରତାପ କେଶରୀ ଦେଓ
ନିର୍ବାଚନ ମଣ୍ଡଳୀଭବାନୀପାଟଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-08-09)୯ ଅଗଷ୍ଟ ୧୯୩୨
ମୃତ୍ୟୁ୧୧ ମଇ ୨୦୧୫(2015-05-11) (ବୟସ ୮୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ
ଜୀବନ ସାଥୀଇନ୍ଦୁମତି ପ୍ରଧାନ
ବାପା/ବୋଉଚୂଡ଼ାମଣି ପ୍ରଧାନ (ବାପା)
ବୃତ୍ତିରାଜନୀତିଜ୍ଞ

ଚନ୍ଦ୍ର ଶେଖର ପ୍ରଧାନ (୯ ଅଗଷ୍ଟ ୧୯୩୨ - ୫ ନଭେମ୍ବର ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଚନ୍ଦ୍ର ଶେଖର ପ୍ରଧାନ ୧୯୩୨ ମସିହାର ଅଗଷ୍ଟ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚୂଡ଼ାମଣି ପ୍ରଧାନ ଓ ପତ୍ନୀଙ୍କ ନାମ ଇନ୍ଦୁମତି ପ୍ରଧାନ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଚନ୍ଦ୍ର ଶେଖର ପ୍ରଧାନ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଚନ୍ଦ୍ର ଶେଖର ୨୦୧୫ ମସିହାର ନଭେମ୍ବର ୫ ତାରିଖରେ ୮୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧] ୧ ଡିସେମ୍ବର ୨୦୧୫ରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Chandra Sekhar Pradhan". odishaassembly.nic.in. Odisha Assembly. Retrieved 16 May 2021.
  2. "No Debate on Farm Death, Opposition Stages Walkout of Odisha Assembly". The New Indian Express. 2 December 2015. Retrieved 16 May 2021.