ଚନ୍ଦ୍ର ମୋହନ ସିଂହ
ଚନ୍ଦ୍ର ମୋହନ ସିଂହ | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ହରଦେବ ତିରିୟା |
ପର ଅଧିକାରୀ | କାର୍ତ୍ତିକ ଚନ୍ଦ୍ର ମାଝି |
ନିର୍ବାଚନ ମଣ୍ଡଳୀ | ରାଇରଙ୍ଗପୁର |
ସାଂସଦ: ୫ମ (ଉପ ନିର୍ବାଚନ), ୬ଷ୍ଠ ଲୋକ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୯ | |
ନିର୍ବାଚନ ମଣ୍ଡଳୀ | ମୟୂରଭଞ୍ଜ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୨ ମାର୍ଚ୍ଚ ୧୯୨୩ |
ମୃତ୍ୟୁ | ୧୩ ମଇ ୨୦୦୨ | (ବୟସ ୭୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ବନବାସିନୀ ସିଂହ |
ବାପା/ବୋଉ | ଏସ୍. ଆର୍. ସିଂହ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଚନ୍ଦ୍ର ମୋହନ ସିଂହ (୨୨ ମାର୍ଚ୍ଚ ୧୯୨୩ - ୧୩ ମଇ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଚନ୍ଦ୍ର ମୋହନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଚନ୍ଦ୍ର ମୋହନ ସିଂହ ୧୯୨୩ ମସିହାର ମାର୍ଚ୍ଚ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଏସ୍. ଆର୍. ସିଂହ ଏବଂ ପତ୍ନୀଙ୍କ ନାମ ବନବାସିନୀ ସିଂହ ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଅଟ୍ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଚନ୍ଦ୍ର ମୋହନ ସିଂହ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ଜଣେ ସାଂସଦ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଚନ୍ଦ୍ର ମୋହନ ସିଂହ ୨୦୦୨ ମସିହାର ମଇ ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା ।