ଗଣନାଥ ପ୍ରଧାନ
ଗଣନାଥ ପ୍ରଧାନ | |
---|---|
ସାଂସଦ: ୬ଷ୍ଠ ଲୋକ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୭୯ | |
ପର ଅଧିକାରୀ | କୃପାସିନ୍ଧୁ ଭୋଇ |
ନିର୍ବାଚନ ମଣ୍ଡଳୀ | ସମ୍ବଲପୁର |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ତ୍ରିବିକ୍ରମ ମଲ୍ଲିକ |
ପର ଅଧିକାରୀ | ନିତ୍ୟାନନ୍ଦ ଗଡ଼ତିଆ |
ନିର୍ବାଚନ ମଣ୍ଡଳୀ | ବିଜେପୁର |
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ନିକୁଞ୍ଜ ବିହାରୀ ସିଂହ, ମହାନନ୍ଦ ବାହାଦୁର |
ପର ଅଧିକାରୀ | ଭରତ ଚନ୍ଦ୍ର ହୋତା |
ନିର୍ବାଚନ ମଣ୍ଡଳୀ | ବରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୭ ଡିସେମ୍ବର ୧୯୨୪ |
ମୃତ୍ୟୁ | ୧୪ ଅକ୍ଟୋବର ୨୦୦୪ | (ବୟସ ୭୯)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସମ୍ୟୁକ୍ତ ସୋସିଆଲିଷ୍ଟ ପାର୍ଟି |
ଜୀବନ ସାଥୀ | ପାର୍ବତୀ ପ୍ରଧାନ |
ବାପା/ବୋଉ | ସଂକୀର୍ତ୍ତନ ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଗଣନାଥ ପ୍ରଧାନ (୭ ଡିସେମ୍ବର ୧୯୨୪ - ୧୪ ଅକ୍ଟୋବର ୨୦୦୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର ଏବଂ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ସେ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଗଣନାଥ ପ୍ରଧାନ ୧୯୨୪ ମସିହାର ଡିସେମ୍ବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସଂକୀର୍ତ୍ତନ ପ୍ରଧାନ ଓ ପତ୍ନୀଙ୍କ ନାମ ପାର୍ବତୀ ପ୍ରଧାନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଗଣନାଥ ପ୍ରଧାନ ଓଡ଼ିଶା ରାଜନୀତିରେ ସମ୍ୟୁକ୍ତ ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ସାଂସଦ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ବରଗଡ଼ | ସମ୍ୟୁକ୍ତ ସୋସିଆଲିଷ୍ଟ ପାର୍ଟି |
୧୯୭୪ | ୧୯୭୭ | ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା | ବିଜେପୁର | ସମ୍ୟୁକ୍ତ ସୋସିଆଲିଷ୍ଟ ପାର୍ଟି |
୧୯୭୭ | ୧୯୭୯ | ସଭ୍ୟ, ୬ଷ୍ଠ ଲୋକ ସଭା | ସମ୍ବଲପୁର | ବି.ଏଲ୍.ଡି. |
ମୃତ୍ୟୁ
[ସମ୍ପାଦନା]ଗଣନାଥ ପ୍ରଧାନ ୨୦୦୪ ମସିହାର ଅକ୍ଟୋବର ୧୪ ତାରିଖରେ ୭୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Gananath Pradhan". odishaassembly.nic.in. Odisha Assembly. Retrieved 25 July 2021.