ମନମୋହନ ଟୁଡୁ
ମନମୋହନ ଟୁଡୁ | |
---|---|
ବିଧାୟକ: ୨ୟ, ୩ୟ, ୪ର୍ଥ, ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୭୩ | |
ପର ଅଧିକାରୀ | ରାବଣେଶ୍ୱର ମଢ଼େଇ |
ନିର୍ବାଚନ ମଣ୍ଡଳୀ | ଉଦଳା |
ସାଂସଦ: ୫ମ ଲୋକ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୭ | |
ନିର୍ବାଚନ ମଣ୍ଡଳୀ | ମୟୂରଭଞ୍ଜ |
ସାଂସଦ: ୭ମ ଲୋକ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୮୪ | |
ନିର୍ବାଚନ ମଣ୍ଡଳୀ | ମୟୂରଭଞ୍ଜ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଜାନୁଆରୀ ୧୪, ୧୯୧୮ |
ମୃତ୍ୟୁ | ୯ ଜାନୁଆରୀ ୨୦୦୭ | (ବୟସ ୮୮)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନ କଂଗ୍ରେସ |
ଜୀବନ ସାଥୀ | ସୀତା ଦେବୀ |
ବାପା/ବୋଉ | ଫୁଦାମ ମାଝୀ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ମନମୋହନ ଟୁଡୁ (୧୪ ଜାନୁଆରୀ ୧୯୧୮ - ୯ ଜାନୁଆରୀ ୨୦୦୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ମନମୋହନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଜନ କଂଗ୍ରେସ କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଚାରିଥର ବିଧାୟକ ଭାବରେ ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଦୁଇଥର ସାଂସଦ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭, ୧୯୬୧, ୧୯୬୭ ଓ ୧୯୭୧ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ, ୩ୟ, ୪ର୍ଥ, ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ସେ ୧୯୭୧ ଓ ୧୯୮୦ ମସିହାରେ ମୟୂଭଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୭ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ଶିକ୍ଷା ଓ ପରିବାର
[ସମ୍ପାଦନା]ମନମୋହନ ଟୁଡୁ ୧୯୧୮ ମସିହାର ଜାନୁଆରୀ ମାସ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଫୁଦାମ ମାଝୀ ।[୧] ତାଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ । ତାଙ୍କ ପତ୍ନୀଙ୍କ ନାମ ସୀତା ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ମନମୋହନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଜନ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବଂ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।
ମୃତ୍ୟୁ
[ସମ୍ପାଦନା]ମନମୋହନ ଟୁଡୁ ୨୦୦୭ ମସିହାର ଜାନୁଆରୀ ମାସ ୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Manmohan Tudu". odishaassembly.nic.in. Odisha Assembly. Retrieved 27 August 2019.