ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ
C. Rajagopalachari 1948.jpg
ଭାରତର ଗଭର୍ଣ୍ଣର ଜେନେରାଲ
In office
୨୧ ଜୁନ ୧୯୪୮ – ୨୬ ଜାନୁଆରୀ ୧୯୫୦
Monarch George VI
ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ
ପୂର୍ବ ଅଧିକାରୀ The Earl Mountbatten of Burma
ପର ଅଧିକାରୀ ପଦବୀ ଉଚ୍ଛେଦ ହୋଇଥିଲା
ମାଡ୍ରାସରର ମୁଖ୍ୟ ମନ୍ତ୍ରୀ
In office
୧୦ ଅପ୍ରେଲ ୧୯୫୨ – ୧୩ ଅପ୍ରେଲ ୧୯୫୪
ରାଜ୍ୟପାଳ ଶ୍ରୀ ପ୍ରକାଶ
ପୂର୍ବ ଅଧିକାରୀ ପି. ଏସ. କୁମାରସ୍ଵାମୀ ରାଜା
ପର ଅଧିକାରୀ କେ. କାମରାଜ
ସ୍ଵରାଷ୍ଟ୍ର ମନ୍ତ୍ରୀ
In office
୨୬ ଡିସେମ୍ବର ୧୯୫୦ – ୨୫ ଅକ୍ଟୋବର ୧୯୫୧
ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ
ପୂର୍ବ ଅଧିକାରୀ ବଲ୍ଲଭଭାଇ ପଟେଲ
ପର ଅଧିକାରୀ କୈଳାଶ ନାଥ କାଟଜୁ
ପଶ୍ଚିମବଙ୍ଗର ରାଜ୍ୟପାଳ
In office
୧୫ ଅଗଷ୍ଟ ୧୯୪୭ – ୨୧ ଜୁନ ୧୯୪୮
Premier ପ୍ରଫୁଲ୍ଲ ଚନ୍ଦ୍ର ଘୋଷ
ବିଧାନ ଚନ୍ଦ୍ର ରାୟ
ପୂର୍ବ ଅଧିକାରୀ ଫ୍ରେଡରିକ ବରୋସ
ପର ଅଧିକାରୀ କୈଳାଶ ନାଥ କାଟଜୁ
ମାଡ୍ରାସର ପ୍ରଧାନମନ୍ତ୍ରୀ
In office
୧୪ ଜୁଲାଇ ୧୯୩୭ – ୯ ଅକ୍ଟୋବର ୧୯୩୯
ରାଜ୍ୟପାଳ The Lord Erskine
ପୂର୍ବ ଅଧିକାରୀ କୁର୍ମ ଭେଙ୍କଟ ରେଡ୍ଡୀ ନାଇଡୁ
ପର ଅଧିକାରୀ ଟାଙ୍ଗୁତୁରୀ ପ୍ରକାଶମ
Personal details
ଜନ୍ମ ୧୦ ଡିସେମ୍ବର ୧୮୭୮(1878-12-10)
ଥୋରାପଲ୍ଲୀ, British Raj (now India)
ମୃତ୍ୟୁ ୨୫ ଡିସେମ୍ବର, ୧୯୭୨ (୯୪ ବର୍ଷ)
ଚେନ୍ନାଇ, ଭାରତ
ରାଜନୀତିକ ଦଳ ସ୍ଵତନ୍ତ୍ର ପାର୍ଟି (୧୯୫୯–୧୯୭୨)
ଅନ୍ୟାନ୍ୟ ରାଜନୈତିକ
ସମ୍ବନ୍ଧ
କଂଗ୍ରେସ (୧୯୫୭ ପୂର୍ବରୁ)
Indian National Democratic Congress (୧୯୫୭–୧୯୫୯)
ଜୀବନ ସାଥୀ Alamelu Mangamma (୧୮୯୭–୧୯୧୬)
ଶିକ୍ଷାନୁଷ୍ଠାନ ସେଣ୍ଟ୍ରାଲ କଲେଜ
ପ୍ରେସିଡେନ୍ସୀ କଲେଜ
ପେଷା ଓକିଲ
ଲେଖକ
ରାଜନେତା
ଧର୍ମ Hinduism

ଚକ୍ରବର୍ତ୍ତୀ ରାଜଗୋପାଳଚାରୀ (୧୦ ଡିସେମ୍ବର ୧୮୭୮ - ୨୫ ଡିସେମ୍ବର ୧୯୭୨), ରାଜାଜୀ ବା ସିଆର ଭାବେ ମଧ୍ୟ ପରିଚିତ, ଜଣେ ସ୍ଵାଧୀନତା ସଂଗ୍ରାମୀ, ରାଜନେତା ତଥା ଲେଖକ ଥିଲେ ।[୧] ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ ରାଜାଜୀ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ, ପଶ୍ଚିମବଙ୍ଗର ରାଜ୍ୟପାଳ, ମାଡ୍ରାସ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରରେ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରୀ ତଥା ଭାରତର ଶେଷ ଗଭର୍ଣ୍ଣର ଜେନେରାଲ[୨] ଭାବେ କାର୍ଯ୍ୟ କରିଥିଲେ । ସେ ସ୍ଵତନ୍ତ୍ର ପାର୍ଟି ନାମରେ ଏକ ଦଳ ଗଠନ କରିଥିଲେ ।

ଜୀବନୀ[ସମ୍ପାଦନା]

ତାମିଲନାଡୁର କୃଷ୍ଣାଗିରୀ ଜିଲ୍ଲା ଅନ୍ତର୍ଗତ ଥୋରାପଲିଠାରେ ୧୮୭୮ ମସିହା ଡିସେମ୍ବର ୧୦ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ [୩]। ବାଲ୍ୟଶିକ୍ଷା ପରେ ବେଙ୍ଗାଲୂରୁର ସେଣ୍ଟ୍ରାଲ କଲେଜ ଓ ମାଡ୍ରାସର ପ୍ରେସିଡେନ୍ସୀ କଲେଜରୁ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୦୦ରେ ସେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ସାଲେମ ପୌରାଞ୍ଚଳର କାଉନ୍ସିଲର ଭାବେ ସେ ପ୍ରଥମେ ରାଜନୀତିରେ ପ୍ରବେଶ କରିଥିଲେ । ପରେ ସେ ସାଲେମ ପୌରାଞ୍ଚଳର ଅଧ୍ୟକ୍ଷ ହୋଇଥିଲେ । ସେ ଜାତୀୟ କଂଗ୍ରେସରେ ଯୋଗ ଦେଇ ରାୱଲାଟ ଆଇନ, ଅସହଯୋଗ ଆନ୍ଦୋଳନ, ଭାଇକୋମ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୩୦ରେ ସେ ଜେଲ ଯାଇଥିଲେ । ୧୯୩୭ରେ ସେ ମାଡ୍ରାସ ପ୍ରେସିଡେନ୍ସୀର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ଜର୍ମାନୀ ବିରୋଧରେ ବ୍ରିଟେନ ଯୁଦ୍ଧ ଘୋଷଣା କରିବା ପରେ ୧୯୪୦ମସିହାରେ ସେ ଇସ୍ତଫା ଦେଇଥିଲେ । ଯୁଦ୍ଧରେ ବ୍ରିଟେନକୁ ସହଯୋଗ କରିବା ପାଇଁ ସେ କହିବା ସହ ଭାରତଛାଡ଼ ଆନ୍ଦୋଳନକୁ ବିରୋଧ କରୁଥିଲେ । ସେ ମହମ୍ମଦ ଅଲି ଜିନା ଓ ମୁସଲିମ ଲିଗ ସହ ଆଲୋଚନା କରି କେତେକ ପ୍ରସ୍ତାବ ଦେଇଥିଲେ ଯାହା ସି.ଆର ଫର୍ମୁଲା ନାମରେ ନାମିତ । ୧୯୪୬ ମସିହାରେ ଦେଶର ଅନ୍ତରୀଣ ସରକାରରେ ସେ ଶିଳ୍ପ, ଶିକ୍ଷା ଓ ଅର୍ଥମନ୍ତ୍ରୀ ଥିଲେ । ରାଜାଜୀ ପ୍ରସିଦ୍ଧ କର୍ଣ୍ଣାଟକୀ ସଙ୍ଗୀତ କୁରାଇ ‘ଓନରୁମ ଇଲାଇ’ର ସ୍ଵର ସଂଯୋଜନା କରିଥିଲେ । ୧୯୭୨ ମସିହା ଡିସେମ୍ବର ୨୫ତାରିଖ ଦିନ ତାଙ୍କର ପରଲୋକ ଘଟିଥିଲା ।[୪]

ଆଧାର[ସମ୍ପାଦନା]