ଏଚ.ଡି. ଦେବଗୌଡ଼ା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏଚ.ଡି. ଦେବଗୌଡ଼ା
H D Deve Gowda
H. D. Deve Gowda
୧୧ ଭାରତର ପ୍ରଧାନମନ୍ତ୍ରୀ
In office
୧ ଜୁନ ୧୯୯୬ – ୨୧ ଅପ୍ରିଲ ୧୯୯୭
ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା
ପୂର୍ବ ଅଧିକାରୀ ଅଟଳ ବିହାରୀ ବାଜପେୟୀ
ପର ଅଧିକାରୀ ଇନ୍ଦ୍ର କୁମାର ଗୁଜରାଲ

ହରଦାନହଲ୍ଲୀ ଡୋଡ଼େଗୌଡ଼ା ଦେବଗୌଡ଼ା(ଜନ୍ମ ୧୮ ମଇ ୧୯୩୩)[୧][୨] ଜଣେ ଭାରତୀୟ ରାଜନେତା ଓ ଜୁନ ୧୯୯୬- ଅପ୍ରିଲ ୧୯୯୭ ଯାଁଏ ଭାରତର ପ୍ରଧାନମନ୍ତ୍ରୀ ଥିଲେ।[୩] ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଗୌଡ଼ା ୧୯୯୪-୧୯୯୬ ଯାଁଏ କର୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ। ଗୌଡ଼ା ୧୬ତମ ଲୋକ ସଭାର ସଦସ୍ୟ ଓ କର୍ଣାଟକର ହସନ ନିର୍ବାଚନ ମଣ୍ଡଳିରୁ ସାଂସଦ। ଗୌଡ଼ା ଜନତା ଦଳ (ସେକ୍ୟୁଲାର)ର ରାଷ୍ଟ୍ରୀୟ ସଭାପତି ମଧ୍ୟ ଅଟନ୍ତି।[୪]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ଗୌଡ଼ାଙ୍କ ଜନ୍ମ କର୍ଣାଟକର ହରଦନହଲ୍ଲୀ ଗ୍ରାମରେ ୧୮ ମି ୧୯୩୩ରେ ହେଇଥିଲେ।[୫][୬][୭][୮][୯] ସେ ସିଭିଲ ଇଞ୍ଜିନିୟରିଙ୍ଗରେ ଡିପ୍ଲୋମା ପ୍ରାପ୍ତ କରିଥିଲେ।[୧୦] ସେ ଚେନ୍ନମାଙ୍କୁ ବିବାହ କରିଥିଲେ ଓ ବିବାହ ପରେ ଚାରୋଟି ପୁଅ ଓ ଦୁଇଟି ଝିଅଙ୍କ ବାପା ହେଇଥିଲେ।[୧୧]

ରାଜନୈତିକ ଜୀବନ[ସମ୍ପାଦନା]

ଗୌଡ଼ା ୧୯୫୩ ମସିହାରେ ଭାରତୀୟ‌ କଂଗ୍ରେସରେ ଯୋଗ ଦେଇଥିଲେ ଓ ୧୯୬୨ ଯାଏଁ କଂଗ୍ରେସର ସଦସ୍ୟ ଥିଲେ।[୧୨] ୧୯୬୨ ମସିହାରେ ଗୌଡ଼ା ହୋଲେନରସିପୁରା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପାର୍ଥୀ ଭାବେ କର୍ଣାଟକ ବିଧାନ ସଭାର ସଦସ୍ୟ ହେଇଥିଲେ ପରେ, ଗୌଡ଼ା ୬ଥର ଯାଏଁ ସେହି ମଣ୍ଡଳୀରୁ ନିର୍ବାଚିତ ହେଇଥିଲେ। କଂଗ୍ରେସର ବିଭାଜନ ପରେ ଗୌଡ଼ା କଂଗ୍ରେସ(ଅନ୍ୟ) ରେ ଯୋଗ ଦେଇଥିଲେ ଓ ମାର୍ଚ୍ଚ ୧୯୭୨ ରୁ ମାର୍ଚ୍ଚ ୧୯୭୬ ଯାଏଁ ଓ ପରେ ଡିସ୍ୱମ୍ବର ୧୯୭୭ ଯାଏଁ ବିରୋଧୀ ଦଳର ନେତା ଥିଲେ।[୧୩] ଆପାତ୍ତକାଳିନ ସ୍ଥିତିରେ ଗୌଡା ୧୯୭୫-୭୭ ଯାଏଁ ଜେଲରେ ବନ୍ଦୀ ଥିଲେ।ଦେବଗୌଡ଼ା ଦୁଇଥର ଯାଏଁ  ଜନତା ପାର୍ଟିର ସଭାପତି ଥିଲେ।ପରେ ଡିସେମ୍ବର ୧୯୯୪ ମସିହାରେ ସେ କର୍ଣାଟକର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସପଥ ଗ୍ରହଣ କରିଥିଲେ।

୧୯୯୬ ନିର୍ବାଚ୍ଚନରେ ଗୌଡ଼ା ଭାରତର ୧୨ତମ ପ୍ରଧାନମନ୍ତ୍ରୀ ହେଇଥିଲେ।

ପଦ[ସମ୍ପାଦନା]

  • ୧୯୬୨–୮୯ : କର୍ଣାଟକ ବିଧାନ ସଭା ସଦସ୍ୟ
  • ୧୯୭୨-୭୬ : ବିରୋଧୀ ଦଳ ନେତା।
  • ୧୯୯୧ : ୧୦ମ ଲୋକ ସଭା ସଦସ୍ୟ।
  • ୧୯୯୪-୯୬ : କର୍ଣାଟକ ର ମୁଖ୍ୟମନ୍ତ୍ରୀ
  • ଜୁନ ୧୯୯୬-ଅପ୍ରିଲ ୧୯୯୭: ଭାରତର ପ୍ରଧାନମନ୍ତ୍ରୀ

ଆଧାର[ସମ୍ପାଦନା]