କେ. କାମରାଜ

ଉଇକିପିଡ଼ିଆ ରୁ
Jump to navigation Jump to search

କୁମାରସ୍ୱାମୀ କାମରାଜ (K. Kamaraj) (୧୫ ଜୁଲାଇ ୧୯୦୩– ୨ ଅକ୍ଟୋବର ୧୯୭୫ )ଚାରି ବର୍ଷ ପାଇଁ (୧୯୬୪--୧୯୬୭) ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ । ନେହେରୁଙ୍କ ମୃତ୍ୟୁ ପରେ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଆସନ ଦେବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ସେ ୧୯୫୪ରୁ ୧୯୬୩ ମଧ୍ୟରେ ତାମିଲନାଡୁର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ରାଜ୍ୟରେ 9ଟି ଡ୍ୟାମ ତିଆରି କରି କୃଷକ ତଥା କୃଷିର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଥିବା ଏହି ନେତା ଜଣକ ଅତ୍ୟନ୍ତ ସରଳ ଜୀବନଯାପନ କରୁଥିଲେ ।[୧] ତାମିଲନାଡୁର ଅନ୍ୟତମ ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଖରେ ସେ ପରିଚିତ ।[୨]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

କାମରାଜଙ୍କ ଜନ୍ମ ୧୫ ଜୁଲାଇ ୧୯୦୩ରେ ତାମିଲନାଡୁର ବିରୁଦ୍ଧୁନଗରରେ । ପିତା ଥିଲେ କୁମାରସ୍ୱାମୀ ନଦାର ଏବଂ ମାତା ଥିଲେ ଶିବଗାମୀ ଆମାଲ । ତାଙ୍କର ପିତୃମାତୃ ଦତ୍ତ ନାମ ଥିଲା କାମାଚ୍ଚି, କିନ୍ତୁ ପରବର୍ତ୍ତୀ ସମୟରେ ନାମ ବଦଳାଇ କାମରାଜ ରଖାଗଲା । ପିତା ବୃତ୍ତିରେ ଥିଲେ ଜଣେ ବ୍ୟବସାୟୀ । କାମରାହଙ୍କ ଜନ୍ମର ଚାରିବର୍ଷ ପରେ ଅର୍ଥାର ୧୯୦୭ରେ କାମରାଜଙ୍କ ଭଉଣୀ ନାଗମଲଙ୍କ ଜନ୍ମ । ମାତ୍ର ୫ ବର୍ଷ ବୟସରେ ସେ ଗାଁର ପାରମ୍ପରିକ ବିଦ୍ୟାଳୟରେ ନାମ ଲେଖାଇଲେ । ୧୯୦୮ ମସିହାରେ ସେ ୟେନ୍ନାଧୀ ନାରାୟଣ ବିଦ୍ୟା ସାଲାଇରେ ଏବଂ ୧୯୦୯ରେ ବିରୁଦ୍ଧୁପତି ହାଇସ୍କୁଲରେ ନାମ ଲେଖାଇଲେ । କାମରାଜଙ୍କ ବୟସ ଯେତେବେଳେ ମାତ୍ର ଛଅବର୍ଷ, ତାଙ୍କ ବାପା ମୃତ୍ୟୁ ବରଣ କଲେ । ୧୯୧୪ ମସିହାରେ ସେ ପରିବାର ଚଳାଇବା ପାଇଁ ବାଧ୍ୟ ହୋଇ ପାଠପଢା ଛାଡି ଦେଇଥିଲେ ।[୩]

ରାଜନୀତି ଓ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ[ସମ୍ପାଦନା]

ପରିବାର ପ୍ରତିପୋଷଣ ପାଇଁ ସେ ତାଙ୍କ କକାଙ୍କ ଦୋକାନରେ କାମକରିବା ଆରମ୍ଭ କଲେ । ଏହି ସମୟ ମଧ୍ୟରେ ସେ ଭାରତୀୟ ହୋମ ରୁଲ ଆନ୍ଦୋଳନ ପାଇଁ ହେଉଥିବା ସାଧାରଣ ସଭା ତଥା ଶୋଭାଯତ୍ରାରେ ଯୋଗ ଦେଉଥାନ୍ତି । ପ୍ରତିଦିନ ଖବରକାଗଜ ପଢି ସେ ତତ୍କାଳୀନ ଭାରତର ରାଜନୈତିକ ସ୍ଥିତି ସମ୍ପର୍କରେ ଖବର ରଖୁ ରଖୁ ଭାରତର ରାଜନୀତିରେ ତାଙ୍କର ରୁଚି ବଢିବାରେ ଲାଗିଲା ।[୪] ଏଭଳି ଏକ ସମୟରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟଣା ତାଙ୍କ ଅଜୀବନର ଗତିପଥ ବଦଳାଇଦେଲା । ଏହି ଘଟଣା ପରେ ସେ ଇଂରେଜ ଶାସନର ଅବସାନ ନିମିତ୍ତ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ସ୍ଥିର କରିନେଲେ । ୧୯୨୦ ମସିହାରେ ତାଙ୍କୁ ଯେତେବେଳେ ମାତ୍ର ୧୮ ବର୍ଷ ବୟସ, ସେ କଂଗ୍ରେସର ସକ୍ରୀୟ ସଦସ୍ୟ ଭାବେ ଯୋଗଦାନ କଲେ । ୧୯୨୧ ବେଳକୁ ସେ କଂଗ୍ରେସ ନେତା ମାନଙ୍କ ପାଇଁ ବିରୁଦ୍ଧନଗରରେ ସାଧାରଣ ସଭା ସମିତିରର ଆଯୋଜନ କରିବା ତାଙ୍କର କାମ ଥିଲା । ମହାତ୍ମା ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ସେ ଭାରି ଆଗ୍ରହୀ ଥିଲେ । ଏଭଳି ଏକ ସୂଯୋଗ ଆସିଲା ୟେତେବେଲେ ମହାତ୍ମା ଗନ୍ଧୀ୨୧ ସେପ୍ଟେମ୍ବର ୧୯୨୧ରେ ମଦୁରାଇରେ ଏକ ସାଧାରଣ ସଭାରେ ଯୋଗଦାନ କଲେ । କାମରାଜ ସେତେବେଳେ ଗାନ୍ଧୀଙ୍କୁ ବ୍ୟକ୍ତିଗତଭାବେ ମିଶିବାର ସୂଯୋଗ ପାଇଲେ । ଏହାପରେ ସେ ଗାଁ ଗାଁ ବୁଲି ଗାନ୍ଧୀଙ୍କ ବାର୍ତ୍ତା ପ୍ରଚାର କରିବାକୁ ଲାଗିଲେ ।

୧୯୨୨ ବେଳକୁ ଭାରତରେ ଅସହଯୋଗ ଆନ୍ଦୋଳନ ଚାଲିଥାଏ ଏବଂ କଂଗ୍ରେସ ୱେଲସର ଯୁବରାଜଙ୍କ ଭାରତ ଯାତ୍ରାକୁ ବହିଷ୍କାର କରିବା ନିଷ୍ପତ୍ତି ନେଇଥାଏ । ଏହି ସମୟରେ କାମରାଜା ମାଡ୍ରାସ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେଲେ । ୧୯୨୩-୨୫ ବେଳକୁ କାମରାଜ ନାଗପୁର ପତାକା ସତ୍ୟାଗ୍ରହରେ ସାମିଲ ହେଲେ । ୧୯୨୭ରେ ସେ ମାଡ୍ରାସରେ ସେ ଖଣ୍ଡା ସତ୍ୟାଗ୍ରହରେ ଯୋଗ ଦେଲେ ଏବଂ ପ୍ରସ୍ତାବିତ ନୀଲ ପ୍ରତିମୂର୍ତ୍ତି ସତ୍ୟାଗ୍ରହର ନେତୃତ୍ୱ ପାଇଁ ତାଙ୍କୁ କୁହାଗଲା । ତେବେ ସାଇମନ କମିଶନ ବହିଷ୍କାର ଯୋଗୁଁ ଏହି ପ୍ରସ୍ତାବରୁ ସେ ବିରତ ରହିଲେ ।

ସମ୍ମାନ[ସମ୍ପାଦନା]

କାମରାଜଙ୍କ କର୍ମମୟ ଜୀବନରେ ଦେଶର ସ୍ୱାଷୀନତା ସଂଗ୍ରାମରେ ତାଙ୍କ ଭୂମିକା ତଥା ରାହନେତା ଭାବେ ଦେଶ ଗଠନରେ ତାଙ୍କର ଅବଦାନକୁ ସମ୍ମାନ ଦେଇ ଭାରତ ସରକାର ୧୯୭୬ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ ।[୫]

ଆଧାର[ସମ୍ପାଦନା]

  1. "He raised the bar with simplicity". The Hindu (in ଇଂରାଜୀ). 16 July 2008. Retrieved 17 August 2018.
  2. "Revised edition of book on Kamaraj to be launched". The Hindu (in ଇଂରାଜୀ). 8 July 2009. Retrieved 17 August 2018.
  3. Kapur, Raghu Pati (1966). Kamaraj, the iron man. Deepak Associates. p. 12. Archived from the original on 16 November 2014.
  4. "P. Kandaswamy" (in ଇଂରାଜୀ). Concept Publishing Company. Retrieved 17 August 2018.
  5. "Wayback Machine" (PDF). www.web.archieve.org. 4 March 2009. Retrieved 17 August 2018.