ନରେନ୍ଦ୍ର ମୋଦୀ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ନରେନ୍ଦ୍ର ମୋଦୀ

କାର୍ଯ୍ୟକାଳ
୨୬ ମେ ୨୦୧୪ – ମୁରଲୀ ମନୋହର ଜ
ପୂର୍ବ ଅଧିକାରୀ ମନମୋହନ ସିଂହ

ଗୁଜରାଟର ମୂଖ୍ୟମନ୍ତ୍ରୀ
କାର୍ଯ୍ୟକାଳ
୭ ଅକ୍ଟୋବର ୨୦୧୪ – ୨୨ ମେ ୨୦୦୧
ରାଜ୍ୟପାଳ ସୁନ୍ଦର ସିଂହ ଭଣ୍ଡାରି
କୈଳାସପତି ମିଶ୍ରା
ବଳରାମ ଜାଖର
ନବଲ କିଶୋର ଶର୍ମା
ଏସ.ସି.ଜମିର
ଡ.କମଲ ବେନିୱଲ
ପୂର୍ବ ଅଧିକାରୀ କେଶୁଭାଇ ପଟେଲ
ପର ଅଧିକାରୀ ଆନନ୍ଦିବେନ ପଟେଲ

ବାରଣାସୀରୁ ସଦସ୍ଯ ଲୋକ ସଭା
ପଦସ୍ଥ
Assumed office 
୧୬ ମେ ୨୦୧୪
ପୂର୍ବ ଅଧିକାରୀ ମୁରଲୀ ମନୋହର ଯୋଶୀ

କାର୍ଯ୍ୟକାଳ
୧ ଜାନୁଆରୀ ୨୦୦୨ – ୧୬ ମେ ୨୦୧୬
ପୂର୍ବ ଅଧିକାରୀ କମଲେସ ପଟେଲ
ପର ଅଧିକାରୀ ସୁରେସ ପଟେଲ

ଜନ୍ମ ୧୭ ସେପ୍ଟେମ୍ବର ୧୯୫୦ (1950-09-17) (୬୫ ବର୍ଷ)
ବଡ଼ନଗର, ଭାରତ
ଜାତୀୟତା ଭାରତୀୟ
ରାଜନୀତିକ ଦଳ ଭାରତୀୟ ଜନତା ପାର୍ଟି
ଜୀବନ ସାଥି ଯଶୋଦାବେନ ଚିମନଲାଲ (ବାଳବିବାହ; ଵିର୍କତ)
ଘର ୭,ରେସ କୋର୍ସ ରୋଡ଼,ନୁଆ ଦିଲ୍ଲୀ
ଶିକ୍ଷାନୁଷ୍ଠାନ ଗୁଜରାଟ ବିଶ୍ଵବିଦ୍ୟାଳୟ
ଦିଲ୍ଲୀ ବିଶ୍ଵବିଦ୍ୟାଳୟ
ଧର୍ମ ହିନ୍ଦୁ
ଦସ୍ତଖତ
ୱେବସାଇଟ Official website
Government website


ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦), ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରଖୁଖ ସଦସ୍ୟ। ସେ ୨୦୧୪ ଲୋକସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ[୧]ଭଦୋଦରା[୨]ରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟି ର ନେତା ଲାଲ କୃଷ୍ଣ ଆଡ଼ଭାନୀ ଙ୍କ ଦ୍ଵାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶ ର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। [୩][୪][୫][୬]

ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ବେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକ ମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ ରେ ସେ ଗୁଜୁରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜୁରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିଲେ।

ବିଶ୍ଵର ଏକ ଅଗ୍ରଣୀ ସଂବାଦପତ୍ରିକା ଟାଇମର ୨୬ ମାର୍ଚ୍ଚ ୨୦୧୨ର ସଂଖ୍ୟାରେ ନରେନ୍ଦ୍ର ମୋଦୀଙ୍କର ଫଟୋଚିତ୍ରକୁ ଏହାର କଭରରେ ସ୍ଥାନିତ କରାଯାଇଥିଲା ଓ ଶିରୋନାମା ଥିଲା ମୋଦି ମିନସ୍ ବିଜନେସ୍। ପୂର୍ବରୁ ଏହି ଟାଇମ୍ ପତ୍ରିକାରେ ସ୍ଥାନ ପାଇଥିବା ଅନ୍ୟାନ୍ୟ ଭାରତୀୟମାନେ ହେଲେ ମହାତ୍ମା ଗାନ୍ଧୀ, ବଲ୍ଲଭଭାଇ ପଟେଲ, ଲାଲ ବାହାଦୁର ଶାସ୍ତ୍ରୀ ଓ ଆଚାର୍ଯ୍ୟ ବିନୋବା ଭାବେ ଟାଇମ୍ ପତ୍ରିକାରେ ଗୁଜୁରାଟ ରାଜ୍ୟର ବିକାଶ ପାଇଁ ମୋଦିଙ୍କର ଅବଦାନକୁ ବହୁ ପ୍ରଶଂସା କରାଯାଇଛି ।

ପ୍ରାଥମିକ ଜୀବନ[ସମ୍ପାଦନା]

ନରେନ୍ଦ୍ର ମୋଦୀଙ୍କ ଜନ୍ମ ମେହେସାଣା ଜିଲ୍ଲାର ବଡ଼ନଗରରେ ଏକ ମଧ୍ୟବିତ୍ତ ପରିବାରରେ ହେଇଥିଲା। ଦାମୋଦରଦାସ ମୁଲଚାନ୍ଦ ମୋଦୀ ଓ ତାଙ୍କ ପତ୍ନୀ ହୀରାବେହେନ ମୋଦୀଙ୍କର ଛଅ ସନ୍ତାନ ମଧ୍ୟରେ ସେ ତୃତୀୟ ସନ୍ତାନ । ସେ ଛାତ୍ରାବସ୍ଥାରୁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜଣେ ସଭ୍ୟ ଥିଲେ । ସେ ଗୁଜରାଟ ବିଶ୍ଵବିଦ୍ୟାଳୟରୁ ରାଜନୀତିରେ ସ୍ନାତକୋତର ଡିଗ୍ରୀ ହାସଲ କରିଛନ୍ତି । ଯୁବାବସ୍ଥାରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗଦେଇ ଭ୍ରଷ୍ଟାଚାର ବିରୋଧୀ ନବ ନିର୍ମାଣ ଆନ୍ଦୋଳନରେ ଭାଗନେଇଥିଲେ ।

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍), ଏକ ସାମାଜିକ- ସାଂସ୍କୃତିକ ସଂଗଠନରେ ସେ ଯୋଗ ଦେଇ ଭାରତର ସାମାଜିକ ତଥା ସାଂସ୍କୃତିକ ବିକାଶଧାରା ଉପରେ ବିଶେଷ ଗୁରୁତ୍ବପ୍ରଦାନ କରିଥିଲେ ଓ ନିଜକୁ ନିସ୍ବାର୍ଥପର, ସାମାଜିକ ଦାୟୀତ୍ବ ଓ ଜାତୀୟତାବୋଧ କାର୍ଯ୍ୟରେ ନିୟୋଜିତ କଲେ । ଆରଏସ୍ଏସରେ କାର୍ଯ୍ୟ କରୁଥିବା ସମୟରେ ନରେନ୍ଦ୍ର ମୋଦୀ ବିଭିନ୍ନ ଘଟଣାରେ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଥିଲେ। ତନ୍ମଧ୍ୟରୁ ୧୯୭୪ର ନବ ନିର୍ମାଣ ଦୁର୍ନିତୀ ବିରୁଦ୍ଧରେ ଆନ୍ଦୋଳନ ଏବଂ ସମସ୍ୟା ବହୁଳ ୧୯ମାସ (ଜୁନ୍ ୧୯୭୫ରୁ ଜାନୁୟାରୀ ୧୯୭୭) ଦୀର୍ଘକାଳୀନ ଜରୁରୀକାଳୀନ ପରିସ୍ଥିତିରେ ଯେତେବେଳେ ଭାରତୀୟ ନାଗରିକଙ୍କ ଜୀବନ ଛନ୍ଦି ହୋଇପଡ଼ିଥିଲା ସେତେବେଳେ ସେ ଗଣତନ୍ତ୍ରର ଭାବମୂତ୍ତିର୍କୁ ବଜାୟ ରଖିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ନିଜକୁ କିଛିଦିନ ଧରି ଆତ୍ମଗୋପନ କରାଇ ସେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଏହି ଆନ୍ଦୋଳନକୁ ଜାରି ରଖିଥିଲେ।

ରାଜନୀତି[ସମ୍ପାଦନା]

Modi and other BJP leaders after the party's National Executive Meet. Modi was named the chairman of Central Election Campaign Committee during this meet.

୧୯୮୭ ମସିହାରେ ସେ ବିଜେପିରେ ଯୋଗଦାନ କରି ତାଙ୍କର ମୁଖ୍ୟ ରାଜନୈତିକ ଜୀବନ ଆରମ୍ଭ କଲେ। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେ ଗୁଜୁରାଟ ୟୁନିଟ୍ର ସାଧାରଣ ସମ୍ପାଦକ ସ୍ତରରେ ଅବତୀର୍ଣ ହେଲେ। ଏହି ସମୟରେ ସେ ଜଣେ ଭଲ ସଂଗଠକ ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ଜନସାଧାରଣଙ୍କ ମଧ୍ୟରେ ସୃଷ୍ଟି କରିପାରିଥିଲେ। ସେ ନିଜର ଦଳକୁ ଏକ ଉପଯୁକ୍ତ ମାର୍ଗରେ ପରିଚାଳିତ କରାଇବା ପାଇଁ ଅନେକଗୁଡ଼ିଏ ଆହ୍ବାନମୂଳକ ପଦକ୍ଷେପ ଗ୍ରହଣ କରିଥିଲେ। ଫଳରେ ଦଳଟି ରାଜନୈତିକ ସଫଳତା ହାସଲ କରିବାକୁ ଲାଗିଲା ଏବଂ ୧୯୯୦ ରେ କେନ୍ଦ୍ରରେ ଏକ ମେଣ୍ଟ ସରକାର ଗଠନ ହେଲା ଏହି ସହଭାଗୀତାପୂର୍ଣ ସରକାରଟି ଅଳ୍ପ ମାସ ମଧ୍ୟରେ ଭାଙ୍ଗିଯାଇଥିଲା କିନ୍ତୁ ୧୯୯୫ ରେ ବିଜେପି ଗୁଜୁରାଟ ରେ ନିଜର ଦୁଇ ତୃତୀୟାଂଶ ସଂଖ୍ଯା ଗରିଷ୍ଠତା ହେତୁ କ୍ଷମତାକୁ ଆସିଲା ଏହା ପରଠାରୁ ବିଜେପି ଗୁଜୁରାଟରେ ଶାସନ ଭାର ଚଳାଇ ଆସୁଛି।

୧୯୮୮ ଓ ୧୯୯୫ ମଧ୍ୟରେ ଗୁଜୁରାଟ ରାଜ୍ୟର ଶାସକ ଦଳ ଗଠନ ପାଇଁ ତୃଣମୂଳ ସ୍ତରରେ କାର୍ସ୍ୟ କରି ସଫଳ ହୋଇଥିବାରୁ ମୋଦୀଙ୍କୁ ଜଣେ ପୋଖତ ରଣକୌଶଳବିତ ଭାବରେ ସ୍ବୀକୃତି ପ୍ରଦାନ କରାଗଲା। ଏହି ସମୟରେ ମୋଦୀ ଦୁଇଗୋଟି ଗୁରୁତ୍ବପୂର୍ଣ ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ଦାୟୀତ୍ବକୁ ସଫଳତାପୂର୍ବକ ତୁଲାଇଥିଲେ ଯାହା ଥିଲା ଶ୍ରୀ ଏଲ.କେ. ଆଡଭାନୀଙ୍କ ସହିତ ସୋମନାଥରୁ ଅଯୋଧ୍ୟା ରଥଯାତ୍ରା (ଏକ ଦୀର୍ଘ ଯାତ୍ରା) ଏବଂ ସେହିଭଳି କନ୍ୟାକୁମାରୀ (ଭାରତର ଦକ୍ଷିଣାଞ୍ଚଳ)ରୁ ଉତ୍ତର କାଶ୍ମୀର ଯାତ୍ରା ଏହି ଦୁଇଟି ସଫଳ କାର୍ଯ୍ୟକ୍ରମ ହେତୁ ୧୯୮୮ ରେ ନୂଆ ଦିଲ୍ଲୀରେ ବିଜେପିକୁ ବିପୁଳ ସମର୍ଥନ ମିଳିଥିଲା ଓ ଏହା ପଛରେ ମୋଦିଙ୍କର ପ୍ରଛନ୍ନ ଅବଦାନ ରହିଥିଲା।

୧୯୯୫ ରେ ସେ ଦଳର ରାଷ୍ଟ୍ରୀୟ ସଂପାଦକ ପଦରେ ନିଯୁକ୍ତ ହେଲେ ଏବଂ ଭାରତର ପ୍ରମୁଖ ପାଞ୍ଚଟି ରାଜ୍ୟର ଦାୟୀତ୍ବରେ ରହିଲେ । ୧୯୯୮ରେ ସେ ସଂସ୍ଥାର ସାଧାରଣ ସଂପାଦକ ପଦକୁ ଉନ୍ନୀତ ହେଲେ ଯେଉଁ ପଦରେ ସେ ଅକ୍ଟୋବର ୨୦୦୧ ପର୍ଯ୍ୟନ୍ତ ରହିଥିଲେ ଓ ତାପରେ ତାଙ୍କୁ ଭାରତର ଅନ୍ୟତମ ସମୃଦ୍ଧ ରାଜ୍ୟ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ ଭାବରେ ରହିବା ପାଇଁ ମନୋନୀତ କରାଗଲା। ଜାତୀୟତା ସ୍ତରରେ ରହି କାର୍ଯ୍ୟ କରୁଥିବା ସମୟରେ ମୋଦୀଙ୍କୁ ବିଭିନ୍ନ ରାଜ୍ୟ ସ୍ତରୀୟ ବ୍ୟାପାରକୁ ଅନୁଧ୍ୟାନ କରିବା ଲାଗି ଦାୟୀତ୍ବ ଦିଆଯାଇଥିଲା । ଏଥିମଧ୍ୟରେ ଜମ୍ମୁ ଓ କାଶ୍ମୀର ପରି ଅତି ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ ରାଜ୍ୟର ରାଜନୀତି ତଥା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ଦଳୀୟ ସ୍ଥିତିକୁ ସୁଧାରିବା ପାଇଁ ତାଙ୍କ ଉପରେ ଦାୟୀତ୍ବ ନ୍ୟସ୍ତ କରାଯାଇଥିଲା। ସେ ମଧ୍ୟ ବିଭିନ୍ନ ରାଜ୍ୟରେ ସଂସ୍ଥାର ଆଭିମୂଖ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଦାୟୀତ୍ବ ନେଇଥିଲେ। ରାଷ୍ଟ୍ରୀୟତା ସ୍ତରରେ ଏହି କାର୍ଯ୍ୟ କରୁଥିବା ସମୟରେ ମୋଦୀ ଦଳର ମୁଖପାତ୍ର ଭାବରେ ବିଭିନ୍ନ ପରିସ୍ଥିତିରେ ବହୁ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରିଆସିଛନ୍ତି।


ଅକ୍ଟୋବର ୨୦୦୧ ରେ ତାଙ୍କୁ ଦଳ ପକ୍ଷରୁ ଗୁଜୁରାଟରେ ନେତୃତ୍ବ ନେବା ପାଇଁ ଆହ୍ବାନ କରାଗଲା ଯେତେବେଳେ କି ଗୁଜୁରାଟରେ ପରିସ୍ଥିତି ପ୍ରାକୃତିକ ବିପର୍ଯ୍ୟୟ ଓ ଦୁବିର୍ପାକ ଦ୍ବାରା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା। ଅନ୍ୟ ପକ୍ଷରେ ନରେନ୍ଦ୍ର ମୋଦୀ ବିଚକ୍ଷଣ କୌଶଳନୀତି ଅବଲମ୍ବନ କରି ଏହି ଆହ୍ବାନକୁ ସଫଳତାର ସହିତ ମୁକାବିଲା କରିଥିଲେ। ତାଙ୍କ ପାଇଁ ଏକ ବଡ଼ ଆହ୍ବାନ ଥିଲା ଯେତେବେଳେ ସେ ମୁଖ୍ୟମନ୍ତ୍ରୀ ପଦ ଭାର ଗ୍ରହଣ କଲେ। ୨୦୦୧ ରେ ରାଜ୍ୟରେ ଦେଖା ଦେଇଥିବା ବଡ଼ ଭୂମିକମ୍ପରେ ପ୍ରଭାବିତ ଅଞ୍ଚଳ ତଥା ଲୋକମାନଙ୍କର ପୁନଃନିର୍ମାଣ ଓ ପୁନଃଥଇଥାନ କାର୍ଯ୍ୟ ପାଇଁ ସେ ଚେଷ୍ଟା କରିଥିଲେ । ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ପାଇଁ ଏହି ସମସ୍ୟାଟି ଏକ ବଡ଼ ଆହ୍ଵାନ ଥିଲା ସେତେବେଳେ ୨୦୦୧ର ଜାନୁଆରୀ ମାସରେ ସଂଗଠିତ ହୋଇଥିବା ଏହି ଭୂମିକମ୍ପରେ ଭୁଜ ସହରଟି ପ୍ରାୟ ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଥିଲା ଓ ହଜାର ହଜାର ଲୋକ ବାସ ହରା ହୋଇ ଅସ୍ଥାୟୀ ବାସ ଗୃହରେ ଦିନ ଯାପନ କରୁଥିଲେ।

ଗୁଜୁରାଟକୁ ସବୁବେଳେ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବରେ ପରିଗଣିତ କରାଯାଇଛି ଏକ ସମନ୍ବିତ ସାମାଜିକ ଅର୍ଥନୈତିକ ବିକାଶ ପାଇଁ ସାମାଜିକ ଉଦ୍ୟୋଗ ଗୁଡ଼ିକ ଉପରେ ଉପଯୁକ୍ତ ଭାବରେ ଦୃଷ୍ଟି ଦେଇ ସେ ସମସ୍ତ ପ୍ରକାର ଅସନ୍ତୁଳନତାକୁ ଦୁର କରିବା ପାଇଁ ଚେଷ୍ଟା କରିଥିଲେ। ସେ ପଞ୍ଚାମୃତ ଯୋଜନା - ରାଜ୍ୟର ସମନ୍ବିତ ବିକାଶ ପାଇଁ ଏକ ପଞ୍ଚମୁଖୀ ସ୍ତରୀୟ ପଞ୍ଚାମୃତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପରିକଳ୍ପନା କରିଥିଲେ।

ତାଙ୍କର ନେତୃତ୍ବରେ ଗୁଜୁରାଟ ଶିକ୍ଷା, କୃଷି, ସ୍ବାସ୍ଥ୍ୟସେବା ଏବଂ ଅନେକଗୁଡ଼ିଏ କ୍ଷେତ୍ରରେ ଯଥେଷ୍ଟ ଉନ୍ନତି କରିଥିଲା। ସେ ସଦାସର୍ବଦା ରାଜ୍ୟର ଭବିଷ୍ୟତର ସମୃଦ୍ଧି ପାଇଁ ଅନେକଗୁଡ଼ିଏ ନୀତି-ଭିତ୍ତିକ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ। ସେ କ୍ଷମତାରେ ଆସିବାର ପ୍ରଥମ ୧୦୦ ଦିନ ମଧ୍ୟରେ ତାଙ୍କର ଏହି ପାରଦଶିର୍ତାକୁ ଲକ୍ଷ୍ୟ କରାଯାଇଥିଲା ଏହା କେବଳ ତାଙ୍କର ସ୍ବଛ ପ୍ରଶାସନିକ ଦକ୍ଷତା, ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଓ ଦୃଢ଼ ବ୍ୟକ୍ତିତ୍ବ ଦ୍ବାରା ସମ୍ଭବ ହୋଇପାରିଥିଲା। ୨୦୦୨ରେ ସାଧାରଣ ନିର୍ବାଚନରେ ମୋଦି ସରକାର ୧୮୨ ଟି ଆସନ ମଧ୍ୟରୁ ୧୨୮ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଆସିଥିଲା। ଏହି ବିଜୟ ଧାରା ମଧ୍ୟ ୨୦୦୭ ନିର୍ବାଚନରେ ଜାରି ରହିଥିଲା ଓ ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ପୁଣି ଥରେ କ୍ଷମତା ଗ୍ରହଣ କରିଥିଲା। ୧୭ ସେପ୍ଟେମ୍ବର ୨୦୧୨ ରେ ଗୁଜୁରାଟବାସୀଙ୍କୁ ୪୦୦୦ ଦିନର ସେବା ପ୍ରଦାନ କରି ସେ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେ କ୍ରମାଗତ ତିନୋଟି ନିର୍ବାଚନରେ ଲୋକମାନଙ୍କର ଆଶୀର୍ବାଦ ପାଇ ଆସିଛନ୍ତି। ୨୦୦୨ ଓ ୨୦୦୭ (୧୧୭ଟି ଆସନ) ନିର୍ବାଚନରେ ଦଳକୁ ବିଜୟର ସ୍ବାଦ ଚଖାଇଥିବା ଶ୍ରୀ ମୋଦି ୨୦୧୨ ଗୁଜୁରାଟର ସାଧାରଣ ନିର୍ବାଚନରେ ପୁଣି ଥରେ ବିଜେପିକୁ କ୍ଷମତାକୁ ଆଣିବାରେ ସଫଳ ହୋଇଥିଲେ ଏହି ନିର୍ବାଚନରେ ୧୧୫ଟି ସିଟ ପାଇଥିଲା ଓ କ୍ରମାଗତ ଚତୁର୍ଥ ଥର ପାଇଁ ଶ୍ରୀ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ୨୬ ଡିସେମ୍ବର ୨୦୧୨ ରେ ଶପଥ ଗ୍ରହଣ କରିଥିଲେ।

୨୦୧୩ ରେ ଗୁଜୁରାଟ ରେ ଏକ ବିଶାଳ ଶିଖର ସମ୍ମୀଳନୀର ଆୟୋଜନରେ ବିଶ୍ବର ୧୨୦ ରୁ ଅଧିକ ଦେଶ ଭାଗ ନେବା ଏକ ଗୁରୁତ୍ବପୂର୍ଣ ବିଷୟ ଥିଲା। ଗତ କିଛି ବର୍ଷ ହେଲା ଗୁଜୁରାଟରେ ଦୁଇ ଅଙ୍କ ବିଶିଷ୍ଟ ବିକାଶ ହାର ଜାରି ରହିଛି। ରାଜ୍ୟର ବିକାଶ ଓ ସମୃଞ୍ଚି ଉଦ୍ଦେଶ୍ୟରେ ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକ ଜଡ଼ିତ ହୋଇ ରହିଛି। ପାଦ ପରେ ପାଦ ଆଗେଇ ଚାଲିବାର ବିଜୟ ଯାତ୍ରାର ଗୋଟିଏ ଗୋଟିଏ ସ୍ମୃତି ଜଡ଼ିତ ହୋଇ ରହିଛି। ତୃଣମୂଳ ସ୍ତରରୁ ଆରମ୍ଭ କରି ରାଜନୀତିର ଏହି ଆହ୍ବାନମୂଳକ ଯାତ୍ରା ପଥରେ ମୋଦି ନିଜର ଦୃଢ଼ ବ୍ୟକ୍ତିତ୍ବ, ସେବା ପ୍ରତି ସମର୍ପଣ ମନୋଭାବ, ଆଦର୍ଶ ଚରିତ୍ର, ଧୈର୍ଯ୍ୟ ଓ ମନୋବଳର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅନେକଙ୍କ ମନରେ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ବିକାଶ ଲାଗି ଅନେକ କାର୍ଯ୍ୟକ୍ରମ ପାଇଁ ନରେନ୍ଦ୍ର ମୋଦୀ ବିଭିନ୍ନ ପ୍ରକାର ପୁରସ୍କାର ପାଇଛନ୍ତି। ଏହା ଲଗାତାର ୫ ବର୍ଷ ପାଇଁ ଏକ ଗୌରବର ବିଷୟ ଯେ ନରେନ୍ଦ୍ର ମୋଦି ଜଣେ ସର୍ବୋତ୍ତମ ମୁଖ୍ୟମନ୍ତ୍ରୀ ଭାବରେ ଇଣ୍ଡିଆ ଟୁଡେର ଜନମତ ସର୍ଭେକ୍ଷଣରେ ସ୍ଥାନ ପାଇପାରିଛନ୍ତି ଏହି ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ମୋଦୀଙ୍କର ଲୋକପ୍ରିୟତା ଗୁଜୁରାଟରେ ଯେତିକି ରହିଛି ରାଜ୍ୟ ବାହାରେ ମଧ୍ୟ ସେହିଭଳି ରହିଛି। ସର୍ବେକ୍ଷଣ ଅନୁସାରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ମୋଦୀ ଗୁଜୁରାଟର ବିକାଶ ପାଇଁ କାର୍ଯ୍ୟ କରିଛନ୍ତି। ତାଙ୍କର ମୂଳ ମନ୍ତ୍ର ହେଲା ସବକା ସାଥ, ସବକା ବିକାଶ ଯାହା ଆଜି ସର୍ବଜନରେ ଆଦୃତ ହୋଇପାରିଛି।

ମୋଦିଙ୍କ କାର୍ଯ୍ୟକୁ ମଧ୍ୟ ଇଲେକ୍ଟ୍ରୋନିକ ମିଡିଆ ପ୍ରଶଂସା କରିଛି । ୨୦୧୨ ର ପ୍ରାରମ୍ଭରେ ଭାରତୀୟ ବ୍ୟବସାୟ ଉପରେ ଅବଦାନ ପାଇଁ ତାଙ୍କୁ ସିଏନବିସି ଟିଭି ୧୮ ପୁରସ୍କାର ପ୍ରଦାନ କରାଯାଇଥିଲା। ସିଏନବିସି ଟିଭି ୧୮ ର ପୁରସ୍କାର ହେତୁ ରାଜ୍ୟବାସୀଙ୍କ ଆଖିରେ ମୋଦିଙ୍କର ଭାବମୂର୍ତ୍ତି ଯଥେଷ୍ଟ ବୃଦ୍ଧିପାଇଥିଲା।

ନଭେମ୍ବର ୨୦୧୧ ରେ ଭାରତୀୟ କମ୍ପ୍ୟୁଟର ସୋସାଇଟି ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଇ-ଗଭର୍ଣାନ୍ସ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଇ-ରତ୍ନ ପୁରସ୍କାର ଦିଆଯାଇଥିଲା ସୂଚନା ଓ ଯୋଗାଯୋଗ ବୈଷିୟିକି (ଆଇସିଟି)କୁ ବିଭାଗୀୟ ସ୍ତରରେ ସଫଳ କରାଇଥିବା କାରଣରୁ ତାଙ୍କୁ ସିଏସ୍ଆଇ ନିହିଲେଣ୍ଟ ଇ-ଗଭର୍ଣାନ୍ସ ପୁରସ୍କାର ୨୦୧୧ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହା ସହିତ ଇ-ଗଭର୍ଣମେଣ୍ଟ ଷ୍ଟ୍ରାଟେଜିସ୍ ଏବଂ ଆଇସିଟି ଦକ୍ଷତା ମୂଳକ ପଦକ୍ଷେପ ପାଇଁ ତାଙ୍କୁ ଗତ ବର୍ଷରେ ଇ-ଇଣ୍ଡିଆ ସମ୍ମୀଳନୀରେ ତାଙ୍କୁ ତାଙ୍କର ସରକାର ପାଇଁ ପୁରସ୍କୃତ କରାଯାଇଥିଲା। ମୋଦୀ ବୈଷୟିକତାର ଶକ୍ତି ଉପରେ ଦୃଢ଼ ବିଶ୍ବାସ ରଖିଛନ୍ତି। ସେଥି ପାଇଁ ସେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅତ୍ୟାଧୁନିକ ଜ୍ଞାନ ପ୍ରଯୁକ୍ତିକୌଶଳର ସୁବିନିଯୋଗ କରି କାର୍ଯ୍ୟକୁ ଅଧିକ ସୁଗମ କରିଛନ୍ତି ଅଭିଯୋଗ ନିବାରଣମୂଳକ ପଦକ୍ଷେପ ସ୍ବାଗତ (ଷ୍ଟେଟ୍ ୱାଇଫ୍ ଆଟେନ୍ସନ ଅଫ୍ ଗ୍ରିଭାନ୍ସେସ୍ ବାଇ ଆପ୍ଲିକେସନ ଅଫ୍ ଟେକ୍ନୋଲୋଜି) ହେଉଛି ମୋଦୀଙ୍କ ପାଇଁ ଏକ ବଡ଼ ସଫଳତା। ୨୦୦୩ ରେ ଆରମ୍ଭ କରାଯାଇଥିବା ଏହି ସ୍ବାଗତ ପଦକ୍ଷେପଟି ଗୁଜୁରାଟରେ ଲୋକମାନଙ୍କର ଅଭିଯୋଗ ନିବାରଣ କ୍ଷେତ୍ରରେ ଏକ ବୈପ୍ଳବିକ ଭୂମିକା ଗ୍ରହଣ କରିଛି ଯେଉଁଥିରେ ଲୋକମାନେ ତାଙ୍କର ବରିଷ୍ଠ ଅଧିକାରୀଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କରେ ଆସିପାରୁଛନ୍ତି। ଜନସାଧାରଣଙ୍କ ପାଇଁ ଏହି ସେବା ଯୋଗାଇ ଦେଇପାରିଥିବା ହେତୁ ସ୍ବାଗତ ସମ୍ମାନଜନକ ୟୁନାଇଟେଡ୍ ନେସନ୍ ପବ୍ଲିକ୍ ସଭିର୍ସ୍ ଆୱାର୍ଡ଼ ମିଳିପାରିଛି। ଖୁବ ନିକଟରେ ଏହା ସର୍ବସାଧାରଣ ସେବାରେ ବିକାଶ ଆଣିପାରିଥିବା ହେତୁ ତାଙ୍କୁ ସିଏକ୍ସଓ ପୁରସ୍କାର ୨୦୧୧ ମିଳିଛି। ଏହା ପୂର୍ବରୁ ସେ ନେସନ୍ ଇ-ଗଭର୍ଣାନ୍ସ ପୁରସ୍କାର ମଧ୍ୟ ପାଇଛନ୍ତି।

ଆନ୍ତର୍ଜାତୀୟ ସମ୍ପର୍କ[ସମ୍ପାଦନା]

ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁଜୁରାଟରେ ଅନୁଷ୍ଠିତ ହୋଇଥିବା ଶିଖର ସମ୍ମୀଳନୀରେ ୧୦୦ ରୁ ଅଧିକ ଦେଶ ଭାଗ ନେଇଥିଲେ । ଯାହା ଥିଲା ରାଜ୍ୟ ପାଇଁ ଏକ ଗୌରବର ବିଷୟ। ଅକ୍ଟୋବର ୨୦୦୧ରେ ରେ ନରେନ୍ଦ୍ର ମୋଦି ସେ ସମୟର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ ଋଷିଆରେ ଅଭିଭାଷଣ ଦେବାକୁ ଯାଇଥିଲେ ଯେଉଁଠାରେ ସେ ଆଷ୍ଟ୍ରାକାନ ରାଜ୍ୟର ସରକାରଙ୍କ ସହିତ ଏକ ଉଲ୍ଲେଖନୀୟ ଚୁକ୍ତି ସମ୍ପାଦନ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଋଷ ଓ ଗୁଜୁରାଟ ମଧ୍ୟରେ ଏକ ଉତ୍ତମ ସମ୍ପର୍କ ସୃଷ୍ଟି ହୋଇଥିଲା ଯାହାଥିଲା ଗୁଜୁରାଟ ରାଜ୍ୟ ପାଇଁ ଏକ ଉଲ୍ଲେଖନୀୟ ବିଷୟ।

କେବଳ ଏତିକି ନୁହେଁ ନରେନ୍ଦ୍ର ମୋଦି ଚୀନ ସହିତ ଅର୍ଥନୈତିକ ସହବନ୍ଧନ ସ୍ଥାପନ ପାଇଁ ପ୍ରୟାସ କରିଛନ୍ତି। ସେ ଏଥିପାଇଁ ସରକାରୀ କାର୍ଯ୍ୟକ୍ରମରେ ତିନି ଥର ଚୀନ ଯାତ୍ରା କରିଛନ୍ତି। ତାଙ୍କର ଶେଷତମ ଯାତ୍ରା ନଭେମ୍ବର ୨୦୧୧ ରେ ଥିଲା। ଏହି ଯାତ୍ରା ସମୟରେ ମୋଦୀ ଗୁଜୁରାଟବାସୀଙ୍କ ପକ୍ଷରୁ ବେଜିଂଠାରେ ଚୀନର ଶୀର୍ଷସ୍ଥାନୀୟ ନେତାମାନଙ୍କୁ ଭେଟି ପାରସ୍ପରିକ ଭାବ ବିନିମୟ କରିଥିଲେ। ଏହି ସମୟରେ ଚିନ ସହିତ ଅନେକଗୁଡ଼ିଏ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଚୀନର କମ୍ପାନୀ ହୁୱାଇର ସହୟତା ସହିତ ଏକ ଆର୍ ଏଣ୍ଡ ଡି କେନ୍ଦ୍ର ସ୍ଥାପନ ପାଇଁ ସିଚୁଆନ ସରକାରଙ୍କ ସହିତ ଏହି ଚୁକ୍ତି କରାଯାଇଥିଲା ।

Narendra Modi meeting the South Korean ambassador in Gandhinagar

ବିଭିନ୍ନ ପରିସ୍ଥିତିରେ ମୋଦିଙ୍କ ଆନ୍ତର୍ଜାତିକ ଦେଶଗୁଡ଼ିକୁ ପରିଭ୍ରମଣରେ ଭାରତୀୟ ଖୁବ୍ ଆନନ୍ଦିତ । ସେ ବ୍ୟକ୍ତିଗତ ଭାବରେ ଜେନିଭାକୁ ପରିଦର୍ଶନ କରିବା ପରେ ୫୦ ବର୍ଷ ପରେ ସୁଇଜରଲ୍ୟାଣ୍ଡରୁ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଶ୍ୟାମଜି କୃଷ୍ଣ ବର୍ମାଙ୍କର ଚିତାଭସ୍ମକୁ ଫେରାଇ ଆଣିଥିଲେ। ଯେତେବେଳେ ସେ ଜେନିଭାକୁ ବ୍ୟକ୍ତିଗତ ଭାବରେ ପରିଦର୍ଶନ କରିଥିଲେ ସେତେବେଳେ ସ୍ବର୍ଗତ ଶ୍ୟାମଜି କୃଷ୍ଣ ବର୍ମାଙ୍କର ଚିତା ଭସ୍ମକୁ ଦୀର୍ଘ ୫୦ ବର୍ଷ ପରେ ଭାରତକୁ ଫେରାଇ ଆଣିପାରିଥିଲେ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

Official
Other