ବିଧାନ ଚନ୍ଦ୍ର ରାୟ

ଉଇକିପିଡ଼ିଆ ରୁ
Jump to navigation Jump to search
ବିଧାନ ଚନ୍ଦ୍ର ରାୟ
MRCP, FRCS
Portrait of Bidhan Chandra Roy
2nd Chief Minister of West Bengal
In office
23 January 1948 – 1 July 1962
ପୂର୍ବ ଅଧିକାରୀପ୍ରଫୁଲ୍ଲ ଚନ୍ଦ୍ର ଘୋଷ
ପର ଅଧିକାରୀପ୍ରଫୁଲ୍ଲ ଚନ୍ଦ୍ର ସେନ
Member of Legislative Assembly
ଅଫିସରେ
1962–1962
ପୂର୍ବ ଅଧିକାରୀBijoy Singh Nahar
ପର ଅଧିକାରୀSiddhartha Shankar Ray
ନିର୍ବାଚନ ମଣ୍ଡଳୀChowranghee
ଅଫିସରେ
1952–1962
ପୂର୍ବ ଅଧିକାରୀConstituency established
ପର ଅଧିକାରୀBijoy Singh Nahar
ନିର୍ବାଚନ ମଣ୍ଡଳୀBowbazar
ବ୍ୟକ୍ତିଗତ ସବିଶେଷ
ଜନ୍ମ୧ ଜୁଲାଇ ୧୮୮୨(1882-07-01)
Bankipore, Bengal Presidency, British India
ମୃତ୍ୟୁ୧ ଜୁଲାଇ ୧୯୬୨ (୮୦ ବର୍ଷ)
Kolkata, West Bengal, India
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଘରକଲିକତା, ପଶ୍ଚିମବଙ୍ଗ, ଭାରତ
ଶିକ୍ଷାନୁଷ୍ଠାନPresidency College, Calcutta
Patna University
ପେଷାଚିକିତ୍ସକ, ରାଜନୀତୀଜ୍ଞ
ପୁରସ୍କାରଭାରତରତ୍ନ (୧୯୬୧)

ବିଧାନ ଚନ୍ଦ୍ର ରାୟ ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ ୧୪ ବର୍ଷ ଶାସନ କରି ରାଜ୍ୟର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ । ସେ ଏକାଧାରରେ ଜଣେ ବିଖ୍ୟାତ ଚିକିତ୍ସକ, ପ୍ରମୁଖ ରାଜନେତା ଏବଂ ସ୍ୱାଧୀନତା ସଂଗ୍ରାମୀ ।[୧] ପଶ୍ଚିମବଙ୍ଗର ପାଞ୍ଚୋଟି ନଗର ଦୁର୍ଗାପୁର, କଲ୍ୟଣୀ, ବିଧାନନଗର, ଅଶୋକନଗର(ଉତ୍ତର ୨୪ ପ୍ରଗଣା)ଏବଂ ହାବଡାକୁ ଆଧୁନିକ ଭାବେ ଗଢି ତୋଳିବାରେ ତାଙ୍କର ପ୍ରମୁଖ ଭୂମିକା ଯୋଗୁଁ ତାଙ୍କୁ ଆଧୁନିକ ପଶ୍ଚିମ ବଙ୍ଗର ନିର୍ମାତା ମଧ୍ୟ କୁହାଯାଏ । କଲିକତା ଭେଷଜ ମହାବିଦ୍ୟାଳୟ ତଥା କଲିକତା ବିଶ୍ୱବିଦ୍ୟାଳୟର ସେ ଜଣେ ପୂର୍ବତନ ଛାତ୍ର । ଇତିହାସରେ ବହୁତ କମ୍ ବ୍ୟକ୍ତି ତାଙ୍କ ଭଳି FRCS ଓ MRCP ଦୁଇଟି ପାଠ୍ୟକ୍ରମ ମାତ୍ର ଦୁଇ ବର୍ଷ ତିନି ମାସରେ ଶେଷ କରି ଦୁଇଟି ଡିଗ୍ରୀ ହାସଲ କରିପାରିଛନ୍ତି । ଭାରତରେ ତାଙ୍କ ଜନ୍ମ ଦିନକୁ (ପ୍ରତିବର୍ଷ ୧ ଜୁଲାଇ) ଜାତୀୟ ଚିକିତ୍ସକ ଦିବସ ରୂପେ ପାଳନ କରାଯାଉଛି ।[୨] ୪ ଫେବୃଆରୀ ୧୯୬୧ରେ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ଉପାଧୀରେ ସମ୍ମାନିତ କରାଯାଇଛି ।[୩]

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

୧ ଜୁଲାଇ ୧୮୮୨ରେ ପାଟନାର BM Das Roadରେ ତାଙ୍କର ଜନ୍ମ । ପିତା ଥିଲେ ପ୍ରକାଶ ଚନ୍ଦ୍ର ରାୟ ଏବଂ ମାତା ଅଘୋରକାମିନୀ ଦେବୀ । ୧୮୯୭ରେ ବିଧାନ ଚନ୍ଦ୍ର ପାଟନାର କଲିଜିଏଟ ସ୍କୁଲରୁ ମାଟ୍ରିକ ପରୀକ୍ଷା ଉତ୍ତୀର୍ଣ୍ଣ କରିବା ପରେ କଲିକତା ପ୍ରେସିଡେନ୍ସି ମହାବିଦ୍ୟାଳୟରୁ ଇଣ୍ଟରମିଡିଏଟ୍ ଏବଂ ପାଟନା ମହାବିଦ୍ୟାଳୟରୁ ଗଣିତ ସମ୍ମାନ ସହ କଳାରେ ସ୍ନାତକ ଡିଗ୍ରୀ ହାସଲ କଲେ । ଏହାପରେ ସେ ଉଚ୍ଚତର ଶିକ୍ଷା ପାଇଁ ଉଭୟ ବଙ୍ଗଳା ଇଞ୍ଜିନିୟରିଙ୍ଗ ମହାବିଦ୍ୟାଳୟ ଏବଂ କଲିକତା ଭେଷଜ ମହାବିଦ୍ୟାଳୟରେ ଆବେଦନ କଲେ । ଉଭୟ ମହାବିଦ୍ୟାଳୟରେ ତାଙ୍କ ଆବେଦନ ଗୃହୀତ ହେଲା । ହେଲେ ସେ କଲିକତା ଭେଷଜ ମହାବିଦ୍ୟାଳୟରେ ଯୋଗ ଦେବାକୁ ମନସ୍ଥ କଲେ । ୧୯୦୧ ମସିହାରେ ସେ ଭେଷଜ ମହାବିଦ୍ୟାଳୟରେ ଯୋଗ ଦେବା ନିମିତ୍ତ କଲିକତା ଯାତ୍ରା କଲେ । ସେଠରେ ଅଧ୍ୟୟନରତ ଥିବା ବେଳେ ସେଠିକାର ଏକ ଶୀଳାଲେଖ ଯେଉଁଥିରେ ଲେଖା ଥିଲା-" Whatsoever thy hand findeth to do, do it with thy might" ତାଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଏହିଲେଖାର ମର୍ମ ତାଙ୍କୁ ସାରା ଜୀବନ ଅନୁପ୍ରାଣିତ କରିଥିଲା ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଡାକ୍ତରୀ ପାଠରେ ସ୍ନାତକ ହାସଲ କରି ସେ ତତ୍କାଳୀନ ପ୍ରୋଭିନ୍ସିଆଲ ସ୍ୱାସ୍ଥ୍ୟ ସେବାରେ ଯୋଗ ଦେଇଥିଲେ । ପ୍ରଥମରୁ ହିଁ ସେ ଅତ୍ୟନ୍ତ ନିଷ୍ଠାର ତଥା କଠିନ ପରିଶ୍ରମ କରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବ୍ରତୀ ହେଲେ । ଏପରିକି ରୋଗ ନିମିତ୍ତ ଔଷଧ ପରାମର୍ଶ କରିବା ସହ ସେ ଦରକାର ପଡିଲେ ନର୍ସଙ୍କ ଭଳି ନିଜେ ରୋଗୀର ସେବା କରିବାକୁ ପଛାଉ ନ ଥିଲେ । ସରକରୀ କାର୍ଯ୍ୟରୁ ଫୁରୁସତ ମିଳିଲେ ସେ ବାକି ସମୟରେ ମାତ୍ର ୮ ଟଙ୍କା ଫିସ୍ ନେଇ ବେସରକାରୀ ଭାବେ ଡାକ୍ତରୀ ସେବା ଯୋଗାଉଥିଲେ ।

ମାତ୍ର ୧୨୦୦ ଟଙ୍କା ଯୋଗାଡ କରିସାରି ସେ ବାର୍ଥୋଲୋମିଉ ହାସପାତାଳରେ ଉଚ୍ଚତର ଶିକ୍ଷାପାଇଁ ସେ ଇଂଲାଣ୍ଡ ଯିବାକୁ ବାହାରିଲେ । ଇଂଲାଣ୍ଡରେ ପହଞ୍ଚି ସେ ସଂପୃକ୍ତ ଶିକ୍ଷୟତନର ଡିନଙ୍କୁ ଆବେଦନପତ୍ର ଦାଖଲ କଲେ। କିନ୍ତୁ ଡିନ ଏସିଆ ଅଞ୍ଚଳର ଏହି ଅନାମଧେୟ ବ୍ୟକ୍ତିଙ୍କୁ ଗ୍ରହଣ କରିବାପାଇଁ ମନା କରିଦେଲେ । ହେଲେ ବିଧାନ କିନ୍ତୁ ହାରିବାଲୋକ ନୁହଁନ୍ତି । ସେ ବାରମ୍ବାର ୩୦ ଥର ତାଙ୍କ ଆବେଦନ ପତ୍ର ଦାଖଲ କରିବା ପରେ ଶେଷରେ ବାଧ୍ୟ ହୋଇ ଡିନ ତାଙ୍କୁ ମହାବିଦ୍ୟାଳୟରେ ନେବାକୁ ରାଜି ହେଲେ । ପ୍ରଖର ଧୀଶକ୍ତି ଏବଂ ଗଭୀର ଅଧ୍ୟବସାୟ ଫଳରେ ସେ ମାତ୍ର ଦୁଇ ବର୍ଷ ଏବଂ ତିନିମାସରେ ସେ M.R.C.P ଏବଂ FRCS ପାଠ୍ୟକ୍ରମ ସାରି ଦୁଇଟି ଡିଗ୍ରୀ ହାସଲ କଲେ । ଭାରତକୁ ଫେରି ସେ ପ୍ରଥମେ କଲିକତା ଭେଷଜ ମହବିଦ୍ୟାଳୟ ଏବଂ ପରେ କ୍ୟାମ୍ପବେଲ ଭେଷଜ ବିଦ୍ୟାଳୟ ଏବଂ ଶେଷରେ କାର୍ମିକାଏଲ୍‌ ଭେଷଜ ମହାବିଦ୍ୟାଳୟରେ ଶିକ୍ଷାଦାନ କରିବାକୁ ଲାଗିଲେ ।

ସ୍ୱାଧୀନତା ସଂଗ୍ରାମରେ ଭୂମିକା[ସମ୍ପାଦନା]

ବିଧାନ ଚନ୍ଦ୍ର ବିଶ୍ୱାସ କରୁଥିଲେ ଯେ ଭାରତୀୟ ମାନେ ଶାରୀରୀକ ଏବଂ ମାନସିକ ଭାବେ ସଶକ୍ତ ନ ହେବା ପର୍ଯ୍ୟନ୍ତ ସ୍ୱରାଜ ମାତ୍ର ଏକ ସ୍ୱପ୍ନ ହୋଇ ରହିଯିବ ।ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ସେ ଦେଶର ସେବା କରିବାକୁ ମନସ୍ଥ କଲେ । ଏହି କ୍ରମରେ ସେ ଯାଦବପୁର ଯକ୍ଷ୍ମା ହାସପାତାଳ, ଚିତ୍ତରଞ୍ଜନ ସେବା ସଦନ, କମଳା ନେହେରୁ ହାସପାତାଳ, ଭିକ୍ଟୋରିଆ ଅନୁଷ୍ଠାନ ଓ ଚିତ୍ତରଞ୍ଜନ କର୍କଟ ହାସପାତାଳ ପ୍ରତିଷ୍ଠା କରିଥିଲେ । ଚିତ୍ତରଞ୍ଜନ ସେବା ସଦନ ସେତେବେଲେ ମହିଳା ତଥା ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ସେବା ପାଇଁ ଉଦ୍ଦିଷ୍ଟ ଥିଲେ ବି ସାମାଜିକ କଟକଣା କାରଣରୁ ମହିଳାମାନେ ସେଠାକୁ ଆସିବାକୁ ଅମଙ୍ଗ ହେଉଥିଲେ । ହେଲେ ବିଧାନ ଚନ୍ଦ୍ର ତଥା ତାଙ୍କ ସହଯୋଗୀଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ଅନୁଷ୍ଠାନକୁ ସବୁ ବର୍ଗର ମହିଳା ଆସିବାକୁ ଲାଗିଲେ । ଏହାପରେ ସେ ମହିଳା ମାନଙ୍କୁ ନର୍ସ ତଥା ସାମାଜିକ ସେବା ପାଇଁ ତାଲିମ ଦେବା ଉଦ୍ଦେଶ୍ୟରେ ଏକ କେନ୍ଦ୍ରର ସ୍ଥାପନା କଲେ ।

ଡାକ୍ତର ବିଧାନ ଚନ୍ଦ୍ର ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିଗତ ଡାକ୍ତର ସହିତ ତାଙ୍କର ସାଥୀ ମଧ୍ୟ ଥିଲେ । ୧୯୩୩ ମସିହାରେ ଭାରତଛାଡ ଆନ୍ଦୋଳନ ସମୟରେ ଗାନ୍ଧିଜୀ ଅନଶନ କରୁଥିବା ବେଳର କଥା । ଗାନ୍ଧିଜୀଙ୍କ ପାଖେ ପାଖେ ରହି ବିଧାନ ଚନ୍ଦ୍ର ତାଙ୍କ ସ୍ୱାସ୍ଥ୍ୟ କଥା ବୁଝୁଥାଆନ୍ତି । ଦିନେ ଗାନ୍ଧିଜୀ ବିଦେଶୀ ନିର୍ମିତ ଏକ ଔଷଧ ନେବାକୁ ମନା କରିଦେଲେ । ପୁଣି କହିଲେ "ତୁମେ ଯେତେବେଳେ ମୋ ଦେଶର ୪୦ କୋଟି ଲୋକଙ୍କର ସେବା ମାଗଣାରେ କରୁନାହଁ, ମୁଁ କାହିଁକି ବା ତୁମଦ୍ୱାରା ମୋ ଚିକିତ୍ସା କରାଇବି" । ଡାକ୍ତର ରାୟ ଉତ୍ତରରେ କହିଲେ, " ହଁ ମୁଁ ମାଗଣାରେ ସବୁ ଲୋକଙ୍କ ଚିକିତ୍ସା କରୁନାହିଁ, କିନ୍ତୁ ୪୦ କୋଟି ଭାରତୀୟଙ୍କ ପ୍ରତିନିଧିତ୍ୱ କରୁଥିବା ସେହି ମହାନ ବ୍ୟକ୍ତିଙ୍କୁ ମୁଁ ମାଗଣାରେ ଚିକିତ୍ସା କରିବାକୁ ଆସିଛି" । ଏହାପରେ ଗାନ୍ଧିଜୀଙ୍କର ମନା କରିବା ପାଇଁ ଆଉ ବାଟ ନ ଥିଲା ଏବଂ ସେ ଔଷଧ ଗ୍ରହଣ କଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ଡକ୍ଟର ରାୟ ୧୯୨୫ ମସିହାରେ ବାରାକପୁର ବିଧାନ ସଭା ଆସନରୁ ଜଣେ ସ୍ୱାଧୀନ ପ୍ରାର୍ଥୀଭାବେ ପଶ୍ଚିମବଙ୍ଗର ବିଧାନ ସଭା ଆସନ ପାଇଁ ଲଢିବାକୁ ଯାଇ ରାଜନୀତୀରେ ପ୍ରବେଶ କଲେ । ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ତଥା ବଙ୍ଗଳାର ଜଣାଶୁଣା ବ୍ୟକ୍ତିତ୍ୱ ସୁରେନ୍ଦ୍ର ନାଥ ବାନାର୍ଜୀଙ୍କୁ ପରାସ୍ତ କଲେ । ୧୯୨୫ ବେଳକୁ ସେ ହୁଗୁଳୀ ନଦୀ ଜଳ ଦୂଷିତ ହେବାର କାରଣ ଏବଂ ତାର ନିରାକରଣ ସମ୍ବନ୍ଧୀୟ ଏକ ତଥ୍ୟପୂର୍ଣ୍ଣ ଯୋଜନା/ଚିଠା ସରକାରଙ୍କ ନିକଟରେ ଦାଖଲ କରିଥିଲେ ।

ସ୍ୱାଧୀନତା ପରବର୍ତ୍ତୀ ଭାରତରେ ଭାରତର ଜାତୀୟ କଂଗ୍ରେସ ତରଫରୁ ତାଙ୍କୁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ହେବାକୁ ଏକ ପ୍ରସ୍ତାବ ଦିଆଯାଇଥିଲା । ତେବେ ସେ ଡାକ୍ତରୀ ପେଷାରେ ଅଧିକ ସମୟ ବିନିଯୋଗ କରିବାକୁ ଚାହୁଁଥିଲେ । ହେଲେ ଗାନ୍ଧିଜୀଙ୍କ ଅନୁରୋଧ କ୍ରାମେ ସେ ୨୩ ଜାନୁଆରୀ ୧୯୪୮ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ ଅଳଂକୃତ କଲେ । ସେତେବେଳେ ପଶ୍ଚିମ ବଙ୍ଗରେ ଖାଦ୍ୟାଭାବ , ସାଂପ୍ରଦାୟୀକ ହିଂସା, ବେକାରୀ ସମସ୍ୟା ଓ ଶରଣାର୍ଥୀ ସମସ୍ୟା ଭଳି ଅନେକ ସମସ୍ୟାରେ ଭାଙ୍ଗି ପଡିଥିଲା । ବିଧାନ ଚନ୍ଦ୍ର ରାୟ ଦଳୀୟ ନେତାଙ୍କ ମଧ୍ୟରେ ଶୃଙ୍ଖଳା ରକ୍ଷା ପୂର୍ବକ ଏସବୁ ସମସ୍ୟା ଉପରେ ଅନେକ ଗଠନ ମୂଳକ କାର୍ଯ୍ୟ କରିଚାଲିଲେ ।

ଶେଷ ଜୀବନ[ସମ୍ପାଦନା]

ସେ ବ୍ରାହ୍ମ ସମାଜରେ ଯୋଗ ଦେଇଥିଲେ । ୧ ଜୁଲାଇ ୧୯୬୨ ତାଙ୍କର ଅଶୀତମ ଜନ୍ମଦିନରେ ସେ ସକାଳବେଳା ତାଙ୍କ ରୋଗୀମାନଙ୍କୁ ଦେଖିସାରିବା ପରେ ସରକାରୀ କାମ ସାରିଲେ । ଏହାପରେ ସେ ବ୍ରାହ୍ମଗୀତର ଏକ ଲେଖା ନେଇ ପଢିବାକୁ ଲାଗିଲେ । ଏହାର ୧୧ ଘଣ୍ଟାପରେ ଅର୍ଥାତ ରାତି ସାଢେ ତିନିଟାରେ ସେ ପରଲୋକ ପ୍ରାପ୍ତ ହେଲେ । ସେ ନିଜ ଗୃହକୁ ନିଜ ମାଆଙ୍କ ନାମରେ ନାମିତ ଏକ ନର୍ସିଂଘର ଭାବେ କରିବା ଉଦ୍ଦେଶ୍ୟରେ ଦାନ କରିଯାଇଛନ୍ତି । ତାଙ୍କରି ସମ୍ମନରେ ଔଷଧ, ବିଜ୍ଞାନ, ରାଜନୀତୀ, ସାହିତ୍ୟ ତଥା କଳା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ "B.C. Roy National Award" ପ୍ରଦାନ କରାଯାଉଛି । ଏହା ବାଦ ତାଙ୍କ ସମ୍ମାନାର୍ଥେ ଦିଲ୍ଲୀରେ "Dr. B.C. Roy Memorial Library and Reading Room" ୧୯୬୭ ମସିହାରେ ପ୍ରତିଷ୍ଠା କରାଯାଇଛି । ବର୍ତ୍ତମାନ ଡକ୍ଟର ବିଧନ ଚନ୍ଦ୍ର ରାୟଙ୍କର ବ୍ୟକ୍ତିଗତ ସମସ୍ତ କାଗଜପତ୍ର ନେହେରୁ ମେମୋରିଆଲ ମ୍ୟୁଜିୟମର ସମ୍ପତ୍ତିଭବେ ତିନିମୂର୍ତ୍ତୀ ଭବନଠାରେ ରଖାଯାଇଛି ।

ଆଧାର[ସମ୍ପାଦନା]

  1. Kalra, Dr R. N. (3 July 2011). "A doctor par excellence". The Hindu (in ଇଂରାଜୀ). Retrieved 16 August 2018.
  2. "Remembering Dr Bidhan Chandra Roy: Facts about the doctor who dedicated his life to the profession of medicine". India Today (in ଇଂରାଜୀ). Retrieved 16 August 2018.
  3. "Who is Bidhan Chandra Roy? Everything You Need to Know". eople.com. Retrieved 16 August 2018.