ପୁରୁଷୋତ୍ତମଦାସ ଟଣ୍ଡନ

ଉଇକିପିଡ଼ିଆ ରୁ
Jump to navigation Jump to search

ପୁରୁଷୋତ୍ତମଦାସ ଟଣ୍ଡନ (1 August 1882 – 1 July 1962), ଉତ୍ତର ପ୍ରଦେଶରେ ଜନ୍ମିତ ଜଣେ ସ୍ୱାଧୀନତା ସଂଗ୍ରାମୀ । ହିନ୍ଦୀକୁ ଭାରତର ସରକାରୀ ଭାଷା ମାନ୍ୟତା ଦେବାରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ସେ ପରମ୍ପରାଗତ ଭାବେ ରାଜର୍ଷି ଉପାଧିରେ ଭୂଷିତ । ୧୯୬୧ରେ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଛି ।[୧]

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ପୁରୁଷୋତ୍ତମ ଦାସଙ୍କ ଜନ୍ମ ଆଲାହାବାଦରେ । ଆଇନରେ ସ୍ନାତକ ଏବଂ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ସେ ୧୯୦୬ରେ ତେଜ ବାହାଦୁର ସାପୃଙ୍କ ସହଯୋଗୀ ଭାବେ ଆଲାହାବାଦ ଉଚ୍ଚ ନ୍ୟାୟାଳୟରେ ଓକିଲାତି ଆରମ୍ଭ କଲେ । ହେଲେ ୧୯୨୧ ବେଳକୁ ସେ ସାଧାରଣ ଜନତାର ସେବାରେ ନିଜକୁ ନିୟୋଜିତ କରି ଆଇନ ବ୍ୟବସାୟ ଛାଡ଼ି ଦେଲେ ।

ସ୍ୱାଧୀନତା ସଂଗ୍ରାମରେ ଭୂମିକା[ସମ୍ପାଦନା]

ସେ ତାଙ୍କ ଛାତ୍ର ଜୀବନ ସମୟରୁ ଅର୍ଥାତ ୧୮୯୯ ଠାରୁ ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ ଥିଲେ । ୧୯୦୬ରେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟିରେ ଆଲାହା ବାଦର ପ୍ରତି ନିଧିତ୍ୱ କରିଥିଲେ । ୧୯୧୯ ମସିହାରେ କଂଗ୍ରସ ତରଫରୁ ଯେଉଁ କମିଟି ଜାଳିଆନା ବାଲା ବାଗ ହତ୍ୟାକାଣ୍ଡର ଅନୁଧ୍ୟାନ କରିବାକୁ ଯାଇଥିଲେ, ପୁରୁଷୋତ୍ତମ ଦାସ ସେହି କମିଟିର ସଦସ୍ୟ ଥିଲେ । ସେ ମଧ୍ୟ ଲୋକ ସେବକ ସଂଘର କାର୍ଯ୍ୟ କଲାପରେ ସଂପୃକ୍ତ ଥିଲେ । ୧୯୨୦ ଓ ୧୯୩୦ରେ ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ସେ କାରା ବରଣ କରିଥିଲେ । ୧୯୩୧ରେ ଲଣ୍ଡନ ଗୋଲ ଟେବୁଲ ବୈଠକରୁ ମହାତ୍ମା ଗାନ୍ଧୀ ଫେରିବା ପୂର୍ବରୁ ଜବାହରଲାଲଙ୍କ ସହ ସେ ଇଂରେଜଦ୍ୱାରା ଗିରଫ ହୋଇସାରିଥିଲେ । ୧୯୩୪ରେ ବିହାର ପ୍ରୋଭିନସିଆଲ କିଷାନ ସଭାର ସଭାପତି ଭାବେ କୃଷକ ଆନ୍ଦୋଳନରେ ତାଙ୍କର ଭୂମିକା ଗୁରୁତ୍ୱ ପୂର୍ଣ୍ଣ । ୧୯୨୧ରେ ସେ ମଧ୍ୟ ଲାଲା ଲଜପତ ରାୟଙ୍କ ପ୍ରତିଷ୍ଠିତ ଲୋକ ସେବକ ମଣ୍ଡଳର ସଭାପତି ଭାବେ କାର୍ଯ୍ୟ ତୁଲାଇଥିଲେ ।[୨]

ସ୍ୱାଧୀନୋତ୍ତର ଭାରତରେ ଟଣ୍ଡନ[ସମ୍ପାଦନା]

ପଟ୍ଟାଭିସୀତାରାମେୟାଙ୍କ ବିରୁଦ୍ଧରେ କଂଗ୍ରେସ ଦଳର ସଭାପତି ପଦ ପାଇଁ ନିର୍ବାଚନ ଲଢି ସେ ପରାଜିତ ହୋଇଥିଲେ । ହେଲେ ୧୯୫୦ର ଦଳୀୟ ନିର୍ବାଚନରେ ସେ ଆଚାର୍ଯ୍ୟ କୃପାଳୀନୀଙ୍କ ବିରୁଦ୍ଧରେ ଲଢି ବିଜୟୀ ହେଲେ ତଥା ବହୁଚର୍ଚ୍ଚିତ ନାଗପୁର ଅଧୀବେଶନରେ ସଭାପତିତ୍ୱ କରିଥିଲେ । ନେହେରୁଙ୍କ ସହ ତାଙ୍କର ବିଚାରଗତ ମତଭେଦ ଯୋଗୁଁ ସେ ସଭାପତି ପଦବୀରୁ ଇସ୍ତଫା ଦେଲେ । ଅତଏବ ୧୯୫୧ ଓ ୧୯୫୨ରେ ନେହେରୁ ପ୍ରଧାନମନ୍ତ୍ରୀ ହେବା ସହ କଂଗ୍ରେସ ସଭାପତି ମଧ୍ୟ ରହିଥିଲେ ।[୩] ପୁରୁଷୋତ୍ତମଦାସ ଟଣ୍ଡନ ୧୯୫୨ରେ ଲୋକ ସଭାକୁ ଏବଂ ୧୯୫୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୬୧ର୍ ତାଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଛି ।

ଆଧାର[ସମ୍ପାଦନା]

  1. "Padma Awards Directory (1954–2007)" (PDF). Ministry of Home Affairs. Retrieved 19 August 2018.
  2. Grover, Verinder (1993). Political Thinkers of Modern India: Lala Lajpat Rai. Deep & Deep Publications. pp. 547–. ISBN 978-81-7100-426-3.
  3. http://indianexpress.com/article/opinion/columns/faults-and-lines/99/