ପାଣ୍ଡୁରଙ୍ଗ ବାମନ କାଣେ

ଉଇକିପିଡ଼ିଆ‌ରୁ
ପାଣ୍ଡୁରଙ୍ଗ ବାମନ କାଣେ
Born(1880-05-07)ମଇ ୭, ୧୮୮୦
Died୮ ମଇ ୧୯୭୨(1972-05-08) (ବୟସ ୯୨)[୧]
Awardsଭାରତ ରତ୍ନ (୧୯୬୩)

ପାଣ୍ଡୁରଙ୍ଗ ବାମନ କାଣେ (୭ ମେ ୧୮୮୦– ୮ ମେ ୧୯୭୨) ଜଣେ ବିଶିଷ୍ଟ ସଂସ୍କୃତ ପଣ୍ଡିତ ତଥା ଭାରତବିଦ୍ୟାବିତ୍ । ଦୀର୍ଘ ୪୦ ବର୍ଷ ଧରି ଶୈକ୍ଷିକ କ୍ଷେତ୍ରରେ କରିଥିବା ଗବେଷଣା ତଥା ତାଙ୍କର ରଚନାକୃତି ପାଇଁ ସେ ୧୯୬୩ ମସିହାରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନଦ୍ୱାରା ସମ୍ମାନିତ । ତାଙ୍କର କୃତିଗୁଡିକ ମଧ୍ୟରେ ୬୫୦୦ ପୃଷ୍ଠାର ଧର୍ମଶାସ୍ତ୍ରର ଇତିହାସ ଅନ୍ୟତମ । ବିଶିଷ୍ଟ ଇତିହାସକାର ରାମ ଶରନ ଶର୍ମାଙ୍କ ଭାଷାରେ, "ପାଣ୍ଡୁରଙ୍ଗ ବାମନ କାଣେ ଭଳିଏକ ବିଶିଷ୍ଟ ସଂସ୍କୃତିବିତଙ୍କର ଜୀବନର ବ୍ରତ ଥିଲା ପ୍ରାଚୀନ ପରମ୍ପରା, ବିଦ୍‌ବତ୍ତା ତଥା ଆଚାର ସଂହିତା ଆଧାରରେ ଆଧୁନିକ ସମାଜ ସଂସ୍କାର । ବିଂଶ ଶତାବ୍ଦୀରେ "History of the Dharmasastra" ନାମରେ ପାଞ୍ଚ ଭାଗରେ ପ୍ରକାଶିତ ତାଙ୍କ ପ୍ରକାଣ୍ଡ ଗ୍ରନ୍ଥ ହେଉଛି ପ୍ରାଚୀନ ସଂସ୍କୃତି, ପରମ୍ପରା ତଥା ଆଚାର ସଂହିତାର ଏକ ଜ୍ଞାନକୋଷ । ପ୍ରାଚୀନ ଭାରତରେ ସାମାଜିକ ବିକାଶର ଧାରା ଅଧ୍ୟୟନ କରିବାରେ ଏକ ବିଶେଷ ସହାୟକ ଗ୍ରନ୍ଥ । "[୨]

ବିଶିଷ୍ଟ କୃତି[ସମ୍ପାଦନା]

ଡଃ କାଣେ ମୁମ୍ବାଇସ୍ଥିତ ଏସିଆଟିକ ସୋସାଇଟିର ଏହି ଟାଉନହାଲରେ ଥିବା ତଥ୍ୟ ତାଙ୍କ ଗବେଷଣା ପାଇଁ ବ୍ୟବହାର କରିଥିଲେ ।

ଡକ୍ଟର କାଣେ ତାଙ୍କର ଇଁରାଜୀ ଭାଷାରେ ରଚିତ History of Dharmaśāstra ଗ୍ରନ୍ଥ ପାଇଁ ବେଶ ଚର୍ଚ୍ଚିତ । ଏହି ଗବେଷଣାତ୍ମକ ଗ୍ରନ୍ଥରେ ସେ ପ୍ରାଚୀନ ତଥା ମଧ୍ୟକାଳୀନ ଭାରତରେ ଆଚାର ସଂହିତାର ଅଭ୍ୟୁଦୟ ବିଷୟରେ ବର୍ଣ୍ଣିତ । ଏହି ଗବେଷଣାରେ ସେ ପ୍ରାଚୀନ ଭାରତର ଅନେକ ତଥ୍ୟପୂର୍ଣ୍ଣ ଲେଖାର ସଂଦର୍ଭ ପ୍ରଦାନ କରିଛନ୍ତି । ଏହି ଗ୍ରନ୍ଥ ୫ ଭାଗରେ ପ୍ରକାଶିତ । ପ୍ରଥମ ଭାଗଟି ୧୯୩୦ରେ ପ୍ରକାଶିତ ହୋଇ ଏହି କ୍ରମରେ ଶେଷ ଭାଗଟି ୧୯୬୨ରେ ପ୍ରକାଶିତ ହେଲା । ୬୫୦୦ ପୃଷ୍ଠାରୁ ଅଧିକ ଆକାରର ଏହି ଗ୍ରନ୍ଥ ରଚନା ପାଇଁ ସେ ଏସିଆଟିକ ସୋସାଇଟି, ମୁମ୍ବାଇ ତଥା ଭଣ୍ଡାରକର ଓରିଏଣ୍ଟାଲ ଗବେଷଣା କେନ୍ଦ୍ର ଭଳି ଅନେକ ସମ୍ମାନଜନକ ଅନୁଷ୍ଠାନରେ ଉପଲବ୍ଧ ତଥ୍ୟର ଅଧ୍ୟୟନ କରିଥିଲେ । ଗ୍ରନ୍ଥଟି ମହାଭାରତ ଏବଂ ଅନେକ ପୁରାଣଠାରୁ ଆରମ୍ଭ କରି ବିବିଧ ବିଷୟରେ ତଥ୍ୟ ଭିତ୍ତିକ ଆଲୋଚନାର ବ୍ୟାପକତା ଏବଂ ଗଭୀରତା ଦୃଷ୍ଟିରୁ ଅନନ୍ୟ । କାଣେଙ୍କର ସଂସ୍କୃତରେ ଗଭୀର ଜ୍ଞାନ ଏହି ଗ୍ରନ୍ଥକୁ ଅଧିକ ରୁଦ୍ଧିମନ୍ତ କରିଛି ।

ଭାରତୀୟ ନ୍ୟାୟଶାସ୍ତ୍ର[ସମ୍ପାଦନା]

ଆହୁରି ପଢନ୍ତୁ[ସମ୍ପାଦନା]

en:Dharmasastra ଏବଂ en:Dharma

ଅଧାର[ସମ୍ପାଦନା]

  1. "RAJYA SABHA MEMBERS BIOGRAPHICAL SKETCHES 1952 - 2003" (PDF). Rajya Sabha Secretariat. Retrieved 30 September 2015.
  2. Sharma, R.S. (2005). India's Ancient Past. Oxford University Press. ISBN 978-0-19-568785-9.