ଖାଁ ଅବଦୁଲ ଗଫର ଖାଁ
ଅବଦୁଲ ଗଫର ଖାଁ | |
---|---|
![]() ୧୯୪୦ ମସିହାରେ ସୀମାନ୍ତ ଗାନ୍ଧୀଙ୍କ ଛବି | |
ଜନ୍ମ ଓ ଜନ୍ମସ୍ଥାନ | ୬ ଫେବୃଆରୀ ୧୮୯୦ Utmanzai, Hashtnagar, Frontier Tribal Areas of Punjab Province, British India (in present-day Charsadda District, Khyber Pakhtunkhwa, Pakistan) |
ମୃତ୍ୟୁ | ୨୦ ଜାନୁଆରୀ ୧୯୮୮ Peshawar, North West Frontier Province, Pakistan | (aged 97)
ସମାଧି ସ୍ଥଳ | Jalalabad, Nangarhar, Afghanistan |
ନାଗରିକତା | British India (1890–1947) Pakistan (1947–1988) |
ରାଜନୀତିକ ଦଳ | Indian National Congress National Awami Party |
ଆନ୍ଦୋଳନ | Pashtunistan movement Khudai Khidmatgar movement Indian independence movement |
ଜୀବନସାଥି | Meharqanda Kinankhel (ବିବାହ 1912–1918) Nambata Kinankhel (ବିବାହ 1920–1926) |
ସନ୍ତାନ | Abdul Ghani Khan Abdul Wali Khan Sardaro Mehar Taja Abdul Ali Khan |
ବାପା ବୋଉ | Bahram Khan |
ପୁରସ୍କାର | Prisoner of conscience (1962) Jawaharlal Nehru Award (1967) Bharat Ratna (1987) |
ଅବଦୁଲ ଗଫର ଖାଁ ବା ସୀମାନ୍ତ ଗାନ୍ଧୀ ବା ବଚ୍ଚା ଖାଁ ଜଣେ ଭାରତର ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏ ଅହିଂସା ବଳରେ ଅଖଣ୍ଡ ଭାରତରୁ ବ୍ରିଟିଶ ଶାସନର ଅବସାନ କରିବାରେ ସହାୟତା କରିଥିଲେ ।[୧] ସେ ଜଣେ ରାଜନୈତିକ ଏବଂ ଧାର୍ମିକ ଲୋକ ଥିଲେ ଯିଏ ଆଜୀବନ ଶାନ୍ତିବାଦୀ ଏବଂ ଇସଲାମ ଧର୍ମ ଅବଲମ୍ବନ କରିଥିଲେ । ସେ ଗାନ୍ଧୀଜୀଙ୍କର ଅହିଂସା ନୀତିର ଭରପୁର ସମର୍ଥନ କରିଥିଲେ ଏବଂ ନିଜେ ମଧ୍ୟ ଅହିଂସାପ୍ରେମୀ ଥିଲେ । ସେ ୧୯୨୯ ମସିହାରେ ଖୁଦାଇ ଖିଦମତ୍କର (ଭଗବାନଙ୍କର ସେବକ) ନାମକ ଆନ୍ଦୋଳନ ଆରମ୍ଭ କରିଥିଲେ । ଯାହାକି ବହୁମାତ୍ରାରେ ସଫଳ ହୋଇଥିଲା ।[୨]
ମୁସଲିମ ଲିଗଦ୍ୱାରା ମଗାଯାଇଥିବା ଭାରତ ବିଭାଜନକୁ ସେ ଦୃଢ଼ ରୂପେ ବିରୋଧ କରିଥିଲେ । ଖୁଦାଇ ଖିଡମତ୍କରର ନେତାମାନଙ୍କୁ ନପଚାରି ଯେବେ ଭାରତୀୟ ଜାତୀୟ କଂଗ୍ରେସ ଦେଶ ବିଭାଜନର ନିଷ୍ପତି ନେଇଥିଲା, ଏଥିରେ ଅସନ୍ତୁଷ୍ଟ ହୋଇ ସେ କହିଥିଲେ "ତମେମାନେ ଆମକୁ ଗଧିଆମାନଙ୍କ ପାଖକୁ ଫୋପାଡ଼ିଦେଇଛ" ।[୩] ଜୁନ ମାସ ୧୯୯୪ରେ ସେ ପାଶୁନ ଜାତିନିମିତ୍ତ ଏକ ସ୍ୱତନ୍ତ୍ର ପ୍ରଦେଶ ପାଶୁନିସ୍ଥାନ ଦାବି କରିଥିଲେ । ହେଲେ ବ୍ରିଟିଶ ସରକାର ଏହି ଦାବିକୁ ଖାରଜ କରିଦେଇଥିଲେ ।[୪]
୧୯୮୪ ମସିହାରେ ସେ ଶାନ୍ତି ବିଭାଗରେ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ପରେ ୧୯୮୭ ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଇଥିଲା ।
ଗ୍ୟାଲେରି[ସମ୍ପାଦନା]
ଶେଇଖ ଅବଦୁଲ୍ଲାହ, ନେହେରୁ ଏବଂ ଅବଦୁଲ ଗଫର ଖାଁ