ଭଗବାନ ଦାସ

ଉଇକିପିଡ଼ିଆ‌ରୁ

ଭଗବାନ ଦାସ (୧୨ ଜାନୁଆରୀ ୧୮୬୯ - ୧୮ ସେପ୍ଟେମ୍ବର ୧୯୫୮) ଜଣେ ଭାରତୀୟ ଗଣ୍ୟମାନ୍ୟ ବ୍ୟକ୍ତିତ୍ୱ ତଥା ବ୍ରହ୍ମବିଦ୍ୟା ବିଶ୍ୱାସୀ । କିଛି ସମୟପାଇଁ ସେ ବ୍ରିଟିଶ ରାଜତ୍ୱ ଭାରତର କେନ୍ଦ୍ରୀୟ ବିଧାନ ସଭାର ସଦସ୍ୟ ଥିଲେ । ଭାରତୀୟ ସଂସ୍କୃତିର ଭିନ୍ନ ଭିନ୍ନ ଦିଗ ସହ ପରିଚିତ ସେବା ସହ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶ ଗ୍ରହଣ କରି ଅନେକ ବିପଦ ବରଣ କରିଥିଲେ । ତେବେ ସ୍ୱାଧୀନତା ଆନ୍ଦୋଳନରେ ହିଂସାର ପ୍ରୟୋଗକୁ ସେ ଘୋର ବିରୋଧ କରୁଥିଲେ । ୧୯୫୫ରେ ସେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ ।[୧]

ପରିଚୟ[ସମ୍ପାଦନା]

ବାରଣାସୀର ଏକ ଅଗ୍ରୱାଲା ପରିବାରରେ ତାଙ୍କର ଜନ୍ମ ।[୨] ସ୍ନାତକ ଡିଗ୍ରୀ ହାସଲ କରି collections bureauସେ ଜଣେ ସହକାରୀ ଭାବେ କାର୍ଯ୍ୟ କଲେ । ହେଲେ ପରେ ସେ ଅଧିକ ଅଧ୍ୟୟନ କରିବା ଉଦ୍ଦେଶ୍ୟରେ ଚାକିରି ଛାଡି ଦେଲେ । ଭଗବାନ ଦାସ ଆନି ବେସାନ୍ତଙ୍କ ଏକ ଭାଷଣରେ ପ୍ରଭାବିତ ହୋଇ ୧୮୯୪ ମସିହାରେ ଥିଓସୋଫିକାଲ ସୋସାଇଟିରେ ଯୋଗ ଦେଲେ । ୧୮୯୫ରେ ଏହି ସୋସାଇଟିର ବିଭାଜନ ପରେ ସେ ଆଦ୍ୟାର ଗୋଷ୍ଠୀ ସହ ସାମିଲ ହେଲେ । ଅସହଯୋଗ ଆନ୍ଦୋଳନ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଲେ ।

ସାଂସ୍କୃତିକ ଅବଦାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Padma Awards Directory (1954-2007)" (PDF). www.indian-heritage.org. Retrieved 24 August 2018.
  2. Gallagher, John; Johnson, Gordon; Seal, Anil (1973). Locality, Province and Nation: Essays on Indian Politics 1870 to 1940 (in ଇଂରାଜୀ). CUP Archive. p. 45. ISBN 9780521098113.