ଗୁଲଜାରୀଲାଲ ନନ୍ଦା

ଉଇକିପିଡ଼ିଆ‌ରୁ
ଗୁଲଜାରୀଲାଲ ନନ୍ଦା
Gulzarilal Nanda
Prime Minister of India
Acting
କାର୍ଯ୍ୟକାଳ
11 January 1966 – 24 January 1966
ରାଷ୍ଟ୍ରପତିSarvepalli Radhakrishnan
ପୂର୍ବ ଅଧିକାରୀLal Bahadur Shastri
ପର ଅଧିକାରୀIndira Gandhi
କାର୍ଯ୍ୟକାଳ
27 May 1964 – 9 June 1964
ରାଷ୍ଟ୍ରପତିSarvepalli Radhakrishnan
ପୂର୍ବ ଅଧିକାରୀJawaharlal Nehru
ପର ଅଧିକାରୀLal Bahadur Shastri
Minister of Home Affairs
କାର୍ଯ୍ୟକାଳ
29 August 1963 – 14 November 1966
ପ୍ରଧାନ ମନ୍ତ୍ରୀJawaharlal Nehru
Lal Bahadur Shastri
Indira Gandhi
ପୂର୍ବ ଅଧିକାରୀLal Bahadur Shastri
ପର ଅଧିକାରୀYashwantrao Chavan
ବ୍ୟକ୍ତିଗତ ସବିଶେଷ
ଜନ୍ମ(1898-07-04)୪ ଜୁଲାଇ ୧୮୯୮
Sialkot, Punjab, British India
(now in Punjab, Pakistan)
ମୃତ୍ୟୁ୧୫ ଜାନୁଆରୀ ୧୯୯୮(1998-01-15) (ବୟସ ୯୯)
Ahmedabad, Gujarat, India
ରାଜନୀତିକ ଦଳIndian National Congress
ଜୀବନ ସାଥୀLakshmi
ସନ୍ତାନ2 sons and 1 daughter
ଶିକ୍ଷାନୁଷ୍ଠାନAllahabad University

ଗୁଲଜାରୀଲାଲ ନନ୍ଦା (୪ ଜୁଲାଇ ୧୮୯୮ – ୧୫ ଜାନୁଆରୀ ୧୯୯୮) ଜଣେ ଭାରତୀୟ ରାଜନୀତିଜ୍ଞ ଓ ଶ୍ରମ ଓ ଶ୍ରମିକ ସମ୍ପର୍କିତ ସମସ୍ୟା ବିଷୟକ ବିଶେଷଜ୍ଞ ଅର୍ଥନୀତିଜ୍ଞ ।[୧][୨] ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଯଥା ଜବାହରଲାଲଙ୍କ ମୃତ୍ୟୁ ପରେ ୧୯୬୪ରେ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ୧୯୬୬ରେ ସେ କମ ସମୟ ପାଇଁ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଉଭୟ ଥର ଶାସକ ଦଳ ଭାରତୀୟ ଜାତୀୟ କଂଗ୍ରେସର ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ଅବଧି ଶେଷ ହୋଇଛି । ୧୯୯୭ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା ।

ବାଲ୍ୟ ଜୀବନ ଓ ଶିକ୍ଷା[ସମ୍ପାଦନା]

ଗୁଲଜାରୀଲାଲ ୪ ଜୁଲାଇ ୧୮୯୮ରେ ତତ୍କାଳୀନ ବ୍ରିଟିଶ ଭାରତର ପଞ୍ଜାବ ପ୍ରୋଭିନ୍ସସ୍ଥିତ ଶିଆଲକୋଟରେ ଏକ ପଞ୍ଜାବୀ ହିନ୍ଦୁ ପରିବାରରେ ଜନ୍ମଲାଭ କରିଥିଲେ । ( ଭାରତ ବିଭାଜନ ପରେ ସିଆଲକୋଟ ଅଞ୍ଚଳ ପାକିସ୍ଥାନ ଅନ୍ତର୍ଗତ ପଞ୍ଜାବ ପ୍ରୋଭିନ୍ସରେ ରହିଛି) ନନ୍ଦା ତାଙ୍କ ଶିକ୍ଷା ଲାହୋର, ଅମୃତସର, ଆଗ୍ରା ଏବଂ ଆଲ୍ଲାହାବାଦରେ ଲାଭ କରିଥିଲେ ।

ଗବେଷଣା ଓ ଅଧ୍ୟାପନା[ସମ୍ପାଦନା]

ନନ୍ଦା ଆଲାହାବାଦ ବିଶ୍ୱବିଦ୍ୟାଳୟରେ ଶ୍ରମ ଓ ଶ୍ରମିକ ସମସ୍ୟା ସମ୍ପର୍କରେ ଜଣେ ଗବେଷକ ବିଦ୍ୟାର୍ଥୀ ଭାବେ କାର୍ଯ୍ୟ କଲେ (1920–1921) । ୧୯୨୧ରେ ସେ ମୁମ୍ବାଇସ୍ଥିତ ଜାତୀୟ ବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଭାବେ ଯୋଗ ଦେଲେ । ସେହି ବର୍ଷ ସେ ବ୍ରିଟିଶ ଶାସନ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।୧୯୨୨ରେ ସେ ଅହମଦନଗର ଟେକ୍ସଟାଇଲ ଶ୍ରମିକ ସଂଗଠନର ସମ୍ପାଦକ ଭାବେ ୧୯୪୬ ପର୍ଯ୍ୟନ୍ତ କାର୍ଯ୍ୟ କଲେ । ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ସତ୍ୟାଗ୍ରହରେ ଯୋଗ ଦେଇ ସେ ପ୍ରଥମେ ୧୯୩୨ରେ ଏବଂ ପରେ ୧୯୪୨ରୁ ୧୯୪୪ ଯାଏଁ ଜେଲ ଯାଇଥିଲେ । ଆଲାହାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ତାଙ୍କୁ "Proud Past Alumni" ସମ୍ମାନରେ ସମ୍ମାନିତ କରିଥିଲେ ।[୩][୪][୫]

ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଲଷ୍ମୀ ଏବଂ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଥିଲେ ।[୬]

ଆଧାର[ସମ୍ପାଦନା]

  1. "Rediff On The NeT: Former PM Gulzarilal Nanda dead". Rediff.com. Retrieved 2018-08-19.
  2. Profile of Gulzarilal Nanda
  3. "She is Proud Past Alumni Allahabad University"
  4. " Internet Archive of Proud Past Alumni"
  5. "" Internet Archive of Proud Past Alumni"
  6. Kalhan, Promilla (1997). Gulzarilal Nanda: A Life in the Service of the People. Allied Publishers. p. xvi. Retrieved 26 August 2014.