Jump to content

ଗୁଲଜାରୀଲାଲ ନନ୍ଦା

ଉଇକିପିଡ଼ିଆ‌ରୁ
ଗୁଲଜାରୀଲାଲ ନନ୍ଦା
Gulzarilal Nanda
Prime Minister of India
Acting
କାର୍ଯ୍ୟକାଳ
11 January 1966  24 January 1966
ରାଷ୍ଟ୍ରପତିSarvepalli Radhakrishnan
ପୂର୍ବ ଅଧିକାରୀLal Bahadur Shastri
ପର ଅଧିକାରୀIndira Gandhi
କାର୍ଯ୍ୟକାଳ
27 May 1964  9 June 1964
ରାଷ୍ଟ୍ରପତିSarvepalli Radhakrishnan
ପୂର୍ବ ଅଧିକାରୀJawaharlal Nehru
ପର ଅଧିକାରୀLal Bahadur Shastri
Minister of Home Affairs
କାର୍ଯ୍ୟକାଳ
29 August 1963  14 November 1966
ପ୍ରଧାନ ମନ୍ତ୍ରୀJawaharlal Nehru
Lal Bahadur Shastri
Indira Gandhi
ପୂର୍ବ ଅଧିକାରୀLal Bahadur Shastri
ପର ଅଧିକାରୀYashwantrao Chavan
ବ୍ୟକ୍ତିଗତ ସବିଶେଷ
ଜନ୍ମ(1898-07-04)୪ ଜୁଲାଇ ୧୮୯୮
Sialkot, Punjab, British India
(now in Punjab, Pakistan)
ମୃତ୍ୟୁ୧୫ ଜାନୁଆରୀ ୧୯୯୮(1998-01-15) (ବୟସ ୯୯)
Ahmedabad, Gujarat, India
ରାଜନୀତିକ ଦଳIndian National Congress
ଜୀବନ ସାଥୀLakshmi
ସନ୍ତାନ2 sons and 1 daughter
ଶିକ୍ଷାନୁଷ୍ଠାନAllahabad University

ଗୁଲଜାରୀଲାଲ ନନ୍ଦା (୪ ଜୁଲାଇ ୧୮୯୮ – ୧୫ ଜାନୁଆରୀ ୧୯୯୮) ଜଣେ ଭାରତୀୟ ରାଜନୀତିଜ୍ଞ ଓ ଶ୍ରମ ଓ ଶ୍ରମିକ ସମ୍ପର୍କିତ ସମସ୍ୟା ବିଷୟକ ବିଶେଷଜ୍ଞ ଅର୍ଥନୀତିଜ୍ଞ ।[][] ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଯଥା ଜବାହରଲାଲଙ୍କ ମୃତ୍ୟୁ ପରେ ୧୯୬୪ରେ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ୧୯୬୬ରେ ସେ କମ ସମୟ ପାଇଁ ଦୁଇ ଥର ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଉଭୟ ଥର ଶାସକ ଦଳ ଭାରତୀୟ ଜାତୀୟ କଂଗ୍ରେସର ନିର୍ବାଚିତ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ ତାଙ୍କ ଅବଧି ଶେଷ ହୋଇଛି । ୧୯୯୭ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା ।

ବାଲ୍ୟ ଜୀବନ ଓ ଶିକ୍ଷା

[ସମ୍ପାଦନା]

ଗୁଲଜାରୀଲାଲ ୪ ଜୁଲାଇ ୧୮୯୮ରେ ତତ୍କାଳୀନ ବ୍ରିଟିଶ ଭାରତର ପଞ୍ଜାବ ପ୍ରୋଭିନ୍ସସ୍ଥିତ ଶିଆଲକୋଟରେ ଏକ ପଞ୍ଜାବୀ ହିନ୍ଦୁ ପରିବାରରେ ଜନ୍ମଲାଭ କରିଥିଲେ । ( ଭାରତ ବିଭାଜନ ପରେ ସିଆଲକୋଟ ଅଞ୍ଚଳ ପାକିସ୍ଥାନ ଅନ୍ତର୍ଗତ ପଞ୍ଜାବ ପ୍ରୋଭିନ୍ସରେ ରହିଛି) ନନ୍ଦା ତାଙ୍କ ଶିକ୍ଷା ଲାହୋର, ଅମୃତସର, ଆଗ୍ରା ଏବଂ ଆଲ୍ଲାହାବାଦରେ ଲାଭ କରିଥିଲେ ।

ଗବେଷଣା ଓ ଅଧ୍ୟାପନା

[ସମ୍ପାଦନା]

ନନ୍ଦା ଆଲାହାବାଦ ବିଶ୍ୱବିଦ୍ୟାଳୟରେ ଶ୍ରମ ଓ ଶ୍ରମିକ ସମସ୍ୟା ସମ୍ପର୍କରେ ଜଣେ ଗବେଷକ ବିଦ୍ୟାର୍ଥୀ ଭାବେ କାର୍ଯ୍ୟ କଲେ (1920–1921) । ୧୯୨୧ରେ ସେ ମୁମ୍ବାଇସ୍ଥିତ ଜାତୀୟ ବିଦ୍ୟାଳୟରେ ଅର୍ଥନୀତି ପ୍ରଫେସର ଭାବେ ଯୋଗ ଦେଲେ । ସେହି ବର୍ଷ ସେ ବ୍ରିଟିଶ ଶାସନ ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ।୧୯୨୨ରେ ସେ ଅହମଦନଗର ଟେକ୍ସଟାଇଲ ଶ୍ରମିକ ସଂଗଠନର ସମ୍ପାଦକ ଭାବେ ୧୯୪୬ ପର୍ଯ୍ୟନ୍ତ କାର୍ଯ୍ୟ କଲେ । ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ସତ୍ୟାଗ୍ରହରେ ଯୋଗ ଦେଇ ସେ ପ୍ରଥମେ ୧୯୩୨ରେ ଏବଂ ପରେ ୧୯୪୨ରୁ ୧୯୪୪ ଯାଏଁ ଜେଲ ଯାଇଥିଲେ । ଆଲାହାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ତାଙ୍କୁ "Proud Past Alumni" ସମ୍ମାନରେ ସମ୍ମାନିତ କରିଥିଲେ ।[][][]

ତାଙ୍କ ସ୍ତ୍ରୀଙ୍କ ନାମ ଥିଲା ଲଷ୍ମୀ ଏବଂ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଥିଲେ ।[]

  1. "Rediff On The NeT: Former PM Gulzarilal Nanda dead". Rediff.com. Retrieved 2018-08-19.
  2. Profile of Gulzarilal Nanda
  3. "She is Proud Past Alumni Allahabad University"
  4. " Internet Archive of Proud Past Alumni"
  5. "" Internet Archive of Proud Past Alumni"
  6. Kalhan, Promilla (1997). Gulzarilal Nanda: A Life in the Service of the People. Allied Publishers. p. xvi. Retrieved 26 August 2014.