ରବି ଶଙ୍କର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ରବି ଶଙ୍କର
An old man sits on a platform and holds a long-necked lute while looking to the side.
ରବି ଶଙ୍କର ୨୦୦୯ ମାର୍ଚରେ ଦିଲ୍ଲୀର ଏକ ସମାରୋହରେ
ବିବରଣୀ
ଜନ୍ମ ନାମ ରବିନ୍ଦ୍ର ଶଙ୍କର ଚୌଧୁରୀ
ଜନ୍ମ ୭ ଅପ୍ରେଲ ୧୯୨୦(1920-04-07)
ବାରଣାସୀ, ବ୍ରିଟିଶ ଭାରତ
ମୃତ୍ୟୁ ୧୧ ଡିସେମ୍ବର, ୨୦୧୨ (୯୨ ବର୍ଷ)
San Diego, California, United States
ଶୈଳୀ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ
ଜୀବିକା ସଙ୍ଗୀତଜ୍ଞ
ବାଦ୍ୟଯନ୍ତ୍ର 'ସୀତାର
କାର୍ଯ୍ୟକାଳ ୧୯୩୯–୨୦୧୨
Associated acts ଉଦୟ ଶଙ୍କର, ଆଲ୍ଲାଉଦ୍ଦିନ ଖାଁ, ଅଲ୍ଲୀ ଆକବର ଖାଁ, ଲକ୍ଷ୍ମୀ ଶଙ୍କର, ୟେହୁଦି ମେନୁହିନ, ଚତୁର ଲାଲ, ଆଲ୍ଲା ରଖା, ଜର୍ଜ ହରିସୋନ, ଅନୁଷ୍କା ଶଙ୍କର, Beatles
ୱେବସାଇଟ RaviShankar.org

ରବି ଶଙ୍କର( ଜନ୍ମ: ୭ ଏପ୍ରିଲ ୧୯୨୦- ମୃତ୍ୟୁ : ୧୧ ଡିସେମ୍ବର ୨୦୧୨) , [୧]ଜଣେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରଖ୍ୟାତ ସୀତାର ବାଦକ ଓ ସଙ୍ଗୀତଜ୍ଞ । ରବି ଶଙ୍କର ଏକାଧାରରେ ଜଣେ ସମ୍ପାଦକ ,ଶିକ୍ଷକ ଓ ରଚୟିତା ଥିଲେ । ଏହା ସହିତ ସେ ଥିଲେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଜଣେ ବିଖ୍ୟାତ କଳାକାର । ସାରା ବିଶ୍ଵରେ ଭାରତୀୟ ସଙ୍ଗୀତ ଓ ସଂସ୍କୃତିର ପ୍ରଚାର କରିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ରବି ଶଙ୍କର ଥିଲେ ପାଶ୍ଚାତ୍ୟ ଦେଶରେ ବେଶ ଜଣାଶୁଣା ନାମ । ଏ ଭଳି ସଫଳତା ହାସଲ କରିବାରେ ସେ ଥିଲେ ପ୍ରଥମ ଭାରତୀୟ ସଙ୍ଗୀତଜ୍ଞ । ସତ୍ୟଜିତ ରୟଙ୍କ ଅପୁ ଥ୍ରୀଲୋଜି ପାଇଁ ମଧ୍ୟ ସେ ସଙ୍ଗୀତ ରଚନା କରିଥିଲେ ।

ପ୍ରାଥମିକ ଜୀବନ[ସମ୍ପାଦନା]

ରବି ଶଙ୍କର ଥିଲେ ଜଣେ ବଙ୍ଗାଳୀ ବ୍ରାହ୍ମଣ । ବାରଣାସୀ ଠାରେ ସେ ୧୯୨୦ ଏପ୍ରିଲ ୭ ରେ ଜନ୍ମ ଗ୍ରହଣ କରିଥିଲେ । ଜନ୍ମ ବେଳେ ତାଙ୍କୁ ରବିନ୍ଦ୍ର ଶଙ୍କର ନାମ ଦିଆଯାଇଥିଲା । ସେ ଥିଲେ ଚାରି ଭାଇଙ୍କ ମଧ୍ୟରୁ ସବୁଠୁ ସାନ । [୨][୩][୪] ତାଙ୍କ ଜୀବନର ପ୍ରଥମ ୧୦ବର୍ଷ ଦାରିଦ୍ର୍ୟ ମଧ୍ୟରେ କଟିଥିଲା । ତାଙ୍କ ବାପା ଥିଲେ ଜଣେ ଆଇନଜୀବୀ,ଦାର୍ଶନିକ,ଲେଖକ ତଥା ଝଲାୱ୍ଅରର ମହାରାଜାଙ୍କ ପୂର୍ବତନ ମନ୍ତ୍ରୀ । ୧୯୪୧ ରେ ରବି ଶଙ୍କର ଆଲ୍ଲାଉଦ୍ଦିନ ଖାଁଙ୍କ ଝିଅ ଅନ୍ନପୂର୍ଣ୍ଣା ଦେବୀଙ୍କୁ ବିବାହ କରିଥିଲେ । ତାଙ୍କର ପୁଅ ହେଲେ ଶୁଭେନ୍ଦ୍ର ଶଙ୍କର । ତେବେ ବାହାଘରର କିଛି ବର୍ଷ ପରେ ରବି ଶଙ୍କର ଓ ଅନ୍ନପୂର୍ଣ୍ଣା ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । ପରେ ନ୍ୟୁୟର୍କର ଜଣେ କନସର୍ଟ ପ୍ରଯୋଜିକା ସୁଇ ଜୋନସଙ୍କ ସହିତ ତାଙ୍କର ସମ୍ପର୍କ ଗଢି ଉଠିଥିଲା । ୧୯୭୯ ରେ ସେମାନଙ୍କର ଝିଅ ନୋରା ଜୋନସ ଜନ୍ମଗ୍ରହଣ କରିଥିଲେ । ନୋରା ହେଉଛନ୍ତି ଜଣେ ସଫଳ ସଙ୍ଗୀତଜ୍ଞ । ପରେ ରବି ଶଙ୍କର ସୁକନ୍ୟା ରାଜନଙ୍କୁ ବିବାହ କରିଥିଲେ । ସେମାନଙ୍କ ଠାରୁ ଅନୁଷ୍କା ଜନ୍ମ ଗ୍ରହଣ କରିଥିଲେ ।

ସଙ୍ଗୀତ ଜୀବନ[ସମ୍ପାଦନା]

ସଙ୍ଗୀତ ଦୁନିଆର ଗଡ଼ଫାଦର ଭାବରେ ଜଣାଯାଉଥିବା ବିଶ୍ଵ ପ୍ରସିଦ୍ଧ ସୀତାର ବାଦକ ରବି ଶଙ୍କରଙ୍କ ଜୀବନ ଯାତ୍ରା ଥିଲା ଅସାଧାରଣ ଓ ରୋମାଞ୍ଚକର । ଭାରତୀୟ ରାଗ ସହିତ ରବି ଶଙ୍କରଙ୍କ ସଙ୍ଗୀତ ପାଶ୍ଚାତ୍ୟ ଲୋକଙ୍କୁ ମଧ୍ୟ ବିମୋହିତ କରିଥିଲା । ପ୍ରଖ୍ୟାତ ବିଟଲସ୍ ରକ୍ ଗ୍ରୁପ ର ଗିଟାର ବାଦକ ତଥା ବ୍ରିଟେନର ରକ୍ ଷ୍ଟାର ଜର୍ଜ ହାରିସନ ଏବଂ ଆମେରିକାରେ ଜନ୍ମିତ ବ୍ରିଟେନର ଭାଓଲିନ ବାଦକ ୟେହୁଦି ମେନୁହିଁଙ୍କ ସହିତ ମଧ୍ୟ ରବି ଶଙ୍କର କାମ କରିଥିଲେ । ଭାଇ ଉଦୟ ଶଙ୍କରଙ୍କ ଗ୍ରୁପରେ ଜଣେ ନୃତ୍ୟ ଶିଳ୍ପୀଭାବେ ସେ କ୍ୟାରିଅର ଆରମ୍ଭ କରିଥିଲେ ।[୫][୬] କିନ୍ତୁ ୧୯୩୮ ମସିହାରେ ସେ ଏହି କାମ ଛାଡି ଉସ୍ତାଦ ଆଲାଉଦ୍ଦିନ ଖାଁଙ୍କ ପାଖରେ ସିତାର ବାଦନ ଶିକ୍ଷା ଆରମ୍ଭ କରିଥିଲେ । ସେ ପ୍ରାୟ ସାତବର୍ଷ ଉଲାଉଦ୍ଦିନଙ୍କ ଠାରୁ ସୀତାର ବାଦନ ପ୍ରଶିକ୍ଷଣ ନେଇଥିଲେ । ଉଦୟଙ୍କ ଗ୍ରୁପରେ କାମ କରୁଥିବା ସମୟରେ ରବି ଶଙ୍କର ୟୁରୋପ ଓ ଆମେରିକା ଗ୍ରସ୍ତ କରିଥିଲେ । ଏହି ସମୟରେ ସେ ପାଶ୍ଚାତ୍ୟ ସଙ୍ଗୀତ ଏବଂ ସିନେମା ସଂସ୍ପର୍ଶରେ ଆସିଥିଲେ ଏବଂ ପାଶ୍ଚାତ୍ୟ ସଂସ୍କୃତି ସହିତ ତାଙ୍କର ପରିଚୟ ହୋଇଥିଲା । ସେ ପ୍ରଥମେ ୧୯୪୫ ମସିହାରେ ତାଙ୍କ ପ୍ରଥମ ରାଗ ରଚନା କରିଥିଲେ । ୧୯୫୦-୬୦ବେଳକୁ ସେ ବେସରକାରୀ ଭାବେ ଭାରତୀୟ ସଙ୍ଗୀତ ପାଇଁ ଆନ୍ତର୍ଜାତିକ ପ୍ରତିନିଧି ସାଜିଥିଲେ । ହରିସନଙ୍କ ସହିତ କାମ କରିବା ପରେ ଆନ୍ତର୍ଜାତିକ ସ୍ତରରେ ସେ ଜଣେ ଷ୍ଟାର ଭାବେ ଖ୍ୟାତି ଅର୍ଜନ କରିଥିଲେ । ୧୯୪୯ ରୁ ୧୯୫୬ ମଧ୍ୟରେ ସେ ଅଲ ଇଣ୍ଡିଆ ରେଡିଓ,ନୂଆଦିଲ୍ଲୀର ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ସେ ତିନିଥର ଗ୍ରାମୀ ପୁରସ୍କାର ଜିତିଥିଲେ । ୨୦୧୨ ନଭେମ୍ବର ୪ ତାରିଖରେ କାଲିଫର୍ଣ୍ଣିଆରେ ଝିଅ ଅନୁଷ୍କା ଶଙ୍କରଙ୍କ ସହିତ ସେ ଶେଷଥର ପାଇଁ ସଙ୍ଗୀତ ପରିବେଷଣ କରିଥିଲେ ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ୧୯୬୨ ସଙ୍ଗୀତ ନାଟକ ଏକାଡେମୀ ।[୭]
  • ୧୯୬୭ ମସିହାରେ ପଦ୍ମଭୂଷଣ ପୁରସ୍କାର ।
  • ୧୯୮୧ ରେ ପଦ୍ମବିଭୂଷଣ
  • ୧୯୯୯ ମସିହାରେ ଭାରତ ସରକାରଙ୍କ ଦ୍ଵାରା ଭାରତରତ୍ନ[୮]

୧୯୮୬ ମସିହାରେ ସେ ରାଜ୍ୟସଭାର ଜଣେ ସଦସ୍ୟ ଭାବରେ ମନୋନୀତ ହୋଇଥିଲେ । କାବୁଲିୱଲା ଫିଲ୍ମରେ ସଙ୍ଗୀତ ରଚନା ପାଇଁ ତାଙ୍କୁ ୧୯୫୭ ରେ ସିଲଭର୍ ବିଅର୍ ଅକ୍ସଟ୍ରାଅଡିନାରୀ ପ୍ରାଇଜ ମିଳିଥିଲା । ବର୍ଲିନ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୨ ମସିହା ଡିସେମ୍ବର ୧୧ ରେ ଆମେରିକାରେ ୯୨ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।

ଆଧାର[ସମ୍ପାଦନା]

  1. Ganapathy, Lata (December 12, 2012). "Pandit Ravi Shankar passes away". The Hindu. http://www.thehindu.com/arts/music/sitar-maestro-ravi-shankar-passes-away/article4190878.ece. Retrieved December 12, 2012. 
  2. Lavezzoli 2006, p. 48
  3. Hunt, Ken. "Ravi Shankar – Biography". AllMusic. http://www.allmusic.com/artist/ravi-shankar-p3434/biography. Retrieved 15 July 2009. 
  4. Massey 1996, p. 159
  5. Slawek 2001, pp. 202–203
  6. Ghosh 1983, p. 55
  7. "SNA: List of Akademi Awardees – Instrumental – Sitar". Sangeet Natak Akademi. Retrieved 29 July 2010. 
  8. "Padma Awards". Ministry of Communications and Information Technology. Retrieved 16 July 2009. 

ଅଧିକ ତଥ୍ୟ[ସମ୍ପାଦନା]