Jump to content

କମଳା ନେହେରୁ

ଉଇକିପିଡ଼ିଆ‌ରୁ
କମଳା
ଜନ୍ମ(1899-08-01)୧ ଅଗଷ୍ଟ ୧୮୯୯
ଦିଲ୍ଲୀ, ଭାରତ
ମୃତ୍ୟୁ୨୮ ଫେବୃଆରୀ ୧୯୩୬(1936-02-28) (ବୟସ ୩୬)
ଜାତୀୟତାଭାରତୀୟ
ବୈବାହିକ-ସାଥୀଜବାହରଲାଲ ନେହେରୁ
ସନ୍ତାନଇନ୍ଦିରା ଗାନ୍ଧୀ

କମଳା ନେହୁରୁ (pronunciation ; ୧ ଅଗଷ୍ଟ ୧୮୯୯ – ୨୮ ଫେବୃଆରୀ ୧୯୩୬)ଜଣେ ସ୍ୱାଧୀନତା ସଂଗ୍ରାମୀ, ଜବାହରଲାଲ ନେହେରୁଙ୍କ ସ୍ତ୍ରୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ମା ଥିଲେ। ସେ ଜଣେ ଦେଶ ହିତାଭିଳାଷୀ ଥିଲେ ।

ପରିଚୟ

[ସମ୍ପାଦନା]

କମଳା ନେହେରୁ ଦିଲ୍ଲୀର ଏକ ପ୍ରମୁଖ ବ୍ୟବସାୟୀ ପଣ୍ଡିତ ଜବାହରଲାଲମଲ ଏବଂ ରାଜପତି କୌଲଙ୍କ କନ୍ୟା । ଏକ ଭାରତୀୟ ପରମ୍ପରାଗତ କାଶ୍ମିରୀ ବ୍ରାହ୍ମଣ ପରିବାରରେ କମଳାଙ୍କ ଜନ୍ମ ୧ ଅଗଷ୍ଟ ୧୮୯୯ ମସିହାରେ ଦିଲ୍ଲୀରେ ହୋଇଥିଲା । କମଳା ହେଉଛନ୍ତି ପରିବାରର ଜ୍ୟେଷ୍ଠ ସନ୍ତାନ ।[] ଚାନ୍ଦ ବାହାଦୁର କାଉଲ ଏବଂ କୈଳାଶ ନାଥ କାଉଲ ନାମରେ ତାଙ୍କର ଦୁଇ ଭାଇ । ଅନ୍ୟ ଏକ ଭଉଣୀ ହେଲେ ସ୍ୱରୂପ କଟଯୁ । କମଳା ଜଣେ ପଣ୍ଡିତ ଏବଂ ଏକ ମୌଲବୀ ଗୃହ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଶିକ୍ଷା ଲାଭ କରିଥିଲେ । ମାତ୍ର ସତର ବର୍ଷ ବୟସରେ କମଳାଙ୍କ ବିବାହ ଜବାହରଲାଲ ନେହେରୁଙ୍କ ସହ ୮ ଫେବୃଆରୀ ୧୯୧୬ ମସିହାରେ ହୋଇଥିଲା । ବିବାହ ପରେ କମଳାଙ୍କ ନାମ କମଳା କୌଲ ନେହେରୁ ହେଲା । ବ୍ରିଟିଶ ଲେଖିକା କ୍ୟାଥରିନ ଫ୍ରାନ୍ସିକ ସ୍ୱରଚିତ ବହି "Indira: The Life of Indira Nehru Gandhi "ରେ ଲେଖିଛନ୍ତି ଯେ 'ଦିଲ୍ଲୀର ପରମ୍ପରାଗତ ହିନ୍ଦୁ ବ୍ରାହ୍ମଣ ପରିବାର ସହ ସମ୍ବନ୍ଧ ରଖିଥିବା ହେତୁ କମଳା ନେହେରୁଙ୍କ ଚରିତ୍ରରେ ହିନ୍ଦୁ ସଂସ୍କାର ସ୍ପଷ୍ଟ ବାରିହୋଇପଡୁଥିଲା । କିନ୍ତୁ ବିବାହ ପରେ ବିଦେଶ ଫେରନ୍ତା ତଥା ପାଶ୍ଚାତ୍ୟ ଢଙ୍ଗରେ ପ୍ରଭାବୀ ନେହେରୁଙ୍କ ପରିବାରରେ ତାଙ୍କୁ ଅଲଗା ପରିବେଶରେ ରହିବାକୁ ହେଲା '।

ସ୍ୱାଧୀନତା ସଂଗ୍ରାମରେ ଭୂମିକା

[ସମ୍ପାଦନା]

କମଳା ନେହେରୁ ଭାରତର ସ୍ୱାଧୀନତା ସଂଗ୍ରାମରେ ଜବାହାରଙ୍କ ପ୍ରମୁଖ ସହଯୋଗୀ ଥିଲେ । ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନରେ ଆଲ୍ଲହାବାଦରେ ମହିଳାମାନଙ୍କୁ ଏକତ୍ର କରି ବିଦେଶୀ ଲୁଗା ଦୋକାନ ତଥା ମଦ ଦୋକାନରେ ପିକେଟିଂ କରିବା ଆରମ୍ଭ କଲେ । ଏପରିକି ଇଂରେଜ ସରକାର ଯେତେବେଳେ ଜବାହାରଙ୍କୁ ଇଂରେଜ ବିରୋଧୀ ଭାଷଣ ଦେବାରୁ ବିରତ କରିବାକୁ ଦେଶଦ୍ରୋହ ଅପରାଧରେ ଗିରଫ କଲେ, ସେତେବେଳେ କମଳା ନେହେରୁ ଜବାହରଙ୍କ ଲିଖିତ ଭାଷଣ ପଢିବାକୁ ଆଗେଇଯାଇଥିଲେ ।[][] ଯେତେବେଳେ ଇଂରେଜ ସରକାର ଦେଖିଲେ ଯେ ସ୍ୱାଧୀନତା ସଂଗ୍ରାମରେ କମଳାଙ୍କ ଲୋକପ୍ରିୟତା ବୃଦ୍ଧି ହେଉଛି, ସେତେବେଳେ ଭିନ୍ନ ଭିନ୍ନ ସଂକ୍ରାନ୍ତରେ କମଳାଙ୍କୁ ଦୁଇଥର ଜେଲ ଯିବାକୁ ପଡିଥିଲା । କମଳାଙ୍କ ସହ ସରୋଜିନୀ ନାଇଡୁ ତଥା ଅନ୍ୟ ମହିଳା ମଧ୍ୟ କାରାବରଣ କରିଥିଲେ । ଏହି ସମୟରେ କମଳା ନିଜ ଘର ସ୍ୱରାଜ ଭବନର ଏକ ବଖରାରେ ଆହତ ସ୍ୱତନ୍ତ୍ରତା ସେନାନୀମାନଙ୍କୁ ସେବା କରିବା ତଥା ଔଷଧ ବିତରଣ କରିବା ଆରମ୍ଭ କରିଦେଲେ । କମଳାଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ ତଥା ଅନ୍ୟ ପ୍ରମୁଖ ନେତାଙ୍କ ସହାୟତାରେ ଏହାକୁ କମଳା ନେହେରୁ ମେମୋରିଅଲ ହାସପାତାଳ ନାମରେ ପ୍ରତିଷ୍ଠା କଲେ ।

ମୃତ୍ୟୁ

[ସମ୍ପାଦନା]

କମଳା ନେହରୁ ୨୮ ଫେବୃଆରୀ ୧୯୩୬ ରେ ସ୍ୱିଜରଲ୍ୟାଣ୍ଡର ଲାଉଜାନେରେ ଯକ୍ଷ୍ମା ରୋଗରେ ଦେହାନ୍ତ ଲାଭ କରିଥିଲେ । ମୃତ୍ୟୁବେଳକୁ ତାଙ୍କ ଝିଅ ଏବଂ ଶାଶୁ ତାଙ୍କ ସହିତ ଥିଲେ । ତାଙ୍କ ଶେଷ କିଛି ବର୍ଷ ଧରି, କମଳା ନେହରୁ ପ୍ରାୟତଃ ଅସୁସ୍ଥ ରହୁଥିଲେ ଏବଂ ଚିକିତ୍ସା ପାଇଁ ସ୍ୱିଜରଲ୍ୟାଣ୍ଡର ଏକ ଆରୋଗ୍ୟ ଆଶ୍ରମକୁ ନେଉଥିଲେ, ଯଦିଓ ସେ ସୁସ୍ଥ ହେବା ପରେ ଭାରତକୁ ଫେରିଥିଲେ ।

୧୯୩୫ ର ଆରମ୍ଭରେ, କମଳା ନେହରୁଙ୍କ ସ୍ୱାସ୍ଥ୍ୟ ପୁନଃ ଅବନତି ହେବା ପରେ, ସୁଭାଷ୍ ଚନ୍ଦ୍ର ବୋଷ ତାଙ୍କୁ ଜର୍ମାନୀର ବାଡେନ୍‌ୱାଇଲର୍‌କୁ ନେଇ ଗଲେ ଏବଂ ଚିକିତ୍ସା ପାଇଁ ଏକ ଆରୋଗ୍ୟ ଆଶ୍ରମରେ ଭର୍ତ୍ତି କଲେ। ସେତେବେଳେ ତାଙ୍କ ସ୍ୱାମୀ ଜବାହରଲାଲ ନେହରୁ ଭାରତରେ କାରାଗାରରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅଧିକ ଅବନତି ହେବା ପରେ, ଜବାହରଲାଲ ନେହରୁ କାରାଗାରରୁ ମୁକ୍ତି ପାଇ ଅକ୍ଟୋବର ୧୯୩୫ ରେ ଜର୍ମାନୀକୁ ଯାଇଥିଲେ ।

କମଳା ନେହରୁଙ୍କ ସ୍ୱାସ୍ଥ୍ୟ ପ୍ରାରମ୍ଭରେ ଉନ୍ନତି ଘଟିଥିଲେ, କିନ୍ତୁ ୧୯୩୬ ରେ ପୁନଃ ଅବନତି ଆରମ୍ଭ ହେଲା, ଏବଂ ୨୮ ଫେବୃଆରୀ ରେ ସେ ପରଲୋକ ଗମନ କଲେ । ତାଙ୍କ ଆତ୍ମଜୀବନୀର ପ୍ରସ୍ତାବନାରେ, ଏବଂ କମଳାଙ୍କ ମୃତ୍ୟୁ ପରେ ଯୋଡି ଦିଆଯାଇଥିବା ଏକ ଅଧ୍ୟାୟରେ, ଜବାହରଲାଲ ନେହରୁ ଲେଖିଛନ୍ତି ଯେ ସେ ଅତିଶୟ ଦୁଃଖିତ ହୋଇଥିଲେ ଏବଂ କେତେମାସ ଧରି ଶୋକରେ ରହିଥିଲେ ।[]

  1. Jayakar, Pupul (1995). Indira Gandhi, a biography (Rev. ed.). New Delhi, India: Penguin. pp. 9–11. ISBN 978-0140114621.
  2. Nehru, Jawaharlal (26 January 1936). An Autobiography (1 ed.). London: Bodley Head. {{cite book}}: |access-date= requires |url= (help)
  3. "Kamala Nehru Biography". Iloveindia. Retrieved 15 August 2018.
  4. Nehru, Jawaharlal (1940). An Autobiography (2nd ed.). London: Bodell Head.