ସତ୍ୟଜିତ ରାୟ
ସତ୍ୟଜିତ ରାୟ | |
---|---|
![]() ୧୯୮୧ ମସିହାରେ ନ୍ୟୁୟର୍କରେ ସତ୍ୟଜିତ | |
ଜନ୍ମ ଓ ଜନ୍ମସ୍ଥାନ | ୨ ମଇ ୧୯୨୧ |
ମୃତ୍ୟୁ | ୨୩ ଅପ୍ରେଲ ୧୯୯୨ | (ବୟସ ୭୦)
ଜାତୀୟତା | ବ୍ରିଟିଶ-ଭାରତୀୟ (୧୯୨୧–୧୯୪୭) ଭାରତୀୟ (୧୯୪୭–୧୯୯୨) |
ଶିକ୍ଷାନୁଷ୍ଠାନ | କଲିକତା ବିଶ୍ୱବିଦ୍ୟାଳୟ |
ଜୀବିକା | ନିର୍ଦ୍ଦେଶକ, ପ୍ରଯୋଜକ, ଚିତ୍ରନାଟ୍ୟ ରଚୟିତା, ଗୀତିକାର, ସଙ୍ଗୀତକାର, ଲେଖକ |
କାର୍ଯ୍ୟକାଳ | ୧୯୫୦–୧୯୯୨ |
ଉଚ୍ଚତା | 6 ft 4 in (1.93 m)[୧] |
ଜୀବନସାଥି | ବିଜୟା ରାୟ (ବିବାହ 1949–1992) |
ସନ୍ତାନ | ସନ୍ଦିପ ରାୟ (ପୁଅ) |
ବାପା ବୋଉ | ସୁକୁମାର ରାୟ (ବାପା) ସୁପ୍ରଭା ରାୟ (ମାଆ) |
ସମ୍ପର୍କୀୟ | ଉପେନ୍ଦ୍ରକିଶୋର ରାୟ ଚୌଧୁରୀ (ଜେଜେବାପା) |
ସତ୍ୟଜିତ ରାୟ (ଛାଞ୍ଚ:IPA-bn; ୨ ମଇ ୧୯୨୧ – ୨୩ ଅପ୍ରେଲ ୧୯୯୨), ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଥିଲେ । ସେ ଚଳଚ୍ଚିତ୍ର ନିର୍ମାଣ ସହ ଚିତ୍ରନାଟ୍ୟ ରଚନା, ସଙ୍ଗୀତକାର, ଗୀତିକାର, ନିର୍ଦ୍ଦେଶକ, ଲେଖକ ଭାବରେ ବିଂଶ ଶତାବ୍ଦୀର ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ଭାବରେ ପରିଚିତ ଥିଲେ ।[୨][୩][୪] ସତ୍ୟଜିତ କଲିକତାର ଏକ ବଙ୍ଗାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଜନେ ବିଜ୍ଞାପନ କଳାକାର ଭାବରେ ତାଙ୍କର ପେଶା ଆରମ୍ଭ କରିଥିଲେ ଏବଂ ପରେ ସେ ଜଣେ ସ୍ୱତନ୍ତ୍ର ଚଳଚ୍ଚିତ୍ର ନିର୍ମାତା ଭାବରେ କାମ ଆରମ୍ଭ କରିଥିଲେ । ସତ୍ୟଜିତ ତାଙ୍କର ଲଣ୍ଡନ ଯାତ୍ର ସମୟରେ ଫ୍ରେଞ୍ଚ ଚଳଚ୍ଚିତ୍ର ନିର୍ମାତା ଜିନ୍ ରେନୋଇର୍ଙ୍କୁ ଭେଟିଲା ପରେ ଏବଂ ୧୯୪୮ ମସିହାରେ ଭିଟ୍ଟୋରିଓ ଦେ ସିକାଙ୍କର ଇଟାଲୀ ଚଳଚ୍ଚିତ୍ର ବାଇସାଇକେଲ ଥିଭ୍ସ୍ ଦେଖିଲା ପରେ ସେ ନିଜେ ଜଣେ ସ୍ୱଧୀନ ଚଳଚ୍ଚିତ୍ର ନିର୍ମାତା ହେବା ପାଇଁ ନିଷ୍ପତ୍ତି ନେଇଥିଲେ ।
ସତ୍ୟଜିତ ସମୁଦାୟ ୩୬ଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି, ଯାହା ମଧ୍ୟରେ କଥାଚିତ୍ର, ଡକୁମେଣ୍ଟାରୀ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଗତ । ଏହି ସହିତ ସେ ଜଣେ କାଳ୍ପନିକ ଲେଖକ, ପ୍ରକାଶକ, ଚିତ୍ରକାର, ଲେଖକ, ସଙ୍ଗୀତକାର, ଗ୍ରାଫିକ ଡାଇଜାଇନର ଏବଂ ଚଳଚ୍ଚିତ୍ର ସମୀକ୍ଷକ ଥିଲେ । ସେ କିଛି କ୍ଷୁଦ୍ରଗଳ୍ପ ଏବଂ ଉପନ୍ୟାସର ରଚନା କରିଥିଲେ, ଯେଉଁଗୁଡ଼ିକ ମୁଖ୍ୟତଃ ଶିଶୁ ତଥା କିଶୋରମାନଙ୍କ ପାଇଁ ଉଦିଷ୍ଟ ଥିଲା । ତାଙ୍କ ରଚିତ କିଛି କାଳ୍ପନିକ ଚରିତ୍ର ଫେଲୁଦା, ସ୍ଲେଉଥ୍ ଏବଂ ବିଜ୍ଞାନଭିତ୍ତିକ କାହାଣୀର ବୈକାନିକ ଶୋଙ୍କୁ ଆଦି ଲୋକପ୍ରିୟ ଚରିତ୍ର ଥିଲା । ସତ୍ୟଜିତଙ୍କୁ ଓକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ତରଫରୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଉପାଧି ପ୍ରଦାନ କରାଯାଇଥିଲା । ସତ୍ୟଜିତ ତାଙ୍କର ସମୁଦାୟ ଚଳଚ୍ଚିତ୍ରର ଚିତ୍ରନାଟ୍ୟ ନିଜେ ରଚନା କରିଥିଲେ ଏବଂ ଅଧାରୁ ଅଧିକ ଚଳଚ୍ଚିତ୍ରରର ସ୍ୱର ସଂଯୋଜନା କରିଥିଲେ ।
ସତ୍ୟଜିତଙ୍କର ପ୍ରଥମ ଚଳଚ୍ଚିତ୍ର ପଥର ପାଞ୍ଚାଳି ୧୯୫୫ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସମୁଦାୟ କଥାଚିତ୍ରଟି ୧୧ଟି ଆନ୍ତର୍ଜାତୀୟ ପୁରସ୍କାର ପାଇଥିଲା । ଏହି ପୁରସ୍କାରଗୁଡ଼ିକ ମଧ୍ୟରେ ୧୯୫୬ର କାନ୍ସ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ହ୍ୟୁମାନ ଡକୁମେଣ୍ଟ ପୁରସ୍କାର ପାଇଥିଲା । ଏହାପରେ ୧୯୫୬ର କଥାଚିତ୍ର ଅପରାଜିତୋ ଏବଂ ୧୯୫୯ର କଥାଚିତ୍ର ଆପୁର ସଂସାର ତାଙ୍କୁ ମଧ୍ୟ ସଫଳତା ଦେଇଥିଲା । ସତ୍ୟଜିତ ତାଙ୍କ ପ୍ରକଳ୍ପର ଚିତ୍ରନାଟ୍ୟ, କଳାକାର ଚୟନ, ସ୍କୋରିଙ୍ଗ୍, ସମ୍ପାଦନା, ଶୀର୍ଷକ ଚୟନ ଏବଂ ପ୍ରଚାର ସାମଗ୍ରୀ କାର୍ଯ୍ୟ ନିଜେ ଦେଖୁଥିଲେ । ସତ୍ୟଜିତ ତାଙ୍କ ଜୀବନରେ ଅନେକ ପ୍ରମୁଖ ପୁରସ୍କାର ପାଇଛନ୍ତି, ଯାହା ମଧ୍ୟରେ ୩୨ଟି ଭାରତୀୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଗୋଟିଏ ଗୋଲ୍ଡେନ ଲାୟନ, ଗୋଟିଏ ଗୋଲ୍ଡେନ ବିୟର୍, ୨ଟି ସିଲ୍ଭର୍ ବିୟର୍, ଅନେକ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ୧୯୯୨ରେ ଗୋଟିଏ ଆକାଡେମୀ ସମ୍ମାନ ପୁରସ୍କାର ରହିଛି । ୧୯୯୨ ମସିହାରେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ଭାରତ ସରକାର ସତ୍ୟଜିତଙ୍କୁ ସମ୍ମାନିତ କରିଥିଲେ । ସତ୍ୟଜିତ ମୁଖ୍ୟତଃ ବଙ୍ଗଳା ଭାଷାରେ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଏଥିସହିତ ସେ ଇଂରାଜୀ ଭାଷାରେ କିଛି ଡକୁମେଣ୍ଟାରୀ ଚଳଚ୍ଚିତ୍ର, ଶବ୍ଦ ବିହୀନ ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଏବଂ ହିନ୍ଦୀ ତଥା ଉର୍ଦ୍ଦୁରେ ମଧ୍ୟ କିଛି ଚଳଚ୍ଚିତ୍ର ନିର୍ମାଣ କରିଥିଲେ ।
ଆଧାର[ସମ୍ପାଦନା]
- ↑ "Biography". Satyajitray.org. Archived from the original on 11 August 2003. Retrieved 14 August 2003.
- ↑ Tmh (2007). Book Of Knowledge Viii, 5E. Tata McGraw-Hill Education. ISBN 9780070668065.
- ↑ Robinson, W. Anderson. "Satyajit Ray". Encyclopædia Britannica. Archived from the original on 26 December 2015.
- ↑ "Iconic filmmaker Satyajit Ray's 94th birth anniversary celebrated". Daily News and Analysis. 2 May 2015. Archived from the original on 3 May 2015.
ବାହାର ଆଧାର[ସମ୍ପାଦନା]
ସତ୍ୟଜିତ ରାୟ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
![]() |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
![]() |
ଉଇକିକଥାରୁ ଢଗଢମାଳି ଓ କଥାମାନ |
- ସତ୍ୟଜିତ ରାୟ (ଇଣ୍ଟରନେଟ ମୁଭି ଡାଟାବେସରେ)
- Pages using infobox person with multiple parents
- Wikipedia articles with BNE identifiers
- Wikipedia articles with CANTIC identifiers
- Wikipedia articles with NLP identifiers
- Wikipedia articles with PIC identifiers
- Wikipedia articles with RERO identifiers
- Wikipedia articles with SNAC-ID identifiers
- AC with 25 elements
- ୧୯୨୧ ଜନ୍ମ
- ୧୯୯୨ ମୃତ୍ୟୁ