ଏ.ପି.ଜେ. ଅବଦୁଲ କଲାମ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏ.ପି.ଜେ. ଅବଦୁଲ କଲାମ
ଅବଦୁଲ କଲାମ,୨୦୦୮

ଭାରତର ଏକାଦଶତମ ରାଷ୍ଟ୍ରପତି
କାର୍ଯ୍ୟକାଳ
୨୫ ଜୁଲାଇ,୨୦୦୨ – ୨୫ ଜୁଲାଇ,୨୦୦୭
ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ
ମନମୋହନ ସିଂହ
ଉପ ରାଷ୍ଟ୍ରପତି [[ଭୈରୋ ସିଂହ ଶେଖାp.m.

]]

ପୂର୍ବ ଅଧିକାରୀ କେ.ଆର.ନାରାୟଣନ
ପର ଅଧିକାରୀ ପ୍ରତିଭା ପାଟିଲ

ଜନ୍ମ ୧୫ ଅକ୍ଟୋବର ୧୯୩୧(1931-10-15)
ରାମେଶ୍ଵରମ
ମୃତ୍ୟୁ ୨୭ ଜୁଲାଇ, ୨୦୧୫ (୮୩ ବର୍ଷ)
ଶିଲଂ, ମେଘାଳୟ, ଭାରତ 7.45 p.m
ଶିକ୍ଷାନୁଷ୍ଠାନ ସେଣ୍ଟ ଯୋସେଫ କଲେଜ, ତ୍ରିରୁଚିରାପଲ୍ଲୀ
ପେଷା ବୈଜ୍ଞାନିକ,ଲେଖକ
Aerospace engineer
ଧର୍ମ ମାନବତା[୧]
ୱେବସାଇଟ abdulkalam.com

ଏ. ପି. ଜେ. ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ଵରମ୍ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନ ର ଆଖ୍ୟା ଦିଆଯାଇଛି । ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନ ରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ" ରେ ସମ୍ମାନିତ କରା ଯାଇଥିଲା।

ପିଲାଦିନ ଓ ଶିକ୍ଷା[ସମ୍ପାଦନା]

୧୫ ଅକ୍ଟୋବର ୧୯୩୧ ମସିହାରେ ତାମିଲନାଡୁର ରାମେଶ୍ଵରମ ଗାଁରେ ଏକ ଗରୀବ ମୁସଲମାନ ପରିବାରରେ ହୋଇଥିଲା । ତାଙ୍କ ପୂରା ନାଁ ଥିଲା ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ତାଙ୍କ ବାପାଙ୍କ ନାଁ ଜୈନୁଲାବଦ୍ଦୀନ ଥିଲା ଓ ମା’ଙ୍କ ନାମ ଥିଲା ଅସିଆମ୍ମା। ତାଙ୍କ ବାପା ଜଣେ ନାଉରୀ ଥିଲେ । ଅବଦୁଲ କଲାମ ପରିବାରକୁ ସାହାଯ୍ୟ କରିବା ପାଇଁ ସ୍କୁଲ୍ ଯିବା ବୟସରେ ବି କାମ କରୁଥିଲେ । ସେ ଘର ଘର ଯାଇ ଖବରକାଗଜ ଦେଉଥିଲେ । ରାମନାଥପୁରରେ ମାଟ୍ରିକ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ। ଏଠାରୁ ସେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ୧୯୫୫ରେ ମାଡ୍ରାସ ଚାଲିଗଲେ ଏରୋସ୍ପେସ୍ ଇଂଜିନିୟରିଂ ପଢ଼ିବା ପାଇଁ । ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ ।

ବୈଜ୍ଞାନିକ[ସମ୍ପାଦନା]

ସେ ତାଙ୍କ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ଭାରତୀୟ ସେନା ପାଇଁ ଏକ କ୍ଷୁଦ୍ର ହେଲିକପ୍ଟରର ଡିଜାଇନରୁ। ତେବେ ପ୍ରାରମ୍ଭରେ ତାଙ୍କୁ ଦିଆଯାଉଥିବା କାର୍ଯ୍ୟ ନେଇ ସେ ସନ୍ତୁଷ୍ଟ ନଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ ସେ ସାମିଲ ହୋଇଥିଲେ। ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି ଅବଦୁଲ କଲାମ ଅନେକ ଥର କହିଛନ୍ତି। ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ସେ ଥିଲେ ଭାରତର ପ୍ରଥମ ସେଟଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଳଭି-୩)ର ପ୍ରୋଜେକ୍ଟ ଡାଇରେକ୍ଟର। ୧୯୮୦ ଜୁଲାଇ ମାସରେ ଏହି ଭେହିକିଲ୍ ‘ରୋହିଣୀ’ ସେଟଲାଇଟକୁ ପୃଥିବୀର କକ୍ଷ ପଥରେ ସଫଳତାର ସହିତ ସ୍ଥାପିତ କରିଥିଲା। ୧୯୬୫ରେ ସେ ଡିଆରଡିଓରେ ସଂପ୍ରସାରିତ ରକେଟ୍ ପ୍ରୋଜେକ୍ଟରେ ଏକକ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୬୯ରେ ଏହାକୁ ଆହୁରି ସଂପ୍ରସାରିତ କରାଯାଇଥିଲା ଓ ତାଙ୍କ ଅଧୀନରେ ଅନେକ ଇଂଜିନିୟର ସାମିଲ ହୋଇଥିଲେ ।

ବାଲାଷ୍ଟିକ୍ ମିଜାଇଲ୍ ଓ ଲଞ୍ଚ ଭେହିକିଲ୍ ବିକଶିତ କରିବାରେ ଅବଦୁଲ କଲାମଙ୍କ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ କୁହାଯାଏ ‘ଭାରତର ମିଜାଇଲ୍ ମେନ୍’। ୧୯୯୮ ପୋଖରାନ୍-୨ ପରମାଣୁ ବୋମା ପରୀକ୍ଷଣରେ ସେ ନିଭାଇ ଥିଲେ ପ୍ରମୁଖ ଭୂମିକା। ୧୯୭୪ ମସିହା ପରେ ଏହା ଥିଲା ଭାରତର ଦ୍ୱିତୀୟ ପରମାଣୁ ବୋମା ପରୀକ୍ଷଣ ।

ରାଷ୍ଟ୍ରପତି[ସମ୍ପାଦନା]

ସେ ଭାରତର ୧୧ଶ ରାଷ୍ଟ୍ରପତି ଭାବେ ୨୦୦୨ ଜୁଲାଇ ୨୫ ତାରିଖରୁ ୨୦୦୭ ଜୁଲାଇ ୨୫ ପର୍ଯ୍ୟନ୍ତ ଦାୟିତ୍ଵ ନିର୍ବାର୍ହ କରିଥିଲେ । ଲୋକଙ୍କ ରାଷ୍ଟ୍ରପତି ଭାବେ ତାଙ୍କର ଏଭ ଭିନ୍ନ ପରିଚୟ ରହିଥିଲା ।

ରଚନାବଳି[ସମ୍ପାଦନା]

ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ଦ୍ୱାରା ଲିଖିତ ‘ଇଗନାଇଟେଡ୍ ମାଇଣ୍ଡସ୍‘ (୨୦୦୨), ‘ୱିଙ୍ଗସ୍ ଅଫ୍ ଫାୟାର’ (୧୯୯୯) ଓ ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ସାଜିଛି। ‘ୱିଙ୍ଗସ୍ ଅଫ୍ ଫାୟାର’ ହେଉଛି ତାଙ୍କର ଆତ୍ମଜୀବନୀ। ଏହା ବ୍ୟତୀତ ସେ ମିଶନ୍ ଇଣ୍ଡିଆ, ଇନସ୍ପାୟରିଂ ଥଟ୍ସ ଭଳି ଅନେକ ବହି ଲେଖିଛନ୍ତି ।

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୧୯୯୭ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ’ଭାରତରତ୍ନ’ ପ୍ରଦାନ କରାଯାଇଥିଲା। ୧୯୯୭ରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜାତୀୟ ସଂହତି ପାଇଁ ଇନ୍ଦିରା ଗାନ୍ଧି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୮ରେ ଅବଦୁଲ କଲାମଙ୍କୁ ଭାରତ ସରକାର ପ୍ରଦାନ କରିଥିଲେ ବୀର ସଭରକର ପୁରସ୍କାର। ଏହା ସହିତ ସେ ଏକାଧିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ପାଇଥିଲେ ଓ ଆହୁରି ଅନେକ ସଂସ୍ଥା ଓ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଛି ।

ମୃତ୍ୟୁ[ସମ୍ପାଦନା]

ଅବଦୁଲ କଲାମଙ୍କର ଶିଲଂ ସ୍ଥିତ ବେଥନି ହସ୍ପିଟାଲରେ ଦେହାନ୍ତ ହୋଇଥିଲା। ଏକ ସଭାରେ ଭାଷଣ ଦେଉଥିବା ସମୟରେ ଆକସ୍ମିକ ହୃଦ୍‌ଘାତରେ ତାଙ୍କରି ଦେହାନ୍ତ ହୋଇଥିଲା ।[୨][୩][୪]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]