ଧଣ୍ଡୋ କେଶବ କାର୍ଭେ

ଉଇକିପିଡ଼ିଆ‌ରୁ
ଧଣ୍ଡୋ କେଶବ କାର୍ଭେ
Born(1858-04-18)୧୮ ଅପ୍ରେଲ ୧୮୫୮
Died୯ ନଭେମ୍ବର ୧୯୬୨(1962-11-09) (ବୟସ ୧୦୪)
Spouse(s)Radhabai and Godubai
ChildrenRaghunath Karve, Shankar Karve, Dinkar Karve, Bhaskar Karve

ଧଣ୍ଡୋ କେଶବ କାର୍ଭେ ଜଣେ ସମାଜକର୍ମୀ ଓ ହିନ୍ଦୁ ସାଧୁ ଥିଲେ । ସେ ଭାରତର ମହାରାଷ୍ଟ୍ର ରାଜ୍ୟସ୍ଥିତ ସେରାବାଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ନାରୀ ଅଧିକାର ତଥା ନାରୀ କଲ୍ୟାଣ ଓ ବିଧବା ବିବାହ ଭଳି ସାମାଜିକ କାମ ପାଇଁ ସେ ଭାରତ ରତ୍ନ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କାର୍ଭେ ମହାରାଷ୍ଟ୍ର ରାଜ୍ୟସ୍ଥିତ ସେରାବାଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନ ଡାପୋଲି ଜିଲ୍ଲାର ମୁରୁଦଠାରେ କଟିଥିଲା । ମୁରୁଦର ଏକ ସରକାରୀ ବିଦ୍ୟାଳୟରେ ସେ ପାଥମିକ ଶିକ୍ଷା ଗ୍ରହଣ କରିଥିଲେ । ସେ ପ୍ରତିଦିନ ରାମବିଜୟ, ହରିବିଜୟ ଓ ଶିବଲୀଳାମୃତ ଭଳି ଗ୍ରନ୍ଥ ଅଭ୍ୟାସ କରୁଥିଲେ । ଗୁରୁଙ୍କ ଆଦେଶରେ ସେ ସଂଧ୍ୟା ୫ଟାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବିଦ୍ୟାଳୟ ନିକଟସ୍ଥ ଦୁର୍ଗା ମନ୍ଦିର ନିକଟରେ ଖବବରକାଗଜ ପଢୁଥିଲେ । ଗୁରୁଙ୍କ ଇଚ୍ଛା ଥିଲା ଯେ ଏହି ସମୟରେ ମନ୍ଦିରକୁ ଆସୁଥିବା ଭକ୍ତମାନେ ଦେଶର ସମସ୍ୟା ବିଷୟରେ ଅବଗତ ହୁଅନ୍ତୁ । ସେ ଯେତେବେଳେ ଅର୍ଥ ଉପାର୍ଜନକ୍ଷମ ହେଲେ, ସେ ସେହି ମନ୍ଦିରର ମରାମତି କାମ ପାଇଁ ଆଗେଇ ଆସିଲେ । ସେ ମୁରୁଦ ଉନ୍ନୟନ ପାଣ୍ଠି ମାଧ୍ୟମରେ ଗାଆଁପାଇଁ କେତେକ ଉନ୍ନତିମୂଳକ କାମ କରିଲେ ।[୧] କାର୍ଭେ ନାରୀ ଅଧିକାର ତଥା ନାରୀ କଲ୍ୟାଣ ଓ ବିଧବା ବିବାହ[୨] କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ସେ ମୁମ୍ବାଇରେ ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ । କାର୍ଭେଙ୍କ ସମ୍ମାନାର୍ଥେ ମୁମ୍ବାଇର କୁଇନ୍ସ ରୋଡ଼ର ନାମ ବଦଳାଇ ମହର୍ଷି କାର୍ଭେ ରାସ୍ତା ନାମରେ ନାମିତ କରାଯାଇଛି ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

୧୯୫୮ ମସିହାରେ ଭାରତ ସରକାରଙ୍କଦ୍ୱାରା ମହର୍ଷି କାର୍ଭେଙ୍କୁ ତାଙ୍କ ଶହେତମ ଜନ୍ମ ଦିବସରେ ଦେଶର ସର୍ବୋଚ୍ଚ ବେସାମରିକ ଉପାଧୀ ଭାରତ ରତ୍ନଦ୍ୱାରା ସମ୍ମାନିତ କରିଥିଲେ ।'[୩]

ଆଧାର[ସମ୍ପାଦନା]

  1. "Maharshi Dhondo Keshav Karve | Taluka Dapoli". www.talukadapoli.com (in ଆମେରିକୀୟ ଇଂରାଜୀ). Retrieved 2018-07-01.
  2. "Remembering Maharshi Karve, the man who set up India's first university for women". India Today (in ଇଂରାଜୀ). Retrieved 25 August 2018.
  3. "महर्षी कर्वे मराठी प्राथमिक शाळा – मुरुड". talukadapoli.com (in ଆମେରିକୀୟ ଇଂରାଜୀ). Retrieved 2018-07-01.