ଅମର୍ତ୍ୟ ସେନ

ଉଇକିପିଡ଼ିଆ‌ରୁ

ଅମର୍ତ୍ୟ ସେନ୍ (ଜନ୍ମ ୩ ନଭେମ୍ବର ୧୯୩୩) ଜଣେ ଭାରତୀୟ ଅର୍ଥନୈତିଜ୍ଞ ଓ ଦାର୍ଶନିକ । ସେ ୧୯୭୨ ମସିହାରୁ ୟୁନାଇଟେଡ୍ କିଙ୍ଗଡମ୍ (ୟୁ.କି.) ଓ ଆମେରିକୀୟ ସଞୁକ୍ତ ଗଣରାଜ୍ୟ (ୟୁ.ଏସ୍.ଏ.)ରେ କର୍ମରତ । ଜନମଂଗଳ ଅର୍ଥନୀତି, ସାମାଜିକ ଓ ଆର୍ଥିକ ନ୍ୟାୟ, ଦୁର୍ଭିକ୍ଷର ଅର୍ଥନୈତିକ ତତ୍ତ୍ୱ, ଓ ବିକାଶଶୀଳ ଦେଶମାନଙ୍କର ଜନମଂଗଳ ମାପିବା ନିମନ୍ତେ ସୂଚକାଂଙ୍କ ନିର୍ମାଣ ଈତ୍ୟାଦିରେ ତାଙ୍କର ଅବଦାନ ଗୁରୁତ୍ତ୍ୱପୂର୍ଣ । ୧୯୯୮ ମସିହାରେ ଜନମଂଗଳ ଅର୍ଥନୀତିରେ ତାଙ୍କର କାମ ପାଇଁ ଅର୍ଥନୀତି ବିଜ୍ଞାନରେ ତାଙ୍କୁ ନୋବେଲ୍ ପୁରସ୍କାର ଦିଆଯାଇଅଛି ।

କର୍ମ ଜୀବନ[ସମ୍ପାଦନା]

ବର୍ତ୍ତମାନ ସେ ଆମେରିକାର ହାର୍ଭାଡ୍ ବିଶ୍ୱବିଦ୍ୟାଳୟରେ ଥମାସ୍ ଡବ୍ଲ୍ୟୁ. ଲାମୋନ୍ତ୍ ପ୍ରଫେସର୍ ଓ ଅର୍ଥନୀତି ଓ ଦର୍ଶନ ଶାସ୍ତ୍ରରେ ପ୍ରଫେସର୍ ଭାବରେ କାର୍ଯ୍ୟରତ । ସେ ଭାରତର ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳାଧିପତି ଭାବରେ ମଧ୍ୟ ଦାୟିତ୍ୱ ତୁଲାନ୍ତି । କଲିକତାର ପ୍ରେସିଡେନ୍ସି କଲେଜରେ ଅର୍ଥନୀତିରେ ସ୍ନାତକ ଡିଗ୍ରୀ ହାସଲ୍ କଲା ପରେ ୧୯୫୩ ମସିହାରେ ସେ କେମ୍ବ୍ରିଜର ଟ୍ରିନିଟି କଲେଜକୁ ଉଚ୍ଚତର ଶିକ୍ଷା ପାଇଁ ଗଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ସେ ୧୯୫୫ ମସିହାରେ ଅର୍ଥନୀତିରେ ଦ୍ୱୀତିୟ ସ୍ନାତକ ଡିଗ୍ରୀ ଲାଭ କଲେ । କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ସେ ଅର୍ଥନୀତିରେ ପି.ଏଚ୍.ଡି. ଡିଗ୍ରୀ ପାଇଁ ଅଧ୍ୟୟନ କରୁଥିବା ସମୟରେ ତାଙ୍କୁ କଲିକତାସ୍ଥ ନବନିର୍ମିତ ଜାଦବପୁର୍ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିର ପ୍ରଫେସର୍ ଓ ବିଭାଗ ମୂଖ୍ୟର ପଦ ଦିଆଗଲା । ସେ ସେହି ପଦବୀରେ ୧୯୫୬ ମସିହାରୁ ୧୯୫୮ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ । ୧୯୬୩ ମସିହାରୁ ୧୯୭୧ ମସିହା ପର୍ଯ୍ୟନ୍ତ ସେ ଦିଲ୍ଲୀ ସ୍କୁଲ୍ ଅଫ୍ ଇକନମିକ୍ମରେ ପ୍ରଫେସର୍ ଭାବରେ କାମ କଲେ । [୧] ସେ ଏହାପରେ ୧୯୭୨ରୁ ୧୯୭୭ ପର୍ଯ୍ୟନ୍ତ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକନୋମିକ୍ସରେ, ୧୯୭୭ରୁ ୧୯୮୬ ପର୍ଯ୍ୟନ୍ତ ଅକ୍ସଫର୍ଡ୍ ବିଶ୍ୱବିଦ୍ୟାଳୟରେ, ୧୯୮୭ରୁ ୧୯୯୮ ପର୍ଯ୍ୟନ୍ତ ହାର୍ଭାଡ୍ ବିଶ୍ୱବିଦ୍ୟାଳୟରେ କାମ କଲେ । ୧୯୯୮ ମସିହାରେ ସେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଟ୍ରିନିଟି କଲେଜରେ ମାଷ୍ଟର୍ ଭାବରେ ନିୟୋଜିତ ହେଲେ । ୨୦୦୪ ମସିହାର ଜାନୁଆରୀ ମାସରେ ସେ ପୁଣି ହାର୍ଭାଡ୍ ବିଶ୍ୱବିଦ୍ୟାଳୟକୁ ଲେଉଟି ଆସିଲେ ।

ଗବେଷଣା[ସମ୍ପାଦନା]

୧୯୬୦ ଓ ୧୯୭୦ ଦଶକରେ ସେନଙ୍କର ପ୍ରବନ୍ଧାବଳୀ ସାମାଜିକ ଚଏସ୍ ତତ୍ତ୍ୱର ବିକାଶରେ ସାହାଯ୍ୟ କଲା । ୧୯୮୧ ମସିହାରେ ପ୍ରଥମେ ପ୍ରକାଶିତ ବହି "ପଭର୍ଟି ଆଣ୍ଡ୍ ଫାମିନ୍ସ୍ : ଆନ୍ ଏସେ ଅନ୍ ଏଣ୍ଟାଟେଲମେଣ୍ଟ୍ ଆଣ୍ଡ୍ ଡେପ୍ରିଭେସନ୍"ରେ ସେନ୍ ପ୍ରସ୍ତାବିତ କଲେ ଯେ ଦୁର୍ଭିକ୍ଷର ବଡ଼ କାରଣ ସାମାଜିକ ବୈଷମ୍ୟ ଓ ଗଣତାନ୍ତ୍ରିକ ଉତ୍ତରଦାୟିତ୍ୱର ଅଭାବ । ବିକାଶର ଅର୍ଥନୀତିର କ୍ଷେତ୍ରରେ ତାଙ୍କର ସାମର୍ଥ୍ୟ (କାପାବିଲିଟି)ର ଅବଧାରଣା ଗୁରୁତ୍ତ୍ୱପୂର୍ଣ । ୟୁ. ଏନ୍. ଡି. ପି.ର ମାନବ ବିକାଶ ରିପୋର୍ଟ୍ ଗୁଡିକୁ ଏହି ଅବଧାରଣାର ଫଳଶୃତି ବୋଲି ଧରାଯାଇପାରେ ।

ଗ୍ରନ୍ଥାବଳୀ[ସମ୍ପାଦନା]

ନାମ ବର୍ଷ ପୁରସ୍କାର ନାମ ଓ ସମ୍ମାନ ସଂଗଠନ
ସେନ୍, ଅମର୍ତ୍ତ୍ୟ ୧୯୬୦ ଚଏସ୍ ଅଫ୍ ଟେକ୍ନିକସ୍: ଆନ୍ ଆସ୍ପେକ୍ଚ୍ ଅଫ୍ ଦ ଥିଓରି ଅଫ୍ ପ୍ଲାଣ୍ଡ୍ ଇକନମିକ୍ ଡେଭେଲପମେଣ୍ଡ୍ ଅକ୍ସଫର୍ଡ୍ : ବାସିଲ୍ ବ୍ଲାକୱେଲ୍
ସେନ୍, ଅମର୍ତ୍ତ୍ୟ ୧୯୭୦ କଲେକ୍ଟିଭ୍ ଚଏସ୍ ଆଣ୍ଡ୍ ସୋସାଲ୍ ୱେଲଫେଆର୍ ସାନ୍ ଫ୍ରାନ୍ସିସ୍କୋ : ହୋଲ୍ଡେନ୍ ଡେ
ସେନ୍, ଅମର୍ତ୍ତ୍ୟ ୧୯୮୨ ପଭର୍ଟି ଆଣ୍ଡ୍ ଫାମିନ୍ସ୍ : ଆନ୍ ଏସେ ଅନ୍ ଏଣ୍ଟାଟେଲମେଣ୍ଟ୍ ଆଣ୍ଡ୍ ଡେପ୍ରିଭେସନ୍ ଅକ୍ସଫର୍ଡ୍ ଓ ନ୍ୟୁ ୟର୍କ୍: କ୍ଲାରେଣ୍ଡନ୍ ପ୍ରେସ୍ ଓ ଅକ୍ସଫର୍ଡ୍ ୟୁନିଭର୍ସିଟି ପ୍ରେସ୍
ସେନ୍, ଅମର୍ତ୍ତ୍ୟ ୧୯୯୭ ରିସୋର୍ସେସ୍, ଭ୍ୟାଲୁଜ୍ ଆଣ୍ଡ୍ ଡେଭେଲପମେଣ୍ଟ୍ କେବ୍ରିଜ୍, ମାସାଚ୍ୟୁସେଟ୍ସ୍ : ହାର୍ଭାଡ୍ ୟୁନିଭର୍ସିଟି ପ୍ରେସ୍
ସେନ୍, ଅମର୍ତ୍ତ୍ୟ ୨୦୧୦ ଦ ଆଇଡିଆ ଅଫ୍ ଜଷ୍ଚିସ୍ ଲଣ୍ଡନ୍ : ପେଂଗୁଇନ୍

ଆଧାର[ସମ୍ପାଦନା]

  1. "Amartya Sen | Biographical: Delhi School of Economics". The Sveriges Riksbank Prize in Economic Sciences in Memory of Alfred Nobel 1998. Nobel Prize. Retrieved 12 June 2012.