ଇନ୍ଦିରା ଗାନ୍ଧୀ
ଇନ୍ଦିରା ଗାନ୍ଧୀ | |
---|---|
ଭାରତର ପୂର୍ବତନ (୩ୟ)ପ୍ରଧାନମନ୍ତ୍ରୀ | |
କାର୍ଯ୍ୟକାଳ ୧୪ ଜାନୁଆରୀ ୧୯୮୦ – ୩୧ ଅକ୍ଟୋବର ୧୯୮୪ | |
ରାଷ୍ଟ୍ରପତି | ନୀଲମ ସଞ୍ଜୀବ ରେଡ୍ଡୀ ଜ୍ଞାନୀ ଜୈଲ ସିଂହ |
ପୂର୍ବ ଅଧିକାରୀ | ଚରଣ ସିଂହ |
ପର ଅଧିକାରୀ | ରାଜୀବ ଗାନ୍ଧୀ |
କାର୍ଯ୍ୟକାଳ ୨୪ ଜାନୁଆରୀ ୧୯୬୬ – ୨୪ ମାର୍ଚ ୧୯୭୭ | |
ରାଷ୍ଟ୍ରପତି | ସର୍ବପଲ୍ଲୀ ରାଧାକୃଷ୍ଣନ ଜାକିର ହୁସେନ ବରାହଗିରି ଭେଙ୍କଟଗିରି ଫକୀରୁଦ୍ଦିନ ଅଲ୍ଲି ଅହମଦ |
ପୂର୍ବ ଅଧିକାରୀ | ଗୁଲଜାରିଲାଲ ନନ୍ଦା |
ପର ଅଧିକାରୀ | ମୋରାରଜୀ ଦେଶାଇ |
Minister of External Affairs | |
କାର୍ଯ୍ୟକାଳ ୯ ମାର୍ଚ ୧୯୮୪ – ୩୧ ଅକ୍ଟୋବର ୧୯୮୪ | |
ପୂର୍ବ ଅଧିକାରୀ | ପି.ଭି. ନରସିଂହ ରାଓ |
ପର ଅଧିକାରୀ | ରାଜୀବ ଗାନ୍ଧୀ |
କାର୍ଯ୍ୟକାଳ ୨୨ ଅଗଷ୍ଟ ୧୯୬୭ – ୧୪ ମାର୍ଚ ୧୯୬୯ | |
ପୂର୍ବ ଅଧିକାରୀ | ମହୋମଡାଳି କୁରରିମ ଚଗଲା |
ପର ଅଧିକାରୀ | ଦିନେଶ ସିଂହ |
Minister of Finance | |
କାର୍ଯ୍ୟକାଳ ୨୬ ଜୁନ ୧୯୭୦ – ୨୯ ଅପ୍ରେଲ ୧୯୭୧ | |
ପୂର୍ବ ଅଧିକାରୀ | ମୋରାରଜୀ ଦେଶାଇ |
ପର ଅଧିକାରୀ | ଯଷୁଅନ୍ତରାୟ ଚବାନ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଅଲାହାବାଦ, United Provinces, ବ୍ରିଟିଶ ରାଜ | ୧୯ ନଭେମ୍ବର ୧୯୧୭
ମୃତ୍ୟୁ | ୩୧ ଅକ୍ଟୋବର ୧୯୮୪ ଦିଲ୍ଲୀ, ଭାରତ | (ବୟସ ୬୬)
ରାଜନୀତିକ ଦଳ | Indian National Congress |
ଜୀବନ ସାଥୀ | ଫିରୋଜ ଗାନ୍ଧୀ |
ସନ୍ତାନ | ରାଜୀବ ଗାନ୍ଧୀ ସଂଜୟ ଗାନ୍ଧୀ |
ଶିକ୍ଷାନୁଷ୍ଠାନ | Somerville College, Oxford |
ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧୀ, ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଭାବେ ୧୯୬୬ରୁ ୧୯୭୭ ଯାଏଁ ଏବଂ ପରେ ୧୯୮୦ରୁ ୧୯୮୪ (ଇନ୍ଦିରା ଗାନ୍ଧୀଙ୍କ ହତ୍ୟା) ପର୍ଯ୍ୟନ୍ତ ସର୍ବାଧିକ ଦିନ ଦେଶର ସେବା କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ । ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକମାତ୍ର ସନ୍ତାନ । ୧୯୫୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୬୪ରେ ପିତାଙ୍କ ମୃତ୍ୟୁ ପରେ ପ୍ରଧାନ ମନ୍ତ୍ରୀ ପଦପାଇଁ ଦୌଡରେ ସାମିଲ ହେବାକୁ ମନାକରି ଲାଲ ବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ମନ୍ତ୍ରୀଭାବେ ଯୋଗ ଦେଇଥିଲେ । ଶାସ୍ତ୍ରୀଙ୍କ ମୃତ୍ୟୁପରେ, ୧୯୬୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ତାଙ୍କ ବିରୋଧୀ ପ୍ରାର୍ଥୀ ମୋରାରଜୀ ଦେଶାଇଙ୍କୁ ପରାସ୍ତ କରି ଭାରତର ପ୍ରଧାନ ମନ୍ତ୍ରୀ ଭାବେ ନିର୍ବାଚିତ ହେଲେ ।
ପ୍ରାଥମିକ ଜୀବନ
[ସମ୍ପାଦନା]ଇନ୍ଦିରା ଗାନ୍ଧୀ (ଜନ୍ମ ନାମ- ଇନ୍ଦିରା ନେହେରୁ) ଆଲାହାବାଦର ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ୧୯ ନଭେମ୍ବର, ୧୯୧୭ ଦିନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଜବାହରଲାଲ ନେହେରୁ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ଆଗଧାଡିର ନେତା ଥିଲେ ଯିଏ କି ପରବର୍ତ୍ତୀ ସମୟରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ହୋଇଥିଲେ । ପିତା ଜବାହରଲାଲ ନେହେରୁ ଏବଂ ମାତା କମଳା ନେହେରୁଙ୍କ ସେ ଏକମାତ୍ର ସନ୍ତାନ ଥିଲେ । ମାତାଙ୍କ ସହ ଆନନ୍ଦ ଭବନରେ ତାଙ୍କ ପିଲାଦିନ କଟିଥିଲା । ମାଆ କମଳା ଅଧିକାଂଶ ସମୟରେ ଅସୁସ୍ଥ ରହୁଥିଲେ ଏବଂ ରାଜନୈତିକ ବ୍ୟସ୍ତତା ମଧ୍ୟରେ ଜବାହର ଅଧିକାଂଶ ସମୟ ବାହାରେ ରହୁଥିବାରୁ ଇନ୍ଦିରାଙ୍କ ବାଲ୍ୟଜୀବନ ନିଃସଙ୍ଗ ତଥା ଦୁଃଖପୂର୍ଣ୍ନ ଥିଲା । ମାଆ କମଳା ନେହରୁ ଯକ୍ଷ୍ମାରେ ପୀଡ଼ିତ ହୋଇ କମ୍ ବୟସରେ ପ୍ରାଣ ହରାଇଥିଲେ । ବାଲ୍ୟ ଜୀବନରେ ଇନ୍ଦିରାଙ୍କ ପିତାଙ୍କ ସହ ସୀମିତ ପ୍ରତ୍ୟକ୍ଷ ସଂପର୍ହ ରହିଥିଲେ ବି ପତ୍ରାଳାପ ମାଧ୍ୟମରେ ଉଭୟଙ୍କ ମଧ୍ୟରେ ପରୋକ୍ଷ ସମ୍ପର୍କର ପରିସର ବୃଦ୍ଧି ପାଇଥିଲା ।
ଅନିୟମିତ ବିଦ୍ୟାଳୟ ଶିକ୍ଷା ମଧ୍ୟରେ ଇନ୍ଦିରା ମାଟ୍ରିକ ଶିକ୍ଷା ପର୍ଯ୍ୟନ୍ତ (୧୯୩୪) ମୁଖ୍ୟତଃ ଘରୋଇ ଶିକ୍ଷକଙ୍କଦ୍ୱାରା ଶିକ୍ଷା ଲାଭ କରିଥିଲେ । ପ୍ରାଥମିକ ସ୍ତରରେ ସେ ଦିଲ୍ଲୀର ମୋଡେର୍ଣ୍ଣ ବିଦ୍ୟାଳୟ (Modern School), ଆଲାହାବାଦର ସେଇଣ୍ଟ ସେସିଲା ଏବଂ ସେଇଣ୍ଟ ମେରୀ ଖ୍ରୀଷ୍ଟୀୟାନ ବିଦ୍ୟାଳୟ ଜେନେଭାର ଇକୋଲେ ଇଣ୍ଟନ୍ୟାସନାଲେ ବିଦ୍ୟାଳୟ, ବେକ୍ସର ଇକୋଲେ ନୌଭେଲା ତଥା ପୁନା ଓ ମୁମ୍ବାଇର ପ୍ୟୂପିଲସ୍ ଓନ୍ ସ୍କୁଲରେ ବିଦ୍ୟାଲାଭ କରିଥିଲେ । ପରେ ସେ ଶାନ୍ତିନିକେତନର ବିଶ୍ୱ ଭାରତୀରେ ଯୋଗ ଦେଇଥିଲେ । ଶାନ୍ତିନିକେତନରେ ରବିନ୍ଦ୍ରନାଥ ଟାଗୋରଙ୍କଦ୍ୱାରା ସେ ଇନ୍ଦିରା ପ୍ରିୟଦର୍ଶିନୀ ନାମରେ ପରିଚିତ ହେଲେ ।[୧] ଏହାର ବର୍ଷକ ପରେ ଅସୁସ୍ଥ ମାଁଙ୍କର ସେବା କରିବାକୁ ସେ ଶାନ୍ତିନିକେତନ ଛାଡି ଇଉରୋପ ଚାଲିଗଲେ । ତେବେ ଇଉରୋପ ରହଣିକାଳରେ ତାଙ୍କର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିବା ସ୍ଥିର ହେଲା । ତେବେ ମାଁ କମଳା ନେହେରୁଙ୍କ ମୃତ୍ୟୁ ପରେ ୧୯୩୭ରେ ସେ ଅକ୍ସଫୋର୍ଡର ସୋମରଭିଲ୍ଲା ମହାବିଦ୍ୟାଳରେ ଯୋଗଦେବା ପୂର୍ବରୁ ସାମୟିକ ଭାବେ ବ୍ୟାଡମିଣ୍ଟନ୍ ବିଦ୍ୟାଳୟରେ ବିଦ୍ୟାଲାଭ କରିଥିଲେ । ଏଠାରେ ବିଦ୍ୟାଳୟର ପ୍ରବେଶ ପରୀକ୍ଷାରେ ଲାଟିନ ବିଷୟରେ ଭଲ ପ୍ରଦର୍ଶନ କରି ନ ପାରି ପ୍ରଥମ ଥର ଅକୃତକାର୍ଯ୍ୟ ହେବାପରେ ଦ୍ୱିତୀୟ ଥର ପାଇଁ ତାଙ୍କୁ ପ୍ରବେଶ ପରୀକ୍ଷା ଦେବାକୁ ପଡିଥିଲା । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଇତିହାସ, ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ତାଙ୍କରି ପ୍ରଦର୍ଶନ ଭଲ ଥିଲେ ବି ଲାଟିନରେ ସେ ଦୁର୍ବଳ ଥିଲେ ।[୨][୩]
ଇଉରୋପ ରହଣୀ କାଳରେ ଇନ୍ଦିରାଙ୍କ ସ୍ୱାସ୍ଥ୍ୟ ଠିକ୍ ରହୁ ନ ଥିଲା । ଫଳରେ ସେ ବାରମ୍ବାର ଡାକ୍ତରଙ୍କଦ୍ୱାରା ଚିକିତ୍ସିତ ହେଉଥିଲେ । ଏପରିକି ସୁସ୍ଥ ହେବା ନିମିତ୍ତ ତାଙ୍କୁ ବହୁବାର ସୁଇଜରଲାଣ୍ଡ ଯିବାକୁ ପଡିଥିଲା । ୧୯୪୦ରେ ସେ ଯେତେବେଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଥିଲେ, ନାଜିସେନାଙ୍କଦ୍ୱାରା ଇଉରୋପ ଅଧିକୃତ ହୋଇଥିଲା । ଇନ୍ଦିରା ପର୍ତ୍ତୁଗାଲ ଦେଇ ଇଂଲାଣ୍ଡ ଫେରିଯିବାକୁ ଚେଷ୍ଟା କଲେ, କିନ୍ତୁ ପାଖାପାଖି ଦୁଇମାସ ପାଇଁ ସେ ପଥମଧ୍ୟରେ ଫସି ରହିଲେ । ୧୯୪୧ରେ ସେ ଇଂଲାଣ୍ଡ ଫେରିବାକୁ ସକ୍ଷମ ହେଲେ ଏବଂ ସେଠାରୁ ଦିଲ୍ଲୀ ଫେରିଆସିଲେ । ଫଳରେ ଅକ୍ସଫୋର୍ଡର ଶିକ୍ଷା ସମାପ୍ତ କରିପାରିଲେ ନାହିଁ । ପରବର୍ତ୍ତୀ ସମୟରେ ସେହି ଉନିଭରସିଟି ଇନ୍ଦିରାଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନିତ କରିଥିଲା । ପୁଣି ୨୦୧୦ରେ ଅକ୍ସଫୋର୍ଡ ଇନ୍ଦିରାଙ୍କୁ ଏସିଆ ମହାଦେଶର ଦଶଜଣଙ୍କ ମଧ୍ୟରେ ଅନ୍ୟତମ ଅକ୍ସ୍ଫୋର୍ଡ ସ୍ନାତକ ଭାବେ ମନୋନୀତ କରି ସମ୍ମାନୀତ କରିଥିଲା ।[୪]
ଗ୍ରେଟବ୍ରିଟେନ୍ରେ ରହଣୀକାଳରେ ଇନ୍ଦିରା ବହୁବାର ତାଙ୍କ ଭାବୀ ସ୍ୱାମୀ ଫିରୋଜଗାନ୍ଧୀଙ୍କ ସହ ଦେଖା କରୁଥିଲେ । ଇନ୍ଦିରା ଫିରୋଜଙ୍କୁ ଅଲାହାବାଦରୁ ହିଁ ଜାଣିଥିଲେ । ଯୁବକ ଫିରୋଜ ସେତେବେଳେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକସ୍ରେ ଅଧ୍ୟୟନ କରୁଥିଲେ । ପରନର୍ତ୍ତୀ ସମୟରେ ଇନ୍ଦିରା ଏବଂ ଫିରୋଜଙ୍କ ( ଯିଏକି ଗୁଜରାଟର ଏକ ପାର୍ଶୀ ସଂପ୍ରଦାୟର) ବିବାହ ଆଲାହାବାଦରେ ଆଦି ଧର୍ମ ରୀତି ଅନୁସାରେ ସପନ୍ନ ହୋଇଥିଲା ।[୫]
୧୯୫୦ ଦଶକରେ ବିବାହ ପରେ ଶ୍ରୀମତି ଗାନ୍ଧୀ ପିତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ତାଙ୍କରି ବ୍ୟକ୍ତିଗତ ସହାୟକ ଭାବେ କାର୍ଯ୍ୟ କଲେ । ଏହି ଦଶକର ଶେଷ ଆଡକୁ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହଲେ । ତାଙ୍କରି ସଭାପତିତ୍ୱ କାଳରେ, ୧୯୫୯ରେ କେରଳରେ କମ୍ୟୁନିଷ୍ଟ ଶାସିତ ସରକାରର ପତନ ସୁନିଶ୍ଚିତ କରାଇବାରେ ତାଙ୍କରି ଭୂମିକା ମୁଖ୍ୟ ଥିଲା ।[୬] ୧୯୬୪ରେ ପିତା ଜବାହରଙ୍କ ମୃତ୍ୟୁ ପରେ ସେ ରାଜ୍ୟ ସଭାର ସଭ୍ୟ ମନୋନୀତ ହେଲେ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ମନ୍ତ୍ରୀମଣ୍ଡଳରେ ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀ (ସୂଚନା ଏବଂ ପ୍ରସାରଣ ବିଭାଗ) ଭାବେ ସ୍ଥାନ ପାଇଲେ ।[୭] ୧୯୬୬ରେ ଶାସ୍ତୀଙ୍କ ପରଲୋକ ପରେ, ମୋରାରଜୀ ଦେଶାଇଙ୍କୁ ପରାଜିତ କରି ସେ କଂଗ୍ରେସର ବିଧାୟକ ଦଳର ଦଳୀୟ ନେତା ଭାବେ ମନୋନୀତ ହେଲେ । କଂଗ୍ରେସର ତତ୍କାଳୀନ ଜଣାଶୁଣା ନେତା କେ. କାମରାଜ ଇନ୍ଦିରାଙ୍କୁ ଜିତାଇବାରେ ମୁଖ୍ୟ ଭୂମିକା ନେଇଥିଲେ ।[ଆଧାର ଲୋଡ଼ା]
ନେହେରୁଙ୍କ ମୃତ୍ୟୁ ପରେ ଲାଲ ବହାଦୁର ଶାସ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ।ସେ ସମୟରେ ଇନ୍ଦିରା ସୂଚନା ଓ ପ୍ରସାରଣ ବିଭାଗ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ନେହେରୁ-ଗାନ୍ଧୀ ବଂଶ ବୃକ୍ଷ
[ସମ୍ପାଦନା]ମୋତିଲାଲ ନେହେରୁ | ସ୍ୱରୂପ ରାଣୀ | ||||||||||||||||||||||||||||||||||||||||||||||||||||||||||
କମଳା ନେହେରୁ | ଜବାହରଲାଲ ନେହେରୁ | ବିଜୟଲକ୍ଷ୍ମୀ ପଣ୍ଡିତ | ରଣଜୀତ ସିତାରାମ ପଣ୍ଡିତ | କୃଷ୍ଣା ନେହେରୁ | ଗୁଣୋତମ ହତୀସିଂହ | ||||||||||||||||||||||||||||||||||||||||||||||||||||||
ଇନ୍ଦିରା ଗାନ୍ଧୀ | ଫିରୋଜ ଗାନ୍ଧୀ | ନୟନତାର ସେହଗଲ | ହର୍ଷ ହତୀସିଂହ | ଅମୃତା ହତୀସିଂହ | ଅଜୀତ ହତୀସିଂହ | ହେଲେନ ଆମସ୍ଟ୍ରଙ୍ଗ | |||||||||||||||||||||||||||||||||||||||||||||||||||||
ଗୀତା ସେହଗଲ | ରବି ହତୀସିଂହ | ||||||||||||||||||||||||||||||||||||||||||||||||||||||||||
ରାଜୀବ ଗାନ୍ଧୀ | ସୋନିଆ ଗାନ୍ଧୀ | ସଂଜୟ ଗାନ୍ଧୀ | ମେନକା ଗାନ୍ଧୀ | ||||||||||||||||||||||||||||||||||||||||||||||||||||||||
ରାହୁଳ ଗାନ୍ଧୀ | ପ୍ରିୟଙ୍କା ଗାନ୍ଧୀ | ରବର୍ଟ ଭଡ୍ରା | ବରୁଣ ଗାନ୍ଧୀ | ୟାମିନୀ ଗାନ୍ଧୀ | |||||||||||||||||||||||||||||||||||||||||||||||||||||||
ରେହାନ ଭଡ୍ରା | ମିରାୟା ଭଡ୍ରା | ||||||||||||||||||||||||||||||||||||||||||||||||||||||||||
ଆଧାର
[ସମ୍ପାଦନା]- ↑ Frank 2010, p. 90.
- ↑ Somervill 2007, p. 36.
- ↑ Gupte 2012, p. 184.
- ↑ "Exhibit celebrates 120 years of South Asians at Oxford". University of Oxford. 22 April 2010. Archived from the original on 2 January 2013. Retrieved 24 December 2012.
- ↑ "Sonia assures help for father-in-law's grave". Indianexpress.com. 21 November 2005. Retrieved 31 July 2013.
- ↑ Upadhyaya, Prakash Chandra (1989). "Review of Marxist State Governments in India, Politics, Economics and Society by T. J. Nossiter". Social Scientist,. 17 (1/2 January - February 1989): 84–91. doi:10.2307/3520112.
{{cite journal}}
: CS1 maint: extra punctuation (link) - ↑ Gandhi, Indira. (1982) My Truth
ଅଧିକ ତଥ୍ୟ
[ସମ୍ପାଦନା]- ଇନ୍ଦିରା ଗାନ୍ଧୀ at Curlie
- Rare pictures of Indira Gandhi Archived 2011-02-12 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |