ନୀଳମାଧବ ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ନୀଳମାଧବ ପାଣିଗ୍ରାହୀ
ଜନ୍ମ ଓ ଜନ୍ମସ୍ଥାନ(1919-11-14)୧୪ ନଭେମ୍ବର ୧୯୧୯
ଗୋଲଣ୍ଡା, ମାନେଶ୍ୱର, ସମ୍ବଲପୁର ଜିଲ୍ଲା
ମୃତ୍ୟୁ୨୮ ଡିସେମ୍ବର ୨୦୧୨(2012-12-28) (ବୟସ ୯୩)
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତି
ପୁରସ୍କାରଟାଗୋର ଏକାଡେମୀ ପୁରସ୍କାର,
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ନୀଳମାଧବ ପାଣିଗ୍ରାହୀ‌(୧୪ ନଭେମ୍ବର ୧୯୧୯- ୨୮ ଡିସେମ୍ବର ୨୦୧୨) ଜଣେ କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ, ସମ୍ବଲପୁରୀ ଭାଷାବିତ ଓ ଓଡ଼ିଶୀ ସଙ୍ଗୀତଜ୍ଞ ଥିଲେ । ୧୯୫୭ରୁ ୧୯୮୪ ପର୍ଯ୍ୟନ୍ତ ସେ ଓଡ଼ିଆ ଭାଷାରେ ଲେଖୁଥିଲେ ପରେ କେବଳ ସମ୍ବଲପୁରୀ ଭାଷାରେ ଲେଖିଥିଲେ ।[୧]

ଜୀବନୀ[ସମ୍ପାଦନା]

ସେ ସମ୍ବଲପୁର ଜିଲ୍ଲାସ୍ଥ ଧମା ଥାନା ଅନ୍ତର୍ଗତ ମାନେଶ୍ୱର ବ୍ଳକର ଗୋଲଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସମ୍ବଲପୁର ଜିଲ୍ଲା ସ୍କୁଲରୁ ପ୍ରାଥମିକ ଶିକ୍ଷା ଲାଭ ପରେ ରେଭେନ୍ସା ମହାବିଦ୍ୟାଳୟରୁ ଇଣ୍ଟରମିଡ଼ିଏଟ ଓ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ । ବ୍ରହ୍ମପୁରରେ ଅବକାରୀ ଉପନିରିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରି ସହ-କମିଶନର ଭାବେ ଅବସର ଗ୍ରହଣ କରିଥିଲେ । ରାଧାମୋହନ ଗଡ଼ନାୟକଙ୍କଠାରୁ ପ୍ରେରଣା ଲାଭ କରିଥିଲେ ।

ପ୍ରକାଶିତ ସମ୍ବଲପୁରୀ ରଚନା[ସମ୍ପାଦନା]

  • ସମ୍ବଲପୁରର କଥା (୧୯୯୦, ଐତିହାସିକ ଖଣ୍ଡକାବ୍ୟ)
  • ମହରା ଆର୍ ମହୁ (ଗଦ୍ୟ ସମାଲୋଚନା)
  • କୋଶଲିକା ପଦ୍ୟ ସଂଚୟନ
  • ନିସାନ (ମାସିକ ସାହିତ୍ୟ ପତ୍ରିକା)
  • ପାଣିଗ୍ରାହୀ ପଦ୍ୟାବଳୀ
  • କୀଚକ ବିନାଶ ଆର୍ କୌରବ ଦଲନ (କାବ୍ୟ)
  • କୋଶଲୀ ଭାଷାର ବ୍ୟାକରଣ (୨୦୦୧)
  • ମହାଭାରତ୍ କଥା (୬ଖଣ୍ଡ ପ୍ରକାଶିତ)
  • ସଂସ୍କୃତ ମହାଭାରତର ବନପର୍ବ ଓ ବିରାଟପର୍ବର ସମସ୍ତ ଅଧ୍ୟାୟର ସମ୍ବଲପୁରୀ-କୋଶଲୀ ଗଦ୍ୟାନୁବାଦ

ସମାଲୋଚନା ଗ୍ରନ୍ଥ[ସମ୍ପାଦନା]

  • କୋଶଲିକା (୧୯୯୪)
  • ଝାର ମଲି ଭାରଭାର (୧୯୯୫)

ଓଡ଼ିଆ ଓ ଇଂରାଜୀରେ ସମ୍ପାଦିତ ସଂସ୍କୃତ ପୋଥି[ସମ୍ପାଦନା]

ଷୋଡ଼ଶରୁ ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ ରଚିତ ସଙ୍ଗୀତ ଓ ନୃତ୍ୟଶାସ୍ତ୍ରଗୁଡ଼ିକୁ ସମ୍ପାଦନା କରି ସେ ଲୋକଲୋଚନକୁ ଆଣିଥିଲେ । ଏହିସବୁ ଶାସ୍ତ୍ରମାନଙ୍କରୁ ଓଡ଼ିଶୀ ସଙ୍ଗୀତଓଡ଼ିଶୀ ନୃତ୍ୟର ଐତିହ୍ୟ, ଶାସ୍ତ୍ରୀୟତା ଓ ପରମ୍ପରା ଦୃଢ଼ୀଭୂତ ହୋଇପାରିଲା । ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ଆଲୋଚନାରେ ନୀଳମାଧବ ପାଣିଗ୍ରାହୀ ଜଣେ ଅଗ୍ରଗଣ୍ୟ ପଣ୍ଡିତ ଥିଲେ ।

  • ଗୀତପ୍ରକାଶ (କୃଷ୍ଣଦାସ ବଡ଼ଜେନା ମହାପାତ୍ର)
  • ସଂଗୀତ କଳ୍ପଲତିକା (ହଳଧର ମିଶ୍ର)
  • ସଂଗୀତ କୌମୁଦୀ
  • ସଂଗୀତାର୍ଣ୍ଣବଚନ୍ଦ୍ରିକା
  • ଗୀତପ୍ରକାଶ ଭୋଲି
  • ଅଭିନୟ ଦର୍ପଣ ପ୍ରକାଶ

ଓଡ଼ିଆ ରଚନା[ସମ୍ପାଦନା]

  • ଭାରତୀୟ ସଂଗୀତ (୧୯୬୫)
  • ଓଡ଼ିଶା ସହ ସମ୍ବଲପୁର ମିଶ୍ରଣର ଅଞ୍ଜାତ ଦିଗନ୍ତ
  • ଜ୍ୟୋତିର୍ମୟୀ
  • ସଂଗୀତ ସମ୍ମାର୍ଜନୀ
  • ଶ୍ରୀଜୟଦେବ ଓ ଗୀତଗୋବିନ୍ଦ (ଓଡ଼ିଆ ଓ ଇଂରାଜୀ ଦ୍ୱିଭାଷି)
  • ଗୀତଗୋବିନ୍ଦ ସାଂଗୀତିକ ଦିଗଦର୍ଶନ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଟାଗୋର ଏକାଡେମୀ ପୁରସ୍କାର, ୨୦୧୧ (କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପକ୍ଷରୁ) [୨]
  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୦୭[୩]
  • ଜୟଦେବ ସମ୍ମାନ, ୨୦୦୬ (ଓଡ଼ିଶା ସଂଗୀତ ଏକାଡେମୀ)
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୦୩[୪]
  • ସମ୍ମାନସୂଚକ ଡି.ଲିଟ, ୧୯୯୯ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ)
  • ରୌପ୍ୟଜୟନ୍ତୀ ପୁରସ୍କର, ୧୯୯୪ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ)
  • ଶାରଳା ପୁରସ୍କାର, ୧୯୯୪ (ଗ୍ରହଣ କରିନଥିଲେ)
  • ଫେଲୋଶିପ, ୧୯୮୩ ( କବିଜୟଦେବଙ୍କ ଲିଖିତ ଗୀତଗୋବିନ୍ଦ ଉପରେ ଗବେଷଣା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ)
  • ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର, ୧୯୮୧
  • ଭାରତଚନ୍ଦ୍ର ନାୟକ ସ୍ମୃତି ସମ୍ମାନ, ୧୯୮୧ (ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ)
  • ବିଷୁବ ପୁରସ୍କାର, ୧୯୭୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୦ (ଭାରତୀୟ ସଂଗୀତ-୧୯୬୫)[୫]

ଆଧାର[ସମ୍ପାଦନା]

  1. "ଆଜି ଶ୍ରାଦ୍ଧବାର୍ଷିକୀ". web.archive.org/save/http://sambadepaper.com/indexnext.php?mod=1&pgnum=1&edcode=71&pagedate=2019-11-28. No. ସମ୍ବାଦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. {{cite news}}: |access-date= requires |url= (help)
  2. orissabarta.com: Nilamadhab Panigrahi receives the tagore academy award
  3. "SRJAN, Guru Kelucharan Mohapatra Odissi Nrityabasa". srjan.com. 2012. Retrieved 9 April 2012. Dr. Nilamadhaba Panigrahi[permanent dead link]
  4. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  5. "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୨୮/୧୧/୨୦୧୮ ପୃଷ୍ଠା ୬. Retrieved 28 November 2018.[permanent dead link]