ମୋନାଲିସା ଜେନା

ଉଇକିପିଡ଼ିଆ‌ରୁ
ମୋନାଲିସା ଜେନା
Born (1963-12-10) ୧୦ ଡିସେମ୍ବର ୧୯୬୩ (ବୟସ ୬୦)
ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା
Nationality ଭାରତୀୟ
Alma materରେଭେନ୍ସା ମହାବିଦ୍ୟାଳୟ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ
Known forସାହିତ୍ୟିକା
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର (ଅନୁବାଦ)

ମୋନାଲିସା ଜେନା (ଜନ୍ମ: ୧୦ ଡିସେମ୍ବର ୧୯୬୩), ଜଣେ ଓଡ଼ିଆ ସାହିତ୍ୟିକା । ମୌଳିକ ସାହିତ୍ୟ ସହିତ ସେ ଅନୁବାଦ ସାହିତ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ଉଭୟ ଓଡ଼ିଆରୁ ଅନ୍ୟ ଭାଷାକୁ ତଥା ଅନ୍ୟ ଭାରତୀୟ ଭାଷାରୁ ଓଡ଼ିଆକୁ ଅନୁବାଦ କରିଥାନ୍ତି ।[୧][୨] ନିଜ ଅନୁବାଦ ପୁସ୍ତକ ଆଶୀର୍ବାଦର ରଙ୍ଗ ପାଇଁ ସେ ୨୦୧୬ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ପାଇଛନ୍ତି ।[୩]

ଜୀବନୀ[ସମ୍ପାଦନା]

ମୋନାଲିସା ୧୯୬୩ ମସିହାରେ ଖୋର୍ଦ୍ଧା ଜିଲ୍ଲାର ମୁକୁନ୍ଦପ୍ରସାଦଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ସେ ଏମବିଏ ପଢିଛନ୍ତି । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ତରଫରୁ ଭାଷା ଓ ସାହିତ୍ୟରେ ଗବେଷଣା ପାଇଁ ସେ ସିନିୟର ଫେଲୋସିପ ମଧ୍ୟ ପାଇଛନ୍ତି । ସେ ଉଭୟ ସାମ୍ବାଦିକ ଓ ଅଧ୍ୟାପିକା ଭାବରେ କାର୍ଯ୍ୟ କରିଛନ୍ତି ।

ସାହିତ୍ୟ ସର୍ଜନା[ସମ୍ପାଦନା]

ଅନୁବାଦ୍ୟ ସାହିତ୍ୟ ବ୍ୟତିତ ଗଳ୍ପ, କବିତା, ପ୍ରବନ୍ଧ, ଜୀବନୀ, ଫିଚର୍‌, ଭ୍ରମଣକାହାଣୀ ଆଦିରେ ମୋନାଲିସା ନିଜ ଲେଖନି ଚାଳନା କରିଛନ୍ତି । ତାଙ୍କର ଏଯାବତ ୧୫ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇସାରିଛି ।[୪] ତାଙ୍କର ଅନେକ କବିତା ହିଦୀ, ଅହମିୟା ଓ ଇଂରାଜୀ ଭାଷାକୁ ଅନୁବାଦିତ ହୋଇଛି ।

ରଚନାବଳି[ସମ୍ପାଦନା]

କବିତା[ସମ୍ପାଦନା]

  • ନିସର୍ଗ ଧ୍ୱନି[୫]
  • ନକ୍ଷତ୍ରଦେବୀ
  • ଏ ସବୁ ଧ୍ରୁବ ମୁହୂର୍ତ୍ତ

ଗଳ୍ପ[ସମ୍ପାଦନା]

  • ଇନ୍ଦ୍ରମାଳତୀର ଶୋକ
  • ନୀଳମାଧବୀ

ଉପନ୍ୟାସ[ସମ୍ପାଦନା]

  • ନର୍ଗିସ

ଜୀବନୀ[ସମ୍ପାଦନା]

ଅନ୍ୟାନ୍ୟ[ସମ୍ପାଦନା]

  • ଅଷ୍ଟରାଗ (ହୋମେନ ବର୍ଗହେନଙ୍କ ଅହମିୟା ପୁସ୍ତକ ଅସ୍ତରାଗର ଓଡ଼ିଆ ଅନୁବାଦ)[୬]
  • Dasuram's Script[୭]
  • Anatomy of Madness (ଚନ୍ଦ୍ରଶେଖର ରଥଙ୍କ ଅମୃତାୟନର ଅନୁବାଦ)[୮]
  • Citadel of Love[୯]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର (ଅନୁବାଦ), ୨୦୧୬ (ଆଶୀର୍ବାଦର ରଙ୍ଗ ପାଇଁ)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୦୭ (ଅସ୍ତରାଗ ପାଇଁ)[୧୦][୧୧]
  • କହ୍ନେଇ କଥା ପୁରସ୍କାର - ୨୦୧୭ (କହ୍ନେଇ କଥା ସଂସଦଦ୍ୱାରା ପ୍ରଦତ୍ତ)[୧୨]

ଆଧାର[ସମ୍ପାଦନା]

  1. Valerie Henitiuk; Supriya Kar (12 December 2016). Spark of Light: Short Stories by Women Writers of Odisha. Athabasca University Press. pp. 233–. ISBN 978-1-77199-167-4.
  2. "ଆର୍କାଇଭ୍ କପି". Archived from the original on 2016-03-17. Retrieved 2017-02-22. {{cite web}}: Cite has empty unknown parameter: |1= (help)
  3. http://www.newindianexpress.com/states/odisha/2017/feb/22/central-sahitya-akademi-award-for-monalisa-jena-1573314.html
  4. http://khabarodisha.com/Education/mona-lisa-jena-will-get-2016-sahitya-academy-translator-award-8814
  5. Indian Literature. Sahitya Akademi. 2005.
  6. https://books.google.co.in/books?id=c3hfPgAACAAJ&dq=monalisa+jena&hl=en&sa=X&ved=0ahUKEwjvm8qX-KLSAhUGvI8KHcM4AlQQ6AEIPjAI
  7. Monalisa Jena (10 May 2013). Dasuram's Script. HarperCollins Publishers India. ISBN 978-93-5029-678-3.
  8. J. K. Nayak (2003). Anatomy of Madness and Other Stories: Selected by Readers. Prafulla Pathagar Publications. ISBN 978-81-901589-0-9.
  9. "ମୋନାଲିସା ଜେନାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". ଧରିତ୍ରୀ ୨୨/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. Retrieved 22 February 2017.
  10. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.
  11. http://pragativadi.com/monalisa-jena-wins-sahitya-akademi-award-translation/
  12. "Kanhei Katha Puraskar for author Monalisa". www.newindianexpress.com. The Indian Express. Retrieved 27 June 2019.