ଗଞ୍ଜାମ ଜିଲ୍ଲା
ଗଞ୍ଜାମ | |
---|---|
ଜିଲ୍ଲା | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଲୋକ ସଭା | ବ୍ରହ୍ମପୁର, ଆସ୍କା, କନ୍ଧମାଳ |
ଭାଷା | ଓଡ଼ିଆ, ଇଂରାଜୀ |
ବିଧାନ ସଭା | ୧୩ଟି ଆସନ
|
Population (୨୦୧୧) | |
• ଜିଲ୍ଲା | ୩୫୨୦୧୫୧ |
• Rank | ଓଡ଼ିଶାରେ ପ୍ରଥମ (୧/୩୦) |
• Density | 429/km2 (1,110/sq mi) |
• Urban | ୭୬୬୫୬୩ |
• Rural | ୨୭୫୩୫୮୮ |
• ୬ ବର୍ଷରୁ କମ୍ ଶିଶୁ | ୩୯୭୯୨୦ |
Time zone | ଭାରତୀୟ ମାନକ ସମୟ (IST) +୫.୩୦ |
ଡାକ କୋଡ଼ (ପିନ୍) | ୭୬୧ xxx |
ଯାନବାହାନ ପଞ୍ଚୀକରଣ | OR/07, OD/07 (ଛତ୍ରପୁର RTO) OD/32 (ଭଞ୍ଜନଗର RTO) |
ଜିଲ୍ଲାପାଳ | ଦିବ୍ୟଜ୍ୟୋତି ପରିଡ଼ା[୧] |
Website | Official website |
ଗଞ୍ଜାମ ଜିଲ୍ଲା ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ ଏକ ଜିଲ୍ଲା । ଏହା ଆନ୍ଧ୍ର ପ୍ରଦେଶର ସୀମାକୁ ଲାଗିଛି । ବ୍ରହ୍ମପୁର ଗଞ୍ଜାମର ସବୁଠୁ ଜନବହୁଳ ନଗର । ଏହା ସୂକ୍ଷ୍ମ କାରୁକାର୍ଯ୍ୟଭରା ପାଟ ଶାଢ଼ୀ ତିଆରି ପାଇଁ ପ୍ରସିଦ୍ଧ ।
ଏହି ଜିଲାର ପ୍ରଶାସନିକ ମୁଖ୍ୟ ଜାଗା ହେଲା ଛତ୍ରପୁର । ସଦର ମହକୁମାଗୁଡ଼ିକ ହେଲା, ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ।
ଭୂଗୋଳ
[ସମ୍ପାଦନା]ବିଶେଷ ତଥ୍ୟ
[ସମ୍ପାଦନା]- ଆୟତନ: ୮୦୭୦.୬ ବର୍ଗ କି.ମି.[୨]
ଅବସ୍ଥିତି
[ସମ୍ପାଦନା]ଦିଗବାରେଣି: 19°13′48″N 82°33′0″E / 19.23000°N 82.55000°E ।
ଏହା ଓଡ଼ିଶାର ଦକ୍ଷିଣ-ପଶ୍ଚିମ ଭାଗରେ, କୋରାପୁଟ ଜିଲ୍ଲା ନିକଟରେ ୧୯.୧୪' ଅକ୍ଷାଂଶ ଓ ୮୨.୩୨ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହାର ଉଚ୍ଚତା 1,876 feet (572 m) ।
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା[୩] ଅନୁସାରେ, ଗଞ୍ଜାମ ଜିଲ୍ଲାର ମୋଟ ଲୋକସଂଖ୍ୟା ୩୫,୨୦,୧୫୧ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୨୭,୫୩,୫୮୮ ଓ ସହରାଞ୍ଚଳରେ ୭,୬୬,୫୬୩ ଲୋକ ବାସ କରନ୍ତି [୪] ।
- ପୁରୁଷ: ୧୭,୭୭,୩୨୪
- ଗ୍ରାମାଞ୍ଚଳ: ୧୩,୮୧,୦୫୧
- ସହରାଞ୍ଚଳ: ୩,୯୬,୨୭୩
- ମହିଳା: ୧୭,୪୨,୮୨୭
- ଗ୍ରାମାଞ୍ଚଳ: ୧୩,୭୨,୫୩୭
- ସହରାଞ୍ଚଳ: ୩,୭୦,୨୯୦
- ଛ ବର୍ଷରୁ କମ: ୩,୯୭,୯୨୦
- ଗ୍ରାମାଞ୍ଚଳ: ୩,୨୫,୩୫୯
- ସହରାଞ୍ଚଳ: ୭୨,୫୬୧
- ସାକ୍ଷରତା ହାର: ୭୧.୮୮%
- ପୁରୁଷ: ୮୧.୫୫%
- ମହିଳା: ୬୧.୮୪%
ଇତିହାସ ଓ ସଂସ୍କୃତି
[ସମ୍ପାଦନା]ଗଞ୍ଜାମ ପ୍ରାଚୀନ ଦକ୍ଷିଣ କଳିଙ୍ଗ ପ୍ରଦେଶର ଏକ ଅଂଶବିଶେଷ ଥିଲା । ଅଶୋକ କଳିଙ୍ଗ ବିଜୟ କରି ଋଷିକୁଲ୍ୟା ନଦୀତଟସ୍ଥ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟବର୍ତ୍ତୀ ଜଉଗଡ଼ଠାରେ ଏକ ଶିଳାଲିପି ଖୋଦନ କରିଥିଲେ । ଏଥିରୁ ଅନୁମିତ ହୁଏ ଯେ, ଗଞ୍ଜାମର ଅଞ୍ଚଳ ସମ୍ରାଟ ଅଶୋକଙ୍କ ଶାସନାଧୀନ ଥିଲା । ଅନେକ କାଳ ପରେ ୧୫୭୨ରେ ଗୋଲକୁଣ୍ଡା ସୁଲତାନ ଇବ୍ରାହୀମ କୁତାବସାହୀ ଚିଲିକା ହ୍ରଦଠାରୁ ଆରମ୍ଭ କରି ଏକ ବିଶାଳ ଭୂଖଣ୍ଡକୁ ଦଖଲ କରିଥିଲେ, ଯାହା ଉତ୍ତର ସରକାର ନାମରେ ପରିଚିତ ଥିଲା । ପରବର୍ତ୍ତୀ ସମୟରେ ଏ ଅଞ୍ଚଳକୁ ପାରସ୍ୟ ଭାଷାରେ ଗଂଜ୍-ଇ-ଆମ୍ (ସାଧାରଣ ବଜାର ସ୍ଥଳ) ନାମରେ ନାମିତ କରାଯାଇଥିଲା । ସାଧାରଣତଃ 'ଗଂଜ'ରୁ ଏହାର ସୃଷ୍ଟି ବୋଲି କୁହାଯାଏ ; ଗଂଜ ଅର୍ଥାତ୍ କୌଣସି ସ୍ଥାନ ବା ଅଞ୍ଚଳ । ଅନ୍ୟ ମତରେ ଗଂଜା ବା ଗଂଜ ଶବ୍ଦର ଅର୍ଥ ହେଲା ଗୋଦାମ, ଭଣ୍ଡାର ଇତ୍ୟାଦି । ଅନ୍ୟ କେତେକ ଗବେଷକଙ୍କ ମତରେ ସପ୍ତମ ଶତାବ୍ଦୀ ବେଳର କଂଗୋଦ ଶବ୍ଦରୁ ଗଞ୍ଜାମ ହୋଇଛି । କଳିଙ୍ଗ ସୀମାରେ ସମତଳ ସମୁଦ୍ର ଉପକୂଳ ଅଞ୍ଚଳକୁ ନେଇ କଂଗୋଦ ରାଜ୍ୟ ଗଠିତ ହୋଇଥିଲା । ଶବ୍ଦଟି ପରିବର୍ତ୍ତନ କ୍ରମରେ କଂଗୋଦ > ଗଂଗୋଦ > ଗଂଗୋ > ଗଂଜୋ > ଗଂଜା > ଗଂଜାମ > ଗଞ୍ଜାମ ଏଭଳି ରୂପାନ୍ତରିତ ହୋଇଛି ।[୫]
ଶିକ୍ଷା
[ସମ୍ପାଦନା]- ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ,ବ୍ରହ୍ମପୁର
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ,ବ୍ରହ୍ମପୁର (ସ୍ଥାପିତ ୧୯୬୭)
- ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ, ବ୍ରହ୍ମପୁର
- ନେସ୍ନାଲ୍ ଇନ୍ଷ୍ଟିଚ୍ୟୁଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (ନିଷ୍ଟ୍),ବ୍ରହ୍ମପୁର
- ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ,ବ୍ରହ୍ମପୁର
- ରାମ ଚନ୍ଦ୍ର ମର୍ଦରାଜ ବିଜ୍ଞାନ ମହା ବିଦ୍ୟାଳୟ,ଖଲ୍ଲିକୋଟ
- ଚାରୁ ଓ କଳା ମହାବିଦ୍ୟାଳୟ, ଖଲ୍ଲିକୋଟ
ବିଭାଗ
[ସମ୍ପାଦନା]- ଉପଖଣ୍ଡ (ସବ୍ ଡିଭିଜନ): (୦୩): ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର
- ତହସିଲ: (୧୨):
- ବ୍ଳକ: (୨୨):
- ସହର: ୧୮
- ଗ୍ରାମ ପଞ୍ଚାୟତ: ୪୭୫
- ଗ୍ରାମ: ୩,୨୨୯
ନିର୍ବାଚନ ମଣ୍ଡଳୀ
[ସମ୍ପାଦନା]ଲୋକ ସଭା ନିର୍ବାଚନ ମଣ୍ଡଳୀ
[ସମ୍ପାଦନା]ବିଧାନ ସଭା ନିର୍ବାଚନ ମଣ୍ଡଳୀ
[ସମ୍ପାଦନା]ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ୧୩ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହେଉଛି:
- ଭଞ୍ଜନଗର (୧୨୩)
- ପୋଲସରା (୧୨୪)
- କବିସୂର୍ଯ୍ୟନଗର (୧୨୫)
- ଖଲିକୋଟ (୧୨୬)
- ଛତ୍ରପୁର (୧୨୭)
- ଆସ୍କା (୧୨୮)
- ସୋରଡ଼ା (୧୨୯)
- ସାନଖେମୁଣ୍ଡି (୧୩୦)
- ହିଞ୍ଜିଳି (୧୩୧)
- ଗୋପାଳପୁର (୧୩୨)
- ବ୍ରହ୍ମପୁର (୧୩୩)
- ଦିଗପହଣ୍ଡି (୧୩୪)
- ଚିକିଟି (୧୩୫)
ପର୍ଯ୍ୟଟନ ସ୍ଥଳୀ
[ସମ୍ପାଦନା]- ଗୋପାଳପୁର ବେଳାଭୂମି
- ତାରାତାରିଣୀ ମନ୍ଦିର, ପୁରୁଷୋତ୍ତମପୁର
- ଜଗନ୍ନାଥ ମନ୍ଦିର, ଧରାକୋଟ
- ମହୁରୀ କାଳୁଆ
- ପଞ୍ଚମା ଶ୍ରୀ ଗଣେଷ, ବ୍ରହ୍ମପୁର
- ସିଦ୍ଧ ଭୈରବୀ ମନ୍ଦିର ଓ ସୁନାପୁର ବେଳାଭୂମି (ମନ୍ଦିରରୁ ୧୫ କିମି ଦୂର)
- କନକଦୁର୍ଗା ଠାକୁରାଣୀ ମନ୍ଦିର
- ବାଲୁଙ୍କେଶ୍ୱର ମନ୍ଦିର
- ମାଉସୀ ମା ମନ୍ଦିର
- ରାମଣ୍ଡା ମୃଗ ବିହାର, ବୁଗୁଡ଼ା (କୃଷ୍ଣସାର ମୃଗ ପାଇଁ ପ୍ରସିଦ୍ଧ)
- ଭଞ୍ଜନଗର ଡ୍ୟାମ
- ଆସିକା ଭେଟନଇ କୃଷ୍ଣସାର ମୃଗ ବିହାର
- ପାକିଡି ମୟୂର ବିଚରଣ ଅଂଚଳ ଓ କରଂଜେଇ ମନ୍ଦିର,
ଆସିକା
- ଖମ୍ବେଶ୍ୱରୀ ମନ୍ଦିର, ଆସିକା
- ବୁଢ଼ାଖୋଲ
- କଳିଙ୍ଗା ଘାଟୀ
- ଧବଳେଶ୍ୱର
- ତପ୍ତପାଣି ଜଳପ୍ରପାତ
- ଉପେନ୍ଦ୍ରନଗର (କୁଲାଡ଼, ଦୁର୍ଗ, ବ୍ୟାଘ୍ରଦେବୀ ମନ୍ଦିର, ଜଗନ୍ନାଥ ମନ୍ଦିର)
- ଚନ୍ଦ୍ରଗିରି ବୌଦ୍ଧ ବିହାର
- ଜଉଗଡ଼ର ବୌଦ୍ଧ କୀର୍ତ୍ତି, ପାଣ୍ଡିଆ
- ନିର୍ମଳଝର, ଖଲ୍ଲିକୋଟ
- ଜଗନ୍ନାଥ ମନ୍ଦିର, ଖଲ୍ଲିକୋଟ
- ଶ୍ରୀ ଶ୍ରୀ ଝାଡେଶ୍ୱର, ଖଲ୍ଲିକୋଟ
- ନାରାୟଣୀ ଖୋଲ, ଖଲ୍ଲିକୋଟ
- ମା ବଡ଼ରାଉଳ, ଖଲ୍ଲିକୋଟ
- ବରକୁଦା, ଖଲ୍ଲିକୋଟ
- ଶ୍ରୀ ଶ୍ରୀ ଶକଳେଶ୍ୱର ମନ୍ଦିର, ବିକ୍ରମ ପୁର,ଖଲ୍ଲିକୋଟ
- ମା ନିଜ ବାନ୍କେଶ୍ୱରୀ ମନ୍ଦିର,
- ବି.ତୁରୁବୁଡି,ଦିଗପହଣ୍ଡି
- ବଟେଶ୍ୱର
- ମା ବାଳକୁମାରୀ ମନ୍ଦିର, ଚିକିଟି
- ମା ବ୍ରାଘ୍ୟଦେବୀ ମିନ୍ଦର , ପାତ୍ରପୁର
ମହାନ ବ୍ୟକ୍ତିବିଶେଷ
[ସମ୍ପାଦନା]- କବିସମ୍ରାଟ ଉପେନ୍ଦ୍ର ଭଞ୍ଜ
- କବିସୂର୍ଯ୍ୟବଳଦେବ ରଥ
- ବିଜୁ ପଟ୍ଟନାୟକ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ
- ସାର ଆନେପୁ ପର୍ଶୁରାମେଶ୍ୱର ପାତ୍ର
- ଭି.ଭି. ଗିରି, ଭାରତର ପୂର୍ବତନ ରାଷ୍ଟ୍ରପତି
- ଲକ୍ଷ୍ମଣ ନାୟକ
- ରଙ୍ଗନାଥ ଦାଶ
- ଚକରା ବିଷୋୟୀ
- ଦୋହରା ବିଷୋୟୀ
- ବିଶ୍ୱନାଥ ଦାସ, ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ
ଆଧାର
[ସମ୍ପାଦନା]- ↑ "District Ganjam, Government Of Odisha, India: Who's Who". ଜିଲ୍ଲା ଗଞ୍ଜାମ. Retrieved 17 March 2024.
- ↑ ଗଞ୍ଜାମ ଜିଲ୍ଲାର ସରକାରୀ ପୃଷ୍ଠା
- ↑ Census 2011: Odisha: Provisional Population Totals
- ↑ Census 2011: Odisha: Rural Urban Distribution
- ↑ ଚିକିଟୀର ସାହିତ୍ୟ ଓ ସାହିତ୍ୟିକ, ଡକ୍ଟର ସଞ୍ଜୟ କୁମାର ପଣ୍ଡା । ସାହିତ୍ୟ ଶ୍ୱେତପଦ୍ମା ପ୍ରକାଶନ, ଭୁବନେଶ୍ୱର, ପ୍ରଥମ ସଂସ୍କରଣ : ୨୦୧୪ ।