ଅଶୋକ (ସମ୍ରାଟ)

ଉଇକିପିଡ଼ିଆ ରୁ
ଅଶୋକ
ମୌର୍ଯ୍ୟ ଶାସକ

A "Chakravartin" ruler, first century BC/CE. Andhra Pradesh, Amaravati. Preserved at Musee Guimet
ଶାସନ କାଳ 274–232 BCE
Coronation 270 BCE
ଆଖ୍ୟା Samraat Chakravartin; other titles include Devanampriya and Priyadarsin
ଜନ୍ମ 304 BCE
ଜନ୍ମସ୍ଥାନ ପାଟ୍ଟଳୀପୁତ୍ର, ପାଟନା
ମୃତ୍ୟୁ 232 BCE (aged 72)
ମୃତ୍ୟୁସ୍ଥାନ ପାଟ୍ଟଳୀପୁତ୍ର, ପାଟନା
Buried Ashes immersed in the Ganges River, possibly at Varanasi, Cremated 232 BCE, less than 24 hours after death
ପୂର୍ବଧୀକାରୀ ବିନ୍ଦୁସାର
ଉତ୍ତରାଧୀକାରୀ ଦଶରଥ
Wives ରାଣୀ କାରୁବାକୀ
ରାଣୀ ଦେବୀ
ରାଣୀ ପଦ୍ମାବତୀ
ରାଣୀ ତିଶ୍ୟରକ୍ଷା
Offspring ମହେନ୍ଦ୍ର, ସଂଙ୍ଘମିତ୍ରା, ତ୍ରିବାଳ, କୁନାଳ
Royal House Mauryan dynasty
ପିତା ବିନ୍ଦୁସାର
ମାତା Maharani Dharma or Shubhadrangi
ଧର୍ମ ବୌଦ୍ଧ ଧର୍ମ

ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ଭାରତୀୟ ମୌର୍ଯ୍ୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂ ରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନଆଫଗାନିସ୍ତାନ ଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବ ଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶକେରଳ ପର୍ଯ୍ୟନ୍ତ ବିସ୍ତ୍ରୁତ ଥିଲା । ସେ ବିଧ୍ଵଂସୀ କଳିଙ୍ଗ ଯୁଦ୍ଧ ର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକ ରେ ପରିବର୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ଅଶୋକ ପ୍ରେମ, ସାଧୁତା, ଅହିଂସା ଓ ସାତ୍ତ୍ଵିକତାର ପୂଜାରୀ ଥିଲେ ।

ସଂସ୍କୃତ ରେ ଅଶୋକ ର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" ।

କଳିଙ୍ଗ ଯୁଦ୍ଧ[ସମ୍ପାଦନା]

ଚନ୍ଦ୍ରଗୁପ୍ତବିନ୍ଦୁସାରଙ୍କ ରାଜତ୍ଵ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ଵାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । [୧]

ଧର୍ମ ପ୍ରଚାର[ସମ୍ପାଦନା]

ଅଶୋକ, ବିଶ୍ଵ ଦରବାର ରେ ବୌଦ୍ଧଧର୍ମ କୁ ପରିଚିତ କରାଇବାରେ ଏକ ଉଲ୍ଲେଖନୀୟ ଅବଦାନ ବହନ କରନ୍ତି । ତାଙ୍କ ସାମ୍ରାଜ୍ୟ ର ଚିହ୍ନ "ଅଶୋକ ସ୍ତମ୍ଭ" ଆଜି ଭରତ ର ରାଷ୍ଟ୍ରୀୟ ଚିହ୍ନ ଭାବେ ପରିଚିତ ।

ସାମ୍ରାଜ୍ୟ[ସମ୍ପାଦନା]

ଅଶୋକଙ୍କ ବିଭିନ୍ନ ଶିଳାଲିପିଗୁଡିକରୁ ଜଣାଯାଏ, ତାଙ୍କର ସାମ୍ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ କର୍ଣ୍ଣାଟକ ଏବଂ ପଶ୍ଚିମରେ ଆଫଗାନିସ୍ଥାନବେଲୁଚିସ୍ଥାନଠାରୁ ପୂର୍ବରେ ବ୍ରହ୍ମପୁତ୍ର ନଦୀବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

ନିଜର ଅସାଧାରଣ ବ୍ୟକ୍ତିତ୍ଵ, ଉଦାର ଧର୍ମନୀତି, ଅହିଂସା ନୀତି, ବୌଦ୍ଧ ଧର୍ମର ପ୍ରଚାର ତଥା ଲୋକହିତକର ରାଜ୍ୟଶାସନ ଯୋଗୁଁ ଅଶୋକ ବିଶ୍ଵ ଇତିହାସରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।

ମୌର୍ଯ୍ୟ ଶାସନପଦ୍ଧତି[ସମ୍ପାଦନା]

କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ମେଘାସ୍ଥିନିସଙ୍କ ଇଣ୍ଡିକା ଏବଂ ଅଶୋକଙ୍କର ଶିଳାନୁଶାସନରୁ ମୌର୍ଯ୍ୟ ଶାସନପଦ୍ଧତି ବିଷୟ ଜଣାଯାଏ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟରେ ଚନ୍ଦ୍ରଗୁପ୍ତ ଏକ ସୁଦୃଢ଼ ଓ ସୁପରିକଳ୍ପିତ ଶାସନପଦ୍ଧତିର ପ୍ରଚଳନ୍ କରିଥିଲେ । ତାଙ୍କପରେ ଅଶୋକ ଏହି ଶାସନ ପ୍ରଣାଳୀରେ କେତେକ ସଂସ୍କାର କରିଥିଲେ । ମୌର୍ଯ୍ୟ ଶାସନର ମୂଳଲକ୍ଷ୍ୟ ଥିଲା ଜନକଲ୍ୟାଣ ।

ରାଜା[ସମ୍ପାଦନା]

କେନ୍ଦ୍ରଶାସନ[ସମ୍ପାଦନା]

ରାଜସ୍ଵ[ସମ୍ପାଦନା]

ପ୍ରାଦେଶିକ ଶାସନ[ସମ୍ପାଦନା]

ଜନକଲ୍ୟାଣ[ସମ୍ପାଦନା]

ମୌର୍ଯ୍ୟଶାସନର ପତନ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]