ଅଶୋକ (ସମ୍ରାଟ)
|
|
ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି ଓ ଏକ ନୂଆ ଉଇକିପିଡ଼ିଆ ଲେଖା ଭାବରେ ବ୍ୟବହାର ଓ ବଦଳ କରାଯାଉଅଛି । ଯଦି ଲେଖକ ଜଣକ ବଦଳ ଦ୍ଵନ୍ଦ, ଅଦରକାରୀ ପ୍ରକ୍ରିୟା, ବିପଥଗାମୀ ଚେଷ୍ଟା ଓ ଅନ୍ୟାନ୍ୟ ଦ୍ଵନ୍ଦକୁ ଏଡ଼ାଇବା ନିମନ୍ତେ କେଉଁଠି ସମ୍ଭବ ବୋଲି ପଚାରି ଥାନ୍ତି, ତେବେ ପୃଷ୍ଠାଟିରେ କିଛି ବଦଳାନ୍ତୁ ନାହିଁ ବା ତାହାକୁ ଲିଭାଇବା ପାଇଁ ବାଛନ୍ତୁ ନାହିଁ ଯେହେତୁ ଏହା ଲେଖାର ଆରମ୍ଭ ଅବସ୍ଥାରେ ଅଛି । ଯଦି ଲେଖାଟି କେଇ ଘଣ୍ଟାଧରି ବଦଳା ଯାଇନାହିଁ ତେବେ ଏହି ଛାଞ୍ଚଟିକୁ ବାହାର କରିଦିଅନ୍ତୁ |
| ଅଶୋକ | |
|---|---|
| ମୌର୍ଯ୍ୟ ଶାସକ | |
A "Chakravartin" ruler, first century BC/CE. Andhra Pradesh, Amaravati. Preserved at Musee Guimet |
|
| ଶାସନ କାଳ | 274–232 BCE |
| Coronation | 270 BCE |
| ଆଖ୍ୟା | Samraat Chakravartin; other titles include Devanampriya and Priyadarsin |
| ଜନ୍ମ | 304 BCE |
| ଜନ୍ମସ୍ଥାନ | ପାଟ୍ଟଳୀପୁତ୍ର, ପାଟନା |
| ମୃତ୍ୟୁ | 232 BCE (aged 72) |
| ମୃତ୍ୟୁସ୍ଥାନ | ପାଟ୍ଟଳୀପୁତ୍ର, ପାଟନା |
| Buried | Ashes immersed in the Ganges River, possibly at Varanasi, Cremated 232 BCE, less than 24 hours after death |
| ପୂର୍ବଧୀକାରୀ | ବିନ୍ଦୁସାର |
| ଉତ୍ତରାଧୀକାରୀ | ଦଶରଥ |
| Wives | ରାଣୀ କାରୁବାକୀ ରାଣୀ ଦେବୀ ରାଣୀ ପଦ୍ମାବତୀ ରାଣୀ ତିଶ୍ୟରକ୍ଷା |
| Offspring | ମହେନ୍ଦ୍ର, ସଂଙ୍ଘମିତ୍ରା, ତ୍ରିବାଳ, କୁନାଳ |
| Royal House | Mauryan dynasty |
| ପିତା | ବିନ୍ଦୁସାର |
| ମାତା | Maharani Dharma or Shubhadrangi |
| ଧର୍ମ | ବୌଦ୍ଧ ଧର୍ମ |
ଅଶୋକ (୩୦୪- ୨୩୨ ଖ୍ରୀ: ପୂ ) ଜଣେ ଭାରତୀୟ ମୌର୍ଯ୍ୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂ ରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନ ଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବ ଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତ୍ରୁତ ଥିଲା । ସେ ବିଧ୍ଵଂସୀ କଳିଙ୍ଗ ଯୁଦ୍ଧ ର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକ ରେ ପରିବର୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ । ଅଶୋକ ପ୍ରେମ, ସାଧୁତା, ଅହିଂସା ଓ ସାତ୍ତ୍ଵିକତାର ପୂଜାରୀ ଥିଲେ ।
ସଂସ୍କୃତ ରେ ଅଶୋକ ର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" ।
ବିଷୟସୂଚୀ |
କଳିଙ୍ଗ ଯୁଦ୍ଧ[ସମ୍ପାଦନା]
ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାରଙ୍କ ରାଜତ୍ଵ କାଳରେ କଳିଙ୍ଗ ଏକ ଶକ୍ତିଶାଳୀ ଓ ସ୍ଵାଧୀନ ରାଷ୍ଟ୍ର ଥିଲା । କିନ୍ତୁ ଅଶୋକ ରାଜ୍ୟାଭିଷେକର ଅଷ୍ଟମବର୍ଷରେ ଅର୍ଥାତ ଖ୍ରୀ.ପୂ:୨୬୧ ରେ କଳିଙ୍ଗ ଆକ୍ରମଣ କରି ଜୟଲାଭ କରିଥିଲେ । ତାଙ୍କର ତ୍ରୟୋଦଶ ଶିଳାନୁଶାସନରେ କଳିଙ୍ଗ ଯୁଦ୍ଧର ରୋମାଞ୍ଚକର ବିଭୀଷିକା ବର୍ଣ୍ଣିତ ହୋଇଛି । [୧]
ଧର୍ମ ପ୍ରଚାର[ସମ୍ପାଦନା]
ଅଶୋକ, ବିଶ୍ଵ ଦରବାର ରେ ବୌଦ୍ଧଧର୍ମ କୁ ପରିଚିତ କରାଇବାରେ ଏକ ଉଲ୍ଲେଖନୀୟ ଅବଦାନ ବହନ କରନ୍ତି । ତାଙ୍କ ସାମ୍ରାଜ୍ୟ ର ଚିହ୍ନ "ଅଶୋକ ସ୍ତମ୍ଭ" ଆଜି ଭରତ ର ରାଷ୍ଟ୍ରୀୟ ଚିହ୍ନ ଭାବେ ପରିଚିତ ।
ସାମ୍ରାଜ୍ୟ[ସମ୍ପାଦନା]
ଅଶୋକଙ୍କ ବିଭିନ୍ନ ଶିଳାଲିପିଗୁଡିକରୁ ଜଣାଯାଏ, ତାଙ୍କର ସାମ୍ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ କର୍ଣ୍ଣାଟକ ଏବଂ ପଶ୍ଚିମରେ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନଠାରୁ ପୂର୍ବରେ ବ୍ରହ୍ମପୁତ୍ର ନଦୀ ଓ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
ନିଜର ଅସାଧାରଣ ବ୍ୟକ୍ତିତ୍ଵ, ଉଦାର ଧର୍ମନୀତି, ଅହିଂସା ନୀତି, ବୌଦ୍ଧ ଧର୍ମର ପ୍ରଚାର ତଥା ଲୋକହିତକର ରାଜ୍ୟଶାସନ ଯୋଗୁଁ ଅଶୋକ ବିଶ୍ଵ ଇତିହାସରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ।
ମୌର୍ଯ୍ୟ ଶାସନପଦ୍ଧତି[ସମ୍ପାଦନା]
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ମେଘାସ୍ଥିନିସଙ୍କ ଇଣ୍ଡିକା ଏବଂ ଅଶୋକଙ୍କର ଶିଳାନୁଶାସନରୁ ମୌର୍ଯ୍ୟ ଶାସନପଦ୍ଧତି ବିଷୟ ଜଣାଯାଏ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟରେ ଚନ୍ଦ୍ରଗୁପ୍ତ ଏକ ସୁଦୃଢ଼ ଓ ସୁପରିକଳ୍ପିତ ଶାସନପଦ୍ଧତିର ପ୍ରଚଳନ୍ କରିଥିଲେ । ତାଙ୍କପରେ ଅଶୋକ ଏହି ଶାସନ ପ୍ରଣାଳୀରେ କେତେକ ସଂସ୍କାର କରିଥିଲେ । ମୌର୍ଯ୍ୟ ଶାସନର ମୂଳଲକ୍ଷ୍ୟ ଥିଲା ଜନକଲ୍ୟାଣ ।
ରାଜା[ସମ୍ପାଦନା]
କେନ୍ଦ୍ରଶାସନ[ସମ୍ପାଦନା]
ରାଜସ୍ଵ[ସମ୍ପାଦନା]
ପ୍ରାଦେଶିକ ଶାସନ[ସମ୍ପାଦନା]
ଜନକଲ୍ୟାଣ[ସମ୍ପାଦନା]
ମୌର୍ଯ୍ୟଶାସନର ପତନ[ସମ୍ପାଦନା]
ଆଧାର[ସମ୍ପାଦନା]
ବାହାର ତଥ୍ୟ[ସମ୍ପାଦନା]
| Asoka ବାବଦରେ ୧୯୧୧ ଏନ୍ସାଇକ୍ଲୋପିଡ଼ିଆ ବ୍ରିଟାନିକାର ଗୋଟିଏଲେଖା ଉଇକିସ୍ରୋତରେ ରହିଛି . |
- ଓପନ ଡାଇରେକ୍ଟୋରି ପ୍ରୋଜେକ୍ଟରେ ଥିବା Ashoka
Ashoka ସଙ୍ଗେ ଯୋଡ଼ାଥିବା ଉଇକିମିଡ଼ିଆ କମନସରେ ଥିବା ମିଡ଼ିଆ
Quotations related to ଅଶୋକ (ସମ୍ରାଟ) at Wikiquote- International Vegetarian Union: King Asoka of India