ବରାହଗିରି ଭେଙ୍କଟଗିରି
| ବରାହଗିରି ଭେଙ୍କଟଗିରି | |
|---|---|
|
|
|
| କାର୍ଯ୍ୟକାଳ ୨୪ ଅଗଷ୍ଟ ୧୯୬୯ – ୨୪ ଅଗଷ୍ଟ ୧୯୭୪ |
|
| ପ୍ରଧାନମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
| ଉପ ରାଷ୍ଟ୍ରପତି | ଗୋପାଳ ସ୍ଵରୂପ ପାଠକ |
| ପୂର୍ବ ଅଧିକାରୀ | ମହମ୍ମଦ ହିଦାୟତୁଲା (କାମଚଳା) |
| ପର ଅଧିକାରୀ | ଫକ୍କରୁଦିନ ଅଲ୍ଲି ଅହମଦ |
| କାର୍ଯ୍ୟକାଳ ୩ ମେ ୧୯୬୯ – ୨୦ ଜୁଲାଇ ୧୯୬୯ କାମଚଳା |
|
| ପ୍ରଧାନମନ୍ତ୍ରୀ | ଇନ୍ଦିରା ଗାନ୍ଧୀ |
| ପୂର୍ବ ଅଧିକାରୀ | ଜାକିର ହୁସେନ |
| ପର ଅଧିକାରୀ | ମହମ୍ମଦ ହିଦାୟତୁଲା (କାମଚଳା) |
|
|
|
| କାର୍ଯ୍ୟକାଳ ୧୩ ମଇ ୧୯୬୭ – ୩ ମଇ ୧୯୬୯ |
|
| ରାଷ୍ଟ୍ରପତି | ଜାକିର ହୁସେନ |
| ପୂର୍ବ ଅଧିକାରୀ | ଜାକିର ହୁସେନ |
| ପର ଅଧିକାରୀ | ଗୋପାଳ ସ୍ଵରୂପ ପାଠକ |
|
କର୍ଣ୍ଣାଟକର ରାଜ୍ୟପାଳ
|
|
| କାର୍ଯ୍ୟକାଳ ୨ ଅପ୍ରେଲ ୧୯୬୫ – ୧୩ ମଇ ୧୯୬୭ |
|
| ମୁଖ୍ୟମନ୍ତ୍ରୀ | ସିଦ୍ଦବନହଲ୍ଲୀ ନିଜଲିଙ୍ଗାପ୍ପା |
| ପୂର୍ବ ଅଧିକାରୀ | ସତ୍ୟବନ୍ତ ମଲ୍ଲନ୍ନାହ ଶ୍ରୀନାଗେଶ |
| ପର ଅଧିକାରୀ | ଗୋପାଳ ସ୍ଵରୂପ ପାଠକ |
|
କେରଳର ରାଜ୍ୟପାଳ
|
|
| କାର୍ଯ୍ୟକାଳ ୧ ଜୁଲାଇ ୧୯୬୦ – ୨ ଅପ୍ରେଲ ୧୯୬୫ |
|
| ମୁଖ୍ୟମନ୍ତ୍ରୀ | ପାତ୍ତମ ଥନୁ ପିଲ୍ଲାଇ ଆର. ଶଙ୍କର |
| ପୂର୍ବ ଅଧିକାରୀ | ବର୍ଗୁଲା ରାମକୃଷ୍ଣ ରାଓ |
| ପର ଅଧିକାରୀ | ଅଜିତ ପ୍ରସାଦ ଜୈନ |
|
ଉତ୍ତର ପ୍ରଦେଶର ରାଜ୍ୟପାଳ
|
|
| କାର୍ଯ୍ୟକାଳ ୧୦ ଜୁନ ୧୯୫୭ – ୩୦ ଜୁନ ୧୯୬୦ |
|
| ମୁଖ୍ୟମନ୍ତ୍ରୀ | ସମ୍ପୂର୍ଣ୍ଣାନନ୍ଦ |
| ପୂର୍ବ ଅଧିକାରୀ | କହ୍ନେୟାଲାଲ ମାନେକଲାଲ ମୁନ୍ସୀ |
| ପର ଅଧିକାରୀ | ବର୍ଗୁଲା ରାମକୃଷ୍ଣ ରାଓ |
|
|
|
| ଜନ୍ମ | ୧୦ ଅଗଷ୍ଟ ୧୮୯୪ Berhampur, British Raj (now India) |
| ମୃତ୍ୟୁ | ୨୩ ଜୁନ, ୧୯୮୦ (୮୫ ବର୍ଷ) ମାଡ୍ରାସ, ଭାରତ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ (1916–present) |
| Other political affiliations |
Sinn Féin (Before 1916) |
| ଜୀବନ ସାଥି | ସରସ୍ଵତୀ ବାଇ |
| ଶିକ୍ଷାନୁଷ୍ଠାନ | University College Dublin |
| ଧର୍ମ | ହିନ୍ଦୁ |
ବରାହଗିରି ଭେଙ୍କଟଗିରି (୧୦ ଅଗଷ୍ଟ ୧୮୯୪-୨୩ ଜୁନ ୧୯୮୦), ସାଧାରଣରେ ଭି. ଭି. ଗିରି ନାଆଁରେ ପରିଚିତ, ଭାରତର ୪ର୍ଥ ରାଷ୍ଟ୍ରପତି ଭାବରେ ୨୪ ଅଗଷ୍ଟ ୧୯୬୯ ରୁ ୨୩ ଅଗଷ୍ଟ ୧୯୭୪ଯାଏଁ କାମ କରିଥିଲେ । ବର୍ତ୍ତମାନ ଭାରତୀୟ ଶ୍ରମିକଙ୍କୁ ଯାହାକିଛି ଅଧିକାର ମିଳିଛି, ତାହା କେବଳ ସମ୍ଭବ ହୋଇପାରିଛି ଭି.ଭି.ଗିରିଙ୍କ ପାଇଁ । ଦେଶ ନିର୍ମାଣରେ ଶ୍ରମିକଙ୍କ ଭୂମିକା ମୂଖ୍ୟ ବୋଲି ପ୍ରମାଣ କରିବାକୁ ଯାଇ ଶ୍ରମିକଙ୍କ ସ୍ଵାର୍ଥ ପାଇଁ ସେ ବିଭିନ୍ନ ସମୟରେ ବିଦ୍ରୋହ କରିଥିଲେ।
ବିଷୟସୂଚୀ |
ପ୍ରାରମ୍ଭିକ ଜୀବନ [ସମ୍ପାଦନା]
ସେ ଓଡ଼ିଶାର ବ୍ରହ୍ମପୁରଠାରେ ଏକ ତେଲୁଗୁ ପରିବାରରେ ବରାହଗିରି ଭେଙ୍କଟ ଯୋଗିଆଙ୍କ ଠାରୁ[୧] ଜନ୍ମ ନେଇଥିଲେ । ତାଙ୍କର ଜନ୍ମ କାଳରେ ଏହା ଗଞ୍ଜାମ ଗଡ଼ଜାତ ଅଧୀନରେ ଥିଲା । ପିତା ବରାହଗିରି ଭେଙ୍କଟ ଯୋଗାୟ ପନ୍ତଲି ଜଣେ ଖ୍ୟାତନାମା ଆଇନଜୀବି ଥିଲେ। ତାଙ୍କ ସ୍କୁଲ ଶିକ୍ଷା, ସେ ବ୍ରହ୍ମପୁରରେ ଶେଷ କରିଥିଲେ।ଅଳ୍ପ ବୟସରେ ସେ ସରସ୍ଵତୀ ବାଈଙ୍କୁ ବିବାହ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ୧୯୧୩ ରେ ସେ ୟୁନିଭର୍ସିଟି ଅଫ୍ ଡ଼ବଲିନ୍ କୁ ଯାଇଥିଲେ କିନ୍ତୁ ସେଠାରେ ସେ ଆଇନ ଡିଗ୍ରୀ ଶେଷ କରିପାରିନଥିଲେ। ସିନ୍ ଫେନ୍ ଆନ୍ଦୋଳନରେ ଯୋଗ ଦେବାରୁ ତାଙ୍କୁ ଆୟାରଲ୍ୟାଣ୍ଡ ରୁ ବିଦା କରାଯାଇଥିଲା। ଭାରତ ଫେରି ସେ ୧୯୨୨ ରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃତ୍ଵ ନେଲେ। ଫଳ ସ୍ଵରୂପ ୧୯୨୬ ଓ୧୯୪୨ ରେ ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସର ସେ ଦୁଇଥର ସଭାପତି ହୋଇଥିଲେ।
ରାଜନୀତି [ସମ୍ପାଦନା]
୧୯୩୬ ପ୍ରତ୍ୟେକ୍ଷ ରାଜନୀତିରେ ଯୋଗଦେଇ ମାଡ୍ରାସ ପ୍ରେସିଡେନ୍ସିରେ ଯୋଗଦେଇ, ସେ ଶ୍ରମ ଓ ଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ଵ ବହନ କରିଥିଲେ। ଦେଶ ସ୍ଵାଧୀନ ହେବାପରେ ଭାରତର ହାଇକମିଶନର ଭାବେ ତାଙ୍କୁ ସିଂହଳ ପଠାଯାଇଥିଲା। ସେଠାରେ କର୍ଯ୍ୟକାଳ ଶେଷପରେ ଭାରତ ଫେରି ସେ ୧୯୫୨ ସାଧାରଣ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରି ବିଜୟୀ ହୋଇଥିଲେ। ପ୍ରଥମ ଲୋକସଭାକୁ ନିର୍ବାଚିତ ହେବାପରେ ତାଙ୍କୁ ଶ୍ରମ ମନ୍ତ୍ରଣାଳୟର କ୍ୟାବିନେଟ ଦାୟିତ୍ଵ ଅର୍ପଣ କରାଯାଇଥିଲା। ଏହା ପରେ ସେ ୧୯୫୭ ରୁ ୧୯୬୭ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୬୯ ରେ ରାଷ୍ଟ୍ରପତି ଥିବା ଅବସ୍ତାରେ ଜାକିର ହୁସେନଙ୍କ ପରଲୋକ ହେବାରୁ ତାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ବଛାଯାଇଥିଲା।ପରେ ସେ ରାଷ୍ଟ୍ରପତି ନିର୍ବାଚନରେ ଜିତି ଦେଶର ୪ର୍ଥ ରାଷ୍ଟ୍ରପତି ହୋଇଥିଲେ।
ପୁରସ୍କାର ଓ ସମ୍ମାନ [ସମ୍ପାଦନା]
୧୯୭୫ ମସିହାରେ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି।[୨] ଶ୍ରମିକ ଙ୍କ ସମସ୍ୟା , ଗବେଷଣା, ଶିକ୍ଷା ଏବଂ ପରାମର୍ଶ ଲାଗି ସ୍ଥାପନ କରାଯାଇଥିବା ସ୍ଵଂୟଶାସିତ ଅନୁଷ୍ଠାନକୁ ୧୯୯୫ ରେ ଭି.ଭି.ଗିରି ନ୍ୟାଶନାଲ ଲେବର ଇନଷ୍ଟିଚ୍ୟୁଟ ନାମରେ ନାମିତ କରାଯାଇଛି।
୧୯୮୦ ମସିହାରେ ୮୫ ବର୍ଷ ବୟସରେ ମାଡ୍ରାସରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।
ଦ୍ରଷ୍ଟବ୍ୟ [ସମ୍ପାଦନା]
- ↑ Luminaries of 20th century, Potti Sreeramulu Telugu University, Hyderabad, 2nd volume, pages 680-1.
- ↑ http://www.mha.nic.in/pdfs/PadmaAwards1954-2007.pdf
ଅଧିକ ତଥ୍ୟ [ସମ୍ପାଦନା]
- Biography at Kamat's Potpourri
- http://rajbhavan.kar.nic.in/governors/VVGiri.htm
- http://www.isleijle.org/
|
|||||||
|
||||||||||||||
|
|||||||