ଭାରତ ରତ୍ନ
ଭାରତ ରତ୍ନ | ||
ପୁରସ୍କାର ତଥ୍ୟ | ||
---|---|---|
ପ୍ରକାର | ବେସାମରିକ | |
ଶ୍ରେଣୀ | ଜାତୀୟ | |
ସ୍ଥାପିତ | ୧୯୫୪ | |
ଶେଷଥର ଦିଆଯାଇଛି | ୨୦୦୮ | |
ମୋଟ ପୁରସ୍କୃତ | ୪୧ | |
ଦାତା | ଭାରତ ସରକାର | |
ବର୍ଣ୍ଣନା | ଓସ୍ତ ପତ୍ରରେ ଅଙ୍କିତ ସୂର୍ଯ୍ୟଚିତ୍ର ଓ ତା’ତଳକୁ ଦେବନାଗରୀ ଲିପିରେ ଭାରତରତ୍ନ ଲେଖାଯାଇଥାଏ । | |
ପ୍ରଥମ ପୁରସ୍କୃତ | ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ସର୍ବପଲ୍ଲୀ ରାଧାକୃଷ୍ଣନ, ସି. ଭି. ରମଣ | |
ଶେଷଥର ପୁରସ୍କୃତ | ଭିମସେନ ଜୋଶୀ | |
ପୁରସ୍କାର କ୍ରମ | ||
କିଛି ନାହିଁ ← ଭାରତ ରତ୍ନ → ପଦ୍ମ ବିଭୂଷଣ |
ଭାରତରତ୍ନ - ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ । ୧୯୫୪ରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ସହ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ ଆରମ୍ଭ ହୋଇଥିଲା । ଯେକୌଣସି ଜାତି, ବୃତ୍ତି (ଜୀବନ ସହ ଜଡ଼ିତ ସବୁ କ୍ଷେତ୍ରରେ ମହାନ ଅବଦାନ), ପାହ୍ୟା କିମ୍ବା ଲିଙ୍ଗର ବ୍ୟକ୍ତି ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି । ଭାରତରତ୍ନ ନିମନ୍ତେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରପତିଙ୍କ ନିକଟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥାନ୍ତି । ପ୍ରତିବର୍ଷ ଅତିବେଶିରେ ୩ଜଣଙ୍କୁ ଭାରତରତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସମ୍ମାନ ସ୍ୱରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ । ରାଷ୍ଟ୍ରପତି ନିଜେ ଏହି ସମ୍ମାନ ପ୍ରଦାନ କରନ୍ତି । ଅଦ୍ୟାବଧି ୪୧ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇସାରିଛି ।
୩୫ମିଲିମିଟର ବେଧ ବିଶିଷ୍ଟ ପତ୍ରଆକୃତି ସ୍ୱର୍ଣ୍ଣପଦକଟିର ଗୋଟିଏ ପାଖ ଓସ୍ତପତ୍ରରେ ଅଙ୍କିତ ସୂର୍ଯ୍ୟଚିତ୍ରଓ ତା’ତଳକୁ ଦେବନାଗରୀ ଲିପିରେ ଭାରତରତ୍ନ ଲେଖାଯାଇଥିଲା ବେଳେ ଅନ୍ୟ ପାଖଟିରେ ଭାରତର ଜାତୀୟ ପ୍ରତୀକ ଶୋଭା ପାଇଥାଏ । ୫୧ ମିଲିମିଟର ଓସାର ବିଶିଷ୍ଟ ଧଳାଫିତାରେ ଏହାକୁ ମନୋନୀତ ବ୍ୟକ୍ତିଙ୍କ ବେକରେ ଝୁଲାଇ ସମ୍ମାନିତ କରାଯିବାର ବିଧି ରହିଛି । ଆରମ୍ଭ ହେବା ସମୟରେ ମରଣୋତ୍ତର ଭାବେ ଏହାକୁ ଦିଆ ନ ଯିବାକୁ ସ୍ଥିର କରାଯାଇଥିଲେ ହେଁ ପରେ ଏଥିରେ ସଂଶୋଧନ କରାଯାଇ ମରଣୋତ୍ତର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭାରତର ଏହି ସର୍ବୋଚ୍ଚ ସମ୍ମାନ କେବଳ ଭାରତୀୟଙ୍କୁ ପ୍ରଦାନ କରାଯିବାକୁ ଲିଖିତ ନିୟମ ନ ଥିବାରୁ ଖାନ ଅବଦୁଲ ଗଫର ଖାଁ (୧୯୮୭), ମଦର ଟେରେସା (୧୯୮୦) ଏବଂ ନେଲସନ ମଣ୍ଡେଲା (୧୯୯୦)ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ୧୯୯୨ରେ ସୁଭାସ ଚନ୍ଦ୍ର ବୋଷଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା, ମାତ୍ର ତାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ନଥିବାରୁ ଏହି ଘୋଷଣାକୁ ପ୍ରତ୍ୟାହାର କରିନିଆଯାଇଥିଲା । ସେହି ପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଆବୁଲ କାଲାମ ଆଜାଦଙ୍କୁ ଯେତେବେଳେ ଭାରତରତ୍ନ ପ୍ରଦାନ ପାଇଁ ମନୋନିତ କରାଗଲା, ସେତେବେଳେ ସେ ଭାରତରତ୍ନ ପାଇଁ ଉଦ୍ଦିଷ୍ଟ ଚୟନମଣ୍ଡଳୀରେ ସଦସ୍ୟ ଥିବା ଯୋଗୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ତାଙ୍କ ମୃତ୍ୟୁ ପରେ ୧୯୯୨ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
ଭାରତ ରତ୍ନ ବିଜେତାଙ୍କ ତାଲିକା
[ସମ୍ପାଦନା]ବିଜେତାଙ୍କ ନାମ | ଜୀବନ କାଳ | କେଉଁ ବର୍ଷ | ସୁଚନା |
---|---|---|---|
ସର୍ବପଲ୍ଲୀ ରାଧାକୃଷ୍ଣନ | ୧୮୮୮-୧୯୭୫ | (୧୯୫୪) | ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି |
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ | ୧୮୭୮-୧୯୭୨ | (୧୯୫୪) | ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ତଥା ଶେଷ ଭାରତୀୟ ଗଭର୍ଣ୍ଣର ଜେନେରାଲ, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ, ମାଡ୍ରାସର ମୁଖ୍ୟମନ୍ତ୍ରୀ |
ସି. ଭି. ରମଣ | ୧୮୮୮-୧୯୭୦ | ୧୯୫୪ | ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମଣ ନୋବେଲ ପୁରସ୍କାର ବିଜୟୀ ବିଶିଷ୍ଟ ପଦାର୍ଥବିଜ୍ଞାନୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବାଙ୍ଗାଲୋରର ପ୍ରତିଷ୍ଠାତା । |
ଜବାହରଲାଲ ନେହେରୁ | ୧୮୮୯-୧୯୬୪ | ୧୯୫୫ | ପଣ୍ଡିତ ଜହାହାରଲାଲ ନେହେରୁ ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ |
ଭଗବାନ ଦାସ | ୧୮୬୯-୧୯୫୮ | ୧୯୫୫ | ଡଃ ଭଗବାନ ଦାସ ସ୍ୱାଧୀନତା ସଂଗ୍ରାମୀ, ବେଦାନ୍ତବିତ୍ |
ମୋକ୍ଷଗୁଣ୍ଡମ୍ ବିଶ୍ୱେଶ୍ୱରାୟା | ୧୮୬୦-୧୯୬୨ | ୧୯୫୫ | ଶିକ୍ଷାବିତ, ଯନ୍ତ୍ରୀ |
ଗୋବିନ୍ଦ ବଲ୍ଲଭ ପନ୍ଥ | ୧୮୮୭-୧୯୬୧ | ୧୯୫୮ | ସ୍ୱାଧୀନତା ସଂଗ୍ରାମୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ |
ଧଣ୍ଡୋ କେଶବ କାର୍ଭେ | ୧୮୫୮-୧୯୬୨ | ୧୯୫୮ | ବିଧବା ବିବାହ ଓ ନାରୀ ଶିକ୍ଷା କ୍ଷେତ୍ରରେ ଗଠନମୂଳକ ତଥା ସଂସ୍କାରଧର୍ମୀ କାର୍ଯ୍ୟକର୍ତ୍ତା |
ବିଧାନ ଚନ୍ଦ୍ର ରାୟ | ୧୮୮୨-୧୯୬୨ | ୧୯୬୧ | ଡାକ୍ତର ବିଧାନ ଚନ୍ଦ୍ର ରାୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ |
ପୁରୁଷୋତ୍ତମଦାସ ଟଣ୍ଡନ | ୧୮୮୨-୧୯୬୨ | ୧୯୬୧ | ସ୍ୱାଧୀନତା ସଂଗ୍ରାମୀ |
ରାଜେନ୍ଦ୍ର ପ୍ରସାଦ | ୧୮୮୪-୧୯୬୩ | ୧୯୬୨ | ଡକ୍ଟର ରାଜେନ୍ଦ୍ର ପ୍ରସାଦ ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ରାଷ୍ଟ୍ରପତି, ନ୍ୟାସନାଲ କଲେଜ, ପାଟନାର ପ୍ରତିଷ୍ଠାତା |
ଜାକିର ହୁସେନ | ୧୮୯୭-୧୯୬୯ | ୧୯୬୩ | ଡକ୍ଟର ଜାକିର ହୁସେନ ଭାରତର ଦ୍ୱିତୀୟ ଉପ ରାଷ୍ଟ୍ରପତି ତଥା ତୃତୀୟ ରାଷ୍ଟ୍ରପତି, ଶିକ୍ଷାବିତ |
ପାଣ୍ଡୁରଙ୍ଗ ବାମନ କାଣେ | ୧୮୮୦-୧୯୨୭ | ୧୯୬୩ | ସମାଜ ସଂସ୍କାରକ, ସଂସ୍କୃତ ପଣ୍ଡିତ |
ଲାଲ ବାହାଦୁର ଶାସ୍ତ୍ରୀ | ୧୯୦୪-୧୯୬୬ | ୧୯୬୬-ମରଣୋତ୍ତର | ସ୍ୱାଧୀନତା ସଂଗ୍ରାମୀ, ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ |
ଇନ୍ଦିରା ଗାନ୍ଧୀ | ୧୯୧୭-୧୯୮୪ | ୧୯୭୧ | ଭାରତର ଚତୁର୍ଥ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ |
ଭି. ଭି. ଗିରି | ୧୮୯୪-୧୯୮୦ | ୧୯୭୫ | ବରାହଗିରି ଭେଙ୍କଟ ଗିରି, ଭାରତର ତୃତୀୟ ଉପ ରାଷ୍ଟ୍ରପତି ତଥା ଚତୁର୍ଥ ରାଷ୍ଟ୍ରପତି, ଶ୍ରମିକ ନେତା |
କେ କାମରାଜ | ୧୯୦୩-୧୯୭୫ | ୧୯୭୬-ମରଣୋତ୍ତର | କୁମାରସ୍ୱାମୀ କାମରାଜ ସ୍ୱାଧୀନତା ସଂଗ୍ରାମୀ, ମାଡ୍ରାସର ପୂର୍ବତନ ମୁଖ୍ୟମନ୍ତ୍ରୀ |
ମଦର ଟେରେସା | ୧୯୧୦-୧୯୯୭ | ୧୯୮୦ | ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ |
ବିନୋବା ଭାବେ | ୧୮୯୫-୧୯୮୨ | ୧୯୮୩-ମରଣୋତ୍ତର | ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଭୂଦାନ ଆନ୍ଦୋଳନର ପୁରଧା ତଥା ମାଗାସେସ୍ ପୁରସ୍କାର ବିଜୟୀ, |
ଖାଁ ଅବଦୁଲ ଗଫର ଖାଁ | ୧୮୯୦-୧୯୮୭ | ୧୯୮୭ | ସୀମାନ୍ତ ଗାନ୍ଧୀ ତଥା ଫକର-ଏ-ଆଫଗାନ, ସ୍ୱାଧୀନତା ସଂଗ୍ରାମୀ |
ଏମ. ଜି. ରାମଚନ୍ଦ୍ରନ | ୧୯୧୭-୧୯୮୭ | ୧୯୮୮-ମରଣୋତ୍ତର | ମରାଥୁର ଗୋପାଳ ରାମଚନ୍ଦ୍ରନ, କଥାଚିତ୍ର ଅଭିନେତା ଓ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ |
ଭୀମରାଓ ରାମଜୀ ଆମ୍ବେଦକର | ୧୮୯୧-୧୯୫୬ | ୧୯୯୦-ମରଣୋତ୍ତର | ବି. ଆର. ଆମ୍ବେଦକର ଭାରତୀୟ ସମ୍ବିଧାନର ପ୍ରଣେତା |
ନେଲସନ ମଣ୍ଡେଲା | [୧୯୧୮-] | ୧୯୯୦ | ଡଃ ନେଲସନ ମଣ୍ଡେଲା ଆଫ୍ରିକାର ଗାନ୍ଧୀ ଭାବେ ପରିଚିତ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି |
ରାଜୀବ ଗାନ୍ଧୀ | ୧୯୪୪-୧୯୯୧ | ୧୯୯୧-ମରଣୋତ୍ତର | ଭାରତର ସପ୍ତମ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ |
ବଲ୍ଲଭଭାଇ ପଟେଲ | ୧୮୭୫-୧୯୫୦ | ୧୯୯୧-ମରଣୋତ୍ତର | ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ |
ମୋରାରଜୀ ଦେଶାଇ | ୧୮୯୬-୧୯୯୫ | ୧୯୯୧ | ସ୍ୱାଧୀନତା ସଂଗ୍ରାମୀ, ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ |
ଆବୁଲ କଲାମ ଆଜାଦ | ୧୮୮୮-୧୯୫୮ | ୧୯୯୨-ମରଣୋତ୍ତର | ମୌଲାନା ଆବୁଲ କଲାମ ଆଜାଦ ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ |
ଜେ. ଆର. ଡି. ଟାଟା | ୧୯୦୪-୧୯୯୩ | ୧୯୯୨ | ଜାହାଙ୍ଗିର ରତନଜୀ ଦାଦାଭାଇ ଟାଟା ଶିଳ୍ପପତି, ସମାଜସେବୀ |
ସତ୍ୟଜିତ ରାୟ | ୧୯୨୨-୧୯୯୨ | ୧୯୯୨ | ଓସ୍କାର ପୁରସ୍କାର ପ୍ରାପ୍ତ କଥାଚିତ୍ର ନିର୍ଦ୍ଦେଶକ |
ସୁଭାଷ ଚନ୍ଦ୍ର ବୋଷ | ୧୯୮୭-୧୯୪୫ | ୧୯୯୨ | ପରେ ପ୍ରତ୍ୟାହୃତ ହୋଇଥିଲା |
ଏ.ପି.ଜେ. ଅବଦୁଲ କଲାମ | [୧୯୩୧-] | ୧୯୯୭ | ଡଃ ଅବୁଲ ଫକୀର ଜୈନ୍ୟୁଲାବେଦ୍ଦିନ ଅବଦୁଲ କଲାମ, ପ୍ରତିରକ୍ଷା ବିଜ୍ଞାନୀ, ଭାରତର ଏକାଦଶ ରାଷ୍ଟ୍ରପତି |
ଗୁଲଜାରୀଲାଲ ନନ୍ଦା | ୧୮୯୮-୧୯୯୮ | ୧୯୯୭-ମରଣୋତ୍ତର | ସ୍ୱାଧୀନତା ସଂଗ୍ରାମୀ, ଭାରତର ପୂର୍ବତନ କାମଚଳା ପ୍ରଧାନମନ୍ତ୍ରୀ |
ଅରୁଣା ଆସଫ ଅଲ୍ଲୀ | ୧୯୦୮-୧୯୯୬ | ୧୯୯୭-ମରଣୋତ୍ତର | ସ୍ୱାଧୀନତା ସଂଗ୍ରାମୀ, ଭାରତଛାଡ଼ ଆନ୍ଦୋଳନ (୯ ଅଗଷ୍ଟ ୧୯୪୨)ର ଅଗ୍ରଣୀ ନାରୀନେତ୍ରୀ |
ଏମ. ଏସ. ସୁବୁଲକ୍ଷ୍ମୀ | ୧୯୧୬-୨୦୦୪ | ୧୯୯୮ | ମଦୁରାଇ ସାନମୁଗବଦିବୁ ସୁବୁଲକ୍ଷ୍ମୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ |
ଚିଦାମ୍ବରମ ସୁବ୍ରମଣ୍ୟମ | ୧୯୧୦-୨୦୦୦ | ୧୯୯୮ | ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ, ସମାଜ ସେବୀ |
ଜୟପ୍ରକାଶ ନାରାୟଣ | ୧୯୦୨-୧୯୭୯ | ୧୯୯୯-ମରଣୋତ୍ତର | ସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ |
ରବି ଶଙ୍କର | ୧୯୨୦-୨୦୧୨ | ୧୯୯୯ | ପଣ୍ଡିତ ରବି ଶଙ୍କର ସିତାର ବାଦକ |
ଅମର୍ତ୍ତ୍ୟ ସେନ | [୧୯୩୩] | ୧୯୯୯ | ନୋବେଲ ଅର୍ଥନୀତି ପୁରସ୍କାର ବିଜୟୀ ବିଶିଷ୍ଟ ଅର୍ଥନୀତିଜ୍ଞ |
ଗୋପୀନାଥ ବର୍ଦ୍ଦୋଳି | ୧୮୯୦-୧୯୫୦ | ୧୯୯୯-ମରଣୋତ୍ତର | ଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ |
ଲତା ମଙ୍ଗେସକର | [୧୯୨୯-] | ୨୦୦୧ | ପ୍ରଚ୍ଛଦପଟ କଣ୍ଠଶିଳ୍ପୀ |
ବିସ୍ମିଲ୍ଲା ଖାଁ | ୧୯୧୬-୨୦୦୬ | ୨୦୦୧ | ଉସ୍ତାଦ ବିସ୍ମିଲ୍ଲା ଖାଁ ଭାରତୀୟ ଶାସ୍ତ୍ରୀୟ ସେହନାଇ ବାଦକ |
ଭିମସେନ ଜୋଶୀ | ୧୯୨୨-୨୦୧୧ | ୨୦୦୮ | ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ |
ସିଏନଆର ରାଓ | ୧୯୩୪- | ୨୦୧୪ | ରସାୟନ ବିଜ୍ଞାନ |
ସଚିନ ତେନ୍ଦୁଲକର | ୧୯୭୩- | ୨୦୧୪ | କ୍ରିକେଟ ଖେଳାଳି |
ମଦନ ମୋହନ ମାଲବ୍ୟ | ୧୮୬୧-୧୯୪୬ | ୨୦୧୫ | ସ୍ୱାଧୀନତା ସଂଗ୍ରାମୀ |
ଅଟଳ ବିହାରୀ ବାଜପେୟୀ | ୧୯୨୪-୨୦୧୮ | ୨୦୧୫ | ରାଜନୀତିଜ୍ଞ |
ପ୍ରଣବ ମୁଖାର୍ଜୀ | ୧୯୩୫- | ୨୦୧୯ | ରାଜନୀତିଜ୍ଞ |
ଭୂପେନ ହଜାରିକା | ୧୯୨୬-୨୦୧୧ | ୨୦୧୯ | ଗାୟକ, ସଙ୍ଗୀତଜ୍ଞ, ଚଳଚ୍ଚିତ୍ର ନିର୍ମାତା ଏବଂ କବି |
ନାନାଜି ଦେଶମୁଖ | ୧୯୧୬-୨୦୧୦ | ୨୦୧୯ | ସମାଜସେବୀ ଏବଂ ରାଜନୀତିଜ୍ଞ |