Jump to content

ଭାରତ ରତ୍ନ

ଉଇକିପିଡ଼ିଆ‌ରୁ
(Bharat Ratnaରୁ ଲେଉଟି ଆସିଛି)
ଭାରତ ରତ୍ନ
ପୁରସ୍କାର ତଥ୍ୟ
ପ୍ରକାର ବେସାମରିକ
ଶ୍ରେଣୀ ଜାତୀୟ
ସ୍ଥାପିତ ୧୯୫୪
ଶେଷଥର ଦିଆଯାଇଛି ୨୦୦୮
ମୋଟ ପୁରସ୍କୃତ ୪୧
ଦାତା ଭାରତ ସରକାର
ବର୍ଣ୍ଣନା ଓସ୍ତ ପତ୍ରରେ ଅଙ୍କିତ ସୂର୍ଯ୍ୟଚିତ୍ର ଓ ତା’ତଳକୁ ଦେବନାଗରୀ ଲିପିରେ ଭାରତରତ୍ନ ଲେଖାଯାଇଥାଏ ।
ପ୍ରଥମ ପୁରସ୍କୃତ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ, ସର୍ବପଲ୍ଲୀ ରାଧାକୃଷ୍ଣନ, ସି. ଭି. ରମଣ
ଶେଷଥର ପୁରସ୍କୃତ ଭିମସେନ ଜୋଶୀ
ପୁରସ୍କାର କ୍ରମ
କିଛି ନାହିଁ ← ଭାରତ ରତ୍ନପଦ୍ମ ବିଭୂଷଣ

ଭାରତରତ୍ନ - ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ । ୧୯୫୪ରେ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ପଦ୍ମ ବିଭୂଷଣ ଉପାଧି ସହ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ ଆରମ୍ଭ ହୋଇଥିଲା । ଯେକୌଣସି ଜାତି, ବୃତ୍ତି (ଜୀବନ ସହ ଜଡ଼ିତ ସବୁ କ୍ଷେତ୍ରରେ ମହାନ ଅବଦାନ), ପାହ୍ୟା କିମ୍ବା ଲିଙ୍ଗର ବ୍ୟକ୍ତି ଏହି ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି । ଭାରତରତ୍ନ ନିମନ୍ତେ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରପତିଙ୍କ ନିକଟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କ ନାମ ସୁପାରିଶ କରିଥାନ୍ତି । ପ୍ରତିବର୍ଷ ଅତିବେଶିରେ ୩ଜଣଙ୍କୁ ଭାରତରତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ସମ୍ମାନ ସ୍ୱରୂପ ଏକ ପ୍ରଶଂସାପତ୍ର ଏବଂ ପଦକ ପ୍ରଦାନ କରାଯାଏ । ରାଷ୍ଟ୍ରପତି ନିଜେ ଏହି ସମ୍ମାନ ପ୍ରଦାନ କରନ୍ତି । ଅଦ୍ୟାବଧି ୪୧ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇସାରିଛି ।

୩୫ମିଲିମିଟର ବେଧ ବିଶିଷ୍ଟ ପତ୍ରଆକୃତି ସ୍ୱର୍ଣ୍ଣପଦକଟିର ଗୋଟିଏ ପାଖ ଓସ୍ତପତ୍ରରେ ଅଙ୍କିତ ସୂର୍ଯ୍ୟଚିତ୍ରଓ ତା’ତଳକୁ ଦେବନାଗରୀ ଲିପିରେ ଭାରତରତ୍ନ ଲେଖାଯାଇଥିଲା ବେଳେ ଅନ୍ୟ ପାଖଟିରେ ଭାରତର ଜାତୀୟ ପ୍ରତୀକ ଶୋଭା ପାଇଥାଏ । ୫୧ ମିଲିମିଟର ଓସାର ବିଶିଷ୍ଟ ଧଳାଫିତାରେ ଏହାକୁ ମନୋନୀତ ବ୍ୟକ୍ତିଙ୍କ ବେକରେ ଝୁଲାଇ ସମ୍ମାନିତ କରାଯିବାର ବିଧି ରହିଛି । ଆରମ୍ଭ ହେବା ସମୟରେ ମରଣୋତ୍ତର ଭାବେ ଏହାକୁ ଦିଆ ନ ଯିବାକୁ ସ୍ଥିର କରାଯାଇଥିଲେ ହେଁ ପରେ ଏଥିରେ ସଂଶୋଧନ କରାଯାଇ ମରଣୋତ୍ତର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଭାରତର ଏହି ସର୍ବୋଚ୍ଚ ସମ୍ମାନ କେବଳ ଭାରତୀୟଙ୍କୁ ପ୍ରଦାନ କରାଯିବାକୁ ଲିଖିତ ନିୟମ ନ ଥିବାରୁ ଖାନ ଅବଦୁଲ ଗଫର ଖାଁ (୧୯୮୭), ମଦର ଟେରେସା (୧୯୮୦) ଏବଂ ନେଲସନ ମଣ୍ଡେଲା (୧୯୯୦)ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ୧୯୯୨ରେ ସୁଭାସ ଚନ୍ଦ୍ର ବୋଷଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପ୍ରଦାନ କରାଯିବାକୁ ଘୋଷଣା କରାଯାଇଥିଲା, ମାତ୍ର ତାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ନଥିବାରୁ ଏହି ଘୋଷଣାକୁ ପ୍ରତ୍ୟାହାର କରିନିଆଯାଇଥିଲା । ସେହି ପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଆବୁଲ କାଲାମ ଆଜାଦଙ୍କୁ ଯେତେବେଳେ ଭାରତରତ୍ନ ପ୍ରଦାନ ପାଇଁ ମନୋନିତ କରାଗଲା, ସେତେବେଳେ ସେ ଭାରତରତ୍ନ ପାଇଁ ଉଦ୍ଦିଷ୍ଟ ଚୟନମଣ୍ଡଳୀରେ ସଦସ୍ୟ ଥିବା ଯୋଗୁଁ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ପରେ ତାଙ୍କ ମୃତ୍ୟୁ ପରେ ୧୯୯୨ ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।


ଭାରତ ରତ୍ନ ବିଜେତାଙ୍କ ତାଲିକା

[ସମ୍ପାଦନା]
ବିଜେତାଙ୍କ ନାମଜୀବନ କାଳକେଉଁ ବର୍ଷସୁଚନା
ସର୍ବପଲ୍ଲୀ ରାଧାକୃଷ୍ଣନ୧୮୮୮-୧୯୭୫(୧୯୫୪)ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି
ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ୧୮୭୮-୧୯୭୨(୧୯୫୪)ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ତଥା ଶେଷ ଭାରତୀୟ ଗଭର୍ଣ୍ଣର ଜେନେରାଲ, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ, ମାଡ୍ରାସର ମୁଖ୍ୟମନ୍ତ୍ରୀ
ସି. ଭି. ରମଣ୧୮୮୮-୧୯୭୦୧୯୫୪ଡକ୍ଟର ଚନ୍ଦ୍ରଶେଖର ଭେଙ୍କଟ ରମଣ ନୋବେଲ ପୁରସ୍କାର ବିଜୟୀ ବିଶିଷ୍ଟ ପଦାର୍ଥବିଜ୍ଞାନୀ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ, ବାଙ୍ଗାଲୋରର ପ୍ରତିଷ୍ଠାତା ।
ଜବାହରଲାଲ ନେହେରୁ୧୮୮୯-୧୯୬୪୧୯୫୫ପଣ୍ଡିତ ଜହାହାରଲାଲ ନେହେରୁ ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ
ଭଗବାନ ଦାସ୧୮୬୯-୧୯୫୮୧୯୫୫ଡଃ ଭଗବାନ ଦାସ ସ୍ୱାଧୀନତା ସଂଗ୍ରାମୀ, ବେଦାନ୍ତବିତ୍
ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରାୟା୧୮୬୦-୧୯୬୨୧୯୫୫ଶିକ୍ଷାବିତ, ଯନ୍ତ୍ରୀ
ଗୋବିନ୍ଦ ବଲ୍ଲଭ ପନ୍ଥ୧୮୮୭-୧୯୬୧୧୯୫୮ସ୍ୱାଧୀନତା ସଂଗ୍ରାମୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ଧଣ୍ଡୋ କେଶବ କାର୍ଭେ୧୮୫୮-୧୯୬୨୧୯୫୮ବିଧବା ବିବାହ ଓ ନାରୀ ଶିକ୍ଷା କ୍ଷେତ୍ରରେ ଗଠନମୂଳକ ତଥା ସଂସ୍କାରଧର୍ମୀ କାର୍ଯ୍ୟକର୍ତ୍ତା
ବିଧାନ ଚନ୍ଦ୍ର ରାୟ୧୮୮୨-୧୯୬୨୧୯୬୧ଡାକ୍ତର ବିଧାନ ଚନ୍ଦ୍ର ରାୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ
ପୁରୁଷୋତ୍ତମଦାସ ଟଣ୍ଡନ୧୮୮୨-୧୯୬୨୧୯୬୧ସ୍ୱାଧୀନତା ସଂଗ୍ରାମୀ
ରାଜେନ୍ଦ୍ର ପ୍ରସାଦ୧୮୮୪-୧୯୬୩୧୯୬୨ଡକ୍ଟର ରାଜେନ୍ଦ୍ର ପ୍ରସାଦ ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ରାଷ୍ଟ୍ରପତି, ନ୍ୟାସନାଲ କଲେଜ, ପାଟନାର ପ୍ରତିଷ୍ଠାତା
ଜାକିର ହୁସେନ୧୮୯୭-୧୯୬୯୧୯୬୩ଡକ୍ଟର ଜାକିର ହୁସେନ ଭାରତର ଦ୍ୱିତୀୟ ଉପ ରାଷ୍ଟ୍ରପତି ତଥା ତୃତୀୟ ରାଷ୍ଟ୍ରପତି, ଶିକ୍ଷାବିତ
ପାଣ୍ଡୁରଙ୍ଗ ବାମନ କାଣେ୧୮୮୦-୧୯୨୭୧୯୬୩ସମାଜ ସଂସ୍କାରକ, ସଂସ୍କୃତ ପଣ୍ଡିତ
ଲାଲ ବାହାଦୁର ଶାସ୍ତ୍ରୀ୧୯୦୪-୧୯୬୬୧୯୬୬-ମରଣୋତ୍ତରସ୍ୱାଧୀନତା ସଂଗ୍ରାମୀ, ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ
ଇନ୍ଦିରା ଗାନ୍ଧୀ୧୯୧୭-୧୯୮୪୧୯୭୧ଭାରତର ଚତୁର୍ଥ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ
ଭି. ଭି. ଗିରି୧୮୯୪-୧୯୮୦୧୯୭୫ବରାହଗିରି ଭେଙ୍କଟ ଗିରି, ଭାରତର ତୃତୀୟ ଉପ ରାଷ୍ଟ୍ରପତି ତଥା ଚତୁର୍ଥ ରାଷ୍ଟ୍ରପତି, ଶ୍ରମିକ ନେତା
କେ କାମରାଜ୧୯୦୩-୧୯୭୫୧୯୭୬-ମରଣୋତ୍ତରକୁମାରସ୍ୱାମୀ କାମରାଜ ସ୍ୱାଧୀନତା ସଂଗ୍ରାମୀ, ମାଡ୍ରାସର ପୂର୍ବତନ ମୁଖ୍ୟମନ୍ତ୍ରୀ
ମଦର ଟେରେସା୧୯୧୦-୧୯୯୭୧୯୮୦ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ
ବିନୋବା ଭାବେ୧୮୯୫-୧୯୮୨୧୯୮୩-ମରଣୋତ୍ତରସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଭୂଦାନ ଆନ୍ଦୋଳନର ପୁରଧା ତଥା ମାଗାସେସ୍‌ ପୁରସ୍କାର ବିଜୟୀ,
ଖାଁ ଅବଦୁଲ ଗଫର ଖାଁ୧୮୯୦-୧୯୮୭୧୯୮୭ସୀମାନ୍ତ ଗାନ୍ଧୀ ତଥା ଫକର-ଏ-ଆଫଗାନ, ସ୍ୱାଧୀନତା ସଂଗ୍ରାମୀ
ଏମ. ଜି. ରାମଚନ୍ଦ୍ରନ୧୯୧୭-୧୯୮୭୧୯୮୮-ମରଣୋତ୍ତରମରାଥୁର ଗୋପାଳ ରାମଚନ୍ଦ୍ରନ, କଥାଚିତ୍ର ଅଭିନେତା ଓ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ
ଭୀମରାଓ ରାମଜୀ ଆମ୍ବେଦକର୧୮୯୧-୧୯୫୬୧୯୯୦-ମରଣୋତ୍ତରବି. ଆର. ଆମ୍ବେଦକର ଭାରତୀୟ ସମ୍ବିଧାନର ପ୍ରଣେତା
ନେଲସନ ମଣ୍ଡେଲା[୧୯୧୮-]୧୯୯୦ଡଃ ନେଲସନ ମଣ୍ଡେଲା ଆଫ୍ରିକାର ଗାନ୍ଧୀ ଭାବେ ପରିଚିତ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି
ରାଜୀବ ଗାନ୍ଧୀ୧୯୪୪-୧୯୯୧୧୯୯୧-ମରଣୋତ୍ତରଭାରତର ସପ୍ତମ ଓ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ
ବଲ୍ଲଭଭାଇ ପଟେଲ୧୮୭୫-୧୯୫୦୧୯୯୧-ମରଣୋତ୍ତରସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ
ମୋରାରଜୀ ଦେଶାଇ୧୮୯୬-୧୯୯୫୧୯୯୧ସ୍ୱାଧୀନତା ସଂଗ୍ରାମୀ, ଭାରତର ପଞ୍ଚମ ପ୍ରଧାନମନ୍ତ୍ରୀ
ଆବୁଲ କଲାମ ଆଜାଦ୧୮୮୮-୧୯୫୮୧୯୯୨-ମରଣୋତ୍ତରମୌଲାନା ଆବୁଲ କଲାମ ଆଜାଦ ସ୍ୱାଧୀନତା ସଂଗ୍ରାମୀ, ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ
ଜେ. ଆର. ଡି. ଟାଟା୧୯୦୪-୧୯୯୩୧୯୯୨ଜାହାଙ୍ଗିର ରତନଜୀ ଦାଦାଭାଇ ଟାଟା ଶିଳ୍ପପତି, ସମାଜସେବୀ
ସତ୍ୟଜିତ ରାୟ୧୯୨୨-୧୯୯୨୧୯୯୨ଓସ୍କାର ପୁରସ୍କାର ପ୍ରାପ୍ତ କଥାଚିତ୍ର ନିର୍ଦ୍ଦେଶକ
ସୁଭାଷ ଚନ୍ଦ୍ର ବୋଷ୧୯୮୭-୧୯୪୫୧୯୯୨ପରେ ପ୍ରତ୍ୟାହୃତ ହୋଇଥିଲା
ଏ.ପି.ଜେ. ଅବଦୁଲ କଲାମ[୧୯୩୧-]୧୯୯୭ଡଃ ଅବୁଲ ଫକୀର ଜୈନ୍ୟୁଲାବେଦ୍ଦିନ ଅବଦୁଲ କଲାମ, ପ୍ରତିରକ୍ଷା ବିଜ୍ଞାନୀ, ଭାରତର ଏକାଦଶ ରାଷ୍ଟ୍ରପତି
ଗୁଲଜାରୀଲାଲ ନନ୍ଦା୧୮୯୮-୧୯୯୮୧୯୯୭-ମରଣୋତ୍ତରସ୍ୱାଧୀନତା ସଂଗ୍ରାମୀ, ଭାରତର ପୂର୍ବତନ କାମଚଳା ପ୍ରଧାନମନ୍ତ୍ରୀ
ଅରୁଣା ଆସଫ ଅଲ୍ଲୀ୧୯୦୮-୧୯୯୬୧୯୯୭-ମରଣୋତ୍ତରସ୍ୱାଧୀନତା ସଂଗ୍ରାମୀ, ଭାରତଛାଡ଼ ଆନ୍ଦୋଳନ (୯ ଅଗଷ୍ଟ ୧୯୪୨)ର ଅଗ୍ରଣୀ ନାରୀନେତ୍ରୀ
ଏମ. ଏସ. ସୁବୁଲକ୍ଷ୍ମୀ୧୯୧୬-୨୦୦୪୧୯୯୮ମଦୁରାଇ ସାନମୁଗବଦିବୁ ସୁବୁଲକ୍ଷ୍ମୀ ଶାସ୍ତ୍ରୀୟ କଣ୍ଠଶିଳ୍ପୀ
ଚିଦାମ୍ବରମ ସୁବ୍ରମଣ୍ୟମ୧୯୧୦-୨୦୦୦୧୯୯୮ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ, ସମାଜ ସେବୀ
ଜୟପ୍ରକାଶ ନାରାୟଣ୧୯୦୨-୧୯୭୯୧୯୯୯-ମରଣୋତ୍ତରସ୍ୱାଧୀନତା ସଂଗ୍ରାମୀ, ରାଜନୀତିଜ୍ଞ
ରବି ଶଙ୍କର୧୯୨୦-୨୦୧୨୧୯୯୯ପଣ୍ଡିତ ରବି ଶଙ୍କର ସିତାର ବାଦକ
ଅମର୍ତ୍ତ୍ୟ ସେନ[୧୯୩୩]୧୯୯୯ନୋବେଲ ଅର୍ଥନୀତି ପୁରସ୍କାର ବିଜୟୀ ବିଶିଷ୍ଟ ଅର୍ଥନୀତିଜ୍ଞ
ଗୋପୀନାଥ ବର୍ଦ୍ଦୋଳି୧୮୯୦-୧୯୫୦୧୯୯୯-ମରଣୋତ୍ତରଲୋକପ୍ରିୟ ଗୋପୀନାଥ ବର୍ଦ୍ଦୋଳି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ
ଲତା ମଙ୍ଗେସକର[୧୯୨୯-]୨୦୦୧ପ୍ରଚ୍ଛଦପଟ କଣ୍ଠଶିଳ୍ପୀ
ବିସ୍‌ମିଲ୍ଲା ଖାଁ୧୯୧୬-୨୦୦୬୨୦୦୧ଉସ୍ତାଦ ବିସ୍‌ମିଲ୍ଲା ଖାଁ ଭାରତୀୟ ଶାସ୍ତ୍ରୀୟ ସେହନାଇ ବାଦକ
ଭିମସେନ ଜୋଶୀ୧୯୨୨-୨୦୧୧୨୦୦୮ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ
ସିଏନଆର ରାଓ ୧୯୩୪- ୨୦୧୪ ରସାୟନ ବିଜ୍ଞାନ
ସଚିନ ତେନ୍ଦୁଲକର ୧୯୭୩- ୨୦୧୪ କ୍ରିକେଟ ଖେଳାଳି
ମଦନ ମୋହନ ମାଲବ୍ୟ ୧୮୬୧-୧୯୪୬ ୨୦୧୫ ସ୍ୱାଧୀନତା ସଂଗ୍ରାମୀ
ଅଟଳ ବିହାରୀ ବାଜପେୟୀ ୧୯୨୪-୨୦୧୮ ୨୦୧୫ ରାଜନୀତିଜ୍ଞ
ପ୍ରଣବ ମୁଖାର୍ଜୀ ୧୯୩୫- ୨୦୧୯ ରାଜନୀତିଜ୍ଞ
ଭୂପେନ ହଜାରିକା ୧୯୨୬-୨୦୧୧ ୨୦୧୯ ଗାୟକ, ସଙ୍ଗୀତଜ୍ଞ, ଚଳଚ୍ଚିତ୍ର ନିର୍ମାତା ଏବଂ କବି
ନାନାଜି ଦେଶମୁଖ ୧୯୧୬-୨୦୧୦ ୨୦୧୯ ସମାଜସେବୀ ଏବଂ ରାଜନୀତିଜ୍ଞ

ବାହାର ଲିଙ୍କ

[ସମ୍ପାଦନା]