ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର

ଉଇକିପିଡ଼ିଆ‌ରୁ
(Shanti Swarup Bhatnagar Prize for Science and Technologyରୁ ଲେଉଟି ଆସିଛି)
ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର
କାହା ନିମନ୍ତେ ପୁରସ୍କାରବିଜ୍ଞାନରେ ଅନୁସନ୍ଧାନ ନିମନ୍ତେ, ଭାରତ
ଦାତାବୈଜ୍ଞାନିକ ଏବଂ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ
ଭାରତ ସରକାର
ଅବସ୍ଥିତିବିଜ୍ଞାନ ଭବନ, ନୂଆ ଦିଲ୍ଲୀ
ପ୍ରଥମ ପୁରସ୍କାର୧୯୫୮
ମୁଖ୍ୟ ୱେବସାଇଟଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ୱେବସାଇଟ

ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର ଭାରତରେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ଏକ ପୁରସ୍କାର । ଜୀବ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପରିବେଶ ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) ତରଫରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଏ । ଏହା ଭାରତରେ ପ୍ରଦାନ କରାଯାଉଥିବା ସର୍ବଶ୍ରେଷ୍ଟ ବିଜ୍ଞାନ ପୁରସ୍କାର ।[୧][୨] ବୈଜ୍ଞାନିକ ଓ ଔଦ୍ୟୋଗିକ ଅନୁସନ୍ଧାନ ପରିଷଦର ପ୍ରତିଷ୍ଠାତା ଶାନ୍ତି ସ୍ୱରୂପ ଭଟ୍ଟନାଗରଙ୍କ ନାମରେ ଏହି ପୁରସ୍କାର ନାମିତ ।[୩] ୧୯୫୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

୪୫ ବର୍ଷ ବୟସ ପର୍ଯ୍ୟନ୍ତ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗବେଷଣାରେ ନିୟୋଜିତ ଭାରତ ଯେକୌଣସି ନାଗରିକ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଅଟନ୍ତି । ପୁରସ୍କାର ବର୍ଷର ପୂର୍ବ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ କରାଯାଇଥିବା ଗବେଷଣା କାର୍ଯ୍ୟ ଆଧାରରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହି ପୁରସ୍କାରରେ ଏକ ଉଦ୍ଧୃତି ଫଳକ ଏବଂ ନଗଦ ₹୫ ଲକ୍ଷ ପ୍ରଦାନ କରାଯାଏ ।[୪] ଏହାବ୍ୟତୀତ, ପ୍ରାପ୍ତକର୍ତ୍ତାମାନେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ମାସକୁ ₹୧୫,୦୦୦ ପାଇଥାନ୍ତି ।

ନାମାଙ୍କନ ଏବଂ ଚୟନ[ସମ୍ପାଦନା]

ପ୍ରାର୍ଥୀଙ୍କ ନାମ ସିଏସଆଇଆରର ପରିଚାଳନା ସଂସ୍ଥାର ସଦସ୍ୟ, ବିଭିନ୍ନ ବିଶ୍ୱବିଦ୍ୟାଳୟ କିମ୍ବା ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନର କୁଳପତି ବା ପୂର୍ବତନ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କଦ୍ୱାରା ପ୍ରସ୍ତାବିତ କରାଯାଏ । ପ୍ରତିବର୍ଷ ଗଠିତ ଉପଦେଷ୍ଟା ମଣ୍ଡଳିଦ୍ୱାରା ଚୟନ କରାଯାଇଥାଏ । ସଂପୃକ୍ତ ଉପଦେଷ୍ଟା ମଣ୍ଡଳି, ଜଣେ ପୂର୍ବତନ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ସମେତ ଅତି କମରେ ଛଅ ଜଣ ବିଷୟ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥାଏ । ଚୟନ ପାଇଁ ଅତିକମରେ ୨/୩ଜଣ ସଦସ୍ୟଙ୍କ ଅନୁମୋଦନ ଆବଶ୍ୟକ ହୋଇଥାଏ । ସମାନ କ୍ଷେତ୍ରରେ ସମାନ ଯୋଗ୍ୟତା ଥାଇ ଯଦି ଦୁଇଜଣଙ୍କ ନାମ ସୁପାରିଶ କରାଯାଏ, ତେବେ ଉଭୟଙ୍କୁ ପୁରସ୍କୃତ କରାଯାଏ ।[୪]

ପୁରସ୍କାର[ସମ୍ପାଦନା]

ସାତଟି ବିଭାଗରେ ପୁରସ୍କାର ଦିଆଯାଏ, ଯଥା:

  • ଜୀବ ବିଜ୍ଞାନ
  • ରାସାୟନ ବିଜ୍ଞାନ
  • ପୃଥିବୀ, ବାୟୁମଣ୍ଡଳ, ମହାସାଗର ଏବଂ ଗ୍ରହ ବିଜ୍ଞାନ
  • ଇଞ୍ଜିନିୟରିଂ
  • ଗଣିତ
  • ଡାକ୍ତରୀ ବିଜ୍ଞାନ
  • ଭୌତିକ ବିଜ୍ଞାନ

ପ୍ରତ୍ୟେକ ବିଭାଗରେ ଏକାଧିକ ବିଜେତା ରହିପାରିବେ (ସର୍ବାଧିକ ୨ ବ୍ୟକ୍ତି) ।[୫] ୨୦୦୭ ମସିହା ପର୍ଯ୍ୟନ୍ତ ପୁରସ୍କାର ଟଙ୍କା ₹୨ ଲକ୍ଷ ଥିଲା ଏବଂ ୨୦୦୮ରେ ଏହାକୁ ₹୫ ଲକ୍ଷକୁ ବୃଦ୍ଧି କରାଯାଇଥିଲା ।[୬]

ବିଷୟ ଉପସ୍ଥାପନା[ସମ୍ପାଦନା]

ପୁରସ୍କାର ପ୍ରାପ୍ତକର୍ତ୍ତାଙ୍କ ନାମ ପାରମ୍ପାରିକ ଭାବରେ ପ୍ରତ୍ୟେକ ସେପ୍ଟେମ୍ବର ମାସ ୨୬ ତାରିଖରେ ସିଏସଆଇଆରର ପ୍ରତିଷ୍ଠା ଦିବସରେ ମହାନିର୍ଦ୍ଦେଶକଙ୍କଦ୍ୱାରା ଘୋଷଣା କରାଯାଇଥାଏ ।[୭] ଏହି ପୁରସ୍କାର ଭାରତର ପ୍ରଧାନମନ୍ତ୍ରୀ ପ୍ରଦାନ କରନ୍ତି । ପୁରସ୍କାର ପ୍ରାପ୍ତ ବ୍ୟକ୍ତି ନିଜ ଗବେଷଣା ବିଷୟରେ ଏକ ବକ୍ତୃତା ପ୍ରଦାନ କରିଥାନ୍ତି ।[୪]

ପୁରସ୍କାରପ୍ରାପ୍ତ ଓଡ଼ିଆ ବୈଜ୍ଞାନିକ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "SHANTI SWARUP BHATNAGAR AWARD FOR GENOMICS AND MOLECULAR WORK IN PULSES". ICRISAT. September 27, 2016. Archived from the original on May 27, 2021. Retrieved September 30, 2020.
  2. Press Trust of India (27 September 2000). "10 scientists nominated for Bhatnagar Awards". Indian Express. Archived from the original on 21 April 2003. Retrieved 17 August 2010.
  3. "From the awarding body Council of Scientific and Industrial Research (CSIR)". Archived from the original on 10 ଫେବୃଆରୀ 2012. Retrieved 14 ମଇ 2008.
  4. ୪.୦ ୪.୧ ୪.୨ CSIR. "Regulations Governing the Award of the Shanti Swarup Bhatnagar Prize For Science and Technology". csirhrdg.nic.in. Human Resource Development Group, Council of Scientific & Industrial Research. Archived from the original on 2016-04-02. Retrieved 2013-06-14.
  5. Press Trust of India (26 September 2012). "11 scientists selected for Shanti Swarup Bhatnagar Prize-2012". Business Standard. Business Standard Ltd. Retrieved 2013-06-14.
  6. PIB (26 September 2009). "Shanti Swarup Bhatnagar Awards 2009 announced". pib.nic.in. Press Information Bureau, Government of India. Retrieved 2013-06-14.
  7. "CSIR selects 10 scientists for prestigious Shanti Swarup Bhatnagar award". Times of India. Times of India. 2014-09-26.

ବାହାର ଆଧାର[ସମ୍ପାଦନା]