Jump to content

କଳିଙ୍ଗ ପୁରସ୍କାର

ଉଇକିପିଡ଼ିଆ‌ରୁ
(Kalinga Prizeରୁ ଲେଉଟି ଆସିଛି)

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଲୋକପ୍ରିୟ କରିବା ଦିଗରେ ଉଲ୍ଲେଖନୀୟ ଅବଦାନଙ୍କୁ ସ୍ୱୀକୃତି ସ୍ୱରୂପ ଅନ୍ତର୍ଜାତୀୟ ସ୍ତରରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରଦତ୍ତ ଧନରାଶିର ସୁଧରୁ ଲବ୍ଧ ଅର୍ଥକୁ ପୁରସ୍କାର ଭାବେ ପ୍ରଦାନ କରାଯାଇଥାଏ। ୧୯୫୨ମସିହାରୁ ଏହା ନିୟମିତଭାବେ (କେବଳ ୧୯୭୩ ଓ ୧୯୭୫ ମସିହାରେ ଦିଆ ଯାଇନଥିଲା) ପ୍ରଦାନ କରାଯାଇ ଆସୁଅଛି । କଳିଙ୍ଗ ଫାଉଣ୍ଡେସନ ସହ ସମନ୍ୱୟ ରକ୍ଷା ପୁର୍ବକ ୟୁନେସ୍କୋ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କଦ୍ୱାରା ମନୋନୀତ ବୈଜ୍ଞାନିକଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥାଏ । ମୂଳରୁ କଳିଙ୍ଗ ପୁରସ୍କାର ଭାବେ ପରିଚିତ ଏହି ପୁରସ୍କାରକୁ ୨୦୦୯ରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ଭାବେ ନାମିତ କରାଯାଇଛି । ଏହି ପୁରସ୍କାର ବର୍ତ୍ତମାନ ସୁଦ୍ଧା ୨୨ଟି ଦେଶର ୬୫ଜଣ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଛି ।

କଳିଙ୍ଗ ପୁରସ୍କାର ବିଜେତା

[ସମ୍ପାଦନା]
ପୁରସ୍କାର ବର୍ଷବିଜେତାଙ୍କ ନାମଇଂରାଜୀରେ ନାମଦେଶଆଧାର
୧୯୫୨ଲୁଇସ ଡି ବ୍ରୋଗଲିLouis de Broglieଫ୍ରାନ୍ସ
୧୯୫୩ଜୁଲିଆନ ହକ୍ସ୍ଲିJulian Huxleyଇଂଲଣ୍ଡ
୧୯୫୪ୱାଡେମାର କେମ୍ଫର୍ଟWaldemar Kaempffertଯୁକ୍ତରାଷ୍ଟ୍ର ଆମେରିକା
୧୯୫୫ଅଗଷ୍ଟୋ ପାଇ ସନୟରAugusto Pi Sunerଭେନେଜୁଏଲା
୧୯୫୬ଜର୍ଜ ଗ୍ୟାମୋGeorge Gamowଯୁକ୍ତରାଷ୍ଟ୍ର ଆମେରିକା
୧୯୫୭ବରଟ୍ରାଣ୍ଡ ରସେଲBertrand Russelଇଂଲଣ୍ଡ
୧୯୫୮କାର୍ଲ ବୋନ ଫ୍ରିସ୍କKarl von Frischଜର୍ମାନୀ
୧୯୫୯ଜିନ ରଷ୍ଟାଣ୍ଡJean Rostandଫ୍ରାନ୍ସ
୧୯୬୦ରିଚି କାଲ୍ଡରRitchie Calderଇଂଲଣ୍ଡ
୧୯୬୧ଆର୍ଥର ସି କ୍ଲାର୍କArthur C. Clarkeଇଂଲଣ୍ଡ
୧୯୬୨ଗେରାର୍ଡ ପିଏଲGerald Pielଯୁକ୍ତରାଷ୍ଟ୍ର ଆମେରିକା
୧୯୬୩ଜଗଜୀତ ସିଂହJagjit Singhଭାରତ
୧୯୬୪ୱାରେନ ୱେବରWarren Weaverଯୁକ୍ତରାଷ୍ଟ୍ର ଆମେରିକା
୧୯୬୫ଇଉଜିନ ରାବିନୋୱିଚEugene Rabinovitchଯୁକ୍ତରାଷ୍ଟ୍ର ଆମେରିକା
୧୯୬୬ପଲ କଡେକPaul Coudercଫ୍ରାନ୍ସ
୧୯୬୭ଫ୍ରେଡ ହଏଲFred Hoyleଇଂଲଣ୍ଡ
୧୯୬୮ଗଭିନ ଡି-ବିୟରGavin de Beerଇଂଲଣ୍ଡ
୧୯୬୯କୋନରାଡ଼ ଲରେଞ୍ଜKonrad Lorenzଅଷ୍ଟ୍ରିଆ
୧୯୭୦ମାର୍ଗାରେଟ ମୀଡMargaret Meadଯୁକ୍ତରାଷ୍ଟ୍ର ଆମେରିକା
୧୯୭୧ପିୟର ଅଗିୟରPierre Augierଫ୍ରାନ୍ସ
୧୯୭୨ଫିଲିପ ଏଚ. ଆବେଲ୍ସନPhilip H. Abelsonଯୁକ୍ତରାଷ୍ଟ୍ର ଆମେରିକା
୧୯୭୨ନିଗେଲ କାଲ୍ଡରNigel Calderଇଂଲଣ୍ଡ
୧୯୭୩ପୁରସ୍କାର ଦିଆହୋଇନାହିଁNot awarded
୧୯୭୪ଜସ ରେଇସJosé Reisବ୍ରାଜିଲ
୧୯୭୪ଲୁଇସ ଏଷ୍ଟ୍ରାଡାLouis Estradaମେକ୍ସିକୋ
୧୯୭୫ପୁରସ୍କାର ଦିଆହୋଇନାହିଁNot awarded
୧୯୭୬ଜର୍ଜ ପୋଟରGeorge Porterଇଂଲଣ୍ଡ
୧୯୭୬ଆଲେକଜାଣ୍ଡାର ଓପାରିନAlexander Oparinଋଷିଆ
୧୯୭୭ଫର୍ନାଣ୍ଡ ସେଗୁଇନFernand Seguinକାନାଡା
୧୯୭୮ହୋଇମର ବୋନ ଡିଟଫର୍ଥHoimar von Ditfurthଜର୍ମାନୀ
୧୯୭୯ସର୍ଗୀ କ୍ୟାପିଜାSergei Kapitzaଋଷିଆ
୧୯୮୦ଆରିଷ୍ଟାଇଡେସ ବଷ୍ଟିଡାସAristide Bastidasଭେନେଜୁଏଲା
୧୯୮୧ଡେଭିଡ ଆଟ୍ଟେନବର୍ଗDavid F. Attenboroughଇଂଲଣ୍ଡ
୧୯୮୧ଡେନିସ ଫ୍ଳାନେଗନDennis Flanaganଯୁକ୍ତରାଷ୍ଟ୍ର ଆମେରିକା
୧୯୮୨ଓସୱାଲଡୋ ଫ୍ରୋଟା-ପେସୋOswaldo Frota-Pessoaବ୍ରାଜିଲ
୧୯୮୩ଅବଦୁଲ୍ଲା ଅଲ ମୁତି ଶରାଫୁଦ୍ଦିନAbdullah Al Muti Sharafuddinବଙ୍ଗଳାଦେଶ
୧୯୮୪ୟେସ କପେନ୍ସYves Coppensଫ୍ରାନ୍ସ
୧୯୮୪ଆଇଗର ପେଟ୍ରିଆନଭIgor Petryanovଋଷିଆ
୧୯୮୫ପିଟର ମେଡାୱାରSir Peter Medawarଇଂଲଣ୍ଡ
୧୯୮୬ନିକୋଲାଇ ଜି. ବ୍ୟାସଭNicolai G. Basovଋଷିଆ
୧୯୮୬ଡେଭିଡ ସୁଜୁକିDavid Suzukiକାନାଡା
୧୯୮୭ମାର୍ସେଲ ରଶMarcel Rocheଭେନେଜୁଏଲା
୧୯୮୮ଜର୍ନ କର୍ଟନBjörn Kurténଫିନଲାଣ୍ଡ
୧୯୮୯ସାଦ ଅହମଦ ଶବାନSaad Ahmed Shabaanଇଜିପ୍ଟ
୧୯୯୦ମିସବାହ-ଉଦ-ଦିନ-ଶାମିMisbah-Ud-Din Shamiପାକିସ୍ତାନ
୧୯୯୧ରାଡୁ ଇଫ୍ତିମୋବିଶିRadu Iftimoviciରୋମାନିଆ
୧୯୯୧ନରେନ୍ଦ୍ର କେ. ସେହଗଲNarender K. Sehgalଭାରତ
୧୯୯୨ଜର୍ଜ ଫ୍ଲୋରେସ ୱାଲଦେସJorge Flores Valdésମେକ୍ସିକୋ
୧୯୯୨ପିଟର ଓକିବୁକୋଲାPeter Okebukolaନାଇଜେରିଆ
୧୯୯୩ପିଏରୋ ଆଞ୍ଜେଲାPiero Angelaଇଟାଲୀ
୧୯୯୪ନିକୋଲାଇ ଏନ. ଡ୍ରୋଜୋଭNikolai N. Drozdovଋଷିଆ
୧୯୯୫ଜୁଲିଏଟା ଫିଏରୋ ଗସମ୍ୟାନJulieta Fierro Gossmanମେକ୍ସିକୋ
୧୯୯୬ଜିରୀ ଗ୍ରୀଗରJirí Grygarଚେକ ରିପବ୍ଳିକ
୧୯୯୬ଜୟନ୍ତ ଭି. ନାରଲିକରJayant V. Narlikarଭାରତ
୧୯୯୭ଦୋରାଇରାଜନ ବାଲସୁବ୍ରମନୀୟନDorairajan Balasubramanianଭାରତ
୧୯୯୮ରେଜିନା ପାଜ ଲୋପେଜRegina Paz Lopezଫିଲିପାଇନ୍ସ
୧୯୯୮ଏନ୍ନିଓ କଣ୍ଡୋଟିEnnio Candottiବ୍ରାଜିଲ
୧୯୯୯ମାରିଆନ ଆଡ୍ଡିMarian Addyଘାନା
୧୯୯୯ଏମିଲ ଗ୍ୟାବ୍ରିଲିୟାନEmil Gabrielianଆର୍ମେନିଆ
୨୦୦୦ଏରନଷ୍ଟ ଡବ୍ଲ୍ୟୁ. ହାମବର୍ଗରErnst W. Hamburgerବ୍ରାଜିଲ
୨୦୦୧ଷ୍ଟିଫାନୋ ଫ୍ୟାଣ୍ଟୋନୀStefano Fantoniଇଟାଲୀ
୨୦୦୨ମ୍ୟାରିସେଲା ଶାଲଭାତିଏରାMarisela Salvatierraଭେନେଜୁଏଲା
୨୦୦୩ପରଭେଜ ହୁଡଭୟPervez Amirali Hoodbhoyପାକିସ୍ତାନ
୨୦୦୪ଜିନ ଅଡୋଜJean Audouzeଫ୍ରାନ୍ସ
୨୦୦୫ଜିଟର ବରତୋଲେଟ୍ଟିJeter Jorge Bertolettiବ୍ରାଜିଲ
୨୦୦୬ୟୁନେସ୍କୋର ନିୟମ ପରିବର୍ତ୍ତନ ହେତୁ ପୁରସ୍କାର ଦିଆହୋଇନଥିଲାNo awards due to change of UNESCO rules
୨୦୦୭ୟୁନେସ୍କୋର ନିୟମ ପରିବର୍ତ୍ତନ ହେତୁ ପୁରସ୍କାର ଦିଆହୋଇନଥିଲାNo awards due to change of UNESCO rules
୨୦୦୮ୟୁନେସ୍କୋର ନିୟମ ପରିବର୍ତ୍ତନ ହେତୁ ପୁରସ୍କାର ଦିଆହୋଇନଥିଲାNo awards due to change of UNESCO rules
୨୦୦୯ୟଶ ପାଲProf Yash Palଭାରତ[]
୨୦୦୯ଜୁଆନ ଥୁଆନTrinh Xuan Thuanଭିଏତନାମ
୨୦୧୧ରେନେ ରଲ ଡ୍ରକର କଲିନRene Raul Drucker Colinମେକ୍ସିକୋ
୨୦୧୩ଜିଆଙ୍ଗି ଲିProf. Xiangyi Liଚୀନ
୨୦୧୫ଡିଏଗୋ ଗୋଲୋମ୍ବେକProf. Diego Andres Golombekଆର୍ଜେଣ୍ଟିନା
୨୦୧୭ଏରିକ ଜାକେମିନErik Jacquemynବେଲଜିଅମ[]
୨୦୧୯କାର୍ଲ କୃସେଲନିକKarl Kruszelnickiଅଷ୍ଟ୍ରେଲିଆ[]
୨୦୨୧ ଜିନ ପିଅରି ଲ୍ୟୁମିନେଟ୍ Jean-Pierre Luminet ଫ୍ରାନ୍ସ []

ପରିସଂଖ୍ୟାନ

[ସମ୍ପାଦନା]

ଏ ପର୍ଯ୍ୟନ୍ତ ଏହି ପୁରସ୍କାର ୨୨ଟି ଦେଶର ୬୫ଜଣ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି ।

  1. ଇଂଲଣ୍ଡ - ୧୦ଥର
  2. ଆମେରିକା - ୮ଥର
  3. ଫ୍ରାନ୍ସ - ୭ଥର
  4. ଭାରତ, ରୁଷ ଓ ବ୍ରାଜିଲ - ୫ଥର
  5. ଭେନେଜୁଏଲା, ମେକ୍ସିକୋ - ୪ଥର
  6. ପାକିସ୍ତାନ, ଜର୍ମାନୀ, ଇଟାଲୀ ଓ କାନାଡା - ୨ଥର
  7. ଅଷ୍ଟ୍ରିଆ, ବାଂଲାଦେଶ, ଫିନଲ୍ୟାଣ୍ଡ, ମିଶର, ରୋମାନିଆ, ନାଇଜେରିୟା, ଚେକ ରିପବ୍ଲିକ, ଫିଲିପାଇନ୍ସ, ଘାନା ଓ ଆର୍ମେନିଆ - ୧ଥର

ଏମାନଙ୍କ ମଧ୍ୟରୁ ୬୦ଜଣ ବିଜେତା ହେଉଛନ୍ତି ପୁରୁଷ ଏବଂ ମାତ୍ର ୫ଜଣ ନାରୀ ।

ବାହାର ଆଧାର

[ସମ୍ପାଦନା]
  • "Kalinga Foundation Trust: List of Kalinga Prize Laureates". kalingafoundationtrust.com. Retrieved August 28, 2010.
  1. "Prof Yashpal to get UNESCO-Kalinga award". ହିନ୍ଦୁସ୍ତାନ ଟାଇମ୍ସ. Retrieved 16 January 2022.
  2. "Belgian scientist Erik Jacquemyn to receive UNESCO Kalinga Prize for the Popularization of Science". UNESCO. 2017-10-25. Retrieved 2018-07-04.
  3. Ryan, Claudine (2019-11-20). "Dr Karl wins UNESCO prize for turning generations on to science". ABC News (in ଅଷ୍ଟ୍ରେଲିୟ ଇଂରାଜୀ). Retrieved 2019-11-19.
  4. "French astrophysicist and cosmologist Jean-Pierre Luminet to receive UNESCO Kalinga Prize for the Popularization of Science | UNESCO". www.unesco.org (in ଇଂରାଜୀ). Retrieved 2022-10-18.