ସାରଦା ପ୍ରସାଦ ମିଶ୍ର
ସାରଦା ପ୍ରସାଦ ମିଶ୍ର | |
---|---|
ଜନ୍ମ | ସରଡ଼ାପଡ଼ା, ନିଶ୍ଚିନ୍ତକୋଇଲି, କଟକ | ୧ ଫେବୃଆରୀ ୧୯୬୨
ମୃତ୍ୟୁ | ୧୭ ଅପ୍ରେଲ ୨୦୧୬ | (ବୟସ ୫୪)
ମୃତ୍ୟୁର କାରଣ | କର୍କଟ ରୋଗ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ସାରଦା ମିଶ୍ର |
ଶିକ୍ଷା | ସ୍ନାତକ (ମନସ୍ତତ୍ତ୍ୱ) |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ |
ଉଲ୍ଲେଖନୀୟ କୃତି | ରାତିର ଅଜବ ଦୃଶ୍ୟ |
ବୈବାହିକ-ସାଥୀ | ସରସ୍ୱତୀ ମିଶ୍ର |
ପିତାମାତା(s) | ପ୍ରବୋଧ କୁମାର ମିଶ୍ର, ଶକୁନ୍ତଳା ମିଶ୍ର |
ସମ୍ପର୍କୀୟ | ଦେବୀପ୍ରସାଦ (ପୁତୁରା) |
ସାରଦା ପ୍ରସାଦ ମିଶ୍ର,(୧ ଫେବୃଆରୀ ୧୯୬୨ - ୧୭ ଅପ୍ରେଲ ୨୦୧୬ ) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ ।[୧] ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିଲେ । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନା କରୁଥିଲେ ମଧ୍ୟ କ୍ଷୁଦ୍ରଗଳ୍ପ ତାଙ୍କୁ ବିଶେଷ ପରିଚିତି ଆଣି ଦେଇଥିଲା ।[୨] ସେ ରାଜ୍ୟପାଳଙ୍କ ଜନ ସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ।[୩]
ସାରଦା ପ୍ରସାଦ, ୧୯୬୨ ମସିହା ଫେବୃଆରୀ ୧ତାରିଖରେ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ନିକଟସ୍ଥ ସରଡ଼ାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ପ୍ରବୋଧ କୁମାର ମିଶ୍ର ଜଣେ ସଂସ୍କୃତ ବିଦ୍ୱାନ, କବି ତଥା ସାମ୍ବାଦିକ ଥିଲେ ।[୪] ମାତାଙ୍କ ନାମ ଶକୁନ୍ତଳା ମିଶ୍ର । ସେ ଥିଲେ ଘରର ବଡ଼ ପୁଅ । ପିଲାଦିନରୁ ସେ ଥିଲେ ସାହିତ୍ୟାନୁରାଗୀ । ରେଭେନ୍ସା ମହାବିଦ୍ୟାଳୟରୁ ସାରଦା ମନସ୍ତତ୍ତ୍ୱରେ ସ୍ନାତକ ଉପାଧି ହାସଲ କରିଛନ୍ତି ।
ରଚନାବଳୀ
[ସମ୍ପାଦନା]୧୯୮୨ ମସିହାରେ "ଇସ୍ତାହାର" ପତ୍ରିକାରେ ସାରଦାଙ୍କର ପ୍ରଥମ ଗଳ୍ପ ପ୍ରକାଶ ପାଇଥିଲା । ସେବେଠାରୁ, ଆଜି ପର୍ଯ୍ୟନ୍ତ ସେ ୮୦ରୁ ଉର୍ଦ୍ଧ ଗଳ୍ପ, ୮ଟିରୁ ଅଧିକ ଉପନ୍ୟାସ, ୨୦ରୁ ଅଧିକ ଅନୁବାଦ ଗଳ୍ପ, ୧୫ଟି ଦୀର୍ଘ ଫିଚର, ୫୦ରୁ ଅଧିକ କବିତା ଓ ବିଭିନ୍ନ ପତ୍ରପତ୍ରିକା ପାଇଁ ପ୍ରବନ୍ଧ ଲେଖିଯାଇଛନ୍ତି । ତାଙ୍କ ପ୍ରଥମ ଗଳ୍ପ ପୁସ୍ତକ "ଅପହଞ୍ଚ ଇଲାକାର ଅଧୀଶ୍ୱର" ୧୯୯୨ମସିହାରେ ପ୍ରକାଶିତ ହୋଇଥିଲା । [୫]
ଉପନ୍ୟାସ
[ସମ୍ପାଦନା]- ଉତ୍ତାନପାଦ
- ଜୁଲି
- ଜୀବାଶ୍ମ
ଗଳ୍ପ
[ସମ୍ପାଦନା]- ଅପହଞ୍ଚ ଇଲାକାର ଅଧୀଶ୍ୱର - ୧୯୯୨
- ରାତିର ଅଜବ ଦୃଶ୍ୟ
- ଆହୁରି ଉପରକୁ ହାତ
କବିତା
[ସମ୍ପାଦନା]- କଥା
- ଗୋଲାପି ସ୍ମୃତିର କବିତା
ଅନ୍ୟାନ୍ୟ
[ସମ୍ପାଦନା]- My Word Book
- English Tenses With A New Taste
- Dynamic Essays and Letters[୬]
- Autobiography of Governors of Odisha
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୧ (ରାତିର ଅଜବ ଦୃଶ୍ୟ ପାଇଁ)[୭]
- ନୀଳକଇଁ ସାହିତ୍ୟ ସମ୍ମାନ
- କାଦମ୍ବିନୀ ସମ୍ମାନ
- ଟାଇମପାସ ବୁକର ପୁରସ୍କାର[୮]
- ଶିବଶଙ୍କର ଗନ୍ତାୟତ ସ୍ମୃତି ସମ୍ମାନ
- ଡକ୍ଟର ଶିବରାମ ପାତ୍ର ସ୍ମୃତି ସମ୍ମାନ[୯]
- ଭାତୃସ୍ମୃତି ପୁରସ୍କାର
- ଯୁବ ପୁରସ୍କାର
- ସ୍ୱର୍ଗତ ଇଶ୍ୱର ଚନ୍ଦ୍ର ସାମଲ ସାରସ୍ୱର ପୁରସ୍କାର
- ଗୋକର୍ଣ୍ଣିକା ପୁରସ୍କାର
କର୍କଟ ରୋଗରେ ଆକ୍ରାନ୍ତ ହୋଇ, ସାରଦା ପ୍ରସାଦ ୨୦୧୬ ଅପ୍ରେଲ ୧୮ତାରିଖରେ ମୃତ୍ୟୁବରଣ କରିଥିଲେ ।[୧୦]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2016-04-19. Retrieved 2016-04-18.
{{cite web}}
: Cite has empty unknown parameter:|1=
(help) - ↑ "କଥାକାର ସାରଦା ମିଶ୍ରଙ୍କ ପରଲୋକ". ଧରିତ୍ରୀ ୧୮/୦୪/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୫. Retrieved 18 April 2016.
- ↑ http://www.orissapost.com/sarada-prasad-mishra-no-more/
- ↑ http://www.dailypioneer.com/state-editions/noted-writer-sarada-mishra-passes-away.html
- ↑ "ସାହିତ୍ୟିକ ସାରଦା ମିଶ୍ରଙ୍କ ପରଲୋକ". ପ୍ରମେୟ ୧୮/୦୪/୨୦୧୬ ପୃଷ୍ଠା ୩. Retrieved 18 April 2016.[permanent dead link]
- ↑ http://orissadiary.com/CurrentNews.asp?id=66487[permanent dead link]
- ↑ http://odishasuntimes.com/2016/04/17/eminent-writer-sarada-prasad-mishra-passes-away-odisha-capital/
- ↑ http://www.thehindu.com/todays-paper/tp-features/tp-fridayreview/orissas-booker/article1434724.ece
- ↑ http://www.odisha360.com/2011/12/17/sarada-prasad-mishra-conferred-with-sibaram-patra-smruti-samman-2011/
- ↑ "କହିଦେଇ ଚାଲିଗଲେ ସାରଦା". ସମ୍ବାଦ ୧୮/୦୪/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 18 April 2016.[permanent dead link]