Jump to content

କାର୍ତ୍ତିକ ଚନ୍ଦ୍ର ରଥ

ଉଇକିପିଡ଼ିଆ‌ରୁ
(Kartik Chandra Rathରୁ ଲେଉଟି ଆସିଛି)
କାର୍ତ୍ତିକ ଚନ୍ଦ୍ର ରଥ
ଜନ୍ମ ଓ ଜନ୍ମସ୍ଥାନ(1949-03-21)୨୧ ମାର୍ଚ୍ଚ ୧୯୪୯
ବ୍ରହ୍ମପୁର
ମୃତ୍ୟୁ୧ ଅପ୍ରେଲ ୨୦୧୯(2019-04-01) (ବୟସ ୭୦)
ବୃତ୍ତିପ୍ରାଧ୍ୟାପକ (ଅର୍ଥନୀତି ବିଭାଗ)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ବିଷୟନାଟକ, ଏକାଙ୍କିକା, ନୃତ୍ୟନାଟିକା
ସାହିତ୍ୟ କୃତିନିଃସଙ୍ଗ ବିସର୍ଗ
ପୁରସ୍କାରକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

କାର୍ତ୍ତିକ ଚନ୍ଦ୍ର ରଥ (୨୧ ମାର୍ଚ୍ଚ ୧୯୪୯ - ୧ ଅପ୍ରେଲ ୨୦୧୯) ଜଣେ ଓଡ଼ିଆ ନାଟ୍ୟକାର ।[] ସେ ୧୦୦ରୁ ଉର୍ଦ୍ଧ ନାଟକ ରଚନା କରିସାରିଛନ୍ତି ଓ ୧୯୯୩ ମସିହାରୁ କଟକରେ ବିଶ୍ୱ ନାଟ୍ୟ ମେଳା (ଇଣ୍ଡିଆ ଥିଏଟର ଅଲମ୍ପିଆଡ଼)ର[] ଆୟୋଜନ କରିଆସୁଛନ୍ତି ।[]

ଜୀବନୀ

[ସମ୍ପାଦନା]

କାର୍ତ୍ତିକ ଚନ୍ଦ୍ର, ୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ ।[] ରେଭେନ୍‌ସା କଲିଜିଏଟ ସ୍କୁଲରେ ପଢୁଥିବା ବେଳେ, ସେ ନିଜର ପ୍ରଥମ ନାଟକ "ଏଇ ଦେଶ ଏଇ ମାଟି" ଲେଖିଥିଲେ । ନାଟକଟି ସ୍କୁଲ ଛାତ୍ରଛାତ୍ରୀଙ୍କଦ୍ୱାରା ମଞ୍ଚସ୍ଥ ହୋଇଥିଲା ଓ ରାଜ୍ୟସ୍ତରୀୟ ଶିଶୁ ନାଟକ ସମାରୋହରେ ପ୍ରଥମ ପୁରସ୍କାର ଲାଭ କରିଥିଲା । ସେହିପରେ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିବା ବେଳେ, ସେ ଲେଖିଥିଲେ ନାଟକ "ଜୀବନ ଯଜ୍ଞ" । ନାଟକଟି ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ୧୯୮୯ରେ କଟକ ସହରର ହଜାର ବର୍ଷ ପୂର୍ତ୍ତୀ ଅବସରରେ ସେ ଲେଖିଥିଲେ ନାଟକ "କଟକ ନଗର ବରଷ ହଜାର" । ନାଟକରେ ୩୦୦ ଚରିତ୍ର ଥିଲେ ଓ ବାରବାଟି ଷ୍ଟାଡିଅମରେ ୫ଟି ମୁକ୍ତାକାଶ ରଙ୍ଗମଞ୍ଚରେ ନାଟକ ପ୍ରଦର୍ଶିତ ହୋଇଥିଲା । ସେତିକିବେଳେ ବିଶ୍ୱ ନାଟ୍ୟ ମେଳାର ପରିକଳ୍ପନା ତାଙ୍କ ମନକୁ ଆସିଥିଲା । ୨୦୧୯ ମସିହା ଅପ୍ରେଲ ୧ ତାରିଖ ଦିନ କଟକଠାରେ[] ହୃଦ୍‌ଘାତ କାରଣରୁ ତାଙ୍କର ମୃତ୍ୟୁ ହେଇଥିଲା ।[]

ରଚନାବଳୀ

[ସମ୍ପାଦନା]
  • ଏଇ ଦେଶ ଏଇ ମାଟି
  • ଅସ୍ତସୂର୍ଯ୍ୟ ଶ୍ମଶାନ
  • ଆଗାମୀ ଅତୀତ
  • ଇଶ୍ୱର ଜଣେ ଯୁବକ
  • କଟକ ନଗର, ବରଷ ହଜାର[]
  • କଳା ଓ କଳଙ୍କ
  • କ୍ରୀତଦାସ[]
  • ବହ୍ନିମାନ[]
  • ଯାତ୍ରୀ[]
  • ସବୁଜ ସୂର୍ଯ୍ୟ[୧୦]
  • ରକ୍ତର ଫୁଲ[୧୧]
  • ମାଂସର ଫୁଲ[]
  • ଯଉଘର[୧୨]
  • ନିଃସଙ୍ଗ ବିସର୍ଗ[୧୩]
  • ପାଦ ତଳର ଆକାଶ[୧୧]
  • ସର୍ବନାମ
  • ସୀମିତ ସମ୍ପର୍କ
  • ଜଙ୍ଗଲୀ ସହର
  • ସହିଦ ଭଗତ ସିଂହ
  • ଜୀବନ ଯଜ୍ଞ
  • ସ୍ମୃତି, ସାନ୍ତ୍ୱନା ଓ ଶୂନ୍ୟତା[୧୪]
  • ଚଇତି ଘୋଡ଼ା[]
  • ତୃତୀୟ ପୃଥିବୀ[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୧୯୯୪-୯୫[୧୫]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫[୧୬]
  • ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ୧୯୯୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଗଞ୍ଜାମ କଳା ପରିଷଦ
  • ବିହାର ଆର୍ଟ ଥିଏଟର
  • ଆହ୍ଲାବାଦ ନାଟ୍ୟ ସଂଘ
  1. Dash, Sanchita. "Kartik Chandra Rath – Theatrically Yours". the Broken Scooter. Archived from the original on 1 March 2017. Retrieved 29 August 2016.
  2. "ଆର୍କାଇଭ୍ କପି". Archived from the original on 2015-02-23. Retrieved 2015-02-05. {{cite web}}: Cite has empty unknown parameter: |1= (help)
  3. Jaiswal, Binita. "Kartik Chandra Rath: In the field of culture, men and women are equal". The Times of India. Retrieved 29 August 2016.
  4. "ଧରିତ୍ରୀ ଆଳାପ". ଧରିତ୍ରୀ ୨୯/୦୮/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. Retrieved 11 February 2019.
  5. "Renowned dramatist Kartik Chandra Rath dies at 71 in Cuttack". newindianexpress.com. Retrieved 2 April 2019.
  6. "ପରଲୋକରେ ନାଟ୍ୟକାର କାର୍ତ୍ତିକ ଚନ୍ଦ୍ର ରଥ". dharitriepaper.in. Retrieved 24 February 2021.
  7. Kartik Chandra Rath (1990). Kaṭaka Nagara, barasha hajāra. Oḍiśā Buk Shṭora.
  8. 1 2 3 Kartik Chandra Rath (1977). Bahnimān. Jagannātha Ratha.
  9. 1 2 3 Kartik Chandra Rath (1979). Yātrī. Kaḷiṅga Shṭuḍenṭas Shṭora.
  10. Kartik Chandra Rath (1981). Sabuja Sūryya. Kaṭaka Shṭuḍeṇṭas Shṭora.
  11. 1 2 Kartik Chandra Rath (1997). Raktara phula. Sudhā Prakāśana.
  12. Kartik Chandra Rath (1972). Jaughara: nāṭaka. Je. Mahāpātra.
  13. Kartik Chandra Rath (1982). Niḥsaṅga bisarga. Oḍiśā Buk Shṭora.
  14. Kartik Chandra Rath (1978). Smr̥ti, sāntvanā, o śūnyatā. Oḍiśā Buk Shṭora.
  15. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf
  16. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 29 August 2016.