Jump to content

ବାରବାଟି ଷ୍ଟାଡ଼ିଅମ

ଉଇକିପିଡ଼ିଆ‌ରୁ
(ବାରବାଟି ଷ୍ଟାଡିଅମରୁ ଲେଉଟି ଆସିଛି)
ବାରବାଟି ଷ୍ଟାଡ଼ିଅମ
The Barabati Stadium in Cuttack
Addressଭାରତ
Locationକଟକ, ଓଡ଼ିଶା, ଭାରତ
Coordinates20°28′52″N 85°52′7″E
Ownerଓଡ଼ିଶା ସରକାର
Operatorଓଡ଼ିଶା କ୍ରିକେଟ ଆସୋସିଏସନ
ଓଡ଼ିଶା ଫୁଟବଲ୍ ଆସୋସିଏସନ
Capacity45,000
Tenants
ଭାରତୀୟ ଜାତୀୟ କ୍ରିକେଟ ଦଳ
ଭାରତୀୟ ମହିଳା ଜାତୀୟ କ୍ରିକେଟ ଦଳ
ଓଡ଼ିଶା ଫୁଟବଲ ଟୀମ୍ (1958–present)
ଓଡ଼ିଶା ମହିଳା ଫୁଟବଲ ଟୀମ୍ (1958–present)
Ground information
Locationକଟକ, ଓଡ଼ିଶା, ଭାରତ
Establishment1958
Tenantsଓଡ଼ିଶା କ୍ରିକେଟ ଦଳ (1958–present)
Hyderabad Deccan Chargers (2010–2012)
Kings XI Punjab (2014)
Kolkata Knight Riders (2014)
ଭାରତୀୟ ମହିଳା ଜାତୀୟ କ୍ରିକେଟ ଦଳ
ଭାରତୀୟ ଜାତୀୟ କ୍ରିକେଟ ଦଳ
End names
ମହାନଦୀ ନଦୀ ଶେଷ
ପାଭିଲିୟନ୍ ଶେଷ
International information
First Test4–7 January 1987:
 India v  Sri Lanka
Last Test8–12 November 1995:
 India v  New Zealand
First ODI27 January 1982:
 India v  England
Last ODI22 December 2019:
 India v  West Indies
First T20I5 October 2015:
 India v  South Africa
Last T20I12 June 2022:
 India v  South Africa
Only women's Test7–11 March 1985:
 India v  New Zealand
First WODI1 February 2013:
 Australia v  Pakistan
Last WODI15 February 2013:
 South Africa v  Sri Lanka
As of 12 June 2022

ବାରବାଟି ଷ୍ଟାଡ଼ିଅମ କଟକ ଜିଲ୍ଲାରେ ଅବସ୍ଥିତ। ଏହା ଓଡ଼ିଶା କ୍ରିକେଟ ଦଳର ଘରୋଇ ପଡ଼ିଆ । ଓଡ଼ିଶା କ୍ରିକେଟ୍ ସଙ୍ଘଏହାର ପରିଚାଳନା କରୁଛନ୍ତି । ବାରବାଟି ଷ୍ଟାଡିୟମ ଭାରତର ପୁରୁଣା ଷ୍ଟାଡିୟମ ମଧ୍ୟରୁ ଅନ୍ୟତମ ଏଠାରେ ଫ୍ଲଡ୍-ଲାଇଟ୍ର ବ୍ୟବସ୍ଥା ମଧ୍ୟ ଅଛି ।

ସ୍ଥାନ କଟକ(ଓଡ଼ିଶା)
ପ୍ରତିଷ୍ଠା ହୋଇଥିଲା ୧୯୫୮
ଚଳାଉଛନ୍ତି ଓଡ଼ିଶା କ୍ରିକେଟ ସଙ୍ଘ
ବସିବା-କ୍ଷମତା ୪୫,୦୦୦

ଇତିହାସ

[ସମ୍ପାଦନା]
ବାରବାଟି ଷ୍ଟାଡିୟମ

୧୯୪୯ ମସିହାରେ, କଟକର କିଲ୍ଲା ପଡ଼ିଆରେ କଟକ ଏକାଦଶ ଓ କଲିକତାର ଭବାନୀପୁର ଏକାଦଶ ମଧ୍ୟରେ ଏକ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେଉଥିଲା । ଏହି ମ୍ୟାଚ ଦେଖିବାକୁ ହରେକୃଷ୍ଣ ମହତାବ ଆସିଥିଲେ । ପଡ଼ିଆକୁ ତାଟି ଘେରା ହୋଇଥିଲା ଓ ହଜାର ହଜାର ଦର୍ଶକ ଏହି ମ୍ୟାଚଟିକୁ ଠିଆ ହୋଇ ଦେଖୁଥିଲେ । ଦର୍ଶକମାନଙ୍କର ଏହି ଦୁର୍ଦଶା ଦେଖି, ମହତାବ ସେହିଦିନ ଏକ ଷ୍ଟାଡିଅମ ନିର୍ମାଣର ଘୋଷଣା କରିଥିଲେ । ଷ୍ଟାଡିଅମ ନିର୍ମାଣର ଦାୟିତ୍ୱ ଦିଆଯାଇଥିଲା ଭୈରବ ଚନ୍ଦ୍ର ମହାନ୍ତିଙ୍କୁ । ୧୯୫୦ମସିହାରେ ଏହି ଷ୍ଟାଡିଅମର ଭିତ୍ତି ପଡିଥିଲା । ଭୈରବ ଚନ୍ଦ୍ର ମହାନ୍ତି ହିଁ ଷ୍ଟାଡିଅମର ନାଁ ରଖିଥିଲେ ବାରବାଟି ଷ୍ଟାଡିଅମ[] ଟିକଟ ବିକ୍ରୀ କରି ଜନସାଧାରଣଙ୍କୁ ଏହି ଷ୍ଟାଡିଅମ ନିର୍ମାଣରେ ଭାଗୀ କରାଯାଇଥିଲା ।

ବାରବାଟି ଷ୍ଟାଡିୟମରେ ୧୯୮୨ମସିହା ଜାନୁଆରୀ ୨୭ତାରିଖ ଦିନ ପ୍ରଥମ ଦିନିକିଆ ମ୍ୟାଚ ଖେଳା ଯାଇଥିଲା । ଏଠାରେ ଶେଷ ଟେଷ୍ଟ ଭାରତନିଉଜିଲାଣ୍ଡ ମଧ୍ୟରେ (୧୯୯୫-୯୬)ରେ ଖେଳାଯାଇଥିଲା ଯାହକି ବର୍ଷାଦ୍ୱାରା ବାଧା-ପ୍ରାପ୍ତ ହୋଇଥିଲା । ଏଠାରେ ବିମାନବନ୍ଦର ଓ ଉଚ୍ଚକୋଟିର ହୋଟେଲ ନ ଥିବାରୁ ଏଠାରେ ଅଧିକ ମ୍ୟାଚର ଆୟୋଜନ ହେଇପାରୁନାହିଁ । ଏଠାରେ ବର୍ତ୍ତମାନ ଟେଷ୍ଟ କ୍ରିକେଟ ଖେଳା ଯାଉ ନାହିଁ । ୧୯୫୮ ଓ ୧୯୭୦ ମସିହାରେ ଭୈରବ ବାବୁଙ୍କ ଉଦ୍ୟମରେ ବାରବାଟି ଷ୍ଟାଡିଅମରେ ଜାତୀୟ କ୍ରୀଡ଼ା ଆୟୋଜନ କରାଯାଇଥିଲା ।[]

ଟେଷ୍ଟ୍ ରେକର୍ଡ୍:

ଶ୍ରେଣୀ ତଥ୍ୟ
ସର୍ବାଧିକ ଦଳଗତ ରନ ଭାରତୀୟ କ୍ରିକେଟ ଦଳ (୪୦୦ ଅଲଆଉଟ ଶ୍ରୀଲଙ୍କା ବିପକ୍ଷରେ)
ସର୍ବ ନିମ୍ନ୍ ଦଳଗତ ରନ ଶ୍ରୀଲଙ୍କା (୧୪୨ ଅଲଆଉଟ ଭାରତ ବିପକ୍ଷରେ)
ଶ୍ରେଷ୍ଟ ବ୍ୟକ୍ତିଗତ ରନ୍ ଦିଲ୍ଲିପ ଭେଙ୍ଗସରକାର (ଶ୍ରିଲଙ୍କା ବିପକ୍ଷରେ ୧୬୬ ରନ)
ଶ୍ରେଷ୍ଟ ବୋଲିଙ୍ଗ ନରେନ୍ଦ୍ର ହିରବାନି (୬/୫୯)

ଦିନିକିଆ ରେକର୍ଡ:

ଶ୍ରେଣୀ ତଥ୍ୟ
ସର୍ବାଧିକ ଦଳଗତ ରନ ଭାରତୀୟ କ୍ରିକେଟ ଦଳ (୩୮୧/୬ [] ୫୦ ଓଭରରେ )
ସର୍ବ ନିମ୍ନ ଦଳଗତ ରନ ବେଷ୍ଟ-ଇଣ୍ଡିଜ (୧୧୩ ଅଲ୍ ଆଉଟ୍ ୩୪.୨ ଓଭରରେ ଅଷ୍ଟ୍ରେଲିଆ ବିପକ୍ଷରେ)
ଶ୍ରେଷ୍ଟ ବ୍ୟକ୍ତିଗତ ରନ୍ ମହମ୍ମଦ ଆ଼଼ଝାରୁଦ୍ଦିନ୍ (୧୫୩* )
ଶ୍ରେଷ୍ଟ ବୋଲିଙ୍ଗ ଡରେନ୍ ପାବେଲ୍ (୪/୨୭ ଭାରତୀୟ କ୍ରିକେଟ ଦଳ ବିପକ୍ଷରେ)
  • କପିଲ ଦେବ ଏହିଠାରେ ୩୦୦ତମ ଉଇକେଟ ହାସଲ କରିଥିଲେ


  1. "ଓଡ଼ିଶାର କ୍ରୀଡ଼ା ଜଗତର ଧର୍ମପିତା". ସମ୍ବାଦ ୧୩/୦୭/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. 13 July 2015. Retrieved 13 July 2015.[permanent dead link]
  2. "ଆଜି ଜନ୍ମଦିନ". ସମ୍ବାଦ ୧୩/୦୭/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 22 July 2017. Retrieved 13 July 2017.
  3. "Yuvi-Mahi help India to 381/6, England to chase after the innings break". Reportodisha.com. Archived from the original on 8 August 2020. Retrieved 19 January 2017.