ଅଶୋକ ସ୍ୱାଇଁ

ଉଇକିପିଡ଼ିଆ‌ରୁ
(Ashok Swainରୁ ଲେଉଟି ଆସିଛି)
ଅଶୋକ ସ୍ୱାଇଁ
Born(1948-01-10)୧୦ ଜାନୁଆରୀ ୧୯୪୮
Died୭ ଜୁଲାଇ ୨୦୧୮(2018-07-07) (ବୟସ ୭୦)
Occupationସିନେମାଟୋଗ୍ରାଫର
Spouseଛନ୍ଦା
Awardsଜୟଦେବ ପୁରସ୍କାର[୧]

ଅଶୋକ ସ୍ୱାଇଁ (୧୦ ଜାନୁଆରୀ ୧୯୪୮ - ୦୭ ଜୁଲାଇ ୨୦୧୮), ଜୟଦେବ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସିନେମାଟୋଗ୍ରାଫର ଥିଲେ । ଜୀବନବ୍ୟାପି ଅବଦାନ ନିମନ୍ତେ ଅଶୋକ, ୨୦୧୫ ମସିହାରେ ଜୟଦେବ ପୁରସ୍କାର ଲାଭ କରିଥିଲେ ।[୨] ନିଜର ୪୦ବର୍ଷ କର୍ମଜୀବନରେ ସେ ୩୦ରୁ ଅଧିକ ଓଡ଼ିଆ କଥାଚିତ୍ରରେ ସିନେମାଟୋଗ୍ରାଫି କରିଥିଲେ ।[୩] ଚଳଚ୍ଚିତ୍ର ବ୍ୟତିତ ସେ ବହୁ ବୃତ୍ତଚିତ୍ର, ଟିଭି ଚଳଚ୍ଚିତ୍ର ଓ ଧାରାବାହିକରେ ମଧ୍ୟ ଚିତ୍ର ଉତ୍ତୋଳନ କରିଥିଲେ ।[୪]

ଅଶୋକ, ବେଙ୍ଗାଳୁରୁରୁ ଏସ ଜେ ପଲିଟେକନିକରୁ ସିନେମାଟୋଗ୍ରାଫିରେ ଡିପ୍ଲୋମା କରି, ୧୯୬୯ମସିହାରେ ନିଜ କର୍ମଜୀବନ ଆରମ୍ଭ କରିଥିଲେ । ନିଜ କର୍ମଜୀବନ ଆରମ୍ଭରୁ ସେ ଚେନ୍ନାଇର ଏମଭିଏମ ଷ୍ଟୁଡ଼ିଓ, ମୁମ୍ବାଇର ଆରକେ ଷ୍ଟୁଡ଼ିଓ ଆଦିରେ କାମ କରିବାର ସୁଯୋଗ ପାଇଥିଲେ । ୧୯୭୦ମସିହାରେ ସେ ଭାରତ-ରୁଷ ଶିଶୁ ଚଳଚ୍ଚିତ୍ର "ଦ ବ୍ଲାକ ମାଉଣ୍ଟେନ"ରେ ସହାୟକ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟ କରିଥିଲେ । ୧୯୭୩ମସିହାରେ ସେ ଦୂରଦର୍ଶନ କେନ୍ଦ୍ର କଟକରେ ଯୋଗ ଦେଇଥିଲେ ।[୫] ୧୯୭୭ମସିହାରେ ସେ ସମର ସଲିମ ସାଇମନ ଚଳଚ୍ଚିତ୍ରରୁ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟାରମ୍ଭ କରି, ପରେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ ।

୨୦୧୮ ମସିହା ଜୁଲାଇ ୭ତାରିଖରେ ଅଶୋକ କଟକରେ ଦେହତ୍ୟାଗ କରିଥିଲେ ।[୬]

ଓଡ଼ିଆ କଥାଚିତ୍ରରେ ଅବଦାନ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜୟଦେବ ସମ୍ମାନ - ୨୦୧୫[୮]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]