Jump to content

ସମର ସଲିମ ସାଇମନ

ଉଇକିପିଡ଼ିଆ‌ରୁ
ସମର ସଲିମ ସାଇମନ
ନିର୍ଦ୍ଦେଶକଅକ୍ଷୟ ମହାନ୍ତି (କାଶ୍ୟପ), ଶୈଳଜା ନନ୍ଦ
ପ୍ରଯୋଜକଶୈଳଜାନନ୍ଦ ନାୟକ
ସଂଳାପ(ସଂଳାପ):
କଳାକାରହରିଶ ମହାପାତ୍ର, ସୁଜାତା ଆନନ୍ଦ, ଅନିତା ଦାସ
ସଙ୍ଗୀତମୁସୀର
ମୁକ୍ତିଲାଭ ତାରିଖ
୩୦ ଅଗଷ୍ଟ ୧୯୭୯
ଦେଶଭାରତ
ଭାଷାଓଡ଼ିଆ
ମୋଟ ଆୟIndian Rupee ₹ ୩ଲକ୍ଷ ୬୫ହଜାର

ସମର ସଲିମ ସାଇମନ, ୧୯୭୯ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅକ୍ଷୟ ମହାନ୍ତି (କାଶ୍ୟପ)ଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇ ଏହା ୧୯୭୯ ମସିହା ଅଗଷ୍ଟ ୩୦ ତାରିଖରେ କଟକର ବାରିପଦାଭଦ୍ରକ ଆଦି ସ୍ଥାନରେ ମୁକ୍ତିଲାଭ କରିଥିଲା । ମହାନ୍ତିଙ୍କ ସହ ସହ-ନିର୍ଦ୍ଦେଶନା ଦେଇଥିଲେ ବିଜୟ ସିଂହ ଓ ଶୈଳଜା ନନ୍ଦ । ମୋଟ ୩ ଲକ୍ଷ ୬୫ ହଜାର ଟଙ୍କା ଖର୍ଚ୍ଚରେ କଥାଚିତ୍ରଟି ତିଆରି ହୋଇଥିଲା । ହିନ୍ଦୀ କଥାଚିତ୍ର ଅମର ଆକବର ଆନ୍ଥୋନୀର ଛାୟାରେ ଏହା ତିଆରି ହୋଇଥିଲା ।[][]

ଅଭିନୟରେ

[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ସମର ସଲିମ ସାଇମନ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ

[ସମ୍ପାଦନା]
Untitled

ମହମ୍ମଦ ମୁସୀର ପ୍ରଥମ କରି ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଉଭୟ ମୁସିର ଓ ନିଜାମଙ୍କ ଗୀତଗୁଡ଼ିକ ରଚନା କରିଥିଲେ । ଏଥିରେ ମୋଟ ୫ ଗୋଟି ଗୀତ ଥିଲା । "ଏ ପ୍ରିୟତମା ପ୍ରିୟତମା"ରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଶେଖର ଘୋଷ ଓ ସାଥି, 'ହୃଦୟର ଏହି ଶୁନ୍ୟତାକୁ'[]ରେ ଶେଖର ଘୋଷ, 'ମୁଁ ଯେ ଏକ ପାଗଳ ଭଅଁର'ରେ କୁମୁଦିନୀ ମିଶ୍ର ଓ ତାନସେନ ସିଂ, 'ତୋର ଉଡ଼ି ଉଡ଼ି ଯାଏ କାନୀ'ରେ ସୁବାସ ଦାସ ଓ କନକ ମହାପାତ୍ର[][]

ଗୀତ ତାଲିକା
କ୍ରମଗୀତସମୟ
1."ଏ ପ୍ରିୟତମା ପ୍ରିୟତମା" 
2."ହୃଦୟର ଏହି ଶୁନ୍ୟତାକୁ" 
3."ମୁଁ ଯେ ଏକ ପାଗଳ ଭଅଁର" 
4."ନିଅ ନିଅ ବାବୁ ଫୁଲ ଗଜରା" 
5."ତୋର ଉଡ଼ି ଉଡ଼ି ଯାଏ କାନୀ" 
  1. 1 2 "Year 1979: Samar Salim Saiman". Odiamoviedatabase.com. Archived from the original on 23 December 2015. Retrieved 13 January 2016.
  2. 1 2 ସିଂହ, ଭୀମ. ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ.
  3. ନନ୍ଦ, ପ୍ରଶାନ୍ତ. "ହୃଦୟର ଏଇ ଶୂନ୍ୟତା". ନଜର୍ (ନିତିଦିନ). Archived from the original on 2020-10-18. Retrieved 18 September 2016.

ଅଧିକ ତଥ୍ୟ

[ସମ୍ପାଦନା]