ଲଳିତ ମାନସିଂହ

ଉଇକିପିଡ଼ିଆ‌ରୁ
ଲଳିତ ମାନସିଂହ
Born
ଲଳିତେନ୍ଦୁ ମାନସିଂହ

(1941-04-29)୨୯ ଅପ୍ରେଲ ୧୯୪୧
Nationality ଭାରତୀୟ
Educationସ୍ନାତକୋତ୍ତର
Alma materଉତ୍କଳ ବିଶ୍ୱବିଦ୍ୟାଳୟ
Known forଭାରତୀୟ ପ୍ରଶାସନିକ ଅଧିକାରୀ, ବୈଦେଶିକ ସଚିବ
Spouse(s)ସୋନାଲ ମାନସିଂହ(ବିବାହ ବିଚ୍ଛେଦ)[୧], ଇନ୍ଦିରା ମାନସିଂହ
Parent(s)ମାୟାଧର ମାନସିଂହ, ହେମଲତା ମାନସିଂହ[୨]

ଲଳିତ ମାନସିଂହ, ଜଣେ ସେବା ନିବୃତ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଭାରତର ପ୍ରାକ୍ତନ ବୈଦେଶିକ ସଚିବ ଅଟନ୍ତି। ସେ, ଇଂଲଣ୍ଡଆମେରିକାରେ ଭାରତର ରାଷ୍ଟ୍ରଦୂତ ହିସାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ପ୍ରଖ୍ୟାତ କବି ଓ ଲେଖକ ମାୟାଧର ମାନସିଂହଙ୍କର ଜ୍ଯେଷ୍ଠ ପୁତ୍ର[୩], ଲଳିତ ମାନସିଂହ ଜଣେ ମେଧାବୀ ଛାତ୍ର ଥିଲେ । ସେ ପିଲାଦିନେ ଡାକ୍ତର ହେବାକୁ ଇଚ୍ଛୁକ ଥିଲେ, କିନ୍ତୁ ଗଣିତ ଭଲ ହେଉନଥିବାରୁ, ସେ ଡାକ୍ତରୀ ପାଠ ପଢ଼ି ନଥିଲେ । ସେ ପୁଣି ସଂଗୀତକୁ ନିଜର ବୃତ୍ତି କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ମା' ଏହା ଚାହୁଁନଥିବାରୁ, ସେ ସଂଗୀତ ଦିଗରେ ମଧ୍ୟ ଅଗ୍ରସର ହୋଇନଥିଲେ । ମା'ଙ୍କର ଇଛା ଅନୁସାରେ, ସେ ପରବର୍ତ୍ତୀ ସମୟରେ ଭାରତୀୟ ପ୍ରଶାସନିକ ସେବା ପ୍ରତି ଆକର୍ଷିତ ହୋଇଥିଲେ । ଲଳିତଙ୍କର ଦୁଇ ଜଣ ଭାଇ ଓ ଦୁଇ ଜଣ ଭଉଣୀ ଅଛନ୍ତି । ଲଳିତ ମାନସିଂହ,ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ଓ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭକରିଛନ୍ତି । ଉଭୟ ପାଠ୍ଯକ୍ରମରେ ଉତ୍କୃଷ୍ଠତା ଲାଭକରି, ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ସେ ଜଣେ ରିସର୍ଚ୍ଚ ସ୍କଲାର ଓ ଶିକ୍ଷକ ଭାବରେ କିଛି ଦିନ କାମ କରିଥିଲେ । ସେ, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହଙ୍କୁ ବିବାହ କରିଥିଲେ ଓ ପରେ ସେମାନଙ୍କର ବିବାହ ବିଚ୍ଛେଦ ମଧ୍ୟ ଘଟିଥିଲା । ପରବର୍ତ୍ତୀ ସମୟରେ ସେ ଇନ୍ଦିରାଙ୍କୁ ବିବାହ କରିଛନ୍ତି ଓ ଇନ୍ଦିରାଙ୍କଠାରୁ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।[୪]

କର୍ମ ଜୀବନ[ସମ୍ପାଦନା]

ଲଳିତ ମାନସିଂହ, ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଜଣେ ଅଧ୍ୟାପକ ରୂପରେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ । ୧୯୬୩ ମସିହାରେ ସେ ଭାରତୀୟ ପ୍ରଶାସନିକ ସେବା ଅନ୍ତର୍ଗତ, ଭାରତୀୟ ବୈଦେଶିକ ସେବାରେ ଯୋଗଦାନ କଲେ । ୧୯୬୩ ମସିହାରେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସେ ସର୍ବଭାରତୀୟ ସ୍ଥରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଜେନିଭା, ତାଙ୍କର ପ୍ରଥମ ଅଭିଯାନ ଥିଲା । ପରବର୍ତ୍ତୀ ସମୟରେ ସେ, ଅର୍ଥବିଭାଗରେ କାମ କରିଥିଲେ । ତାଙ୍କୁ କିଛି ବର୍ଷ ପାଇଁ କାବୁଲ ମଧ୍ୟ ଯିବାକୁ ପଡ଼ିଥିଲା । ୧୯୮୦-୮୩ ପର୍ଯ୍ୟନ୍ତ ସେ ୟୁ.ଏ.ଇର ରାଷ୍ଟ୍ରଦୂତ ହିସାବରେ ନିଯୁକ୍ତ ହୋଇଥିଲେ। ଏହା ରାଷ୍ଟ୍ରଦୂତ ଭାବରେ ତାଙ୍କର ପ୍ରଥମ ନିଯୁକ୍ତି ଥିଲା । ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହେବାରେ, ସେ ହେଉଛନ୍ତି, ପ୍ରଥମ ଓଡ଼ିଆ ବ୍ୟକ୍ତି । ୧୯୯୩-୯୫ ମସିହା ଯାଏଁ ସେ ନାଇଜେରିଆର ରାଷ୍ଟ୍ରଦୂତ ଭାବରେ କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ ଇଂଲଣ୍ଡରେ ଭାରତର ରାଷ୍ଟ୍ରଦୂତ ରୂପରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୯-୨୦୦୧ ମସିହା ଯାଏଁ, ସେ ଭାରତର ବୈଦେଶିକ ସଚିବ ଭାବରେ କାମ କରିଥିଲେ । ସେ ଆଇ.ସି.ସି.ଆର ଓ ଏଫ.ଏସ.ଆଇର ଅଧ୍ଯକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ୨୦୦୧ ମସିହାରେ, ସେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଥିଲେ । [୫]

ସେବା ନିବୃତି ପରେ ମଧ୍ୟ, ସେ ବର୍ତ୍ତମାନ ବିଭିନ୍ନ ଆନ୍ତର୍ଜାତୀକ ଅନୁଷ୍ଠାନ ସହିତ ଜଡ଼ିତ ରହିଛନ୍ତି । [୬] [୭]

ସମ୍ମାନ[ସମ୍ପାଦନା]

  • ୨୦୦୯ - ଖାରବେଳ ସମ୍ମାନ[୮] [୯]
  • ୨୦୦୯ - ସମାଜ ଗୌରବ ସମ୍ମାନ [୧୦]

ଆଧାର[ସମ୍ପାଦନା]

  1. http://www.narthaki.com/info/profiles/profil14.html
  2. http://www.highbeam.com/doc/1P1-94335903.html[permanent dead link]
  3. "ଆର୍କାଇଭ୍ କପି". Archived from the original on 2013-08-01. Retrieved 2012-09-05. {{cite web}}: Cite has empty unknown parameter: |1= (help)
  4. http://www.indianembassy.org/prdetail1233/lalit-mansingh,-the-new-indian-ambassador-to-the-united-states
  5. http://www.indianembassy.org/prdetail1233/lalit-mansingh,-the-new-indian-ambassador-to-the-united-states
  6. http://www.crisisgroup.org/en/about/~/link.aspx?_id=02F3E87245454084BDB9C0058E8729F4&_z=z
  7. http://www.bonitatrust.org/lalit_mansingh.html
  8. "ଆର୍କାଇଭ୍ କପି". Archived from the original on 2013-10-30. Retrieved 2012-09-05. {{cite web}}: Cite has empty unknown parameter: |1= (help)
  9. "ଆର୍କାଇଭ୍ କପି". Archived from the original on 2012-02-22. Retrieved 2012-09-05. {{cite web}}: Cite has empty unknown parameter: |1= (help)
  10. http://naveenpatnaik.com/news/Naveen-Patnaik-felicitating-Samaj-Gaurab-Award-to-Lalit-Mansingh-occasions-of-90th-anniversary-of-Samaj-at-Cuttack-Indoor-Stadium/1014.html[permanent dead link]

ବାହାର ଆଧାର[ସମ୍ପାଦନା]