ଲୋଭୀ ଠାକୁରାଣୀ

ଉଇକିପିଡ଼ିଆ‌ରୁ

ଅନୁଗୋଳ ଜିଲ୍ଲାର ପ୍ରଖ୍ୟାତ ଦେବୀ ମା ଲୋଭୀ ଠାକୁରାଣୀଙ୍କ ବିଜେସ୍ଥଳୀ ଗଡସନ୍ତ୍ରୀ ଗ୍ରାମରେ ଓ ଆଲମ ଘର ତୁଳସୀପାଳ ଗ୍ରାମରେ ଅବସ୍ଥିତ। ମା'ଙ୍କ ମନ୍ଦିର ପାଖରେ ଅଛି ପୁରୁଣା ଆଙ୍କୁଲ ଗଛ ଓ ପୁରୁଣା ପୋଖରୀ । ପ୍ରତ୍ୟେକ ଶୁଭକାର୍ଯ୍ୟରେ ମା'ଙ୍କୁ ପ୍ରଥମେ ପୂଜା କରାଯାଏ । ଦେବୀଙ୍କର ବର୍ଷରେ ଦୁଇଥର ମୁଖ୍ୟପୂଜା କରାଯାଇଥାଏ । ପ୍ରଥମେ ଶ୍ରାବଣ ମାସରେ ସାରିଆ ଧାନ ଓ ତାଳ ନୂଆ ଦିଆଯାଏ । ଦ୍ୱିତୀୟଟି କାର୍ତ୍ତିକ ପୂର୍ଣ୍ଣମୀ ଦିନ ବଳି ଭୋଜା ସହ ପୂଜା କରାଯାଏ । ସେଠାରେ ମଧ୍ୟ ଚାରିଦିନଧରି ବିଜେସ୍ଥଳୀରେ ବଡ଼ ଯାତ୍ରା ହୁଏ। ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ଆସି ସମାଗମ ହୁଅନ୍ତି। ଠାକୁରାଣୀଙ୍କ ପ୍ରତୀକକୁ ତୁଳସୀପାଳ ଗ୍ରାମରୁ ଦେହୁରୀ (ପୂଜକ) କାନ୍ଧଭାରଦ୍ୱାରା ମହାପଟୁଆରରେ ବିଜେସ୍ଥଳୀକୁ ବୋହି ଆଣନ୍ତି। ପଟୁଆରରେ ଛତି ତରାସ ସହିତ ନିଶାଣ ବାଦ୍ୟ ଓ ଲୋକନୃତ୍ୟକୁ ସାମିଲ କରାଯାଇଥାଏ । ଏହି ଗ୍ରାମଦ୍ୱୟରେ କେଉଁ ଆବହମାନ କାଳରୁ କଳାଚୁଡି, କଳାଲୁଗା ପିନ୍ଧିବା ମନା । ରାତିରେ ମାଆ ଯିବା ଆସିବା କରନ୍ତି ଏବଂ ତାଙ୍କ ସ୍ୱପ୍ନାଦେଶ ଯୋଗୁଁ ଏହି ଗାଁରେ କାହାଘରେ ଢିଙ୍କି ରଖିବା ନିଷେଧ । ମାଆଙ୍କ ଯାତ୍ରା ଦିନ ଗ୍ରାମର କେହି କଳାରଙ୍ଗ ବସ୍ତ୍ର ପିନ୍ଧନ୍ତି ନାହିଁ । ଗଡ଼ସନ୍ତ୍ରୀ ଗାଁସ୍ଥିତ ଲୋଭୀକୂଅରୁ ତିନିଗରା ପାଣି ଆଣି ପୂଜାକରାଯାଏ । ପାଣି ଆଣିବା ସମୟରେ କେହି ସାମନାକୁ ଆସିବା ନିଷେଧ । ଏକଦା ସମ୍ବଲପୁର ଜନୈକ ତାନ୍ତ୍ରିକ ମାଆଙ୍କୁ ଏଠାରୁ ନେଇଯାଇଥିଲେ । ଏହା ପରେ ଦୁର୍ଦ୍ଦଶାଗ୍ରସ୍ତ ହେବା ଯୋଗୁଁ ଜଣେ ସନ୍ନ୍ୟାସୀଙ୍କ ପରାମର୍ଶରେ ପୁନର୍ବାର ଉକ୍ତସ୍ଥାନରେ ଛାଡିଦେଇ ଗଲେ । ଆଧାର ଭୁଲ: <ref> ଟ୍ୟାଗ ପାଇଁ ବନ୍ଦକରିବା </ref> ନାହିଁସମାଜ, ପୃଷ୍ଠା-୮,୧୪.୧୧.୨୦୧୬</ref>


କିମ୍ବଦନ୍ତୀ[ସମ୍ପାଦନା]

ତ୍ରେତୟାଯୁଗରେ ଲଙ୍କାଗଡ଼ରେ ମାଆ ରାବଣଙ୍କଦ୍ୱାରା ପୂଜା ପାଉଥିଲେ । ଲଙ୍କାଗଡ଼ ଜୟ ପରେ ପ୍ରଭୁ ରାମଚନ୍ଦ୍ର ପୁଷ୍ପକ ବିମାନରେ ଅଯୋଧ୍ୟା ଯାଉଥିବା ବେଳେ ଦେବୀ ତାଙ୍କୁ ଅନୁସରଣ କରିଥିଲେ । ରାମଚନ୍ଦ୍ର ପଚାରିବାରୁ ସେ କହିଲେ, ରାବଣ ହତପରେ ସେ ଏଠି ଅପୂଜ୍ୟ ହେବେ । ତେଣୁ ତାଙ୍କୁ ଅଯୋଧ୍ୟା ନିଆଯାଉ । ପ୍ରଭୁ ରାମ କହିଲେ, ସ୍ଥାନୀୟ ଜନପଦଦ୍ୱାରା ତୁମେ ପୂଜିତ ହୁଅ ମୁଁ ତୁମକୁ ଏହି ବର ପ୍ରଦାନ କରୁଛି । ଏହି ବନପ୍ରଦେଶ ଲଙ୍ଗୁଡିହ ନାମରେ ପ୍ରସିଦ୍ଧ ହେଲା । ଆଧାର ଭୁଲ: <ref> ଟ୍ୟାଗ ପାଇଁ ବନ୍ଦକରିବା </ref> ନାହିଁସମାଜ, ପୃଷ୍ଠା-୮,୧୪.୧୧.୨୦୧୬</ref>

ଆଧାର[ସମ୍ପାଦନା]