ସାତକୋଶିଆ

Coordinates: 20°36′15″N 84°46′34″E / 20.60417°N 84.77611°E / 20.60417; 84.77611
ଉଇକିପିଡ଼ିଆ‌ରୁ
ସାତକୋଶିଆ ଗଣ୍ଡ
ସାତକୋଶିଆ ଗଣ୍ଡ
ସାତକୋଶିଆ ଗଣ୍ଡ is located in Odisha
ସାତକୋଶିଆ ଗଣ୍ଡ
ସାତକୋଶିଆ ଗଣ୍ଡ
Location in Odisha
Floor elevation236 feet (100 m)
Geography
Coordinates20°36′15″N 84°46′34″E / 20.60417°N 84.77611°E / 20.60417; 84.77611
Riversମହାନଦୀ
ଘଡ଼ିଆଳ କୁମ୍ଭୀର ଛୁଆଗୁଡ଼ିକ

ସାତକୋଶିଆ ୧୯ ମେ ୧୯୭୬ରେ ଅଭୟାରଣ୍ୟର ମାନ୍ୟତା ପାଇଥିଲା ।[୧] ଅନୁଗୋଳ, ନୟାଗଡ଼, କଟକବୌଦ୍ଧ ଜିଲ୍ଲାର କିଛି ଅଂଶକୁ ନେଇ ଏହି ଅଭୟାରଣ୍ୟ ଗଠିତ ।[୨] [୩] ୭୯୫.୫୨ ବର୍ଗ କି.ମି ପରିବେଷ୍ଟିତ ଅଭୟାରଣ୍ୟ ଭିତରେ ମହାନଦୀ ସାତକୋଶିଆ ଗଣ୍ଡର ଦୈର୍ଘ୍ୟ ହେଉଛି ସାତ କୋଶ ଅର୍ଥାତ ୨୨ କି.ମି ଲମ୍ବ ।[୪] ପୌରାଣିକ କଥା ଅନୁଯାୟୀ, ସୁକାନ୍ତ ମହର୍ଷିଙ୍କ ଅନୁରୋଧରୁ ଇନ୍ଦ୍ର ଦେବ, ଗଙ୍ଗା ନଦୀକୁ ପୂର୍ବାଭିମୁଖୀ କରିବା ଉଦ୍ଦେଶ୍ୟରେ ପର୍ବତ ଫଟାଇ, ଏହି ଗଣ୍ଡ ସୃଷ୍ଟି କରିଥିଲେ । ସେଥିପାଇଁ ଗଣ୍ଡକୁ ଲାଗିଥିବା ଅଞ୍ଚଳକୁ, ପୂର୍ବରୁ ଇନ୍ଦ୍ରବନ କୁହାଯାଉଥିଲା । ଏହି ଗଣ୍ଡ ଏକଦା ରତ୍ନପଥର ପାଇଁ ପ୍ରସିଦ୍ଧ ଥିଲା । ମଣିମୁଣ୍ଡ ବା ମନମୁଣ୍ଡାରୁ ମଣିଭଦ୍ରା ଯାଏଁ ଏହି ରତ୍ନପଥର ଖଣି ବ୍ୟାପ୍ତ ଥିଲା । ସାତକୋଶିଆ ଗଣ୍ଡକୁ ଲାଗି ସାତକୋଶିଆ ଅଭୟାରଣ୍ୟ ରହିଛି । ଏହି ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ହେଉଛି, ଘଡ଼ିଆଳ କୁମ୍ଭୀର[୫] କୁମ୍ଭୀର ବ୍ୟତିତ, ବାଘ, ଭାଲୁ, ଚିତା ବାଘ, ଗୟଳ, ଜଙ୍ଗଲୀ ଗୁଣ୍ଡୁଚି ମୂଷା ଓ ଅନ୍ୟାନ୍ୟ ବହୁ ସରିସୃପ ଏହି ଅଭୟାରଣ୍ୟରେ ଦେଖିବାକୁ ମିଳନ୍ତି । ଏହା ଓଡ଼ିଶାର ଏକ ବ୍ୟାଘ୍ର ପ୍ରକଳ୍ପ[୬] ଓ କେନ୍ଦ୍ର ସରକାରଙ୍କ 'ହସ୍ତୀପ୍ରକଳ୍ପ'ର ଅନ୍ତର୍ଭୁକ୍ତ ।[୭]

ଆଧାର[ସମ୍ପାଦନା]

  1. http://angul.nic.in/satakosia1.pdf
  2. "ପର୍ଯ୍ୟଟଙ୍କଙ୍କ ପାଇଁ ପ୍ରସ୍ତୁତ ହେଉଛି ମଙ୍ଗାନାସୀ". ଧରିତ୍ରୀ. 7 November 2016. Retrieved 11 November 2016.
  3. http://www.wildlifeorissa.com/satkosia-tiger-reserve.html
  4. "ଆର୍କାଇଭ୍ କପି". Archived from the original on 2013-12-05. Retrieved 2015-08-19. {{cite web}}: Cite has empty unknown parameter: |1= (help)
  5. Orissa Review. Home Department, Government of Orissa. 1990.
  6. http://www.newindianexpress.com/states/odisha/Not-Enough-Officials-to-Man-Satkosia-Tiger-Reserve/2014/04/24/article2186097.ece[permanent dead link]
  7. "ସାତ କୋଶିଆ ଗଣ୍ଡ". ସମ୍ବାଦ ୧୯/୦୮/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 19 August 2015. Archived from the original on 22 August 2015. Retrieved 19 August 2015.

ବାହାର ଆଧାର[ସମ୍ପାଦନା]