Jump to content

ବରା

ଉଇକିପିଡ଼ିଆ‌ରୁ
ବରା
ଧନିଆ ଚଟଣି ସହ ପରସା ବରଗଡ଼ର ଚାଉଳ ବରା
ପରଷାଜଳଖିଆ
ମୂଳ ସ୍ଥାନଭାରତ

ବରା ଭାରତରେ ଖିଆଯାଉଥିବା କେତେକ ଛଣା ଖାଦ୍ୟର ଏକ ସାଧାରଣ ନାମ । ବିଭିନ୍ନ ପ୍ରକାରର ବରାସବୁକୁ ଫ୍ରିଟର, ଡୋନଟ, ଓ ଡମ୍ପଲିଙ୍ଗ ଆଦି ଭାବେ ବର୍ଣ୍ଣନା କରାଯାଇପାରେ ।[୧] ଏହାର ବଡ଼ା, ବଡ଼େ, ବଡ଼ାଇ ଆଦି ନାମରେ ମଧ୍ୟ ପରିଚିତ ।[୨]

ବିଭିନ୍ନ ଧରଣର ବରା ଯଥା ଓଡ଼ିଶାର ଚାଉଳ ଓ ବିରିରୁ ତିଆରି ବରାରୁ ନେଇ ଅରୁଆ ଓ ଉଷୁନା ଚାଉଳକୁ ବିରି ସହ ବାଟି ତିଆରି କରାଯାଉଥିବା ଚାଉଳ ବରା, ଦକ୍ଷିଣ ଭାରତର ମେଦୁ ବଡ଼ା ଓ ପଶ୍ଚିମ ଭାରତର ଆଳୁ ବଡ଼ା ଆଦି ଭିନ୍ନ ଭିନ୍ନ ଶସ୍ୟରୁ ତିଆରି । ଏଗୁଡ଼ିକ ସକାଳେ ବା ଅନ୍ୟସମୟରେ ଜଳଖିଆ ଖିଆଯାଇଥାନ୍ତି ଭାବେ କିମ୍ବା ଦହିବରା-ଆଳୁଦମ ଓ ବଡ଼ା ପାଓ ଆଦି ଅନ୍ୟ ଖାଦ୍ୟ ତିଆରିରେ ଲାଗିଥାନ୍ତି ।

ପ୍ରକାର ଭେଦ

[ସମ୍ପାଦନା]

ଚାଉଳ ବରା

[ସମ୍ପାଦନା]

ଚାଉଳ ବରା ଓଡ଼ିଶାର ବଲାଙ୍ଗୀର ଜିଲ୍ଲାରେ ଜଣାଶୁଣା ଏକ ଚାଉଳ-ତିଆରି ବରା । ବତୁରା ଉଷୁନା ଓ ଅରୁଆ ଚାଉଳ, ବିରିକୁ ବାଟି ସେଥିରେ କଟା ଲଙ୍କା, ଅଦା, କଟା ଭୁରୁସଙ୍ଗା ପତ୍ର ଆଦିକୁ ମିଶାଇ ଗୁଲୁଗୁଲା ଭଳି ଗୋଲ ଗୋଲ କରି ତେଲରେ ଛାଣି ଏହା ତିଆରି କରାଯାଏ ।[୩][୪]

ଗ୍ୟାଲେରି

[ସମ୍ପାଦନା]
  1. ↑ Andrea Nguyen (2011). Asian Dumplings. Ten Speed Press. p. 3. ISBN 9781607740926.
  2. ↑ V. K. Joshi, ed. (2016). Indigenous Fermented Foods of South Asia. CRC Press. p. 401. ISBN 9781439887905.
  3. ↑ ରାଣୀ, ଉଷା (2011). A taste of Odisha: Traditional Odia Recepies. ଭୁବନେଶ୍ୱର: Amadeus Press. ISBN 9788190381338.