Jump to content

ସୁଚିତ୍ରା ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ସୁଚିତ୍ରା ପାଣିଗ୍ରାହୀ
Suchitra Panigrahi
୨୦୨୩ ମସିହାର ସାଳନ୍ଦୀ ବହିମେଳାରେ ସୁଚିତ୍ରା ପାଣିଗ୍ରାହୀ
ଜନ୍ମ (1963-01-02) ୨ ଜାନୁଆରୀ ୧୯୬୩ (ବୟସ ୬୧)
ବୈବାହିକ-ସାଥୀପବିତ୍ର ପାଣିଗ୍ରାହୀ
ସନ୍ତାନସୌମ୍ୟଶ୍ରୀ ପାଣିଗ୍ରାହୀ, ସତ୍ୟଶ୍ରୀ ପାଣିଗ୍ରାହୀ

ସୁଚିତ୍ରା ପାଣିଗ୍ରାହୀ (ଜନ୍ମ: ୨ ଜାନୁଆରୀ ୧୯୬୩), ଜଣେ ଓଡ଼ିଆ କବି । 'କାଦମ୍ବିନୀ କବିତା ପୁରସ୍କାର', 'କବି ଦୀପକ ମିଶ୍ର ସ୍ମୃତି କବିତା ସମ୍ମାନ' ଆଦି ବହୁ ପୁରସ୍କାରରେ ସେ ସମ୍ମାନୀତା ।

ଜୀବନୀ

[ସମ୍ପାଦନା]

ସୁଚିତ୍ରା, ୧୯୬୩ ମସିହାରେ ଜଳେଶ୍ୱର ଅନ୍ତର୍ଗତ ନାମ୍ପୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାବେଳୁ ତାଙ୍କର ପଠନ ରୁଚି ରହିଥିଲା, ଯାହା ସେ ନିଜ ପିତାଙ୍କଠାରୁ ପାଇଥିଲେ । ମାତା ତାଙ୍କୁ ଲେଖାଲେଖି କରିବା ପାଇଁ ପ୍ରୋତ୍ସାହନ ଦେଇଥିଲେ । ୧୯୯୦ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ଛାଇର ଛବି ପ୍ରକାଶ ପାଇଥିଲା । ତାଙ୍କ ପରିବାରରେ ସ୍ୱାମୀ ପବିତ୍ର ପାଣିଗ୍ରାହୀ ଜଣେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଓ ସେମାନଙ୍କର ଦୁଇ ପୁଅ ସୌମ୍ୟଶ୍ରୀ ଓ ସତ୍ୟଶ୍ରୀ ।

ରଚନାବଳୀ

[ସମ୍ପାଦନା]
  • ଛାଇର କବି
  • କଥା ଅଛି
  • ଚନ୍ଦନବନର ଛାଇ
  • ହାତମୁଠାର ଛବି
  • ଏତେ ଅଭିମାନ ଭଲ ନୁହେଁ
  • ଚିରକାଳକୁ
  • ନୂଆଜାଗାରେ (ଅରୁଣ କମଲଙ୍କ କବିତାର ଅନୁବାଦ)
  • ଦୁଶ୍ଚକ୍ରରେ ସ୍ରଷ୍ଟା (ବୀରେନ ଡଙ୍ଗୱାଲଙ୍କ କବିତାର ଅନୁବାଦ)
  • ପିଲାମନ[]
  • ଛଳପୁରୁଷ[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • କାଦମ୍ବିନୀ କବିତା ପୁରସ୍କାର
  • ରାଜଧାନୀ ପୁସ୍ତକମେଳା କବିତା ପୁରସ୍କାର
  • କବି ଦୀପକ ମିଶ୍ର ସ୍ମୃତି କବିତା ସମ୍ମାନ
  • ସମାଜ ଶତବାର୍ଷିକୀ ସାହିତ୍ୟ ସମ୍ମାନ
  • ଅଖିଳ ଚକ୍ର କବିତା ପୁରସ୍କାର
  • ଗୋକର୍ଣ୍ଣିକା କବିତା ସମ୍ମାନ[][]
  1. "ନୂଆ ବହିର ବାସ୍ନା ସମସ୍ତଙ୍କ ତନୁମନକୁ ଶିହରିତ କରେ, ଲେଖକ ଦମ୍ପ୍‌ତିଙ୍କ \'ଛଳପୁରୁଷ\' ଓ \'ଆଦିମ ଇଶ୍ୱରୀ\' ଲୋକାର୍ପିତ". odia.hindusthansamachar.in. 17 August 2024. Archived from the original on 17 September 2024. Retrieved 17 September 2024.
  2. "ଲେଖକ ଦମ୍ପତିଙ୍କ 'ଛଳପୁରୁଷ' ଓ 'ଆଦିମ ଇଶ୍ୱରୀ' ଲୋକାର୍ପିତ: ନୂଆ ବହିର ବାସ୍ନା ସମସ୍ତଙ୍କ ତନୁମନକୁ ଶିହରିତ କରେ". ସକାଳ (in Odia). ବାରିକପୁର. 18 August 2024. p. 13. Archived from the original on 20 August 2024. Retrieved 20 August 2024.{{cite news}}: CS1 maint: unrecognized language (link)
  3. "ବିଜୟ, ହୃଦାନନ୍ଦ ଓ ସୁଚିତ୍ରାଙ୍କୁ ସୃଜନ ସମ୍ମାନ". www.odiapua.com. odiapua.com. Archived from the original on 15 April 2021. Retrieved 15 April 2021.
  4. "ସୃଜନ ସ୍ମୃତି". No. ଧରିତ୍ରୀ ସାହିତ୍ୟାୟନ ୧୫/୦୪/୨୦୨୧ ପୃଷ୍ଠା ୧୨. ଧରିତ୍ରୀ. 15 April 2021. Retrieved 15 April 2021.