ଧୀରେନ୍ଦ୍ର ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ଧୀରେନ୍ଦ୍ର ପଟ୍ଟନାୟକ
Born
ଧୀରେନ୍ଦ୍ର ନାଥ ପଟ୍ଟନାୟକ

(1933-02-01)୧ ଫେବୃଆରୀ ୧୯୩୩
Died୧ ଜାନୁଆରୀ ୨୦୦୯(2009-01-01) (ବୟସ ୭୫)
କଟକ
Resting placeକଟକ, କଟକ ଜିଲ୍ଲା
Nationality ଭାରତୀୟ
Known forଛଉ, ଗୋଟିପୁଅପ୍ରହ୍ଲାଦ ନାଟକକୁ ସାରା ବିଶ୍ୱରେ ଜଣାଶୁଣା କରାଇବା [୧]

ଧୀରେନ୍ଦ୍ର ପଟ୍ଟନାୟକ (ମୂଳ ନାମ: ଧୀରେନ୍ଦ୍ର ନାଥ ପଟ୍ଟନାୟକ, ୧୯୩୩ - ୨୦୦୯) ଜଣେ ଓଡ଼ିଶୀ ନୃତ୍ୟ ଗବେଷକ, ଓଡ଼ିଆ ସାହିତ୍ୟିକ ଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର କୁଳପତି ଭୂମିକା ମଧ୍ୟ ନିଭାଇଥିଲେ ।[୧] ସେ ଜୟନ୍ତିକା ନାମକ ଅନୁଷ୍ଠାନ ଆରମ୍ଭ କରି ତାହା ମାଧ୍ୟମରେ ଓଡ଼ିଶୀ ନୃତ୍ୟର ଏକ ଶାସ୍ତ୍ରୀୟ ନୃତ୍ୟ ଆନ୍ଦୋଳନକୁ ଅଧିକ ବଳବତ୍ତର କରିବା ପାଇଁ ସେ ୫୦ ଦଶକରେ ଉଦ୍ୟମ କରିଥିଲେ । ତାଙ୍କ ଚେଷ୍ଟା ଫଳରେ ୬୦ ବର୍ଷ ପରେ ଓଡ଼ିଶୀକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଓଡ଼ିଶୀ ସମ୍ବନ୍ଧରେ ସେ ପ୍ରଥମ ଓଡ଼ିଆ ବହି "ଓଡ଼ିଶୀ ନୃତ୍ୟ" ରଚନା କରିଥିଲେ । ଏଥି ସହିତ ସେ ଓଡ଼ିଶୀ ସମ୍ବନ୍ଧରେ ମୋଟ ୧୮ଟି ବହି ଓଡ଼ିଆ ଓ ଇଂରାଜୀରେ ରଚନା କରିଥିଲେ । ୧୯୫୪ରେ ସେ ପ୍ରଥମ ଓଡ଼ିଆ ପୁରୁଷ ନୃତ୍ୟଶିଳ୍ପୀ ଭାବେ ଓଡ଼ିଶା ବାହାରେ, ନୂଆ ଦିଲ୍ଲୀଠାରେ ନିଜ ସଂଯୋଜିତ ନୃତ୍ୟକଳା ପରିବେଷଣ କରିଥିଲେ ।[୨] ସେ, ପ୍ରହ୍ଲାଦ ନାଟକ, ସଖୀ କଣ୍ଡେଇ, ଛଉ ଆଦି ଓଡ଼ିଶାର ପାରମ୍ପାରିକ ନୃତ୍ୟକଳା ସମ୍ବନ୍ଧରେ ଗବେଷଣା କରିବା ସହିତ ଏସବୁର ପୁନରୁଦ୍ଧାର ପାଇଁ ଉଦ୍ୟମ କରିଥିଲେ । ସେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ଜଣେ ସହ-ପ୍ରତିଷ୍ଠାତା ଥିଲେ ।[୩]

ଜୀବନୀ[ସମ୍ପାଦନା]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ୧୯୩୩ ମସିହା ଫେବୃଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ସେ ନିଜ ବିଦ୍ୟାଳୟର ଶିକ୍ଷକ ଦିନବନ୍ଧୁ ମାଝି ଓ ବୀର ହନୁମାନ ଶାସ୍ତ୍ରୀଙ୍କଠାରୁ ପ୍ରଥମେ ନାଚ ଶିଖିବା ଆରମ୍ଭ କରିଥିଲେ ।[୪]

କର୍ମ ଜୀବନ[ସମ୍ପାଦନା]

ସେ ଜଣେ ନୃତ୍ୟଶିଳ୍ପୀ ଭାବେ ନିଜର ପେଷାଗତ ଜୀବନ ଆରମ୍ଭ କରିଥିଲେ । ଓଡ଼ିଶୀ ନୃତ୍ୟର ବାକି ସଂସ୍ଥାପକମାନଙ୍କ ସହ ମିଶି ସେ "ଜୟନ୍ତିକା" ଅନୁଷ୍ଠାନ ଆରମ୍ଭ କରିଥିଲେ ଯାହା ଭିନ୍ନ ଭିନ୍ନ ନୃତ୍ୟଗୁରୁଙ୍କ ମତକୁ ଏକ କରିବାରେ ସହାୟକ ହୋଇଥିଲା । ସେ ଏସିଆର ପ୍ରଥମ ଅଭିନୟ କଳା ମହାବିଦ୍ୟାଳୟ "ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ"ର ସଂସ୍ଥାପକ-ଅଧ୍ୟକ୍ଷ ଥିଲେ । ସେ ଅନ୍ୟାନ୍ୟ ଅନୁଷ୍ଠାନର ବିଭିନ୍ନ ପଦପଦବୀ ସହିତ ଅମେରିକାରେ ଅନୁଷ୍ଠିତ ଇଣ୍ଟରନ୍ୟାସନାଲ ଓଡ଼ିଶୀ ଡ୍ୟାନ୍ସ ଫେଷ୍ଟିଭାଲର ସଭାପତି ପଦରେ ଆସୀନ ହୋଇଥିଲେ ।[୨]

ସମ୍ମାନ[ସମ୍ପାଦନା]

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶୀ ନୃତ୍ୟରେ ପାରଦର୍ଶିତା ପାଇଁ ଓଡ଼ିଶାର ଶ୍ରେଷ୍ଠ ଅଭିନୟ କଳା ପୁରସ୍କାର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଲାଭ କରିଥିଲେ । ସେ କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାର ମଧ୍ୟ ଲାଭ କରିଥିଲେ ।[୨]

ରଚନା[ସମ୍ପାଦନା]

ଧୀରେନ୍ଦ୍ର ପଟ୍ଟନାୟକ ଓଡ଼ିଶୀ ନୃତ୍ୟ ସମ୍ବନ୍ଧରେ ପ୍ରଥମ ଓଡ଼ିଆ ବହି "ଓଡ଼ିଶୀ ନୃତ୍ୟ" ରଚନା କରିଥିଲେ ।[୭] ସେ ନାଟ୍ୟ ଶାସ୍ତ୍ର, ଅଭିନୟ ଚନ୍ଦ୍ରିକାଅଭିନୟ ଦର୍ପଣର ଓଡ଼ିଆ ଅନୁବାଦ ମଧ୍ୟ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "ନୃତ୍ୟ ଗବେଷକ ଧୀରେନ୍ଦ୍ର ପଟ୍ଟନାୟକଙ୍କ ଦେହାନ୍ତ". ସମ୍ବାଦ. ୩ ଜାନୁଆରୀ ୨୦୦୯. {{cite news}}: |access-date= requires |url= (help); Check date values in: |accessdate= and |date= (help)
  2. ୨.୦ ୨.୧ ୨.୨ ୨.୩ "Dhirendra Nath passes away". ହିନ୍ଦୁ. ୩ ଜାନୁଆରି ୨୦୦୯. Retrieved ୧୯ ଜୁନ ୨୦୧୪. {{cite news}}: Check date values in: |accessdate= and |date= (help)
  3. "Orissa Dance Academy (Dhirendra Nath Patnaik)". Retrieved 18 June 2014.
  4. Acharya, Rahul. "Dr Dhirendranath Pattnaik". Narthaki. Retrieved 2 February 2015.
  5. "Orissa: Srjan announces Guru Kelucharan Mohapatra Award to Gloria, Kumkum Mohanty". OrissaDiary. Retrieved 2 February 2015.[permanent dead link]
  6. "Dhiren Patnaik passes away". TheNewIndianExpress. 3 January 2009. Archived from the original on 5 March 2016. Retrieved 2 February 2015.
  7. Pallabi Chakravorty; Nilanjana Gupta (21 August 2012). Dance Matters: Performing India on Local and Global Stages. Routledge. pp. 272–. ISBN 978-1-136-51612-2.